• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଚାଷୀ ମୋଡ଼ିଦେଲେ ଚାବି

ଚାଷୀ ମୋଡ଼ିଦେଲେ ଚାବି
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ନଭେମ୍ବର ୨୦୨୨

ଏବେ ଲାଗୁଛି ସତେ ଯେମିତି ସବୁକିଛି ଅଟକି ଯାଇଛି ପଦ୍ମପୁର ଉପନିର୍ବାଚନ ପାଖରେ । ପଦ୍ମପୁରରେ ଚାଷୀ ମାନଙ୍କ ଆନ୍ଦୋଳନର ସ୍ୱର ପ୍ରତିଫଳିତ ହୋଇଛି ଭୁବନେଶ୍ୱର ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ। ଚାଷୀ ଆନ୍ଦୋଳନକୁ ଖାତିର କରୁନଥିବା ରାଜନୈତିକ ଦଳ, ରାଜ୍ୟ ଏବଂ କେନ୍ଦ୍ର ସରକାର ଏବେ ବ୍ୟତିବ୍ୟସ୍ତ ହୋଇପଡ଼ିବା ଭଳି ମନେ ହେଉଛି।ଓଡ଼ିଶା ସରକାର ଘୋଷଣା କଲେ ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରାଯିବ । ଅନ୍ୟ ପକ୍ଷରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ପଦ୍ମପୁର ଚାଷୀମାନେ ଫସଲ ବୀମା ପାଇନଥିବା ପ୍ରସଙ୍ଗରେ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ।

ହଠାତ୍ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଏ ଦରଦ କାହିଁକି? ମରୁଡ଼ି ପ୍ରଭାବିତ ଅଞ୍ଚଳ ମଧ୍ୟରେ ପଦ୍ମପୁର ଯାଉନଥିଲା କି? ପଦ୍ମପୁର ଚାଷୀ ଇନପୁଟ ସହାୟତା ପାଇବାକୁ ଯୋଗ୍ୟ ନୁହନ୍ତି କି? ପଦ୍ମପୁର ଚାଷୀମାନେ ଫସଲ ବୀମା ପାଇନଥିବା କଥା କେନ୍ଦ୍ର କୃଷିମନ୍ତ୍ରୀ ଜାଣିନଥିଲେ କି? ରାଜ୍ୟ ସରକାର ଏ ବାବଦରେ ଠିକ୍ ସମୟରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ କି ନାହିଁ? ଯଦି ଚିଠି ଲେଖିଥିଲେ ତେବେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିରବତା ପଛର କାରଣ କ’ଣ?

ପଦ୍ମପୁର ଉପନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ପଦ୍ମପୁର ଆସନ ହାତେଇବାକୁ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ବେଶ୍ ବଳ କଷାକଷି ଚାଲିଛି। ଆଉ ଏହି ସମୟରେ ସମସ୍ତଙ୍କର ମନେପଡ଼ିଛନ୍ତି ଚାଷୀମାନେ । ଏହି ଉପନିର୍ବାଚନ ଫଳାଫଳକୁ ଚାଷୀମାନେ ପ୍ରଭାବିତ କରିବାର ଆଶଙ୍କାକୁ କେହି ଏଡ଼ାଇ ପାରିବେ ନାହିଁ। ତେଣୁ ବିଜେଡି ଓ ବିଜେପି ଉଭୟ ଏବେ ଚାଷୀ ମାନଙ୍କୁ ମନାଇବାପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି। ଚାଷୀ ଆନ୍ଦୋଳନକୁ ନଜରରେ ରଖି ବିଜେପି ପ୍ରଥମେ ନିଜ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟାକୁ ବିଳମ୍ୱ କରି ଖେଳିଲା ଚାଷୀ କାର୍ଡ଼ । ଯାହାକୁ କାଉଣ୍ଟର କରିବାକୁ ଯାଇ ଶାସକ ବିଜେଡି ନେଲା ଇନପୁଟ ସହାୟତା ପ୍ରଦାନ ନିଷ୍ପତ୍ତି। ଇନପୁଟ ସହାୟତା ବାବଦକୁ ରାଜ୍ୟ ରାଜକୋଷରୁ ୨୦୦ କୋଟି ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କଲେ। ଏପରିକି ସମସ୍ତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମଧ୍ୟ ମରୁଡ଼ି ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ।

ବିଜେପି ମଧ୍ୟ ଏ ନେଇ ଚାଷୀଙ୍କୁ ସମବେଦନା ଜଣାଇବାର ସୁଯୋଗ ଛାଡ଼ନ୍ତା ବା କିପରି? କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଫସଲ ବୀମା ନେଇ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତୁରନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ଗୁରୁତ୍ୱ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ସେ ଟ୍ୱିଟ୍ କରି ଜଣାଇଲେ ଫସଲ ବୀମା ପାଇନଥିବା ପଦ୍ମପୁର ଚାଷୀଙ୍କ ବିଷୟରେ ସେ ଅବଗତ ହେଲେ। ତୁରନ୍ତ ସେମାନେ କିଭଳି ଏହି ବୀମା ରାଶି ପାଇବେ ସେ ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା କଥା ସେ ଜଣାଇଦେଲେ ଓ ଚାଷୀମାନଙ୍କ ପ୍ରତି ବିଜେପି ସରକାରଙ୍କ ପ୍ରତିବଦ୍ଧତା କଥା ମନେପକାଇଦେଲେ।

ଲମ୍ବା ସମୟ ଧରି କୃଷି ନୀତି ବିରୋଧରେ ଦେଶର ଚାଷୀ ଆନ୍ଦୋଳନକୁ ବେଖାତିର କରିଥିବା କେନ୍ଦ୍ର ସରକାରଙ୍କର ଏଭଳି ତ୍ୱରିତ ପଦକ୍ଷପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଇପାରେ। ଏପରିକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ବାରମ୍ବାର ଆନ୍ଦୋଳନକୁ ଶୁଣିନଥିବା ରାଜ୍ୟ ସରକାର ମଧ୍ୟ ଇନପୁଟ ସହାୟତା ପ୍ରଦାନ ପାଇଁ ୨୦୦ କୋଟିର ବ୍ୟବସ୍ଥା କରିଦେଲେ। କାହିଁକି ଉଭୟ ସରକାରଙ୍କର ଏ ତ୍ୱରିତ ପଦକ୍ଷପ? ଚାଷୀଙ୍କ ପ୍ରତି ସମବେଦନା ନା ନିର୍ବାଚନ ହାରିଯିବାର ଭୟ? ଚାଷୀମାନେ ଉଭୟ ସରକାର ପାଇଁ ଗୁରୁତ୍ୱପୂର୍ଣ୍ଣ ନା ନିର୍ବାଚନରେ ଜିତିବା ଉଭୟଙ୍କର ଆବଶ୍ୟକତା ? ତେବେ ଉଦ୍ଦେଶ୍ୟ ଯାହାବି ହୋଇଥାଉନା କାହିଁକି ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଓଡ଼ିଶାର ଚାଷୀଙ୍କ ପ୍ରତି ବିଜେଡି ଓ ବିଜେପି ସରକାରଙ୍କର ମନୋଭାବରେ ହୋଇଥିବା ପରିବର୍ତ୍ତନକୁ ଚାଷୀମାନେ ମନେରଖିବେ ନିଶ୍ଚୟ ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.