• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଦାଗୀ ମନ୍ତ୍ରୀ ଓ ଵେଦାଗ ସରକାର

ଦାଗୀ ମନ୍ତ୍ରୀ ଓ ଵେଦାଗ ସରକାର
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ସେପ୍ଟେମ୍ବର ୨୦୨୨

ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ନାଁ ରେ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ନିମାପଡ଼ାର ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଅଡ଼ିଓ ଟେପ୍ କୁ ସାମ୍ନାକୁ ଆଣିଛି ରାଜ୍ୟ ବିଜେପି । ଯେଉଁଥିରେ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିଛନ୍ତି ମୃତକ ଧର୍ମେନ୍ଦ୍ର ସାହୁ । ଏହି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ହୋହଲ୍ଲା । କେବଳ ଜଣେ ମନ୍ତ୍ରୀଙ୍କ ନାଁରେ ଏପରି ଅଭିଯୋଗ ଏବେ ଆସିଛି ତାହା ନୁହେଁ । ୨୦୧୯ ନିର୍ବାଚନ ପରେ ୩ ଟି ପ୍ରମୁଖ ଘଟଣାରେ ମଧ୍ୟ ୩ ଜଣ ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ମନ୍ତ୍ରୀ ଥିବା ପ୍ରତାପ ଜେନାଙ୍କ ନାଁରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିଥିଲା । କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ମଧ୍ୟ ମମିତା ମୃତ୍ୟୁ ଘଟଣା ଓ ଅରୁଣ ସାହୁଙ୍କ ନାଁରେ ପରୀ ନିଖୋଜ ମାମଲା ଆଦି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ସରଗରମ କରିଥିଲା । ଏହି ୩ ଟି ଘଟଣା ମଧ୍ୟରୁ ସେତେବେଳର ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କୁ ସରକାର ଦୋଷୀ ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ ଓ ଏହାର ତଦନ୍ତର ଗତି କୁଆଡ଼େ ତାହା କେହି କହିପାରିବେ ନାହିଁ । ମମିତା ହତ୍ୟାକାଣ୍ଡରେ ମଧ୍ୟ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ସରକାର ଗ୍ରହଣ କରିନଥିଲେ ଓ ପରୀ ଘଟଣାରେ ମଧ୍ୟ ଅରୁଣ ସାହୁଙ୍କ ସମ୍ପୃକ୍ତି ପ୍ରମାଣିତ ହୋଇପାରିନଥିଲା ।

ତେବେ କ୍ରମାଗତ କ୍ଷମତାରେ ଥିବା ବିଜେଡି ସରକାରର ଏକାଧିକ ମନ୍ତ୍ରୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ସେମାନଙ୍କ ଚେହେରା ସରକାରଙ୍କ ପାଖରେ ଵେଦାଗ ହୋଇ ରହିଛି । ଯଦିଓ ମନ୍ତ୍ରୀମଣ୍ଡଳରୁ ବହୁ ବିଳମ୍ବରେ ସେମାନଙ୍କୁ ବାହାର କରାଯାଇଛି ମାତ୍ର ସଙ୍ଗଠନରେ ସେମାନଙ୍କ ପତିଆରା ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ଏହି ମନ୍ତ୍ରୀମାନଙ୍କ ଚେହେରାରେ କିଛି ସମୟ ପାଇଁ ଦାଗ ଲାଗିଥିଲେ ମଧ୍ୟ ସରକାରର ଚେହେରା ଵେଦାଗ ରଖିବାରେ ପୋଲିସ ପ୍ରଶାସନ ସଫଳ ହୋଇଛି । ପୂର୍ବରୁ ମଧ୍ୟ ବିଜେଡି ସରକାରର ଏକାଧିକ ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଓ ଅପରାଧିକ ମାମଲାର ଅଭିଯୋଗ ଆସିଥିବା ବେଳେ କିଛି ସମୟ ପରେ ସେମାନଙ୍କ ଚେହେରା ଦାଗଶୂନ୍ୟ ହୋଇଯାଇଛି । ଦୁର୍ନୀତିର ଛାୟା ଅଭିଯୋଗରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ପଡ଼ିଥିଲେ ନଳିନୀ ମହାନ୍ତି, କମଳା ଦାସ ଓ ପ୍ରଶାନ୍ତ ନନ୍ଦ । ଦୁଇ ଜଣ ବିଜେଡିର ଥିବା ବେଳେ ପ୍ରଶାନ୍ତ ନନ୍ଦ ବିଜେପି କୋଟାରୁ ମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସ୍ଥିତିରେ ନଳିନୀ ମହାନ୍ତି ଓ କମଳା ଦାସ ଙ୍କ ଦୁର୍ନୀତିର ତଦନ୍ତ ଫଳାଫଳ ଯାହା ହେଲା ସମସ୍ତେ ଜାଣନ୍ତି ଓ ପ୍ରଶାନ୍ତ ନନ୍ଦଙ୍କୁ ବିଜେଡି ସମ୍ମାନର ସହ ଗ୍ରହଣ କରି ରାଜ୍ୟ ସଭାକୁ ପଠାଇଲା । ତେଣୁ ସମୟକ୍ରମେ ଵେଦାଗ ସରକାରର ଦାଗି ମନ୍ତ୍ରୀଙ୍କ ଚେହେରା ମଧ୍ୟ ଵେଦାଗ ହୋଇଯାଇଛି । ସେହିପରି ପୂର୍ବରୁ ଦୁର୍ନୀତି ଅଭିଯୋଗରେ ପ୍ରମିଳା ମଲ୍ଲିକ ମଧ୍ୟ ମନ୍ତ୍ରୀ ମଣ୍ଡଳରୁ ବିଦା ହୋଇଥିଲେ ଓ ଏବେ ପୁଣି କିଛି ବର୍ଷ ପରେ ଦାଗ ଶୁନ୍ୟ ହୋଇ ମନ୍ତ୍ରୀ ମଣ୍ଡଳକୁ ଫେରିଛନ୍ତି ଓ ଗୁରୁତ୍ୱର୍ଣ୍ଣ ଦାୟିତ୍ୱ ବି ପାଇଛନ୍ତି । ଲୋକଙ୍କ ଆଖିରେ ସ୍ୱଚ୍ଛ ସରକାର ପାଲଟିଥିବା ବିଜେଡି ସରକାରଙ୍କ ମନ୍ତ୍ରୀଙ୍କୁ ଦାଗୀବୋଲି କିପରି କୁହାଯିବ ? ଯଦି ଦାଗୀ ବୋଲି ସେମାନେ ତଦନ୍ତରେ ପ୍ରମାଣିତ ହୁଅନ୍ତେ ତେବେ ପୁଣି କ’ଣ ସେମାନେ ମନ୍ତ୍ରୀ ମଣ୍ଡଳକୁ ଫେରିଥାନ୍ତେ ? କିଛି ସମୟ ପାଇଁ ତାଙ୍କ ବିରୋଧରେ ଦାଗୀ ଅଭିଯୋଗ ଆସେ, ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କ ଦାଗକୁ ସ୍ଵଚ୍ଛ ସରକାରର ସାବୁନ ପାଣି ସଫା କରିଦିଏ । ଏଣୁ ସମୀର ଦାସଙ୍କ ପ୍ରସଙ୍ଗ ମଧ୍ୟ ସମୟ କ୍ରମେ ଏହାର କ’ଣ ବ୍ୟତିକ୍ରମ ହେବ କି ?

କେବଳ ଓଡ଼ିଶା କାହିଁକି ଭାରତବର୍ଷର ରାଜନୀତିରେ ଏବେ କ’ଣ ଦାଗୀ ଚେହେରା ଏକ ପ୍ରସଙ୍ଗ ହୋଇ ରହିଛି କି ? ମୋଦିଙ୍କ ସରକାରର ଗତ ସମ୍ପ୍ରସାରଣ ପରେ ADR ରିପୋର୍ଟ କହୁଛି, ୭୮ ମନ୍ତ୍ରୀଙ୍କ ମଧ୍ୟରୁ ୩୩ ଜଣଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଓ ଅପରାଧିକ ମାମଲା ରହିଛି । ୨୪ ଜଣକ ନାଁରେ ହତ୍ୟା ଓ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଅଭିଯୋଗ ମଧ୍ୟ ରହିଛି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ୪୨ ପ୍ରତିଶତ ଦାଗୀ ଚେହେରା, ତଥାପି ସେମାନେ କେନ୍ଦ୍ର ସରକାରରେ ମନ୍ତ୍ରୀଭାବେ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାର ମଧ୍ୟ ସେମାନଙ୍କୁ ଦାଗୀ ବୋଲି ମାନିବାକୁ ପ୍ରସ୍ତୁତ ନୁହଁନ୍ତି।ସେହିପରି, ADR ତଥ୍ୟ ଅନୁଯାୟୀ ୨୦୧୯ରେ ଓଡ଼ିଶାର କ୍ଷମତାସୀନ ସରକାରର ୩୦ ପ୍ରତିଶତରୁ ଅଧିକଙ୍କ ନାଁରେ ଅପରାଧିକ ମାମଲା ଥିଲା । ଏପରିକି ନିର୍ବାଚିତ ୧୧୨ ବିଜେଡି ବିଧାୟକଙ୍କ ମଧ୍ୟରେ ୪୬ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ।ଅର୍ଥାତ ମୋଟ ବିଧାୟକ ସଂଖ୍ୟାର ୪୧ ପ୍ରତିଶତ। ସେହିପରି ବିଜେପିରୁ ଜିତିଥିବା ୨୩ ଜଣକ ମଧ୍ୟରୁ ୬ଜଣ ଅର୍ଥାତ ୬୭ ପ୍ରତିଶତଙ୍କ ନାଁରେ ମଧ୍ୟ ଅପରାଧିକ ମାମଲା ରହିଛି ।

ଅପରାଧିକ ମାମଲା, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସଂଖ୍ୟା ଓ ସ୍ଥିତି କ’ଣ ପ୍ରମାଣିତ କରୁଛି ? ଅପରାଧିକ ମାମଲା ଥାଇ ମଧ୍ୟ ବିଧାୟକ ଓ ମନ୍ତ୍ରୀମାନେ ଦଳ ଓ ସରକାରର ଛବି କୁ ବି ମଳିନ କରୁନାହାନ୍ତି କି ? ଯଦି ଦାଗୀ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଦଳ ଓ ସରକାର ଗ୍ରହଣ କରୁଛନ୍ତି ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ, ତେବେ ଦାଗୀ ଓ ବେଦାଗ ଭିତରେ ପ୍ରଭେଦ କଣ ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.