• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଧନୀ ଦଳ ଓ ଅଜଣା ସୂତ୍ରର ପାଣ୍ଠି …

ଧନୀ ଦଳ ଓ ଅଜଣା ସୂତ୍ରର ପାଣ୍ଠି …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୮ ମଇ ୨୦୨୩

ଆଜିକାଲି ରାଜନୈତିକ ଦଳମାନଙ୍କ ନିର୍ବାଚନୀ ଖର୍ଚ୍ଚ ଦେଖିବା ପରେ ସାଧାରଣ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ । ଯଦି ଦଳମାନେ ଏତେ ଅର୍ଥ ଖର୍ଚ୍ଚ କରିପାରୁଛନ୍ତି, ଏହି ଟଙ୍କା ଆସୁଛି କେଉଁଠାରୁ ? କିଏ ଏତେ ପରିମାଣର ଟଙ୍କା ରାଜନୈତିକ ଦଳମାନଙ୍କୁ ଦେଉଛି ? ବିଭିନ୍ନ ଦଳକୁ ଯେଉଁ ବ୍ୟକ୍ତିମାନେ ଟଙ୍କା ଦେଉଛନ୍ତି ସେମାନଙ୍କ ନାଁ ଜାଣିବାରେ ଅସୁବିଧା କ’ଣ ? ଇତ୍ୟାଦି ଇତ୍ୟାଦି … ତେବେ ଏହିସବୁ ପ୍ରଶ୍ନର ଉତ୍ତର ଆକସ୍ମିକ ଭାବରେ ମିଳିଛି ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ରିପୋର୍ଟରୁ । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି ମୋଟ ୧୧୬୫.୫୭୬ କୋଟି ଟଙ୍କା । ଏଥିରୁ ଦାତାଙ୍କ ତଥ୍ୟ ଥିବା ଅର୍ଥ ପରିମାଣର ପ୍ରତିଶତ ୧୨.୪୭୬ ଥିବାବେଳେ ଅନ୍ୟ ଜଣା ସୂତ୍ରରୁ ୧୧.୩୭୭ ଅର୍ଥ ଆସିଛି । ଏହି ଦୁଇଟି ଜଣା ସୂତ୍ରରୁ ୨୩.୮୫୩ ପ୍ରତିଶତ ଅର୍ଥ ମିଳିଥିବା ବେଳେ ଅଜଣା ସୂତ୍ରରୁ ଆସିଛି ମୋଟ ଆୟର ୭୬.୧୪୭ ପ୍ରତିଶତ ଅର୍ଥ ।

ଏହି ଅଜଣା ସୂତ୍ରରୁ ଅଧିକ ଅର୍ଥ ପାଇଥିବା ଦଳ ମଧ୍ୟରେ ୧ମ ସ୍ଥାନରେ ଡିଏମକେ ଥିବା ବେଳେ ୨ୟ ସ୍ଥାନରେ ରହିଛି ବିଜେଡି ଓ ୩ୟ ସ୍ଥାନରେ ରହିଛି ଟିଆରଏସ୍ । ଡିଏମକେ କୁ ୩୦୬.୦୨୫ କୋଟି ଟଙ୍କା ମିଳିଥିବା ବେଳେ ବିଜେଡି କୁ ମିଳିଛି ୨୯୧.୦୯୬ କୋଟି ଟଙ୍କା । ସେହିପରି ଟିଆରଏସ୍ କୁ ମିଳିଛି ୧୫୩.୦୩୭ କୋଟି ଟଙ୍କା । ଏମ. କେ. ଷ୍ଟାଲିନଙ୍କ ଡିଏମକେ ଅଜଣା ସୂତ୍ରରୁ ୯୬ପ୍ରତିଶତରୁ ଅଧିକ ଅର୍ଥ ପାଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡି ପାଇଛି ଅଜଣା ସୂତ୍ରରୁ ୯୪ ପ୍ରତିଶତରୁ ଅଧିକ ଅର୍ଥ ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଜାତୀୟ ଦଳ ଗୁଡ଼ିକ ଅଜଣା ସୂତ୍ରରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୬୬ ପ୍ରତିଶତରୁ ଅଧିକ ଅର୍ଥ ପାଇଥିବା ବେଳେ ଆଞ୍ଚଳିକ ରାଜନୈତିକ ଦଳ ଭାବେ ଡିଏମକେ ଓ ବିଜେଡି କିଭଳି ଯଥାକ୍ରମେ ୯୬ ଓ ୯୪ ପ୍ରତିଶତରୁ ଅଧିକ ଅର୍ଥ ପାଇବାରେ ସକ୍ଷମ ହୋଇଛନ୍ତି । ଏହି ଦୁଇ ରାଜନୈତିକ ଦଳର ଅଜଣା ସୂତ୍ରରୁ ପାଇଥିବା ଅର୍ଥ ଏବେ ଅନ୍ୟମାନଙ୍କ ପାଇଁ ଆଲୋଚନାର ବିଷୟ ହୋଇଛି । ପୂର୍ବରୁ ନିର୍ବାଚନୀ ଖର୍ଚ୍ଚ କରିବାରେ ଓଡ଼ିଶାରେ ଜାତୀୟ ଦଳ ବିଜେପି ଓ କଂଗ୍ରେସ ଠାରୁ ବିଜେଡି ଆଗରେ ବୋଲି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଏଣୁ ଗତ ଆର୍ଥିକ ବର୍ଷରେ ବିଜୁ ଜନତା ଦଳର ଜଣା ସୂତ୍ରରୁ ପାଇଥିବା ଅର୍ଥ ଅପେକ୍ଷା ଅଜଣା ସୂତ୍ରର ଆୟ ଓ ବିରୋଧୀ ଦଳର ଅଭିଯୋଗ ଉପରେ ଚର୍ଚ୍ଚା କରିବାକୁ ଅଧିକ ଖୋରାକ ଯୋଗାଉଛି ।

ମୁଖ୍ୟ ନିର୍ବାଚନ କମିଶନଙ୍କ ଚାପ ପରେ ମଧ୍ୟ ଜାତୀୟ ରାଜନୈତିକ ଦଳ ଗୁଡ଼ିକ ନିଜ ଆୟର ସୂତ୍ର ବାବଦରେ ସୂଚନା ଅଧିକାର ଆଇନ ପରିସରକୁ ଆସିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିନାହାନ୍ତି । ଏଣୁ ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ କାହିଁକି ସୂଚନା ଅଧିକାର ଆଇନ ପରିସରକୁ ଆସିବା କଥା ଚିନ୍ତା କରିବେ ? ତେବେ ଅଜଣା ସୂତ୍ରର ଆୟ ବଢ଼ିବା ରାଜନୈତିକ ଦଳର ଚାନ୍ଦା ସଂଗ୍ରହ ପ୍ରକ୍ରିୟା ଉପରେ ଏକାଧିକ ପ୍ରଶ୍ନ ଠିଆ କରୁଛି । ଆଞ୍ଚଳିକ ରାଜନୈତିକ ଦଳ ମାନେ ଜଣା ସୂତ୍ରରୁ ଚାନ୍ଦା ସଂଗ୍ରହ ଅପେକ୍ଷା ଅଜଣା ସୂତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କି ? ଆଞ୍ଚଳିକ ଦଳ ଗୁଡ଼ିକୁ ଅର୍ଥ ଦେବାପାଇଁ ଇଛୁକ ଦାତା ମାନେ ଅଜଣା ସୂତ୍ର ପ୍ରତି ଅଧିକ ଆଗ୍ରହୀ କି ? ନା ଅଜଣା ସୂତ୍ର ଆୟ ବାବଦରେ ଜଣାଇବା ବାଧ୍ୟତା ମୂଳକ ହୋଇନଥିବାରୁ ଉଭୟ ଦାତା ଓ ଗ୍ରହୀତା ଏହାକୁ ପସନ୍ଦ କରୁଛନ୍ତି । ତେବେ କାରଣ ଯାହା ବି ହେଉ ଅଜଣା ସୂତ୍ରରୁ ଆୟର ପରିମାଣ ବଢ଼ିବା ରାଜନୈତିକ ଦଳର ଚାନ୍ଦା ସଂଗ୍ରହ ପ୍ରକ୍ରିୟା ନେଇ ସନ୍ଦେହ ସୃଷ୍ଟି କରିବା ସ୍ୱାଭାବିକ ।

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.