• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଏକାଠି ହେବେ କି ବିରୋଧୀ ?

ଏକାଠି ହେବେ କି ବିରୋଧୀ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଅପ୍ରେଲ ୨୦୨୩

ଜାତୀୟ ରାଜନୀତିରେ ଏବେ ବଡ଼ ପ୍ରଶ୍ନ ହୋଇଛି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବିରୋଧୀଦଳମାନେ ଏକାଠି ହୋଇ ନିର୍ବାଚନ ଲଢ଼ି ପାରିବେ କି ନାହିଁ । ଦୁଇଟି ଘଟଣାରୁ ଏଭଳି ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ସୃଷ୍ଟିହେବା ସ୍ୱାଭାବିକ୍ । ଅଦାନୀ ପ୍ରସଙ୍ଗ ନେଇ ଆରମ୍ଭରୁ କଂଗ୍ରେସ କେନ୍ଦ୍ରସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗରେ ବିରୋଧୀ ନେତାଙ୍କ ସମର୍ଥନ ମଧ୍ୟ ପାଇଥିଲା । ତେବେ ବିଜେପିର ସହଯୋଗୀ ଦଳ ହୋଇନଥିବା କିଛି ଆଞ୍ଚଳିକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଥିଲେ । ମାତ୍ର ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ସହିତ ହାତ ମିଳାଇଥିଲେ TMC, AAP, BRS ଆଦି ଦଳ ମାନେ । ଯେଉଁମାନେ କଂଗ୍ରେସ ଠାରୁ ବିଭିନ୍ନ ପ୍ରସଙ୍ଗରେ ଦୂରେଇ ରହିଥିଲେ ସେମାନେ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ କଂଗ୍ରେସର ସାଥ୍ ଦେଇଥିଲେ । ୧୮ ରୁ ଅଧିକ ରାଜନୈତିକ ଦଳ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ନେତୃତ୍ୱ ବିରୋଧରେ ଏକାଠି ହୋଇଥିଲେ । କିଛିଦିନ ପୂର୍ବରୁ ବିଜେପି ଓ କଂଗ୍ରସ ଠାରୁ ସମଦୂରତା ଅବଲମ୍ବନ କରିବେ ବୋଲି ଗଣମାଧ୍ୟମରେ ବୟାନ ଦେଇଥିବା TMC, BRS, ଓ AAP ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରସ ସହ ଏକାଠି ହୋଇଗଲେ । ଗଣତନ୍ତ୍ର ପ୍ରତି ବିପଦ ଆଶଙ୍କା କରି ଏଭଳି ଏକ ନିଷ୍ପତ୍ତି ନେବାକୁ ସମସ୍ତ ବିରୋଧୀ ଦଳ ରାଜି ହୋଇଗଲେ ।

ସେହିପରି ସାମାଜିକ ନ୍ୟାୟ ଦାବୀରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଙ୍କ ଅନୁରୋଧ ରକ୍ଷାକରି ପ୍ରାୟ ସମସ୍ତ ବିରୋଧୀ ଏହି ପ୍ରସଙ୍ଗରେ ନିଜ ନିଜର ମତ ରଖିବାସହ ବିରୋଧୀଙ୍କୁ ଏକାଠି କରିବାର ମଞ୍ଚ କରିଥିବା ଡି.ଏମ୍.କେ ସହ ହାତ ମିଳାଇଲେ । ତଥାପି କିଛି ଆଞ୍ଚଳିକ ରାଜନୈତିକ ଦଳ ଏହି ଦୁଇଟି ଘଟଣାରେ ନିଜକୁ ସାମିଲ କରିନାହାଁନ୍ତି । ଯଦିଓ ସେମାନେ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ସହଯୋଗୀ ନୁହଁନ୍ତି ତଥାପି ବିରୋଧୀଙ୍କ ଏକତା ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏମାନେ ନିଜକୁ ଏଥିରୁ ଦୂରେଇ ରଖୁଛନ୍ତି । ଏହି ଦୁଇ ଆଞ୍ଚଳିକ ରାଜନୈତିକ ଦଳ ହେଲେ ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଓ ଆନ୍ଧ୍ର ପ୍ରଦେଶରେ କ୍ଷମତାରେ ଥିବା ୱାଇ. ଏସ୍ .ଆର.କଂଗ୍ରେସ ।

ଏହି ଦୁଇ ଦଳର ନେତା ବାରମ୍ବାର ବିଜେପି ଠାରୁ ଦୂରରେ ବୋଲି ଦେଖାଇବାକୁ ଚେଷ୍ଟା କରି ମଧ୍ୟ ସଂସଦରେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଛନ୍ତି। କଂଗ୍ରେସ ଓ ବିଜେପି ଠାରୁ ଅଲଗା ରହି ସମଦୂରତା ଥିଓରୀରେ ଏମାନେ ବିଶ୍ୱାସ କରୁଥିବା ନେଇ ଏକ ଧାରଣା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହେବା, ଅଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବୀ, ଏବଂ ସାମାଜିକ ନ୍ୟାୟ ଅଭିଯାନରେ ମଧ୍ୟ ବିରୋଧୀ ଦଳ ମାନଙ୍କ ଠାରୁ ବିଜେଡି ଓ ୱାଇ. ଏସ. ଆର. କଂଗ୍ରେସ ଦୂରେଇ ରହିବାକୁ ଅନ୍ୟ ସମସ୍ତ ବିରୋଧୀ ଦଳ ଗ୍ରହଣ କରିପାରି ନାହାଁନ୍ତି । ଏପରିକି TMC ଓ AAPର ନେତାମାନେ ମଧ୍ୟ ବିରୋଧୀ ଏକତାରେ ଏହି ଦୁଇ ଦଳକୁ ସାମିଲ ହେବାନେଇ ପୁଣି ଆହ୍ୱାନ ଦେଇଛନ୍ତି ।

ଆସନ୍ତା ଦିନରେ ବିଜେପି ବିରୋଧରେ ମେଳି ବାନ୍ଧିବାକୁ ସମସ୍ତ ବିରୋଧୀ ଏକାଠି ହୋଇପାରିବେ ବୋଲି ଏବେ ସଂକେତ ମିଳିଛି । ମାତ୍ର TMC, BRS, AAP ଭଳି ରାଜନୈତିକ ଦଳ ଗୁଡ଼ିକ ଯଦି କଂଗ୍ରେସ ବିରୋଧରେ ନିଜର ପୂର୍ବ ଆଭିମୁଖ୍ୟକୁ ନବଦଳାନ୍ତି ତେବେ ବିରୋଧୀଙ୍କ ମଧ୍ୟରେ ଏକତା ହେବା ସମ୍ଭବପର ନୁହେଁ । ଏପରିକି ଏହି ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ବିଜେଡି ଓ ୱାଇ. ଏସ. ଆର. କଂଗ୍ରେସ ଭଳି ଦଳକୁ ଯଦି ସାଥିରେ ନେବାକୁ ସମର୍ଥ ନହୁଅନ୍ତି ତେବେ ବିଜେପି ବିରୋଧରେ ଏକ ଶକ୍ତିଶାଳୀ ବିରୋଧୀ ମେଣ୍ଟ ମଧ୍ୟ ସମ୍ଭବ ହୋଇ ନପାରେ ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.