• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଫେରିଲା ରତ୍ନଭଣ୍ଡାର ପ୍ରସଙ୍ଗ…

ଫେରିଲା ରତ୍ନଭଣ୍ଡାର ପ୍ରସଙ୍ଗ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ମଇ ୨୦୨୩

ବେଶ୍ କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି । ବିରୋଧୀ ବିଜେପି ଏବେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରଙ୍କୁ ଟାର୍ଗେଟ୍ କରିଛି । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିଜେପିର ବରିଷ୍ଠ ମୁଖପାତ୍ର ତଥା ରାଜ୍ୟର ଜଣାଶୁଣା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ପଚାରିଛନ୍ତି ଏକାଧିକ ପ୍ରଶ୍ନ । ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି କି ନାହିଁ ପ୍ରଶ୍ନ କରିବା କ’ଣ ଅପରାଧ ? ଅପରାଧ କରିବେ ସରକାର, ପ୍ରଶ୍ନ ପଚାରିବା ଲୋକଙ୍କୁ କାହିଁକି ମହାପ୍ରଭୁ ଜଗନ୍ନାଥ ଅଭିଶାପ ଦେବେ ? ୧୯୭୮ରେ ରତ୍ନଭଣ୍ଡାରରେ ଯାହା ରହିଥିଲା ତାହା ଏବେ ଅଛି ତ ? ଏଭଳି ଅନେକ ପ୍ରଶ୍ନରେ ବିଜେପି ମୁଖପାତ୍ର ଛନ୍ଦିଛନ୍ତି ଶାସକ ଦଳକୁ । ରାଜ୍ୟ ବିଜେପିର ପ୍ରମୁଖ ପ୍ରଶ୍ନ ଗୁଡ଼ିକ ଭିତରେ ରହିଛି ୧୯୭୮ ମସିହାରେ ରତ୍ନଭଣ୍ଡାରରେ ଯାହା ରତ୍ନର ପରିମାଣ ଥିଲା, ତାହା ଏବେ ଅଛି ନା ନାହିଁ ସରକାର ଏ ସମ୍ପର୍କରେ ଜନସାଧାରଣଙ୍କୁ ଜଣାନ୍ତୁ । ବିଜେଡିର ମୁଖପାତ୍ରଙ୍କ କହିବା ଅନୁସାରେ ଯଦି ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିଲା, ତେବେ କିଏ ଚାବି ଖୋଲିଥିଲା ଓ କିଏ ଚାବି ରଖିଥିଲା ତାହା ସରକାର ଜଣାନ୍ତୁ ଏବଂ ଯଦି ଚାବି ହଜିଛି ବୋଲି ସରକାର କହୁଛନ୍ତି ତେବେ ଚାବି ହଜିବା ପାଇଁ କିଏ ଦାୟୀ ତାହା ଓଡ଼ିଶା ବାସୀଙ୍କୁ ଜଣାନ୍ତୁ ବୋଲି ବିଜେପି ପକ୍ଷରୁ ଦାବୀ କରାଯାଇଛି ।

ଗୋଟିଏ ସପ୍ତାହ ଭିତରେ ରାଜ୍ୟ ବିଜେପି ୨ଥର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ସରକାରଙ୍କୁ ଏକାଧିକ ପ୍ରଶ୍ନ ପଚାରିବାର ଅର୍ଥ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପୁନର୍ବାର ଏହି ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ପାଖରେ ପହଞ୍ଚିବାର ଏକ ସଂକେତ ଦେଇଛି । ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ଅନ୍ୟ କୌଣସି ପ୍ରସଙ୍ଗ ସାଧାରଣ ଲୋକଙ୍କୁ ବିଶେଷ ଭାବେ ଧାର୍ମିକ ଦୃଷ୍ଟିକୋଣରୁ ପ୍ରଭାବିତ କରିପାରିବ ନାହିଁ ତାହା ବିଜେପି ଭଲଭାବେ ବୁଝି ସାରିଛି । ଏଣୁ ଏଭଳି ଏକ ପ୍ରସଙ୍ଗକୁ ସହଜରେ ହାତଛଡ଼ା କରିବ ନାହିଁ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି । ବିଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏହି ରତ୍ନଭଣ୍ଡାର ପ୍ରସଙ୍ଗକୁ ବିଜେପି ଏକ ମୁଖ୍ୟ ପ୍ରସଙ୍ଗ କରିବାରେ ସଫଳ ହୋଇଥିଲା । ଏପରିକି ପୁରୀ ସଂସଦୀୟ କ୍ଷେତ୍ରରେ ୨ ଟି ବିଧାନସଭା ଆସନ ମଧ୍ୟ ବିଜେଡି ଠାରୁ ଛଡ଼ାଇ ନେବାରେ ବିଜେପି ସଫଳ ହୋଇଥିଲା । ପୁରୀ ସଂସଦୀୟ ଆସନରେ ମଧ୍ୟ ବିଜେପିର ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଅଳ୍ପ ବ୍ୟବଧାନରେ ହାରିଯାଇଥିଲେ । ମାତ୍ର ଏହି ନେତା ବାରମ୍ବାର ପୁରୀ ଆସିବା ସହ ପୁରୀର ଜନସାଧାରଣ ଓ ପ୍ରସଙ୍ଗ ଗୁଡ଼ିକ ସହ ନିଜକୁ ଯୋଡ଼ି ରଖିବାରେ ବେଶ୍ ସମର୍ଥ ହୋଇଥିବାର ଲକ୍ଷ୍ୟ କରାଯାଉଛି । ସମ୍ବିତ ପାତ୍ର ପୁରୀର ପରମ୍ପରା ସହ ଜଡ଼ିତ ସମସ୍ତ ପର୍ବପର୍ବାଣି ଗୁଡ଼ିକରେ ଯୋଗଦେବା ସହ ଶ୍ରୀମନ୍ଦିର ସମ୍ପର୍କିତ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ରଖି ଆସୁଛନ୍ତି ।

ନିକଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ରାଜ୍ୟସରକାରଙ୍କୁ ବଡ଼ ଝଟକା ଲାଗିଛି । ଏପରିକି ମହାପ୍ରଭୁଙ୍କ ଜମି ହାତେଇବାରେ ବେଦାନ୍ତ କଂପାନୀ ସଫଳ ହୋଇନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା କହିବା ସହ ସାମ୍ବାଦିକ ସମ୍ମିଳନୀ କରି ପୁରୀ ଜିଲ୍ଲା ଓ ବାହାରେ ଏହାକୁ ଏକ ରାଜନୈତିକ ପ୍ରସଙ୍ଗର ରୂପ ଦେଇଛନ୍ତି ।

ଗୋଟିଏ ପଟରେ ଶାସକ ଦଳର ବିଭିନ୍ନ ମନ୍ଦିର ଗୁଡ଼ିକର ରୂପାନ୍ତରୀକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ଅନ୍ୟ ପକ୍ଷରେ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଶ୍ରୀମନ୍ଦିରର ସମସ୍ୟା ଓ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ବିଜେପି ଏବେ ସରକାର ଓ ଶାସକ ଦଳକୁ ଅଡ଼ୁଆରେ ପକାଇବା ପାଇଁ ଅଣ୍ଟା ଭିଡ଼ିଛି । ଏପରିକି ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେଡି ମାଇଲେଜ ନେବାକୁ ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ହଜିବା, ରତ୍ନଭଣ୍ଡାରରେ ରତ୍ନ ଅଛି କି ନାହିଁ ତାହା ସାଧାରଣ ଲୋକ ଜାଣିବା ଦରକାର ବୋଲି ବିଜେପି ବାରମ୍ବାର ଦାବୀ କରିବା ଆଗାମୀ ସମୟରେ ରାଜ୍ୟ ରାଜନୀତିକୁ ପ୍ରଭାବିତ ନକରିବ ତାହା କିଏ କହିବ ?

Nirvik Bureau

Nirvik Bureau

Related Posts

ଘୋଡ଼ା ବେପାରକୁ ସ୍ୱୀକୃତି !
Politics

ଘୋଡ଼ା ବେପାରକୁ ସ୍ୱୀକୃତି !

by Nirvik Bureau
March 14, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ମାର୍ଚ୍ଚ ୨୦୨୬ ନିର୍ବାଚନ ରାଜନୀତିରେ "ଘୋଡ଼ା ବେପାର" ଶବ୍ଦଟି ନୂଆ ନୁହେଁ। ମାତ୍ର ଚଳିତ ଥର ଓଡ଼ିଶାର ୪ଟି ରାଜ୍ୟସଭା ଆସନ...

Read more
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.