• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଗାନ୍ଧୀ ମୁକ୍ତ କଂଗ୍ରେସ..?

ଗାନ୍ଧୀ ମୁକ୍ତ କଂଗ୍ରେସ..?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୯ ଅକ୍ଟୋବର ୨୦୨୨

ଭାରତୀୟ ଜାତୀୟ କଂଗ୍ରେସ ର ନୂଆ ସଭାପତି ଭାବେ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚିତ ହୋଇଛନ୍ତି । ସମୁଦାୟ ୯,୩୮୫ ଭୋଟ ମଧ୍ୟରୁ ଖଡଗେଙ୍କୁ ମିଳିଛି ୭,୮୯୩ ଖଣ୍ଡ ଭୋଟ । ମଲ୍ଲିକାର୍ଜୁନ ଖଡଗେଙ୍କ ସହ ପ୍ରତିଦ୍ୱନ୍ଦିତା କରୁଥିବା ଶଶି ଥରୁର୍ ଙ୍କୁ ମିଳିଛି ୧,୦୭୨ ଖଣ୍ଡ ଭୋଟ । ୪୧୬ ଖଣ୍ଡ ଭୋଟ ନାକଚ ହୋଇଯାଇଛି । ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିବା ମଧୁସୂଦନ ମିସ୍ତ୍ରୀ ବିଧିବଦ୍ଧ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିଜୟୀ ଘୋଷିତ କରିଛନ୍ତି । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ନେହେରୁ-ଗାନ୍ଧୀ ପରିବାରର ବାହାର ନେତା ହିସାବରେ ଖଡଗେ ସଭାପତି ଦାୟିତ୍ୱ ସମ୍ଭାଳିବେ । ଏହି ନିର୍ବାଚନ କଂଗ୍ରେସ ପାଇଁ କ’ଣ ସନ୍ଦେଶ ଦେଇଛି ? ଅଣ ଗାନ୍ଧୀ ନେତୃତ୍ୱ କଂଗ୍ରେସକୁ ଆଗକୁ ନେଇ ପାରିବ କି ? ଏହି ନିର୍ବାଚନ ପରେ ଶଶି ଥରୁର୍ ଙ୍କ ସମେତ ଜି-୨୩ ଗୋଷ୍ଠୀର ସମର୍ଥନ ଖଡଗେଙ୍କୁ ମିଳିବ ତ ?

ଯଦି ଏହି ନିର୍ବାଚନ ପ୍ରକ୍ରିୟାକୁ ଅନୁଶୀଳନ କରାଯାଏ, ତେବେ ଏ କଥା କୁହାଯାଇ ପାରେ ଯେ କଂଗ୍ରେସର ନେତୃତ୍ୱ ନେଇ ଥିବା ଦ୍ୱନ୍ଦ ର ଅବସାନ ଘଟିଲା । ନେହେରୁ-ଗାନ୍ଧୀ ପରିବାରର ସଦସ୍ୟ ନ ହୋଇ ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ନେତୃତ୍ୱ ନେବାକୁ ଯାଉଛନ୍ତି । ୨୦୨୪ ସାଧାରଣ ନିର୍ବାଚନ କୁ ଖଡଗେଙ୍କ ନେତୃତ୍ୱରେ କଂଗ୍ରେସ ନିର୍ବାଚନ ଲଢ଼ିବ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମଲ୍ଲିକାର୍ଜୁନ ଖଡଗେ ନିଜେ କଂଗ୍ରେସ ସମ୍ପର୍କରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ କି ? ଗାନ୍ଧୀ ପରିବାରର ବିନା ଅନୁମତିରେ ସେ ଦଳୀୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରିବେ ତ ?କଂଗ୍ରେସର ବରିଷ୍ଠ ଓ ଯୁବ ନେତୃତ୍ୱ ଭିତରେ ସମନ୍ୱୟ ରଖିବା କଷ୍ଟକର ହେବନି ତ ?

ଅନ୍ୟପକ୍ଷରେ ଯଦି ନିର୍ବାଚନ ଫଳାଫଳକୁ ତର୍ଜମା କରାଯିବ ତେବେ ଏହା ପୁଣି ଥରେ ପ୍ରମାଣିତ ହେଲା ଯେ, ଗାନ୍ଧୀ ପରିବାରର ଆଶୀର୍ବାଦ ବିନା କେହି କଂଗ୍ରେସର ନେତୃତ୍ୱ ନେଇ ପାରିବେ ନାହିଁ । ଶଶି ଥରୁର୍ ଏହି ନିର୍ବାଚନରେ ହାରିଲେ ମଧ୍ୟ, ସେ ସାହସ କରି ଗାନ୍ଧୀ ପରିବାର ବିରୋଧରେ ନିର୍ବାଚନ ଲଢ଼ି ପାରିଲେ ଓ ୧୦୭୨ ଭୋଟ ପାଇବାରେ ସକ୍ଷମ ହେଲେ ଏହା କିଛି କମ୍ କଥା ନୁହେଁ । ଏପରିକି ଥରୁର୍ ପାଇଥିବା ଭୋଟ ଖଡଗେଙ୍କ ତୁଳନାରେ କମ୍ ହେଲେ ମଧ୍ୟ ଏହି ସଂଖ୍ୟା ପ୍ରମାଣିତ କରିଛି କଂଗ୍ରେସରେ ଭିନ୍ନ ନେତୃତ୍ୱ ଓ ଭିନ୍ନ ସ୍ୱର ରହିପାରିବ । ଯାହାକି ବିଜେପି ଭଳି ଜାତୀୟ ରାଜନୈତିକ ଦଳ ଅବା ଅନ୍ୟ ଆଞ୍ଚଳିକ ରାଜନୈତିକ ଦଳରେ ସମ୍ଭବ ନୁହେଁ । ବିଜେପି ଓ କଂଗ୍ରେସ ର ନିର୍ବାଚନ ପ୍ରକ୍ରିୟାକୁ ଯଦି ତୁଳନା କରିବେ, ତାହେଲେ ଏହା ଅତ୍ୟନ୍ତ ସ୍ପଷ୍ଟ ଯେ କଂଗ୍ରେସର ନେତା ମାନେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ସହ ଭିନ୍ନ ମତ ପୋଷଣ କରିପାରନ୍ତି, ମାତ୍ର ବିଜେପିରେ ନିର୍ବାଚନ ଲଢ଼ିବା ତ ଦୂରର କଥା ମୁଁହ ଖୋଲିବା ଅସମ୍ଭବ । ଖଡଗେ ସଭାପତି ହେବା ପରେ ନେତୃତ୍ୱ ନେଇ ବିଜେପି ର ଯେଉଁ ସମାଲୋଚନା ଗାନ୍ଧୀ ପରିବାରକୁ ଅସ୍ତବ୍ୟସ୍ତ କରୁଥିଲା ସେଥିରୁ ବିଜେପି ଦୂରେଇ ରହିବାକୁ ବାଧ୍ୟ ହୋଇପାରେ ।

ରାଜନୈତିକ ଦୃଷ୍ଟି କୋଣରୁ ଖଡଗେଙ୍କ ଆଗରେ ଅନେକ ଚାଲେଞ୍ଜ ରହିବ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧୧ ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ କଂଗ୍ରେସର ସ୍ଥିତି ମଜବୁତ କରିବେ କିପରି ? ଅଳ୍ପ ସମୟ ଭିତରେ ତାଙ୍କ ନେତୃତ୍ୱ ଗୁଜୁରାଟ ଓ ହିମାଚଳ ପ୍ରଦେଶ ର ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପକାଇ ପାରିବ କି ? ନିଜ ରାଜ୍ୟ କର୍ଣ୍ଣାଟକରେ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବାରେ ଖଡଗେ ସଫଳ ହେବେକି ? ନିର୍ବାଚନ ରଣନୀତି ବାବଦରେ ସ୍ୱାଧୀନ ଭାବେ ସେ ସମସ୍ତ ନିଷ୍ପତ୍ତି ନେଇ ପାରିବେ ନା ଗାନ୍ଧୀ ପରିବାରର ରିମୋଟ ରେ ଚାଲିବେ ? ଯଦିଓ ରାହୁଲ ଗାନ୍ଧୀ କହୁଛନ୍ତି କଂଗ୍ରେସର ସଭାପତି ଦଳର ସୁପ୍ରିମୋ ଭାବେ ସବୁ ନିଷ୍ପତ୍ତି ନେବେ ବୋଲି, ମାତ୍ର ସ୍ୱାଧୀନ ଭାବେ ଖଡଗେଙ୍କୁ ନିଷ୍ପତ୍ତି ନେବାକୁ ସେ ଛାଡ଼ିବେ ତ ? ନିଷ୍କ୍ରିୟ ହୋଇପଡିଥିବା ୟୁ.ପି.ଏ. କୁ ଖଡଗେ ସକ୍ରିୟ କରାଇ ପାରିବେ ତ ? ମମତା ବାନାର୍ଜୀ, ନୀତିଶ୍ କୁମାର, ଉଦ୍ଧବ ଠାକରେ ଆଦିଙ୍କୁ ସାଙ୍ଗରେ ନେଇ ବିରୋଧୀ ଏକତାକୁ ଦୃଢ କରିପାରିବେ ତ ? ବିରୋଧୀ ଦଳରୁ ଅନ୍ୟ ନେତାଙ୍କୁ ୟୁ.ପି.ଏ. ର ଅଧ୍ୟକ୍ଷ ହେବାକୁ ନୂଆ କଂଗ୍ରେସ ସଭାପତି ରାସ୍ତା ଛାଡ଼ିବେ କି ? ପ୍ରଭାବଶାଳୀ ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକୁ ଖଡଗେ ନିଜ ସହ ରଖିବାରେ ସମର୍ଥ ହେବେ ତ ? ବିରୋଧୀ ଦଳ ମାନଙ୍କର ନେତୃତ୍ୱ କଂଗ୍ରେସ ନେବ ନା କଂଗ୍ରେସକୁ ପଛରେ ରଖି ବିରୋଧୀ ଦଳ ମାନେ ବିଜେପି ସହ ଲଢ଼ିବେ, ଏହି ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟ କ’ଣ ହେବ ? ସାଙ୍ଗଠନିକ ସଂସ୍କାରକୁ ଖଡଗେ ଆଗକୁ ନେଇ ପାରିବେ ତ ? ଜି-୨୩ ନେତା ମାନଙ୍କୁ ଏକାଠି କରିବା ଖଡଗେଙ୍କ ପାଇଁ ସହଜ ହେବ କି ? ରାଜସ୍ଥାନରେ ଚାଲିଥିବା ଗେହେଲଟ୍ ଓ ପାଇଲଟ ବିବାଦ ଭଳି ବୟସ୍କ ଓ ଯୁବ ନେତୃତ୍ୱ ଲଢ଼େଇକୁ କିପରି ସମାଧାନ କରିବେ ଖଡଗେ ? ଶେଷରେ ହିନ୍ଦୀ ଭାଷାଭାଷୀ ରାଜ୍ୟରେ କଂଗ୍ରେସକୁ ସଶକ୍ତ କରିବା ଖଡଗେଙ୍କ ନେତୃତ୍ୱ ପ୍ରତି ବଡ଼ ଆହ୍ୱାନ ହେବନି ତ ?

ତେବେ ବହୁ ବର୍ଷର ବ୍ୟବଧାନ ପରେ ଅଣ ନେହେରୁ-ଗାନ୍ଧୀ ପରିବାର ର ନେତା ଭାବରେ ଖଡଗେ କଂଗ୍ରେସର ନେତୃତ୍ୱ ନେବାକୁ ଯାଉଛନ୍ତି । ଏଣୁ ବିଜେପି କୁ ମୁକାବିଲା କରିବା ସହ ଦଳର ପୁନର୍ଗଠନ କରିବା ମଲ୍ଲିକାର୍ଜୁନ ଖଡଗେଙ୍କ ପାଇଁ ବେଶ୍ ଗୁରୁତ୍ୱ ରଖିବ।”କଂଗ୍ରେସ ମୁକ୍ତ ଭାରତ” ସ୍ଲୋଗାନ ଦେଇ ଆଗକୁ ବଢ଼ୁଥିବା ବିଜେପିକୁ “ଗାନ୍ଧୀ ମୁକ୍ତ କଂଗ୍ରେସ” କିଭଳି ମୁକାବିଲା କରିବ ତାହା ଉପରେ ରହିବ ସମସ୍ତଙ୍କ ନଜର ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.