• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ହାଇକୋର୍ଟ ବେଞ୍ଚ ଅଡ଼ୁଆ …

ହାଇକୋର୍ଟ ବେଞ୍ଚ ଅଡ଼ୁଆ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଡିସେମ୍ବର ୨୦୨୨

ପଶ୍ଚିମ ଓଡ଼ିଶାର ଓକିଲ ଆନ୍ଦୋଳନ ଓ ଦେଶର ସର୍ବୋଚ୍ଚ ଅଦାଲତଙ୍କ କଡ଼ା ଆଭିମୁଖ୍ୟ ଏବେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଯେଉଁଭଳି ଭାବେ ସମ୍ବଲପୁରରେ ଆଇନଜୀବୀ ମାନେ ବିକ୍ଷୋଭ କଲେ ସେଥିରେ କ୍ଷୁବଧ ହୋଇଛନ୍ତି ସୁପ୍ରିମ କୋର୍ଟ । ଏନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ କହିଛନ୍ତି ଯେ, “ଓଡ଼ିଶାର ଓକିଲ ମାନଙ୍କ ଆନ୍ଦୋଳନ ପ୍ରତିହିତ ଦିଗରେ ଯଦି ଓଡ଼ିଶା ପୋଲିସ ବିଫଳ ତେବେ ଆମକୁ ଜଣାଅ, ଆମେ କେନ୍ଦ୍ରୀୟ ଫୋର୍ସର ବ୍ୟବସ୍ଥା କରିବୁ” । ଏହା ଛଡ଼ା ପୋଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡ଼ିଓ କନଫରେନସିଂରେ ହାଜର ହେବାପାଇଁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ କ’ଣ ସୂଚାଉଛି ? ଆଇନଜୀବୀଙ୍କ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା କ’ଣ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନର ଦାୟିତ୍ୱ ନୁହେଁ କି ? ଲମ୍ବା ସମୟ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ବାବଦରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ କାହିଁକି ? ଏବେର ଆନ୍ଦୋଳନରତ ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ମଧ୍ୟ ରାଜ୍ୟ ସରକାରଙ୍କ ସହ ଏକାଧିକବାର ଆଲୋଚନା କରି ବିଫଳ ହୋଇଛନ୍ତି। ଏଯାଏଁ କେଉଁଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ ତାହା ସ୍ଥିର ହୋଇପାରୁନାହିଁ । ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆଇନଜୀବୀ ମାନେ ଦୀର୍ଘ ସମୟ ଧରି ଆନ୍ଦୋଳନ କରୁଛନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଯଦି ହାଇକୋର୍ଟ ବେଞ୍ଚ ସ୍ଥାପନ ହେବ, ତେବେ ଏହା କେଉଁଠି ହେବ ? ସମ୍ବଲପୁର, ବଲାଙ୍ଗୀର ଅବା ଭବାନୀପାଟଣା କେଉଁ ସହରରେ ଏହି ବେଞ୍ଚ କାର୍ଯ୍ୟ କଲେ ସମସ୍ତ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏହା ସୁବିଧାଜନକ ସ୍ଥାନ ହୋଇପାରିବ ? ଏହି ସ୍ଥାନ ବାବଦରେ କିଏ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିବ ? ଗୋଟିଏ ସ୍ଥାନ ଘୋଷଣା କଲେ ଅନ୍ୟ ମାନେ ଯେ ଆନ୍ଦୋଳନ ନକରିବେ ତାହା ସ୍ଥିର ନିଶ୍ଚିତ କରି କୁହାଯାଇ ପାରିବ କି ?

ସେହିପରି ପଶ୍ଚିମ ଓଡ଼ିଶାରେ ଯଦି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତି ତେବେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଚାଲିଥିବା ଆନ୍ଦୋଳନ ଆହୁରି ବଢ଼ିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦେଇ ହେବନାହିଁ ।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ନେଇ ଥିବା ବିବାଦ ଆହୁରି ଜୋର ହେବାର ସମ୍ଭାବନା ମଧ୍ୟ ବଢ଼ିଯାଇଛି। ଯଦି ଆଇନଜୀବୀ ମାନଙ୍କ ଆନ୍ଦୋଳନକୁ ଜୋରଜବରଦସ୍ତ ବନ୍ଦକରିବାର ବ୍ୟବସ୍ତା ରାଜ୍ୟ ସରକାରଙ୍କ ପୋଲିସ ପ୍ରଶାସନ କରେ, ତେବେ ଆଇନଜୀବୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ଏହି ଦାଵୀନେଇ ରାସ୍ତାକୁ ଓହ୍ଲାଇବାରେ ହେଳା କରିବେ ନାହିଁ ।

ଯେତେ ସହଜରେ ପଦ୍ମପୁର ଜିଲ୍ଲା ଗଠନ ନିଷ୍ପତ୍ତି ହୋଇଗଲା, ସେହିପରିଭାବେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତି ହେବା କଷ୍ଟକର। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ। ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟାଳୟ ନେଇ ଆଜିପର୍ଯ୍ୟନ୍ତ ସ୍ଥାନ ନିରୁପଣ କରିବାରେ ରାଜ୍ୟ ସରକାର ସମର୍ଥ ହୋଇନଥିବା ବେଳେ, ହାଇକୋର୍ଟ ସ୍ଥାୟୀ ବେଞ୍ଚର ସ୍ଥାନ ନିର୍ଣ୍ଣୟ କରିବେ କିପରି ? ଯଦି ନିର୍ବାଚନ ପୂର୍ବରୁ କୌଣସି ସ୍ଥାନରେ ରାଜ୍ୟ ସରକାର ଏହି ବେଞ୍ଚ ପ୍ରତିଷ୍ଠାର ପ୍ରସ୍ତାବ ଦିଅନ୍ତି ତେବେ ଅନ୍ୟ ସ୍ଥାନର ଆନ୍ଦୋଳନକୁ ବନ୍ଦ କରିପାରିବେ କି ? ଏପରିକି ଆଗକୁ ଏକାଧିକ ଜିଲ୍ଲା ଗଠନ ଦାବୀ ସହ ହାଇକୋର୍ଟ ସ୍ଥାୟୀ ବେଞ୍ଚର ଦାବୀ ଓଡ଼ିଶା ସରକାର ଓ ଶାସକ ବିଜେଡି ପାଇଁ ବେଶ୍ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହେଲାଣି ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.