• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଖସିଗଲେ ନା ଖସାଇ ଦେଲେ ?

ଖସିଗଲେ ନା ଖସାଇ ଦେଲେ ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୧ ଜାନୁଆରୀ ୨୦୨୩

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ୨୨୪୧ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡ଼ି ଦାଖଲ କରିଛି ଏହି ଚାର୍ଜସିଟ । ଏଥିରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗଙ୍କୁ ଦର୍ଶାଯାଇଥିବା ବେଳେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ଶୁଣିବାକୁ ମିଳୁଛି । ତେବେ ଏହି ମାମଲାରେ ସଂପୃକ୍ତ ବ୍ୟବସାୟୀ, ଅଫିସର ଓ ରାଜନେତାଙ୍କ ବାବଦରେ କ’ଣ ଦର୍ଶାଯାଇଛି ତାହା କାହାକୁ ଜଣାନାହିଁ । ୧୫ରୁ ଅଧିକ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଗଲେ କୁଆଡେ଼ ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ଏପରିକି ଏହି ଘଟଣାରେ ଇଡ଼ି ତଦନ୍ତ ଦାୟିତ୍ୱ ନେବାପରେ ଯେଉଁ ତମ୍ବିତୋଫାନ ହୋଇଥିଲା ଓ ବିରୋଧୀ ବିଜେପିର ନେତାଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତାଙ୍କ ପର୍ଯ୍ୟନ୍ତ ଯେଉଁମାନେ ବଡ଼ ବଡ଼ିଆ ଓ ପ୍ରଭାବଶାଳୀ ମାନଙ୍କୁ ଇଡ଼ି ଛାଡ଼ିବ ନାହିଁ ବୋଲି କହୁଥିଲେ, ସେମାନେ ଏବେ ନିରବ । ଇଡ଼ିର ଚାର୍ଜସିଟ୍ ବହୁତ ଲମ୍ବା ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଏଥିରୁ ଖସିଗଲେ କିପରି? ଯଦି ସମସ୍ତ ପ୍ରଭାବଶାଳୀ ମାନେ ଖସିଗଲେ ତେବେ ଇଡ଼ିର ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ କରାଯିବନି ତ?

ଅନ୍ୟ ପକ୍ଷରେ ଇଡ଼ି ଅର୍ଚ୍ଚନାଙ୍କର ସତ୍ୟବିହାର ସ୍ଥିତ କୋଠାକୁ ଜବତ କରିବ । ଯେଉଁ କୋଠାର ମୂଲ୍ୟ ୩କୋଟି ୪୦ଲକ୍ଷ ବୋଲି ଆକଲନ କରାଯାଇଛି । ପୂର୍ବରୁ ଅର୍ଚ୍ଚନାଙ୍କର ଏକ ଦାମୀ କାରକୁ ମଧ୍ୟ ଇଡ଼ି ଜବତ କରିସାରିଛି । ସେହିପରି ଆହୁରି ଏକାଧିକ ଦାମୀ ଗାଡ଼ି ଓ ଅର୍ଚ୍ଚନାଙ୍କ ଫାର୍ମ ହାଉସ ସମେତ ଅନେକ ସଂପତ୍ତି ନେଇ ଇଡ଼ିର ଖୋଳତାଡ଼ ଶେଷ ହୋଇ ନାହିଁ ବୋଲି କୁହାଯାଉଛି । ତେବେ ଯାହା ପୂର୍ବରୁ ଆକଲନ କରାଯାଇଥିଲା ଇଡ଼ି କେବଳ ଅର୍ଥନୈତିକ ଦିଗ ବ୍ୟତୀତ ଅନ୍ୟ ସବୁ ଦିଗକୁ ତଦନ୍ତ ପରିସର ଭୁକ୍ତ କରିନପାରେ ତାହା ବୋଧ ହୁଏ ଏହି ଚାର୍ଜସିଟରୁ ସ୍ପଷ୍ଟ ହୋଇଛି ।

ତଥାପି ଅର୍ଚ୍ଚନା, ତାଙ୍କ ସ୍ୱାମୀ ଓ ସହଯୋଗୀ ଯେ କେବଳ ଏହି ଭଳି ସାମ୍ରାଜ୍ୟ ତିଆରି କରିଥିଲେ ତାହା ନୁହେଁ ବରଂ ଏକାଧିକ ଶାସକ ଦଳ ନେତା ଓ ବ୍ୟବସାୟୀଙ୍କର ଏଥିରେ ପ୍ରମୁଖ ଭୂମିକା ଥିବା କଥା ପ୍ରଥମରୁ ବେଶ୍ ଆଲୋଚନା ହୋଇଥିଲା । ଏପରିକି ଅନେକ ରାଜନେତା ଓ ଅଫିସରଙ୍କ କଚ୍ଚାଚିଠା ଅର୍ଚ୍ଚନା ପାଖରେ ଅଛି ବୋଲି ମଧ୍ୟ ନିଜେ ଅର୍ଚ୍ଚନା ଗଣମାଧ୍ୟମ ଆଗରେ ସୂଚନା ଦେଇଥିଳେ । ଯଦି ଅର୍ଚ୍ଚନାର କଥା ସତ ହୋଇଥାଏ, ତେବେ ଏହି ପ୍ରଭାବଶାଳୀ ରାଜନେତା, ଅଫିସରଙ୍କୁ ଖସାଇଲା କିଏ? ୨୨୪୧ ପୃଷ୍ଠାର ଚାର୍ଜସିଟ୍‌ରେ କଣ ଏମାନଙ୍କର ନାଁ ନାହିଁ? କୌଣସି ନେତା ବା ଅଫିସରମାନଙ୍କ ବିନା ସହଯୋଗରେ ଅର୍ଚ୍ଚନାର ସାମ୍ରାଜ୍ୟ କ’ଣ ସମ୍ଭବ ହୋଇପାରିଥିବ? ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏବେ ସାଧାରଣ ଲୋକ । ଏପରିକି ଚିଟ୍‌ଫଣ୍ଡର ସିବିଆଇ ତଦନ୍ତ ଭଳି ଇଡ଼ିର ତଦନ୍ତ ଏକ ଭେଳିକି ନୁହେଁ ତ? ହାତ ଗଣତି କିଛି ଶାସକ ଦଳ ନେତାଙ୍କୁ ଧରିବା ପରେ ସିବିଆଇ ଶୋଇପଡ଼ିଥିଲା । ଠିକ୍ ସେହିପରି ଏହି ଘଟଣାକୁ ନେଇ ପାଟି କରୁଥିବା ବିରୋଧୀ ବିଜେପିର ନେତାମାନଙ୍କ ନୀରବତା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶାସକ ଦଳ ନେତାଙ୍କ ସଂପୃକ୍ତି ଯୋଗୁଁ ଏହି ଘଟଣାକୁ ଆଉ ଚପାଇ ଦିଆଯାଇନି ତ? ନା ମିଳିତ ଭାବେ ଏହି ଘଟଣାରେ ଶାସକ ଓ ବିରୋଧୀ ଦଳର ନେତା ମାନେ ସଂପୃକ୍ତି ଥିବାରୁ ଏହାକୁ ମିଳିମିଶି ଚାପି ଦିଆଯାଇନି ତ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.