• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

କୋଟିପତି ମୁଖ୍ୟମନ୍ତ୍ରୀ ମାନେ …

କୋଟିପତି ମୁଖ୍ୟମନ୍ତ୍ରୀ ମାନେ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଅପ୍ରେଲ ୨୦୨୩

ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସମ୍ପତ୍ତିର ପରିମାଣକୁ ନେଇ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ଏକ ରିପୋର୍ଟ ପ୍ରସ୍ତୁତ କରିଛି । ୩୦ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ଅର୍ଥାତ୍ ୯୭ ପ୍ରତିଶତ ହେଉଛନ୍ତି କୋଟିପତି । ସମସ୍ତଙ୍କର ସମ୍ପତ୍ତିର ପରିମାଣ ହାରାହାରି ୩୩.୯୬ କୋଟି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

ସମ୍ପତ୍ତି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଯାହାଙ୍କର ସମ୍ପତ୍ତିର ପରିମାଣ ହେଉଛି ୫୧୦ କୋଟିରୁ ଅଧିକ । ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହି ତାଲିକାର ୨ୟ ସ୍ଥାନରେ ଥିବା ବେଳେ ତାଙ୍କର ସମ୍ପତ୍ତିର ପରିମାଣ ୧୬୩ କୋଟିରୁ ଅଧିକ ବୋଲି ଦର୍ଶାଯାଇଛି । ସେହିପରି ଏହି ତାଲିକାରେ ୩ୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାଙ୍କର ସମ୍ପତ୍ତିର ପରିମାଣ ୬୩ କୋଟିରୁ ଅଧିକ ରହିଛି । ସେହିପରି କମ୍ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀଙ୍କ ଭିତରେ ରହିଛନ୍ତି ୧ମ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଯାହାଙ୍କର ସମ୍ପତ୍ତିର ପରିମାଣ ଦର୍ଶାଯାଇଛି ମାତ୍ର ୧୫ ଲକ୍ଷରୁ ଅଧିକ । କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ଓ ହରିୟାନାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମ୍ପତ୍ତିର ପରିମାଣ ହେଉଛି ୧ କୋଟିରୁ ଅଧିକ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପତ୍ତି ପରିମାଣ ୩ କୋଟିରୁ ଅଧିକ ।

ଏଡିଆର୍ ର ଏହି ତାଲିକାରେ ସବୁଠାରୁ ଧନୀ ଭାବେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରହିଥିବା ବେଳେ ଗରିବ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ୟ ସ୍ଥାନରେ ରହିଥିବା ବେଳେ ପ୍ରାୟତଃ ବହୁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୧ କୋଟିରୁ ଅଧିକ ରହିଛି । ଏହି ରିପୋର୍ଟ ଦର୍ଶାଇଛି ଯେ, ଭାରତ ବର୍ଷରେ ଶାସନ କ୍ଷମତାରେ ଥିବା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କୋଟିପତି । ଏଡିଆରର ଏହି ରିପୋର୍ଟ ନିର୍ବାଚନ ସମୟରେ ନିଜ ସତ୍ୟପାଠରେ ଦର୍ଶାଇଥିବା ସମ୍ପତ୍ତିର ପରିମାଣକୁ ଆଧାର କରି ପ୍ରସ୍ତୁତ ହୋଇଛି ।

ବହୁସମୟରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦାଖଲ କରିଥିବା ସତ୍ୟପାଠ ମଧ୍ୟ ମିଥ୍ୟାପାଠ ଭାବେ ପ୍ରମାଣିତ ହୁଏ ଓ ସମ୍ପୃକ୍ତ ନେତାମାନେ ବିଚାର ବ୍ୟବସ୍ଥାର ସମ୍ମୁଖୀନ ହୁଅନ୍ତି । ଏଡିଆର ରିପୋର୍ଟ ଅନୁସାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବାବଦରେ ଯଦିଓ ସାଧାରଣ ଲୋକଟିଏ ଜାଣିବା ସୁବିଧା ହେଲା ମାତ୍ର ଦର୍ଶାଯାଇଥିବା ସମ୍ପତ୍ତିର ପରିମାଣ ଠିକ୍ ବୋଲି କୁହାଯାଇ ପାରିବ କି ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.