• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ

ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ନଭେମ୍ବର ୨୦୨୨

ଶେଷରେ ଧାମନଗର ମଇଦାନକୁ ଭର୍ଚୁଆଲ ପ୍ଲାଟଫର୍ମରେ ଓହ୍ଲାଇଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ଓ ଧାମନଗର ବିକାଶ ପାଇଁ ନିଜ କାନ୍ଧକୁ ଦାୟିତ୍ୱ ବି ନେଲେ । ଦଳ ତରଫରୁ ଚାଲିଥିବା କ୍ୟାମ୍ପେନରେ ପୂର୍ଣ୍ଣଛେଦ ଟାଣିଲେ ନିଜେ ମୁଖ୍ୟମନ୍ତ୍ରୀ । ୨୦୧୯ ପରର ସମସ୍ତ ଉପ ନିର୍ବାଚନ ଜିତି ଆସୁଥିବା ବିଜେଡି ନିଜର ସମସ୍ତ ସାମର୍ଥ୍ୟ ଓ ଶକ୍ତିକୁ ବିନିଯୋଗ କରିଛି ଏଥର ଧାମନଗର ଉପନିର୍ବାଚନରେ । ବିଜେପିର ରଣକୌଶଳ ଓ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ଗୋଟି ଚାଳନାକୁ ପ୍ରତିହତ କରିବା ପାଇଁ ବିଜେଡି ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଏକ ରକମ ବାଧ୍ୟ ହୋଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ଅଭିଭାଷଣରେ ଦଳୀୟ କର୍ମୀଙ୍କ ଅପେକ୍ଷା ସ୍ୱୟଂସହାୟିକା ଗୋଷ୍ଠୀର ସହଯୋଗ ଓ ନିଜେ ଏହି ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଓହ୍ଲାଇବାକୁ ପଡିଲା ପ୍ରଚାର ମଇଦାନକୁ ? ଦଳୀୟ ପ୍ରଚାର ଓ ଷ୍ଟ୍ରାଟେଜି ବିଜେଡି ପାଇଁ ଯଥେଷ୍ଟ ହେଲା ନାହିଁ କି ? ବିଜେପିର ଟଙ୍କା ବଣ୍ଟା ଅଭିଯୋଗ ଓ ସ୍ୱାଧୀନପ୍ରାର୍ଥୀଙ୍କ ସାଂଗଠନିକ ଶକ୍ତି ଆଗରେ ଫିକା ପଡିଗଲେ କି ବିଜେଡିର ଷ୍ଟାର କ୍ୟାମ୍ପେନର ମାନେ ? ଟିକେଟ ବଣ୍ଟନ ପରଠାରୁ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷକୁ ଚାପି ପାରିବ କି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ? ଏଭଳି ଅନେକ ପ୍ରଶ୍ନ ଏବେ ଶୁଣିବାକୁ ମିଳୁଛି ଧାମନଗରରେ । ବିଗତ ୬ଟି ଉପନିର୍ବାଚନକୁ ଏଥରର ଉପନିର୍ବାଚନ ସହ ଯଦି ତୁଳନା କରାଯାଏ, ତେବେ ଏକଥା ନିଶ୍ଚିତ ଭାବେ କୁହାଯାଇ ପାରେ ଯେ, ଶାସକ ଦଳ ପାଇଁ ଧାମନଗର ଜିତିବାର ଆବଶ୍ୟକତା ଏବେ ବଢ଼ି ଯାଇଛି । ଏଠାରେ ବିଜେପି ଓ ସ୍ୱାଧୀନ ପ୍ରାର୍ଥୀ ଶାସକ ଦଳକୁ କଡ଼ା ଟକ୍କର ଦେଉଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀ ସବୁ ନିର୍ବାଚନ ଓ ଉପ ନିର୍ବାଚନରେ ବିଜେଡିର ବଡ଼ ଶକ୍ତି ହୋଇଥିବା ବେଳେ ଏଠାରେ ଏମାନଙ୍କୁ ନେଇ ହୋଇଥିବା ବିବାଦରେ ବିଜେଡି ଛନ୍ଦି ହୋଇ ଯାଇଛି । ଟଙ୍କା ବଣ୍ଟା ଅଭିଯୋଗ ମଧ୍ୟ ଶାସକ ଦଳ ଓ ଏହାର ନେତା ମାନଙ୍କୁ ବେଶ୍ ଅଡୁଆରେ ପକାଇ ଦେଇଛି । ପରିସ୍ଥିତି ଏପରି ହୋଇଛି ଯେ, ଶାସକ ଦଳ ରାଜ୍ୟ ନିର୍ବାଚନ ଅଧିକାରୀ ପାଖରେ ସୀମିତ ନରହି କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଛି । ଧାମନଗର ଠାରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଜେପିର ନେତା ଓ କର୍ମୀମାନେ ଶାସନ କଳକୁ ଘେରିବା ପାଇଁ ଚେଷ୍ଟା କରିଛନ୍ତି । ନିମାପଡ଼ାର ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା, ଅର୍ଚ୍ଚନା ନାଗ ସହ ସଂପୃକ୍ତ ଶାସକ ଦଳର ନେତାଙ୍କ ତାଲିକା ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଆଦି ପ୍ରସଙ୍ଗ ଧରି ବିଜେଡି ଓ ଏହାର ନେତାମାନଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି ।

ଜିଲ୍ଲା ସ୍ତରରୁ ଆରମ୍ଭ କରି ଭୁବନେଶ୍ୱର ଓ ଦିଲ୍ଲୀରେ ମଧ୍ୟ ପହଞ୍ଚି ଯାଇଛନ୍ତି ବିଜେପିର ନେତା ଓ କର୍ମୀମାନେ । ପୂର୍ବ ଉପନିର୍ବାଚନ ଅପେକ୍ଷା ବିରୋଧୀ ବିଜେପି ଏଥର ନିଜର ଆକ୍ରମଣକୁ ଅଧିକ ଶାଣିତ କରିଛି । ଅନ୍ୟ ପକ୍ଷରେ ଦଳ ଭିତରେ ସବୁବେଳେ ଅସନ୍ତୋଷକୁ ଚାପିବାରେ ସମର୍ଥ ହୋଇଥିବା ଶାସକ ବିଜେଡି ଓ ଏହାର ମାନେଜମେଣ୍ଟ ଟିମ୍ ଧାମନଗର କ୍ଷେତ୍ରରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମନେଇବାର ବିଫଳ ହୋଇଛନ୍ତି, ଯାହା ବିଜେଡିର ରଣନୀତି ପାଇଁ ଏକ ଶକ୍ତ ଚାପୁଡ଼ା ଭଳି ହୋଇଛି ।

ଫଳାଫଳ ଯାହା ହେଉନା କାହିଁକି କ୍ରମାଗତ ନିର୍ବାଚନ ଜିତି ଅପରାଜେୟ ହୋଇଥିବା ବିଜେଡି ପାଇଁ ଏବେ ଏକାଧିକ ପ୍ରଶ୍ନ ଠିଆ କରିଛି ଧାମନଗର ଉପନିର୍ବାଚନ । ଟିକେଟ ବଣ୍ଟନରେ ଭଦ୍ରକ ଜିଲ୍ଲା ପ୍ରଭାରୀ ଓ ଚାନ୍ଦବାଲି ବିଧାୟକଙ୍କ ମନମାନି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିଜେ ପ୍ରଚାର ମଇଦାନକୁ ଶେଷ ମୁହୁର୍ତ୍ତରେ ଓହ୍ଲାଇବାକୁ ପଡ଼ିଲାନି ତ ? ବ୍ରଜରାଜନଗର ଉପନିର୍ବାଚନକୁ ମ୍ୟାନେଜ୍ କରିଥିବା ନବ କିଶୋର ଦାସଙ୍କ ଭଳି ନେତା ଉପକୂଳ ଓଡ଼ିଶାରେ ବିଜେଡିକୁ ମିଳିଲେ ନାହିଁ କି ? କିଛି ନେତାଙ୍କ ପାଇଁ ବିଜେଡିର ଶକ୍ତି କୁହାଯାଉଥିବା ମିଶନ ଶକ୍ତିର ମହିଳା ମାନଙ୍କ ମର୍ଯ୍ୟାଦା ହାନୀ ହୋଇନି ତ ? ଯଦି ବିଜେଡି ପାଇଁ ବିଜୟ ବ୍ୟବଧାନ ଓ ଫଳାଫଳରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳେ ତେବେ ସୁପ୍ରିମୋ ନିର୍ବାଚନ ପରିଚାଳନା କରୁଥିବା ଟିମ୍‌କୁ କ୍ଷମା କରି ଦେବେ ତ ? ଶେଷରେ ଯଦି ବିଜେଡିର ଧାମନଗର ରଣନୀତି ସଫଳ ହୁଏ ତେବେ ଅଗାମୀ ଦିନରେ ବିଜେଡି ସଂଗଠନକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ପରିଚାଳନା କରିବେ ନାହିଁ ତ ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.