• About
  • Contact
Thursday, October 16, 2025
Thursday, October 16, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମଣିପୁର ହିଂସା ଓ ଅସହାୟ ସରକାର …

ମଣିପୁର ହିଂସା ଓ ଅସହାୟ ସରକାର …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୦ ଜୁନ୍ ୨୦୨୩

ଦିନକୁ ଦିନ ହିଂସାକାଣ୍ଡ ଓ ସଂଘର୍ଷ ଯୋଗୁଁ ମଣିପୁରର ପରିସ୍ଥିତି କ୍ରମଶଃ ଖରାପ ହୋଇ ଚାଲିଛି । ରାଜ୍ୟ ସରକାରଙ୍କ ଉପରେ ବିଶ୍ୱାସ ହରାଉଛନ୍ତି ସାଧାରଣ ଲୋକ । ଆଦିମ ଅଧିବାସୀଙ୍କ ସଂଘର୍ଷରେ ଅନେକ ଧନଜୀବନ ହାନୀ ହୋଇଛି। ଏପରିକି ଗୁରୁବାର ଦିନ ମଣିପୁରରେ ଘଟିଥିବା ସାନି ହିଂସାକାଣ୍ଡରେ ନିରାପତ୍ତା ବଳ ଓ ସନ୍ଦିଗ୍ଧ ଦଙ୍ଗାକାରୀଙ୍କ ମଧ୍ୟରେ ସଂଘର୍ଷ ଘଟି ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏନେଇ ବାରମ୍ବାର ପ୍ରତିବାଦକାରୀ ଓ ରାଜନୈତିକ ଦଳ ମାନେ କେନ୍ଦ୍ରସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବୀ କରିଆସୁଛନ୍ତି । ପୂର୍ବରୁ କୁକି ସମ୍ପ୍ରଦାୟର ସଦସ୍ୟ ମାନେ ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିସାରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ମଣିପୁର ଆସି ସ୍ଥିତି ସମୀକ୍ଷା କରି ଫେରିଛନ୍ତି । ମାତ୍ର ମଣିପୁର ତଥାପି ଅଶାନ୍ତ ରହିଛି। ରାଜ୍ୟରେ ଥିବା ନିର୍ବାଚିତ ସରକାରଙ୍କ ଉପରେ ଲୋକଙ୍କ ଭରସା ଥିବାଭଳି ମନେ ହେଉନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଘଟଣାସ୍ଥଳୀକୁ ନଯିବା ପାଇଁ ସୁରକ୍ଷାବଳ ରୋକିବା ଘଟଣାକୁ ବିରୋଧୀ ଦଳ ପ୍ରସଙ୍ଗ କରିଛନ୍ତି । ତେବେ କଂଗ୍ରେସ ନେତାଙ୍କ ଏହି ଗସ୍ତ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧୀଙ୍କ ମଣିପୁର ଗସ୍ତକୁ ନେଇ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଏକ ପ୍ରକାର ଲଢ଼େଇ ଚାଲିଛି ।

ଅନ୍ୟ ପକ୍ଷରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଇସ୍ତଫା ଦେବା ନେଇ ଏବେ ଚର୍ଚ୍ଚା ଚାଲିଛି । ମଣିପୁରର ସ୍ଥାନୀୟ ସମ୍ବାଦପତ୍ରର ସୂଚନା ଅନୁସାରେ ମଣିପୁର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି । ଖବର କାଗଜ ରିପୋର୍ଟ ବିରୋଧରେ ମଧ୍ୟ ଲୋକେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍ତରପୂର୍ବ ରାଜ୍ୟର ବିକାଶକୁ ପ୍ରମୁଖତା ଦେଇଥିବା କେନ୍ଦ୍ର ସରକାରଙ୍କ ପାଇଁ ମଣିପୁର ମୁଣ୍ଡବ୍ୟଥା ପାଲଟିଛି। କାହିଁକି ମଣିପୁର ହିଂସାକୁ ରାଜ୍ୟସରକାର ନିୟନ୍ତ୍ରଣ କରିପାରୁ ନାହାଁନ୍ତି ? ଯଦି ରାଜ୍ୟ ସରକାର ଏହି ହିଂସା ନିୟନ୍ତ୍ରଣରେ ବିଫଳ, ତେବେ କେନ୍ଦ୍ର ସରକାର ନିରବ ରହିବାର କାରଣ କ’ଣ ? କେତେଦିନ ପର୍ଯ୍ୟନ୍ତ କେନ୍ଦ୍ରସରକାର ମଣିପୁର ଘଟଣା ବାବଦରେ ରାଜ୍ୟ ସରକାରଙ୍କୁ ମହଲତ ଦେବେ ? ମଣିପୁର ହିଂସା ବାବଦରେ ଖୋଦ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଏବେ ବି ଅସ୍ପଷ୍ଟ କାହିଁକି ? କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ପରେ ମଣିପୁର ସ୍ଥିତି ବାବଦରେ କେନ୍ଦ୍ରସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଭୟ କରୁଛନ୍ତି କାହିଁକି ? ଏଭଳି ଅନେକ ପ୍ରଶ୍ନ ଏବେ ମଣିପୁର ସମେତ ସାରା ଦେଶରେ ଲୋକଙ୍କ ମନରେ ଉଠିଛି । ଉଗ୍ରବାଦ ଓ ଆତଙ୍କବାଦ କାର୍ଯ୍ୟକଳାପ ଉପରେ କଠୋର ମନୋଭାବ ପୋଷଣ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ରସରକାର ମଣିପୁର ହିଂସା ବାବଦରେ ଅନ୍ୟ କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉନି ତ ?

Nirvik Bureau

Nirvik Bureau

Related Posts

ଦାୟୀ କିଏ ?
Politics

ଦାୟୀ କିଏ ?

by Nirvik Bureau
October 7, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୭ ଅକ୍ଟୋବର ୨୦୨୫ ସାହି, ଭାଇ ଓ ବନ୍ଧୁତ୍ୱର ସହର ହେଉଛି କଟକ। ଚଳିତ ବର୍ଷ ଭସାଣି ଉତ୍ସବରେ ଯେଉଁଭଳି ଏକ...

Read more
ନୂଆପଡ଼ା ଲଢ଼େଇ

ନୂଆପଡ଼ା ଲଢ଼େଇ

October 2, 2025
The Delhi Message

The Delhi Message

February 9, 2025
A New BJD?

A New BJD?

June 26, 2024
Democracy in Indian Political Parties: Will it ever come back?

Democracy in Indian Political Parties: Will it ever come back?

June 10, 2024
End of an Era….but Why?

End of an Era….but Why?

June 6, 2024
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.