• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ମନ୍ତ୍ରୀ ବଡ଼ ନା ସଚିବ ବଡ଼ ?

ମନ୍ତ୍ରୀ ବଡ଼ ନା ସଚିବ ବଡ଼ ?
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୨ ସେପ୍ଟେମ୍ବର ୨୦୨୨

ଯଦି କାହାକୁ ବି ପଚରାଯାଏ ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଏ ଅଧିକ କ୍ଷମତାଶାଳୀ ? ତେବେ ସମସ୍ତେ କହିବେ ଗଣତନ୍ତ୍ରର ୩ଟି ସ୍ତମ୍ଭ ମଧ୍ୟରେ ଅଧିକ କ୍ଷମତାଶାଳୀ ହେଉଛନ୍ତି ଆଇନ ପ୍ରଣୟନ କରୁଥିବା ସଂସଦ ବା ବିଧାନସଭା । ମାତ୍ର ଆଇନକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତି ବା ବ୍ୟବସ୍ଥା କେବେ ବି ଆଇନ ପ୍ରଣୟନ କାରୀଙ୍କ ଠାରୁ କ୍ଷମତାଶାଳୀ ହୋଇପାରିବ ନାହିଁ । କିନ୍ତୁ ଜଣେ ରାଜନୀତି ବିଜ୍ଞାନର ଛାତ୍ର ଓ ଅଧ୍ୟାପକ, ନିର୍ବାଚିତ ଲୋକ ପ୍ରତିନିଧି ଓ ଏକ ପ୍ରତିଷ୍ଠିତ ଖବର କାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କ ମତ ହେଉଛି “ମନ୍ତ୍ରୀଙ୍କ ଠାରୁ ସଚିବ ବଡ଼” । “ଗଣତନ୍ତ୍ର ପରିବର୍ତ୍ତେ ଚାଲିଛି ଦଳତନ୍ତ୍ର” । ଏଭଳି କଥା କାହିଁକି କହିଲେ ବିଜେଡିର ବିଧାୟକ ? ତାଙ୍କ ସହିତ ସ୍ୱର ମିଳାଇଛନ୍ତି ଆଉଜଣେ ବୟସ୍କ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ । ଜଣେ ବିଜେଡିର ବର୍ତ୍ତମାନର ବିଧାୟକ ଓ ଆଉଜଣେ ପୂର୍ବତନ ମନ୍ତ୍ରୀ ଉଭୟଙ୍କ ମତାମତ ଏବେ ଏକ ପ୍ରଶ୍ନ ଠିଆ କରିଛି । ଓଡ଼ିଶା ରେ କ୍ରମାଗତ ଭାବେ ଏକ ଲୋକପ୍ରିୟ ସରକାର ଚାଲିଛି । ଯେଉଁ ସରକାରକୁ ଲୋକମାନେ “ମୋ ସରକାର” କହିବାର ସୁଯୋଗ ତିଆରି କରିଛନ୍ତି ଖୋଦ କ୍ଷମତାରେ ଥିବା ସରକାର । ସେଠି ଏଭଳି ଏକ ପ୍ରଶ୍ନ ଉଠିଲା କାହିଁକି? ଅନ୍ୟ ରାଜନୈତିକ ଦଳ ମାନଙ୍କୁ ପଛରେ ପକାଇ ଲୋକଙ୍କର ଆସ୍ଥା ଭାଜନ ହୋଇଥିବା ବିଜେଡି ରେ ଜଣେ ନିର୍ବାଚିତ ଲୋକପ୍ରତିନିଧି ଓ ଜଣେ ପୂର୍ବତନ ମନ୍ତ୍ରୀ କାହିଁକି ଏ ପ୍ରକାର ଏକ କଥା କହିଲେ ? ଏମାନଙ୍କ କଥାକୁ ସାଧାରଣ ଲୋକେ କିପରି ଗ୍ରହଣ କରିବେ?

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏକ ଦୃଢ଼ ତଥା ଉତ୍ତରଦାୟୀ ସରକାର କ୍ଷମତାରେ ଅଛି । ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଆସୁଥିବା ସରକାର ମାନଙ୍କ ମଧ୍ୟରୁ ଆଗରେ । ସାଧାରଣ ଲୋକଙ୍କ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରୁଥିବା ରାଜ୍ୟ ମାନଙ୍କ ଭିତରେ ଅଗ୍ରଣୀ ରାଜ୍ୟ ହେଉଛି ଓଡ଼ିଶା। ପ୍ରାକୃତିକ ବିପର୍ଯୟ ଠାରୁ ରାଜ୍ୟର ସାମ୍ପ୍ରତିକ ବିକାଶ କ୍ଷେତ୍ରରେ ଢ଼େର ପ୍ରଂଶସା ସାଉଁଟିଛନ୍ତି ଓଡ଼ିଶା ସରକାର। ଲୋକମାନେ ଯେଉଁଠି ବିଜେଡି ସରକାରର ବିକଳ୍ପ ଭାବେ କାହାକୁ ବାଛିବାକୁ ପ୍ରସ୍ତୁତ ନୁହଁନ୍ତି, ସେଠି ପୁଣି ସରକାର ର କାର୍ଯ୍ୟକ୍ରମ ଓ ପରିଚାଳନାକୁ ନେଇ ପ୍ରଶ୍ନ ଉଠିବା ସମ୍ଭବ କି?

ମାତ୍ର ବିଗତ କିଛିଦିନ ଭିତରେ ଯଦି ରାଜନୈତିକ ବିବୃତ୍ତି ଗୁଡ଼ିକୁ ଅନୁଶୀଳନ କରାଯାଏ, ତେବେ ବିଜେପି, କଂଗ୍ରେସ ଓ ବିଜେଡି ର କିଛି ବରିଷ୍ଠ ନେତା ମାନେ ଲଗାତାର ଭାବେ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ସଚିବ ମାନଙ୍କୁ ଟାର୍ଗେଟ କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ପ୍ରଭାବଶାଳୀ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ବରିଷ୍ଠ ଅମଲା ମାନଙ୍କୁ ଅପଦସ୍ତ କରିବାର ସୁଯୋଗ ଛାଡ଼ୁ ନ ଥିଲେ । ସେହିପରି ୨୦୧୯ ନିର୍ବାଚନ ପରେ ପ୍ରତିଷ୍ଠିତ ଖବରକାଗଜ ସମ୍ବାଦର ସମ୍ପାଦକ ତଥା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କ୍ରମାଗତ ଭାବେ ନିଜ ଖବରକାଗଜ ଦ୍ୱାରା ଓ ବିଧାନସଭାରେ ମଧ୍ୟ ସଚିବ ମାନଙ୍କ ଉପରେ ଶାଣିତ ବକ୍ତବ୍ୟ ରଖିଆସୁଛନ୍ତି । ଏପରିକି ପୂର୍ବରୁ ମଧ୍ୟ ସୌମ୍ୟବାବୁ “ତୃତୀୟ ନୟନ” ଉପାଖ୍ୟାନ କଥା କହି ରାଜ୍ୟ ସରକାରଙ୍କ ପରିଚାଳନାଗତ ତୃଟିକୁ ସାମ୍ନାକୁ ଆଣିଥିଲେ । କେବଳ ସୌମ୍ୟରଞ୍ଜନ ପଟ୍ଟନାୟକ ନୁହଁନ୍ତି, ବିଜେଡିର ସାଂସଦ ଭର୍ତ୍ତୃହରି ମହତାବଙ୍କ କିଛି ଲେଖା ମଧ୍ୟ ବିଜେଡି ସରକାରର ଅମଲାତନ୍ତ୍ର ଉପରେ ଆଙ୍ଗୁଳି ଉଠାଇଛି ।

ସ୍ଵଚ୍ଛ ଶାସନ ଦେଉଛି ବୋଲି କହି ଲଗାତାର ଭାବେ ବିଜେଡି ସରକାର ଲୋକଙ୍କର ଆସ୍ଥାଭାଜନ ହୋଇଥିବା ବେଳେ ବ୍ୟବସ୍ଥା ପ୍ରତି ଦଳ ଭିତରୁ ଏଭଳି ଭିନ୍ନ ସ୍ୱର କାହିଁକି ଶୁଭୁଛି ? ଦଳର ନେତୃତ୍ୱକୁ ସମାଲୋଚନା ନକରି ସରକାରଙ୍କ ଅମଲାତନ୍ତ୍ରକୁ କାହିଁକି ଦାୟୀ କରାଯାଉଛି ? ସତରେ କ’ଣ ଆଜି କାଲି ସରକାରରେ ମନ୍ତ୍ରୀ ଏବଂ ଲୋକପ୍ରତିନିଧି ମାନଙ୍କର ଗୁରୁତ୍ୱ କମିଯାଇଛି ? ଓଡ଼ିଶା ସରକାରଙ୍କ ବୁକ୍ ସର୍କୁଲାର-୪୭ର ନିୟମକୁ କ’ଣ ଅମଲାମାନେ ମାନୁନାହାନ୍ତି ? ନିର୍ବାଚିତ ଲୋକ ପ୍ରତିନିଧି ମାନେ କ’ଣ ଏକ ଲୋକପ୍ରିୟ ସରକାରରେ ଅଣଦେଖା ହୋଇଛନ୍ତି ? ସୌମ୍ୟରଞ୍ଜନ ପଟ୍ଟନାୟକ, ଡା. ଦାମୋଦର ରାଉତଙ୍କ ଭଳି ଜଣାଶୁଣା ରାଜନୈତିକ ବ୍ୟକ୍ତିତ୍ୱଙ୍କ କଥାକୁ ଅଣଦେଖା କରାଯାଇପାରିବ କି ? ସାଧାରଣ ଲୋକଙ୍କ କଥା ହୋଇଥିଲେ ଏହା ଭିନ୍ନ ହୋଇଥାନ୍ତା ମାତ୍ର ରାଜନୀତି ବିଜ୍ଞାନକୁ ବୁଝିଥିବା ଓ ସରକାରର ଅଂଶବିଶେଷ ଲୋକ ପ୍ରତିନିଧି ଯଦି ବର୍ତ୍ତମାନର ବ୍ୟବସ୍ଥାରେ ସଚିବ ମାନେ ସର୍ବଶକ୍ତିମାନ ଓ ମନ୍ତ୍ରୀ ମାନେ ଅସହାୟ ବୋଲି କହିବେ ତେବେ ଶାସନ ବ୍ୟବସ୍ଥାକୁ ଏହାର ଜବାବ ରଖିବାକୁ ପଡ଼ିବ। ନଚେତ ଅଣ୍ଡା ଆଗ ନା କୁକୁଡ଼ା ଆଗ ଭଳି ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରଶ୍ନ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି କରିବ ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.