• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନେତାଙ୍କ ପାଇଁ ନାକାବନ୍ଦୀ

ନେତାଙ୍କ ପାଇଁ ନାକାବନ୍ଦୀ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୦୭ ସେପ୍ଟେମ୍ବର ୨୦୨୨

ସମସ୍ତ ସୁବିଧା ସୁଯୋଗ ପାଇବାପାଇଁ ଲୋକମାନେ ସହରାଭିମୁଖୀ ହେଉଛନ୍ତି । ମାତ୍ର ଆଜି କାଲି ସହରୀ ଜୀବନ କେତେ ଅସହାୟ ହୋଇପଡିଛି ତାହା ନଦେଖିବା ଲୋକ ବିଶ୍ୱାସ କରିପାରିବେ ନାହିଁ । ଦିଲ୍ଲୀ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସହରର ବାସିନ୍ଦା ମାନେ କିଭଳି କେତେବେଳେ ଆଉ କାହାଦ୍ୱାରା ଘେରାବନ୍ଦୀ ହୋଇ ଅସହାୟ ହୋଇପଡୁଛନ୍ତି ତାହା ସେମାନେ ବେଶ ଅନୁଭବ କରିପାରିଲେଣି ।

ଏହି ନିକଟରେ ବଙ୍ଗଳା ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି । ଏହି ନେତ୍ରୀଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ରାଜଧାନୀ ଦିଲ୍ଲୀର ସଡ଼କ ସୁରକ୍ଷାକୁ ଏଭଳି କଟକଣା କରାଯାଇଛି ଯେ ସାଧାରଣ ଲୋକଟିଏ ନିଜର ଗାଡ଼ି ଚଳାଇ ଯିବା ମୁସ୍କିଲ, ବସ, ଟ୍ରେନ ଓ ବିମାନରେ ଯିବାପାଇଁ ଘରୁ ବାହାରୁଥିବା ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି କିଛିଦିନ ପୂର୍ବରୁ କଂଗ୍ରେସ ଦଳ ପକ୍ଷରୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ED ସମନ ସମୟରେ ଦିଲ୍ଲୀର ରାସ୍ତା ଘାଟକୁ ଏପରି ସିଲ କରିଦିଆଗଲା ଯେ, ଦିଲ୍ଲୀ ବାସୀ ମଧ୍ୟ ବହୁ ସମୟ ଧରି ଘେରାବନ୍ଦୀ ହୋଇ ରହିଲେ । କେହି କେହି ନିଜର ଗନ୍ତବ୍ୟ ପଥରେ ଘଣ୍ଟା ଘଣ୍ଟା ଅଟକି ରହିବା ବେଳେ ଆଉ କାହାକୁ ମଧ୍ୟ ଟ୍ରେନ ଓ ବିମାନ ଗସ୍ତ ବାତିଲ କରିବାକୁ ପଡିଥିଲା । ଠିକ ସେହିପରି ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ସେପ୍ଟେମ୍ବର ୬ ତାରିଖରେ ବିଜେଡି ନେତାଙ୍କ ଦ୍ୱାରା ଡକରା ପାଇ ଆସିଥିବା ହଜାର ହଜାର ବିଜେଡି କର୍ମୀ ଓ ନେତା ରାଜଧାନୀ ବାସୀଙ୍କ ଜୀବନ ଯାତ୍ରାକୁ ଘଣ୍ଟା ଘଣ୍ଟା ଧରି ଅଚଳ କରିଦେଇଥିଲେ । ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଅଟକି ଯାଇଥିବା ବେଳେ, ହସ୍ପିଟାଲ ରୁ ଫେରୁଥିବା ରୋଗୀ ମାନେ ମଧ୍ୟ ନିଜପାଇଁ ଗାଡ଼ିଟିଏ ଯୋଗାଡ଼ କରିପାରିନଥିଲେ । ସେହିପରି ସ୍କୁଲରୁ ଫେରୁଥିବା ଛୋଟ ପିଲାମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଅଟକି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏ ପରିସ୍ଥିତିକୁ ଅନୁଭବ କରିଥିବା ଲୋକ କୁହାକୁହି ହେଉଥିଲେ ରାଜନୈତିକେ ଦଳ ଓ ନେତାମାନେ ଉତ୍ସବ ପାଳନ କରିବେ ବୋଲି କ’ଣ ସାଧାରଣ ଲୋକଙ୍କୁ ଘେରାବନ୍ଦୀ କରିବେ ?

ବିଜେଡି ନେତା ଓ କର୍ମୀ ମାନେ ସିନା ନିଜ ନେତାଙ୍କୁ ସମ୍ବର୍ଦ୍ଧିତ କରି ନିଜର ଶକ୍ତି ପ୍ରଦର୍ଶନ କଲେ ମାତ୍ର ରାଜଧାନୀରେ ବସବାସ କରୁଥିବା ସାଧାରଣ ଜନତା, ଡାକ୍ତରଖାନା ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଓ ସ୍କୁଲରୁ ଫେରୁଥିବା ଛୋଟ ଛୋଟ ପିଲାଙ୍କୁ ଅସହାୟ କରିଦେଲେନି ତ?

ସବୁଠାରୁ କ୍ଷୋଭର ବିଷୟ ହେଉଛି ଭୁବନେଶ୍ୱରର ମେୟର କହିଲେ ଯେ, ରାଜଧାନୀ ବାସୀ ତାଙ୍କ ଦଳର ନେତାଙ୍କ ପାଇଁ ଏତିକି ଦୁର୍ଦ୍ଦଶା ସହିନେବେ ବୋଲି । ଏହା କ’ଣ ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମୁହଁ ରୁ ଆଶା କରାଯାଏ କି ? ଯଦି ନେତା ତାଙ୍କର ତେବେ ଲୋକମାନେ କାହାର ?

ରାଜଧାନୀର ପୋଲିସ କମିସନରେଟ ବ୍ୟବସ୍ଥାପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେବ ନା ନାହିଁ ? ଆମ୍ବୁଲାନ୍ସ କୁ ନ ଛାଡ଼ିବା, ରୋଗୀଙ୍କୁ ଗାଡ଼ି ବ୍ୟବସ୍ଥା ନକରିବା ଓ ସ୍କୁଲ୍ ଗାଡ଼ି ଗୁଡିକୁ ଅଟକାଇଥିବା ରାଜନୈତିକ ଦଳର କର୍ମୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କ’ଣ ପୋଲିସ୍ ର ଦାୟିତ୍ୱ ନୁହେଁ କି ? କ୍ରମାଗତ ଭାବେ ଓଡ଼ିଶା ଲୋକଙ୍କର ଆସ୍ଥା ଓ ଭରସା ପାଲଟି ଥିବା ମୁଖ୍ୟମନ୍ତ୍ରୀ ଯଦି ଲୋକଙ୍କର ଏହି ଦୁର୍ଦ୍ଦଶା ବିଷୟରେ ଜାଣିଥିବେ ତାଙ୍କୁ କ’ଣ ଏହା ଖୁସି ଦେଇଥିବ ? ଶାସକ ଦଳର ନେତା ଓ କର୍ମୀମାନେ ଯେଉଁ ଅମାନବୀୟ ଆଚରଣ କଲେ ସେମାନେ କ’ଣ ଜାଣି ପାରିଲେ ନାହିଁ ଯେ, ତାଙ୍କର ସର୍ବୋଚ୍ଚ ନେତା ତଥା ମୁଖ୍ୟମନ୍ତ୍ରୀ ଲୋକଙ୍କର ଏପରି ଦୁର୍ଦ୍ଦଶାକୁ କେବେ ପସନ୍ଦ କରନ୍ତି ନାହିଁ ବୋଲି ?

ତେବେ ଯାହାବି ହେଉ ଦେଶର ରାଜଧାନୀ ଦିଲ୍ଲୀରେ ବସବାସ କରୁଥିବା ଜନସାଧାରଣ ହୁଅନ୍ତୁ ଅବା ଓଡ଼ିଶାର ରାଜଧାନୀରେ ରହୁଥିବା ଜନସାଧାରଣ ଏବେ ବୁଝିଗଲେଣି ରାଜଧାନୀରେ ରହିଲେ, କେତେବେଳେ ଜଳବନ୍ଦୀ ତ ଆଉ କେତେବେଳେ ରାଜନୈତିକ ଦଳ ଓ ଏହାର ନେତା ଙ୍କ ପାଇଁ ଏପରି ଘେରାବନ୍ଦୀ ହେବାକୁ ପଡ଼ିବ । ଜୀବନ ଓ ଜୀବିକା ପାଇଁ ରାଜଧାନୀକୁ ବାଛିଥିବା ଲୋକେ ଏବେ ପ୍ରସ୍ତୁତ ହେବା ଦରକାର ଆଗକୁ ଆହୁରି କେତେ ପ୍ରକାରର ବନ୍ଦୀ ହେବାକୁ ପଡ଼ିବ ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.