• About
  • Contact
Tuesday, March 3, 2026
Tuesday, March 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ନୂଆପଡ଼ାରୁ ସଂକେତ…..

ନୂଆପଡ଼ାରୁ ସଂକେତ…..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୭ ନଭେମ୍ବର ୨୦୨୫

ନୂଆପଡ଼ା ଉପନିର୍ବାଚନର ଫଳାଫଳ ଏବେ ଓଡ଼ିଶା ରାଜନୈତିକ ସ୍ଥିତି ବାବଦରେ ଏକ ଭିନ୍ନ ସଂକେତ ଦେଇଛି। ଏହି ଉପନିର୍ବାଚନର ଫଳାଫଳ ମୁଖ୍ୟତଃ ଦର୍ଶାଉଛି ଯେ ସାଧାରଣ ଭାବେ ଉପନିର୍ବାଚନରେ ଶାସକ ଦଳ ବିଜୟୀ ହୋଇଥାଏ, ତାହା ହିଁ ଘଟିଛି। ଅର୍ଥାତ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢ଼ୋଲକିଆ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ ପାଇ ବିଜୟଲାଭ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏହି ଉପନିର୍ବାଚନରେ ୨ୟ ସ୍ଥାନରେ ରହିବା ସହ ପାଇଛନ୍ତି ୪୦ ହଜାର ୧୨୧ ଖଣ୍ଡ ଭୋଟ। ସେହିପରି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଭୋଟ ପାଇବା ସହ ୩ୟ ସ୍ଥାନ ଅଧିକାର କରିଛନ୍ତି। ତେବେ ଏହି ଉପନିର୍ବାଚନ ଫଳାଫଳ ଓଡ଼ିଶାର ରାଜନୈତିକ ସ୍ଥିତି ବାବଦରେ ଏକାଧିକ ସଂକେତ ଦେଇଛି, ଯାହାର ବିଶ୍ଳେଷଣର ଯଥେଷ୍ଟ ଆବଶ୍ୟକତା ରହିଛି ।

ଏବେ ବି ସଚେତନ ଭୋଟର ଅଛନ୍ତି
ବିଜେପି ଓ ବିଜେଡି ଭଳି ବ୍ୟାପକ ଅର୍ଥ ଖର୍ଚ୍ଚ କରିପାରିନଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦ ହଜାରରୁ ଅଧିକ ଭୋଟ ପାଇବା ପ୍ରମାଣିତ କରିଛି ଯେ, ଭୋଟରଙ୍କ ଭିତରେ ସଚେତନତା ଏବେ ବି ରହିଛି। ଅର୍ଥବଳ,ପ୍ରଶାସନିକ କଳ ଦ୍ୱାରା ସବୁ ଭୋଟ ନିଜ ସପକ୍ଷରେ କେହି ନେବା ସମ୍ଭବ ନୁହେଁ। ଲୋକଙ୍କ ସହ ରହି ନିର୍ଭୀକ ଭାବେ ସେମାନଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ନିର୍ବାଚନରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଜିତି ହେବ ଯାହା ଘାସିରାମ ମାଝୀଙ୍କ ଭଳି ଜଣେ ଆଦିବାସୀ ନେତା ପ୍ରମାଣିତ କରିଛନ୍ତି।

ବିକଳ୍ପ ହୋଇପାରେ କଂଗ୍ରେସ
କେନ୍ଦ୍ରୀୟ କଂଗ୍ରେସ ନେତାଙ୍କ ବିନା ସହଯୋଗ ଓ ସମର୍ଥନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ୨ୟ ସ୍ଥାନରେ ରହିବା ଓଡ଼ିଶା କଂଗ୍ରେସ ପାଇଁ ଏକ ଶୁଭ ସୂଚନା । ୨୫ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା ଓ ବିଭିନ୍ନ ସମୟରେ ଗୋଷ୍ଠୀ ବିବାଦରେ ଆକ୍ରାନ୍ତ ହୋଇପଡିଥିବା କଂଗ୍ରେସ ଦଳକୁ ଏକ ସଞ୍ଜିବନୀ ମିଳିଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଏହି ଉପନିର୍ବାଚନ ଲଢ଼ୁଥିବା କଂଗ୍ରେସ ନିଜର ଭବିଷ୍ୟତକୁ ନେଇ ଆଶା ସଞ୍ଚାର କରିବା ସହ ଆଗକୁ ଏପରି ଲଢ଼େଇ କଲେ ରାଜ୍ୟ ରାଜନୀତିରେ ନିଜର ଶକ୍ତି ବୃଦ୍ଧି କରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାର ଏକ ବଡ଼ ସଂକେତ ମିଳିଛି। ସେହିପରି ଭକ୍ତ ଦାସଙ୍କ ନେତୃତ୍ୱ ମଧ୍ୟ କଂଗ୍ରେସକୁ ଶକ୍ତିଶାଳୀ କରିବା ସହ ସଫଳତା ଦେଇ ପାରିବ ବୋଲି କଂଗ୍ରେସ କର୍ମୀ ମାନଙ୍କ ମନରେ ଏକ ବିଶ୍ବାସ ଆଣି ପାରିଛି ।

ଫେରିପାରିବନି ବିଜେଡି
ଏହି ଉପନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ୨୪ ବର୍ଷ ଧରି କ୍ଷମତାସୀନ ଥିବା ଓ ଧନୀ ଆଞ୍ଚଳିକ ଦଳର ମାନ୍ୟତା ପାଇଥିବା ବିଜେଡିର ସମୟ ସରି ଆସୁଥିବାର ସଂକେତ ମିଳିଛି। ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ “ଯୁଗ ଶେଷ” ଭଳି ଏକ ବଡ଼ ବାର୍ତ୍ତା ଦେଇଛି ନୂଆପଡ଼ା ଉପନିର୍ବାଚନର ଫଳ। ଦୁଇ ଦୁଇ ଥର ନବୀନ ପଟ୍ଟନାୟକଙ୍କ ନୂଆପଡ଼ାରେ ପ୍ରଚାର ସତ୍ତ୍ଵେ ମଧ୍ୟ ବିଜେଡି ଜିତିବା ତ ଦୂରର କଥା ମାତ୍ର ୨ନମ୍ବର ସ୍ଥାନରେ ମଧ୍ୟ ରହି ପାରିଲା ନାହିଁ। ଏପରିକି ବିଜେଡି ଏହି ଉପନିର୍ବାଚନରେ ୩ୟ ସ୍ଥାନରେ ରହିବା, ଦଳର ଭବିଷ୍ୟତ ନେଇ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି।

ବିଜେପି ପାଇଁ କଂଗ୍ରେସ ବିପଦ
ଏହି ଉପନିର୍ବାଚର ଫଳାଫଳ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ କଂଗ୍ରେସକୁ ମାନ୍ୟତା ଦେଇଛି ବୋଲି ବୁଝିବାକୁ ହେବ। ଆଉ ଯଦି ବିଜେଡି ଭଳି ଦଳ ଆଗକୁ ନିଜର ଅସ୍ତିତ୍ବ ବଞ୍ଚାଇ ନପାରେ ତେବେ କଂଗ୍ରେସ ହିଁ ବିଜେପିର ବିକଳ୍ପ ବୋଲି ଏକ ବାର୍ତ୍ତା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଯାଇପାରେ। ଏପରିକି ପଞ୍ଚାୟତ ନିର୍ବାଚନରେ ମଧ୍ୟ ଯଦି କଂଗ୍ରେସ ନେତୃତ୍ୱ ନୂଆ ରଣନୀତି ସହ ଲଢ଼ିବାକୁ ପ୍ରସ୍ତୁତ ହୁଅନ୍ତି ତେବେ ବିଜେପି ସହ ସିଧା ସଳଖ ପ୍ରତିଦ୍ବନ୍ଦିତା ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇପାରେ। ଯଦି ଓଡ଼ିଶାର ଜନସାଧାରଣ ବିଜେଡିକୁ ଲଢ଼େଇରୁ ଦୂରେଇ ଦିଅନ୍ତି ତେବେ ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ ବିଜେପି ଓ କଂଗ୍ରେସ ହିଁ ପରସ୍ପରର ସାମ୍ନା କରିବେ, ଅର୍ଥାତ୍ ବିଜେପି ପାଇଁ ଦ୍ଵିମୁଖୀ ଲଢ଼େଇର ସୁଯୋଗ ତିଆରି ହେବ । ଯାହାଦ୍ୱାରା ଫଳାଫଳକୁ ନିଜ ସପକ୍ଷରେ ନେବା ଶାସକ ଦଳ ବିଜେପି ପାଇଁ ଏତେଟା ସହଜ ହୋଇ ନପାରେ।

ପରିଶେଷରେ ନୂଆପଡ଼ା ବାସୀଙ୍କ ନିର୍ଣ୍ଣୟ ହିଁ ସ୍ପଷ୍ଟ କରିଛି ଆଗକୁ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିପାରେ ନୂଆ ସମ୍ଭାବନା । ଏହି ଉପନିର୍ବାଚନ ଫଳାଫଳ ବିଜେଡିର ଅସ୍ତିତ୍ୱ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲଗାଇଥିବା ବେଳେ କଂଗ୍ରେସ ପାଇଁ ଆଗକୁ ସୁଯୋଗ ରହିଛି ବୋଲି ପ୍ରମାଣିତ କରିଛି । ଯଦି ବିଜେଡି ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ତାହା ସ୍ଥିର କରି ନପାରେ ଓ ନିଜ ତ୍ରୁଟିର ସଂଶୋଧନ ନକରେ ତେବେ ଓଡ଼ିଶା ରାଜନୀତିରେ ବିଜେପିର ବିକଳ୍ପ ଭାବେ କଂଗ୍ରେସକୁ ହିଁ ଦେଖା ଯାଇପାରେ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.