• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଦ୍ମପୁର ଲଢ଼େଇ ଆରପାରର…

ପଦ୍ମପୁର ଲଢ଼େଇ ଆରପାରର…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୮ ନଭେମ୍ବର ୨୦୨୨

ପଦ୍ମପୁରରେ ଲଢ଼େଇ ଏବେ ବେଶ୍ ଜୋରଦାର ହେଉଛି ବୋଲି ସୂଚନା ମିଳିବା ଆରମ୍ଭ ହେଲାଣି। ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଅଶ୍ୱିନୀ ବୈଷ୍ଣବ ଗୋଟିଏ ଦିନରେ ପଦ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ସିଧା ସଳଖ ଭାବେ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି। ପ୍ରଥମ ଥର ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ସରକାରଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ରେଳ ସଂଯୋଗ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ସହଯୋଗ ମିଳୁନାହିଁ ବୋଲି ରେଳମନ୍ତ୍ରୀ ଅଭିଯୋଗ କରିବା ସହ “ଆଜି ଜାଗା ଦେଲେ, କାଲି କାମ ଆରମ୍ଭ ହେବ” ବୋଲି ଚାଲେଞ୍ଜ ଦେଇଛନ୍ତି ରାଜ୍ୟ ସରକାରଙ୍କୁ।

ସେହିପରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଓଡ଼ିଶା ସରକାର ମିଛ କହୁଛନ୍ତି ବୋଲି କହିବା ସହ ଫସଲ ବୀମା ଅର୍ଥ ଚାଷୀଙ୍କୁ ନମିଳିବା ପାଇଁ ବିଜେଡିକୁ ଦାୟୀ କରିବାକୁ ପଛାଇନାହାଁନ୍ତି। ପଦ୍ମପୁର ଅଂଚଳରେ କୃଷକ ମାନଙ୍କ ଭୋଟର ଗୁରୁତ୍ୱ ଥିବାରୁ ବିଜେପି କୃଷିମନ୍ତ୍ରୀଙ୍କୁ ଧରି ମଇଦାନକୁ ଓହ୍ଲାଇଛି। ଏମାନଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଆଦି ପ୍ରଚାରରେ ସାମିଲ ହୋଇଛନ୍ତି। ପୁଣି ପ୍ରଚାରର ଶେଷ ଆଡ଼କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଆସି ଶେଷ ଦିନଯାଏ ପଦ୍ମପୁରରେ ରହିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପିର ଏହି ଆଭିମୁଖ୍ୟ ସ୍ପଷ୍ଟ କରୁଛିଯେ, ପଦ୍ମପୁର ଆସନକୁ ଛାଡ଼ିବା ମୁଡରେ ଦଳ ନାହିଁ। ଫଳାଫଳ ଯାହା ହେଉନା କାହିଁକି ବିଜେପି ଏହି ଆସନ ଅକ୍ତିଆର କରିବାପାଇଁ ଯଥାସାଧ୍ୟ ପ୍ରୟାସ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ସରକାରଙ୍କ ବାବଦରେ ମୁହଁ ଖୋଲିଲେ। ଯଦିଓ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସମାଲୋଚନା କରିନାହାଁନ୍ତି ମାତ୍ର ନିଜକୁ ନିରାପଦ ଦୂରତାରେ ରଖି ବିଜେପି ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିବାରୁ ଶାସକ ଦଳକୁ ସମାଲୋଚନା କରିବା ତାଙ୍କ ପକ୍ଷରେ କଷ୍ଟକର, ମାତ୍ର ପଦ୍ମପୁରର ବାତାବରଣ ଶେଷରେ ତାଙ୍କୁ ମୁହଁ ଖୋଲିବା ପାଇଁ ବାଧ୍ୟ କରିଛି।


ଅପରପକ୍ଷେ ବିଜେଡି ମଧ୍ୟ ଏହି ନିର୍ବାଚନରେ ନିଶ୍ଚିତବିଜୟ ହେବବୋଲି କହୁଥିଲେ ବି ଦଳର ହାବଭାବ ଅନ୍ୟ କିଛି ବୟାନ କରୁଛି। ଗତ ୪ଦିନ ଭିତରେ ବିଜେଡିର ନେତାମାନେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ ବାରମ୍ବାର ଦ୍ୱାରସ୍ଥ ହେବା ଦେଖା ଯାଇଛି। ଏପରିକି ଦିନକୁ ୨ଥର ମଧ୍ୟ ବିଜେଡି ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେପି ନେତା ମାନଙ୍କ ବିରୋଧରେ ଫେରାଦ ହେବା ଦେଖିବାକୁ ମିଳିଛି। ବିଶେଷ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ପଦ୍ମପୁର ପ୍ରଚାରରୁ ଦୂରେଇ ରଖିବା ପାଇଁ ବିଜେଡି ସବୁ ପ୍ରକାର ପନ୍ଥା ଅବଲମ୍ବନ କରୁଥିବା ମନେହୁଏ। ବିରୋଧୀ ଦଳ ନେତା ଦାୟିତ୍ୱ ନେବାପରେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଥିବା ଜୟନାରୟଣଙ୍କୁ ଅଟକାଇବା ଏବେ ବିଜେଡି ପାଇଁ କାଠିକର ପାଠ ହୋଇପଡ଼ିଛି।

କୃଷକ ବହୁଳ ପଦ୍ମପୁର ଅଞ୍ଚଳରେ ଭୋଟରଙ୍କୁ ହାତେଇବା ପାଇଁ ବିଜେପି ନେତା କୃଷିମନ୍ତ୍ରୀଙ୍କୁ ମଇଦାନକୁ ଓହ୍ଲାଇ ଥିବା ବେଳେ ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରୁଛି। ଶେଷ ପର୍ଯ୍ୟାୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଚାଳନା ଏହି ଭୋଟର ଫଳାଫଳକୁ ଅନେକାଂଶରେ ପ୍ରଭାବିତ କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଭର୍ଚୁଆଲ ପ୍ରଚାର କରିବେ ନା ସିଧା ମଇଦାନକୁ ଓହ୍ଲାଇବେ? ଧାମନଗର ବିଫଳତା ପରେ ବିଜେଡି ସୁପ୍ରିମୋ ପଦ୍ମପୁର ଯିବାକୁ ନିଜେ ଇଚ୍ଛା ପ୍ରକାଶ କରିବେ ତ? ମୁଖ୍ୟମନ୍ତ୍ରୀ ଯଦି ଯିବାକୁ ନ ଚାହାଁନ୍ତି ତେବେ ବିଜେଡି କ’ଣ ପୁଣି ଭର୍ଚୁଆଲ ପ୍ରଚାର ଉପରେ ଭରସା କରିବ କି? ସେହିପରି ଧାମନଗରରେ ଶେଷ ପର୍ଯ୍ୟନ୍ତ ପଡ଼ିରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁର ରେ ରହିବେ ତ? ଯଦି ଧର୍ମେନ୍ଦ୍ର ପ୍ରଧାନ ଗୁଜରାଟ ନିର୍ବାଚନ ପ୍ରଚାର ପାଇଁ ପଦ୍ମପୁରରେ ବେଶୀ ସମୟ ନଦିଅନ୍ତି ତାହା ଶେଷ ପର୍ଯ୍ୟାୟରେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବନି ତ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.