• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପିଏମ୍ ଆବାସର ବିକଳ୍ପ ହେବ ମୋ ଘର !

ପିଏମ୍ ଆବାସର ବିକଳ୍ପ ହେବ ମୋ ଘର !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୯ ମଇ ୨୦୨୩

ଓଡ଼ିଶା ସରକାର ଆଉ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି, ଯାହାର ନାଁ ରହିଛି “ମୋ ଘର” ଯୋଜନା । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘରତିଆରି ପାଇଁ ସହାୟତା ଦେବେ ସରକାର । ଯେଉଁ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ନାହାଁନ୍ତି ସେମାନଙ୍କୁ ଏହି ଯୋଜନାରେ ଘର ଯୋଗାଇଦେବେ ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଛି। ମୋ ସରକାରର ମୋ ଘର ଯୋଜନାକୁ ନେଇ ଏବେ ଠାରୁ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ଏହି ଯୋଜନାରେ ହିତାଧିକାରୀ ହେବା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମାନଦଣ୍ଡ ପୁରଣ କରୁଥିବା ବ୍ୟକ୍ତି ବିଶେଷ ମାନେ ଆସନ୍ତା ଜୁନ୍ ମାସ ୧୬ ତାରିଖରେ ସରକାରୀ ୱେବସାଇଟ୍ ରେ ଆବେଦନ କରିପାରିବେ ବୋଲି ସୂଚନା ଦିଆଯାଇଛି । ଏହି ଯୋଜନାରେ ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ବ୍ୟବସ୍ଥା ମଧ୍ୟ ରହିଛି ।

ତେବେ ଆସନ୍ତା ନିର୍ବାଚନ ପୂର୍ବରୁ ଅନ୍ୟ ଯୋଜନା ଅପେକ୍ଷା ଏହି ମୋ ଘର ଯୋଜନା ବେଶ୍ ପ୍ରଭାବୀ ସାବ୍ୟସ୍ତ ହୋଇ ପାରିବ ବୋଲି ସରକାର ଆଶା ପୋଷଣ କରିଛନ୍ତି । ତେବେ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମୋ କୁଡ଼ିଆ ଯୋଜନା, ବିଜୁ ପକ୍କାଘର ଯୋଜନା ସହ ଏହି ଯୋଜନାର କ’ଣ ସାମଞ୍ଜସ୍ୟ ରହିଛି ତାହା ତର୍ଜମା ସାପେକ୍ଷ । ଏପରିକି ପୂର୍ବ ଯୋଜନା ଗୁଡ଼ିକ ଜାରୀ ରହିବ ନା ସମସ୍ତ ଯୋଜନା ପରିବର୍ତ୍ତେ ଏବେ ଗୋଟିଏ ଯୋଜନା ମୋ ଘର କାର୍ଯ୍ୟକ୍ଷମ ହେବ ତାହା ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । ରାଜ୍ୟ ସରକାରଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ପିଏମ୍ ଆବାସ ଯୋଜନାରେ ମଧ୍ୟ ଓଡ଼ିଶାରେ ଲୋକଙ୍କୁ ଘର ଯୋଗାଇ ଦିଆଯାଉଛି। ଏପରିକି ପିଏମ୍ ଆବାସ ଯୋଜନାରେ ଏବେ ପୁଣି କେନ୍ଦ୍ର ସରକାର ରାଜ୍ୟକୁ ସାଢ଼େ ୯ ଲକ୍ଷ ହିତାଧିକାରୀଙ୍କୁ ଘର ଯୋଗାଇବା ପାଇଁ ମଞ୍ଜୁରୀ ଦେଇଥିବା ବେଳେ ଏହାକୁ ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଟଣା ଓଟରା ଚାଲିଛି । ପିଏମ୍ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଂଚିତ ହୋଇଛନ୍ତି ବୋଲି ବାରମ୍ବାର ବିଜେପି ଅଭିଯୋଗ କରିବା ସହ ଶାସକ ଦଳକୁ ଘେରିଛି । ଅନ୍ୟ ପକ୍ଷରେ ଆବଶ୍ୟକ ପରିମାଣ ପିଏମ୍ ଆବାସ ଯୋଜନାରେ ଘର ଓଡ଼ିଶାକୁ କେନ୍ଦ୍ର ସରକାର ଯୋଗାଉ ନାହାଁନ୍ତି ବୋଲି ବିଜେଡି ମଧ୍ୟ ଅଭିଯୋଗ କରିଆସୁଛି। ପିଏମ୍ ଆବାସ ଯୋଜନାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି ।

ଏବେ ରାଜ୍ୟ ସରକାର ମୋ ଘର ଯୋଜନା ପାଇଁ ନିଷ୍ପତ୍ତି ନେବାପରେ ପିଏମ୍ ଆବାସ ବିବାଦ କେଉଁ ରୂପ ନେବ ତାହା ଜଣାପଡ଼ିବ । ପିଏମ୍ ଆବାସରୁ ବଂଚିତ ବ୍ୟକ୍ତି ମାନଙ୍କୁ ରାଜ୍ୟ ସରକାର ଯଦି ମୋ ଘର ଯୋଜନାରେ ସାମିଲ କରନ୍ତି ତେବେ ପୁଣି ଥରେ ଏନେଇ ରାଜ୍ୟରେ ରାଜନୀତି ତେଜିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଏପରିକି ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିକଳ୍ପ ଭାବେ ଶାସକ ଦଳ ନେତା ମାନେ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ଉପସ୍ଥାପିତ କରିପାରନ୍ତି ।

ତେବେ ନୂଆ ଯୋଜନାର ମାନଦଣ୍ଡ ଓ ଚୟନର ଆଧାରକୁ ନେଇ ବିରୋଧୀ ଯେ ପ୍ରଶ୍ନ ନଉଠାଇବେ ତାହା ମଧ୍ୟ କୁହା ଯାଇପାରିବ ନାହିଁ । ଏପରିକି ଏହି ନୂଆ ଯୋଜନାରେ ଶାସକ ଦଳର ଅନୁଗତ ମାନେ ଅଧିକ ଉପକୃତ ହେବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ । ଆସନ୍ତା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମୋ ଘର ଯୋଜନାରେ ବ୍ୟାପକ ଭାବେ ଭୋଟରଙ୍କୁ ପ୍ରଭାବିତ କରିବାର ଆଶଙ୍କା ମଧ୍ୟ ରହିଛି । ତେବେ ଏହି ନୂଆ ଯାଜନା ପରେ ପୂର୍ବରୁ ଥିବା ମୋ କୁଡ଼ିଆ ଯୋଜନା ଓ ବିଜୁ ପକ୍କାଘର ଯୋଜନାର କାର୍ଯ୍ୟ କାରୀତା ନେଇ ପ୍ରଶ୍ନ ଉଠିପାରେ । ପୁରୁଣା ଯୋଜନାକୁ ସରକାର ଚାଲୁରଖି ଏହି ନୂଆ ଯୋଜନା କାର୍ଯ୍ୟକାରୀ କରିବେ ନା ମୋ ଘର ଯୋଜନାକୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକାରୀ କରିବେ ତାହା ଏବେ ବଡ଼ ପ୍ରଶ୍ନ ।

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.