• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ରାସ୍ତାକୁ ଓହ୍ଲାଇଲା କଂଗ୍ରେସ…

ରାସ୍ତାକୁ ଓହ୍ଲାଇଲା କଂଗ୍ରେସ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୩

ବହୁ ଦିନର ବ୍ୟବଧାନ ପରେ ଓଡ଼ିଶା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି । ଆଦାନୀ ମହାଦୁର୍ନୀତିର ଜେପିସି ତଦନ୍ତ ଦାବୀରେ କଂଗ୍ରେସର ଜାତୀୟ ସ୍ତରର ପ୍ରତିବାଦ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଯାଇ ଓଡ଼ିଶା କଂଗ୍ରେସର ନେତାମାନେ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ରାଜ୍ୟ କଂଗ୍ରସ ସଭାପତିଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ଏଥିରେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା । ବେଶ୍ କିଛି ସମୟ ଧରି ନିରବ ହୋଇପଡ଼ିଥିବା ରାଜ୍ୟ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ଦର ବୃଦ୍ଧି ଓ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗ ବାବଦରେ ମଧ୍ୟ କିଛି କିଛି ବୟାନ ରଖିଥିଲେ । ତେବେ ମୁଖ୍ୟତଃ ଆଦାନୀ ଦୁର୍ନୀତି ପ୍ରସଙ୍ଗରେ ଓଡ଼ିଶା କଂଗ୍ରେସର ଏହି ବିକ୍ଷୋଭ ଓ ପ୍ରତିବାଦ ସଭାଥିଲା ।

ବହୁ ଦିନ ଧରି ଓଡ଼ିଶା କଂଗ୍ରେସର ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ୱନେବା ପରେ ଏଭଳି ଏକ ଆନ୍ଦୋଳନକୁ ଓହ୍ଲାଇବା ରାଜ୍ୟ କଂଗ୍ରେସର ସକ୍ରିୟତାକୁ ଜାହିର କରିଛି । ମାତ୍ର ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ଶାସକ ବିଜେଡିର ପ୍ରତିବାଦ ଭଳି କଂଗ୍ରସର ପ୍ରତିବାଦ ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହିଁ । ଏପରିକି ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଓଡ଼ିଶା କଂଗ୍ରେସର ନିରବତା ଅନେକଙ୍କୁ ଅଶ୍ଚର୍ଯ୍ୟ କରିଛି । ସବୁଠାରୁ ବଡ଼ ପ୍ରସଙ୍ଗ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ହୋଇଥିବା ବେଳେ, ଏନେଇ ଓଡ଼ିଶା କଂଗ୍ରେସ ଓ ଏହାର ନେତା ମାନଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି ।

ଏହି ଘଟଣାରେ ପ୍ରମୁଖ ବିରୋଧୀ ଦଳ ବିଜେପି ଠାରୁ ଢେର ପଛରେ ପଡ଼ିଯାଇଛି କଂଗ୍ରେସ । ଏପରିକି ବିଜେପିର ଯୁବମୋର୍ଚ୍ଚା କର୍ମୀ ମାନେ ଏନେଇ ଆନ୍ଦୋଳନ କରିବାସହ ଏବେ ବି ଗିରଫ ହୋଇ ଜେଲ୍ ରେ ଅଛନ୍ତି । ରାଜ୍ୟର ଆଇନ୍ ଶୃଙ୍ଖଳା ପ୍ରସଙ୍ଗରେ ବିଧାନ ସଭାରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସର ଭୂମିକା ଶାସକ ଦଳକୁ ଅଡ଼ୁଆରେ ପକାଇ ଥିବା ବେଳେ ବାହାରେ ବିଜେପି ହିଁ ଏ ବାବଦରେ ଯଥେଷ୍ଟ ଅଧିକ ଶ୍ରେୟ ନେଇଛି । ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘନ ଘନ ବୟାନ ପରିବର୍ତ୍ତନ ରାଜ୍ୟ କଂଗ୍ରେସର ନେତୃବୃନ୍ଦଙ୍କୁ ଅସୁବିଧାରେ ପକାଇ ଦେଇଛି । ଏପରିକି ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ଶିଥିଳତାକୁ ନେଇ ମଧ୍ୟ କଂଗ୍ରେସର ସ୍ୱର ସେତେଟା ଶାଣିତ ହୋଇନାହିଁ ଶାସକ ଦଳ ବିରୋଧରେ। ପୂର୍ବରୁ ମଧ୍ୟ ଅର୍ଚ୍ଚନା ନାଗ ମାମଲା ଓ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା ଅଭିଯୋଗ ଉପରେ କଂଗ୍ରେସର ବିରୋଧ କେବଳ କିଛି ବୟାନ ବାଜିରେ ସୀମିତ ରହିଥିଲା ।

ବିଶେଷ କରି ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟ କଂଗ୍ରେସର ଆଭିମୁଖ୍ୟ ଅତ୍ୟନ୍ତ ନରମ ହୋଇଯାଇଥିବାର ଚର୍ଚ୍ଚା ହେଉଛି ରାଜନୈତିକ ମହଲରେ । ଏପରିକି ପିସିସି ସଭାପତି ଶରତ ପଟ୍ଟନାୟକ ଯଦିଓ କଂଗ୍ରେସର ଜାତୀୟ ନେତୃତ୍ୱର ଆହ୍ୱାନକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି, ମାତ୍ର ରାଜ୍ୟର କଂଗ୍ରେସ ଯେ ଶାସକ ଦଳର ବିକଳ୍ପ ହୋଇପାରିବ ସେ ନେଇ କୌଣସି ପ୍ରକାର ଧାରଣା ଜନସାଧାରଣଙ୍କ ମନରେ ତିଆରି କରିପାରି ନାହାଁନ୍ତି ।

ଅନ୍ୟ ପକ୍ଷରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବା ପରଠାରୁ ରାଜ୍ୟ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହେବା ପରି ମନେହେଉଛି । ସେ ଗଣମାଧ୍ୟମରେ ଶାସକ ଦଳ ଓ ଏହାର ମୁଖ୍ୟଙ୍କ ବାବଦରେ ମନ୍ତବ୍ୟ ଦେଇ କଂଗ୍ରେସର ବିରୋଧୀ ଭୂମିକାକୁ ବଞ୍ଚାଇବାକୁ ପ୍ରୟାସ ଜାରି ରଖୁଛନ୍ତି । ଏପରିକି କଂଗ୍ରେସଠାରୁ ଦୂରେଇଯାଇଥିବା ଅନେକ ନେତା ଓ ଅସନ୍ତୁଷ୍ଟ ମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ପୁଣି କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକୁ ଆଗକୁ ନେବାକୁ ସେ ବ୍ୟକ୍ତିଗତ ଉଦ୍ୟମ କରୁଥିବା ଭଳି ମନେହୁଏ ।

ତେବେ ସାଧାରଣ ନିର୍ବାଚନ ପାଖାପାଖି ବର୍ଷେ ଥିବା ବେଳେ ରାଜ୍ୟ କଂଗ୍ରେସର ଭୂମିକା କ’ଣ ହେବ ତାହା ଏବେ ବି ଅସ୍ପଷ୍ଟ । ୨୦୧୯ ସାଧାରଣ ନିର୍ବାଚନରେ ୧ଟି ଲୋକସଭା ଆସନ ଓ ଦୁଇ ଅଙ୍କରୁ କମ ବିଧାନସଭା ଆସନ ପାଇଥିବା କଂଗ୍ରେସ ଏଥର ମଇଦାନରେ ରହିବ କି ନାହିଁ ତାହା ମଧ୍ୟ ସନ୍ଦେହରେ ରହିଛି । ନୟାଗଡ଼ର ପରୀହତ୍ୟା ମାମଲା, କଳାହାଣ୍ଡିର ମମିତା ମେହେର ହତ୍ୟା ଘଟଣା, ମାହାଙ୍ଗାର ଡବଲମର୍ଡର ଘଟଣା ଓ ଏବେର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଦୁର୍ବଳ ପ୍ରତିବାଦ ଲୋକଙ୍କ ପାଖରେ ଦଳର ଭାବମୂର୍ତ୍ତୀ ବଞ୍ଚାଇ ପାରିବ ତ ? ଏହି ଘଟଣାରେ ରାଜ୍ୟ କଂଗ୍ରେସର ନେତା ମାନଙ୍କ ମାପଚୁପା ବୟାନ ଓ ଶାସକ ଦଳ ପ୍ରତି ନରମ ଆଭିମୁଖ୍ୟ ଦଳ ସପକ୍ଷରେ ଜନମତ ଯୋଗାଡ଼ କରିପାରିବ ତ ? ପୂର୍ବ ଭଳି ଆସୁଥିବା ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଆଗଧାଡ଼ିର ନେତାମାନେ ଶାସକ ଦଳ ବିଜେଡି ମୁହାଁ ହେବେନି ତ ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.