• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଚାଉଳ ବନାମ୍ ଆଇନ ଶୃଙ୍ଖଳା

ଚାଉଳ ବନାମ୍ ଆଇନ ଶୃଙ୍ଖଳା
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ଫେବୃଆରୀ ୨୦୨୩

କିଛି ଦିନର ବିରତି ପରେ ଏବେ ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି । ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟର ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଏବେ ଦେଖିବାକୁ ମିଳିବ ୩ ଦିନିଆ ଆନ୍ଦୋଳନର ପ୍ରତିଯୋଗିତା । ୫ କେଜି ଚାଉଳ କାହିଁକି କେନ୍ଦ୍ର ସରକାର କାଟିଦେଲେ ଓ ଧାନ କିଣା ବାବଦକୁ ବଜେଟ୍ ରେ କାହିଁକି କମ୍ ପରିମାଣ ଅର୍ଥ ବ୍ୟୟ ବରାଦ କରିଛନ୍ତି ଏହି ପ୍ରଶ୍ନ ନେଇ ଏବେ ଶାସକ ବିଜେଡ଼ି ୩ ଦିନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ।

ସେହିପରି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ଧିମା ଗତି ଓ ରାଜ୍ୟର ବିପନ୍ନ ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଗର୍ଜିବ ରାଜରାସ୍ତାରେ । ବିରୋଧୀ ଦଳ ଭାବରେ ଏହି ପ୍ରସଙ୍ଗକୁ ନେଇ ବିଜେପି ମଧ୍ୟ ୩ ଦିନିଆ ଆନ୍ଦୋଳନର ଡାକରା ଦେଇଛି । ପଞ୍ଚାୟତ ସ୍ତରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରହିଛି ଦଳୀୟ କାର୍ଯ୍ୟକ୍ରମ ଓ ପ୍ରତିବାଦ । ଏହି ଦୁଇଟି ପ୍ରସଙ୍ଗରୁ ଦୁଇ ଦଳ ରାଜନୈତିକ ଫାଇଦା ହାସଲର ଲକ୍ଷ୍ୟ ରଖିଛନ୍ତି । ମାଗଣା ଚାଉଳର ଶ୍ରେୟ ଓଡ଼ିଶାରେ ଶାସନ କ୍ଷମତାରେ ଥିବା ଶାସକ ବିଜେଡି ସବୁବେଳେ ନେଇ ଆସିଛି । ଏପରିକି ଏନେଇ ଏକ ଭଲ ଭୋଟ ବ୍ୟାଙ୍କ ମଧ୍ୟ ଦଳ ନିଜ ସପକ୍ଷରେ ତିଆରି କରିସାରିଛି । ହଠାତ୍ ଏହି ଶ୍ରେୟରେ ଭାଗ ନେବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି । କିଛି ଦିନ ପୂର୍ବରୁ କେନ୍ଦ୍ରସରକାର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ପ୍ରଦାନ ନିଷ୍ପତ୍ତି ନେବାପରେ, ଏହା ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜେଡ଼ିକୁ ଅଡୁଆରେ ପକାଇଦେଇଛି । କାରଣ ଏବେ ଏହି ଚାଉଳ ବାବଦକୁ ସମସ୍ତ ଅର୍ଥ କେନ୍ଦ୍ର ସରକାର ବହନ କରିବେ ଓ ଏ ବାବଦରେ ଏକ ରସିଦ ମଧ୍ୟ ଉପଭୋକ୍ତା ମାନଙ୍କୁ ଦିଆଯିବ । ତେଣୁ ମାଗଣା ଚାଉଳର ଶ୍ରେୟ ଏବେ କେନ୍ଦ୍ର ସରକାର ନେଇଯିବାର ଭୟ ସୃଷ୍ଟି ହୋଇଛି ଓଡ଼ିଶାର ଶାସକ ଦଳ ପାଇଁ ।

ତେଣୁ ଏହି ଭୋଟ ବ୍ୟାଙ୍କକୁ କ୍ଷତି ନପହଞ୍ଚାଇବାର ଯୋଜନାରେ ରହିଛି ବିଜେଡି। ଏଣୁ ପୂର୍ବରୁ ୧୦ କେଜି ଚାଉଳ ପାଉଥିବା ଲୋକଙ୍କ ପାଖରେ ୫ କେଜି ଚାଉଳ କେନ୍ଦ୍ର ସରକାର କାଟି ଦେଇଛନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚାହୁଁଛି ଶାସକ ବିଜେଡି । ଯାହାଦ୍ୱାରା ଏହି ୧୦ କେଜି ଚାଉଳର ଉପଭୋକ୍ତା ମାନଙ୍କ ପାଖରେ କେନ୍ଦ୍ର ସରକାର ବାବଦରେ ଏକ ନକାରାତ୍ମକ ମନୋଭାବ ତିଆରି କରିବାପାଇଁ ବିଜେଡି ଉଦ୍ୟମ କରୁଥିଲା ଭଳି ମନେହୁଏ । ପଶ୍ଚିମ ଓଡ଼ିଶାର ଅଭାବୀ ଧାନ ବିକ୍ରି ପ୍ରସଙ୍ଗକୁ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ କରିବା ସହ ଏଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ ବୋଲି ଲୋକଙ୍କ ପାଖରେ ଏବେ ବାର୍ତ୍ତା ପହଞ୍ଚାଇବାକୁ ଚେଷ୍ଟାକରିବ ବିଜେଡି ଏହି ପ୍ରତିବାଦ ମାଧ୍ୟମରେ ।

ଅନ୍ୟପକ୍ଷରେ ବିଜେପି ମଧ୍ୟ ଏବେ ଚାଉଳ ରାଜନୀତିରୁ ପୁରା ଶ୍ରେୟ ନେବାପାଇଁ ଅଣ୍ଟା ଭିଡ଼ିଛି । ମାଗଣା ଚାଉଳ ମୋଦି ଦେଉଛନ୍ତି ବୋଲି ବିଜେପିର ନେତାମାନେ ଏବେ ଠାରୁ ପ୍ରଚାର କରିବା ଆରମ୍ଭ କରିଦେଲେଣି। ଭୋଟରଙ୍କ ପାଖରେ ଏହି ଚାଉଳ ପହଞ୍ଚିବା ପରେ ମାଗଣା ଚାଉଳ ଶ୍ରେୟ ବିଜେଡି ଠାରୁ ବିଜେପି ଛଡ଼ାଇ ପାରିବ ବୋଲି ଆଶା କରୁଛି । ଏହା ସହିତ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ବେଶ୍ ସୁଚିନ୍ତିତ ରଣନୀତି ନେଇ ଆଗକୁ ବଢ଼ୁଛି । ପ୍ରଥମେ ଏହି ହତ୍ୟାକାଣ୍ଡ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଦଳ ବ୍ୟବହାର କଲା। ଜୟନାରାୟଣ ମିଶ୍ରଙ୍କ ମୁହଁରେ ଏହି ହତ୍ୟାକାଣ୍ଡ ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ସାରା ରାଜ୍ୟର ଲୋକଙ୍କୁ ବାର୍ତ୍ତା ଦେବାରେ ସଫଳ ହେଲା । ପରବର୍ତ୍ତୀ ସମୟରେ ଅନ୍ୟତମ ନେତା ତଥା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ମୁହଁରେ ଏହି ହତ୍ୟାକାଣ୍ଡରେ ଉପକୂଳିଆ ନେତା ସମ୍ପୃକ୍ତି ଥିବାର ଏକ ଅଭିଯୋଗ ମଧ୍ୟ କଲା ବିଜେପି । ଯାହାକି ଏହି ହତ୍ୟାକାଣ୍ଡ ପଛରେ ଏକ ରାଜନୈତିକ ଉଦ୍ଦେଶ୍ୟ ଥିବା କଥାକୁ ଲୋକଙ୍କ ପାଖରେ ପହଞ୍ଚାଇଲା । ପୁଣି ଦଳର ଅନ୍ୟତମ ନେତା ତଥା ପଦ୍ମପୁରର ପୂର୍ବତନବିଧାୟକ ପ୍ରଦୀପ ପୁରୋହିତ ଆଣିଲେ ଆହୁରି ସଙ୍ଗୀନ ଅଭିଯୋଗ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିବା ବ୍ୟକ୍ତିମାନେ ନବ ଦାସଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ଅଭିଯୋଗ କଲେ ପ୍ରଦୀପ ପୁରୋହିତ । ଯାହାକି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଆଉ ଏକ ବାର୍ତ୍ତା ମଧ୍ୟ ଦେଲା । ଯାହାକି ଶାସକ ବିଜେଡିକୁ ବେଶ୍ ବିବ୍ରତ କରିଦେଇଛି। କିଛି ଦିନର ନୀରବତା ପରେ ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିବା ବିଜେଡିକୁ ଏବେ ଆହୁରି ଅସୁବିଧାରେ ପକାଇ ଦେଇଛି । ଏସବୁ ପରେ ରାଜ୍ୟ ବିଜେପି ଏହି ଘଟଣା ନେଇ ଏବେ ରାଜ୍ୟ ବ୍ୟାପୀ ୩ ଦିନିଆ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଯାହାକି ଏକ ସୁଚିନ୍ତିତ ରଣନୀତିର ଅଂଶବିଶେଷ ପରି ଜଣାପଡ଼ୁଛି ।

ଏବେ ଦେଖିବାର କଥା ଯେ, ୫ କେଜି ଚାଉଳ କାଟିବା ଓ ନବ କିଶୋର ଦାସଙ୍କ ହତ୍ୟା ପ୍ରସଙ୍ଗ କେଉଁ ଘଟଣା ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି ? ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସର ଦରବୃଦ୍ଧି ବେଳେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ ନକରି ନିରବ ରହିବା ପରେ ବିଜେଡିର ଚାଉଳ କାଟିବା ପ୍ରସଙ୍ଗକୁ ଲୋକେ ଗ୍ରହଣ କରିବେ ତ ? ୨୦୧୯ ପର ଠାରୁ କେନ୍ଦ୍ର ବିରୋଧରେ ଚୁପ୍ ରହିଥିବା ବିଜେଡିର ସ୍ୱର ଲୋକଙ୍କ ପାଖରେ ପହଞ୍ଚିବ ତ ? ଅନ୍ୟପକ୍ଷରେ ବିଜେଡିର ଶୀର୍ଷ ନେତୃତ୍ୱ ବିରୋଧରେ ଏକ ରକମ ପାଟି ଖୋଲୁ ନଥିବା ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଏବେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ବାବଦରେ ମୁହଁ ଖୋଲିବା ଘଟଣା ଲୋକଙ୍କୁ ପ୍ରଭାବିତ କରିପାରିବ ତ ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.