• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସମ୍ପତ୍ତି ତାଲିକା ତନାଘନା..

ସମ୍ପତ୍ତି ତାଲିକା ତନାଘନା..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧ ଫେବୃଆରୀ ୨୦୨୩

ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶନାମା ଅନୁଯାୟୀ ୨୦୨୩ ଜାନୁଆରୀ ୩୧ ତାରିଖ ସୁଦ୍ଧା ସମସ୍ତ ସରକାରୀ ଚାକିରିଆ (ଗ୍ରୁପ୍ -ଏ ରୁ ଗ୍ରୁପ୍ – ଡି ପର୍ଯ୍ୟନ୍ତ) ସେମାନଙ୍କର ୨୦୨୨ ଜାନୁଆରୀ ୧ତାରିଖ ପର୍ଯ୍ୟନ୍ତ ସମସ୍ତ ସମ୍ପତ୍ତିର ବାର୍ଷିକ ତାଲିକା ଦାଖଲ କରିବେ । କର୍ମଚାରୀ ମାନେ ସରକାରଙ୍କର ଧାର୍ଯ୍ୟ ଫର୍ମାଟ୍ ଅନୁଯାୟୀ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତିର ତାଲିକା ଓ ଏହାର ମୂଲ୍ୟାୟନ ଅପଲୋଡ଼ କରିବେ । ଯଦି କେହି ଏହି ସମ୍ପତ୍ତି ତାଲିକା ଦେବେ ନାହିଁ, ତେବେ ସେମାନଙ୍କ ପଦନ୍ନୋତି କଥା ବିଚାରକୁ ନିଆଯିବ ନାହିଁ ।

କାହିଁକି ଓଡ଼ିଶା ସରକାରଙ୍କ ଏଭଳି କଠୋର ମନୋଭାବ? ସରକାରୀ କର୍ମଚାରୀଙ୍କ ଉପରେ ରାଜ୍ୟ ସରକାରଙ୍କର ଏଭଳି ମନୋଭାବ ପୋଷଣ ପଛର କାରଣ କ’ଣ ? ସାଧାରଣ ପ୍ରଶାସନ ବିଭାଗର ଏହି ତନାଘନା କାହିଁକି ?

ଅଧିକରୁ ଅଧିକ ସରକାରୀ କର୍ମଚାରୀ ଦୁର୍ନୀତିଗ୍ରସ୍ତ ହେବା ନେଇ ରାଜ୍ୟ ସରକାର ବିଚଳିତ । ଯେଉଁଥିପାଇଁ “ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ” ୨୦୨୧କୁ ସରକାର ଆଣିଥିଲେ । ଏହି ନିୟମ ଅନୁଯାୟୀ ପ୍ରତିବର୍ଷ ଜାନୁଆରୀ ୧ରୁ ୩୧ତାରିଖ ମଧ୍ୟରେ କର୍ମଚାରୀମାନେ ସେମାନଙ୍କର ସମ୍ପତ୍ତି ତାଲିକା ରାଜ୍ୟ ସରକାରଙ୍କର ମାନବ ସମ୍ବଳ ପରିଚାଳନା ସିଷ୍ଟମ୍ ପୋର୍ଟାଲରେ ଦେବାକଥା । ମାତ୍ର ଗତ ଦୁଇ ବର୍ଷ ମଧ୍ୟରେ ଏଥିରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏପରିକି ରାଜ୍ୟ ସରକାରଙ୍କର ଏହି ନିୟମକୁ ଅନେକ କର୍ମଚାରୀ “ଫୁ” କରି ଉଡ଼ାଇ ଦେଇଛନ୍ତି । ଯାହାର ଫଳସ୍ୱରୂପ ଏବର୍ଷ ରାଜ୍ୟ ସରକାର ଏନେଇ କଠୋର ହେବାକୁ ବାଧ୍ୟ ହୋଇଛନ୍ତି । ଏପରିକି ଏହି ତାଲିକା ଦାଖଲ ନକଲେ ଦରମା ମିଳିବାରେ ବିଳମ୍ବ ହେବ ବୋଲି ଚେତାବନୀ ଦିଆଯାଇଥିବା କଥା ଶୁଣିବାକୁ ମିଳିଛି।

ପ୍ରତିଦିନ ଖବର କାଗଜ ଓ ଟିଭିରେ ଦେଖିବାକୁ ମିଳୁଛି ସରକାରୀ କର୍ମଚାରୀ ମାନଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ପୁଳା ପୁଳା ଖବର। ଭିଜିଲାନ୍ସ ବିଭାଗର ଚଢ଼ାଉ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ଦାମୀ ଗାଡ଼ି, ସୁନା ଗହଣା ଜବତ, ଏକାଧିକ ଫ୍ଲାଟ ଠାବ ଆଦି ଖବରରେ ଗଣମାଧ୍ୟମ ମୁଖରିତ । ଏହି ଖବର ପ୍ରସାରଣର ଦୁଇ ଚାରିଦିନ ପରେ କେହି ଜାଣନ୍ତି କି ଏହି କୁବେର ମାନେ ଯାଆନ୍ତି କୁଆଡ଼େ? କ’ଣ କାର୍ଯ୍ୟାନୁଷ୍ଠାନ ହୁଏ ସେମାନଙ୍କ ଉପରେ? ସେମାନଙ୍କର ଜବତ ସମ୍ପତ୍ତିର ଉତ୍ସ କ’ଣ? ଜବତ ହୋଇଥିବା ସମ୍ପତ୍ତି ଯାଏ କୁଆଡ଼େ? ପରିଶେଷରେ ଏହି କର୍ମଚାରୀମାନଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହୁଏ କି ?

ଏସବୁ ପ୍ରଶ୍ନର ଉତ୍ତର ଯଦି ‘ହଁ’ ହୋଇଥାନ୍ତା ତେବେ, ସମ୍ପତ୍ତି ତାଲିକା ନେଇ ଏତେ ତନାଘନା ହୁଅନ୍ତା ନାହିଁ। ସମ୍ପତ୍ତି ତାଲିକା ତନାଘନା ସୂଚିତ କରୁନାହିଁ କି ଯେ, ସରକାରୀ କର୍ମଚାରୀ ମାନେ ବ୍ୟାପକ ପରିମାଣର ବେଆଇନ୍ ଭାବେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରୁଛନ୍ତି ବୋଲି । ଓଡ଼ିଶା ସରକାରଙ୍କର ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିର ବିରୋଧାତ୍ମକ ଚିତ୍ର ଦେଖିବାକୁ ମିଳୁଛି ଏହି ସମ୍ପତ୍ତି ତାଲିକା ଘୋଷଣା ନେଇ ତତ୍ପରତା ଦ୍ୱାରା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ପତ୍ତି ତାଲିକା ଦାଖଲ ନିୟମକୁ ସରକାରୀ କର୍ମଚାରୀମାନେ ନମାନିବା ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି। ସେହିପରି ଭିଜିଲାନ୍ସ ଜାଲରେ ପଡୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଧିକ ସଂଖ୍ୟା ହେଉଛି ଗ୍ରୁପ୍ – ଡି, ଗ୍ରୁପ୍ – ସି ଓ ଗ୍ରୁପ୍ – ବି ର କର୍ମଚାରୀ ମାନଙ୍କର ।

ଯଦି ଓଡ଼ିଶା ସରକାରଙ୍କର ଭିଜିଲାନ୍ସ ବିଭାଗର ଚଢ଼ାଉ ଉପରେ ନଜର ରଖାଯାଏ ଓ ଗଣମାଧ୍ୟମରେ ପ୍ରକାଶିତ ଏହି ଖବର ଗୁଡ଼ିକୁ ତର୍ଜମା କରାଯାଏ, ତେବେ ଯେ କେହିବି ସ୍ୱୀକାର କରିବ ଓଡ଼ିଶାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଏକ ମାନସିକତା ତିଆରି ହୋଇଛି । ଅଧିକରୁ ଅଧିକ ସରକାରୀ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ଜନିତ ମାମଲା ସଂଖ୍ୟା ବଢ଼ିବା ପ୍ରମାଣିତ କରୁଛି ଯେ, ଓଡ଼ିଶାରେ ବିଗତ ବର୍ଷ ମାନଙ୍କରେ ଦୁର୍ନୀତି କମିବା ପରିବର୍ତ୍ତେ ବଢ଼ିଚାଲିଛି । ଏପରିକି ଏହା ସରକାରୀ କଳର ନିୟନ୍ତ୍ରଣର ବାହାରକୁ ମଧ୍ୟ ଚାଲିଯାଉଥିବାର ସଂକେତ ଦେଇଛି। ଗୋଟିଏ ପକ୍ଷରେ ସରକାରଙ୍କ ଦୁର୍ନୀତି ବିରୋଧୀ ନୀତି ଓ ଅନ୍ୟପକ୍ଷରେ ସରକାରୀ କର୍ମଚାରୀମାନେ ସମ୍ପତ୍ତି ତାଲିକା ଦାଖଲକୁ ବେଖାତିର କରିବା ଦୁଇଟି ପରସ୍ପର ବିରୋଧାତ୍ମକ ଚିତ୍ର ବୟାନ କରୁଛି । ଦୁର୍ନୀତି ଅଭିଯୋଗ ଘଟଣାରେ ରାଜ୍ୟ ସରକାରଙ୍କର ଛୋଟ ଛୋଟ କର୍ମଚାରୀ ମାନେ ବାରମ୍ବାର ଧରା ପଡ଼ିବା ଓ ବରିଷ୍ଠ ପଦାଧିକାରୀ ଯଥା ଆଇ.ଏ.ଏସ ଓ ଆଇ.ପି.ଏସ ଅଫିସରମାନେ ଏଥିରୁ ବର୍ତ୍ତିବା ଘଟଣା ଦୁର୍ନୀତି ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି । ତେଣୁ ଏପରି କ୍ଷେତ୍ରରେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିପାରିଛନ୍ତି କି ? ଯଦି ଏହି ନୀତିକୁ ସଠିକ୍ ବାଟରେ କାର୍ଯ୍ୟକାରୀ କରାଯାଇ ପାରିଥାନ୍ତା ତେବେ ସରକାରୀ କର୍ମଚାରୀ ମାନେ କ’ଣ ନିଜର ସମ୍ପତ୍ତି ତାଲିକା ଘୋଷଣା କରିବା ନିର୍ଦ୍ଦେଶକୁ ମାନୁନଥାନ୍ତେ ? ସରକାରଙ୍କର ଆଭିମୁଖ୍ୟ ଯଦି ଦୁର୍ନୀତି ବିରୋଧରେ କଠୋର ହୋଇଥାଆନ୍ତା ତେବେ, ଥରକୁ ଥର କ’ଣ ସରକାରଙ୍କୁ ସମ୍ପତ୍ତି ତାଲିକା ଦାଖଲ ତାରିଖ ଘୁଞ୍ଚାଇବାକୁ ପଡୁଥାଆନ୍ତା ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.