• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମାହାଙ୍ଗାରେ ୨୦୨୪ ଓଡ଼ିଶା ମାଧ୍ୟମିକ ୧୦ମ ଶ୍ରେଣୀ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ମାହାଙ୍ଗାରେ  ୨୦୨୪ ଓଡ଼ିଶା ମାଧ୍ୟମିକ ୧୦ମ  ଶ୍ରେଣୀ କୃତୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୪ ଜୁଲାଇ ୨୦୨୪

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ମାହାଙ୍ଗା (ବନ୍ତଳା ଗ୍ରାମ) ସ୍ଥିତ କୃଷି ଉତ୍କର୍ଷ କେନ୍ଦ୍ର ପରିସରରେ ଚଳିତ ବର୍ଷ ୨୦୨୪ ମସିହା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମାଧ୍ୟମିକ (୧୦ମ ଶ୍ରେଣୀ) ପରୀକ୍ଷାରେ ମାହାଙ୍ଗା ମଣ୍ଡଳ ଓ ନିଶ୍ଚିନ୍ତ କୋଇଲି ମଣ୍ଡଳ ସ୍ତରୀୟ ଶ୍ରେଷ୍ଠ ସ୍ଥାନିତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାରୋହରେ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସରକାର ଙ୍କ ପ୍ରାକ୍ତନ ପ୍ରଶାସକ ତଥା ରେଭେନ୍ସା ବିଶ୍ଵ ବିଦ୍ୟାଳୟ ର ପୂର୍ବତନ ନିବନ୍ଧକ ଶ୍ରୀଯୁକ୍ତ ଅଶୋକ କୁମାର ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମରୋହକୁ ଉଦ୍ଘାଟନ କରିଥିଲେ । ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଆତ୍ମା ବିଶ୍ୱାସ ତଥା ଅଧ୍ୟବସାୟ ବଳରେ ସଫଳତାର ଶୀର୍ଷ ସୋପାନରେ ପହଞ୍ଚି ପାରିବେ” ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାଶ ଭାଷଣ ପ୍ରସଙ୍ଗରେ ମତବ୍ୟକ୍ତ କରିଥିଲେ।

ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଶ୍ରୀ ଅବନୀ ଚନ୍ଦ୍ର ଦାସ ଉତ୍ସବରେ ସଂଯୋଜନା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରି ବିଦ୍ୟାର୍ଥୀ ମାନେ ଦୀପଶିଖା ଭଳି ନିଜେ ଜଳି ସମାଜକୁ ଆଲୋକ ଦେଖାଇବାର ଅଭିପ୍ରାୟ ରଖିବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଫାଉଣ୍ଡେସନର ସହ-ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଅଧ୍ୟାପକ ସୁମନ କର କୃତୀ ବିଦ୍ୟାର୍ଥୀ ମାନଙ୍କ ସମେତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଲାଭ କରି ସୁମଣିଷ ହେବାକୁ ପରାମର୍ଶ ଦେଇଥିଲେ ।

ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ଶୋଭନ କର ଉଦ୍ ବୋଧନ ଦେଇ ପ୍ରତ୍ୟେକ ବିଦ୍ୟାର୍ଥୀ ନିଜର ଇଚ୍ଛାଶକ୍ତି ଓ ଏକାଗ୍ରତା ରଖିଲେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରି ପାରିବେ ବୋଲି ଉଲ୍ଲେଖ କରିଥିଲେ । ନିଶ୍ଚିନ୍ତ କୋଇଲି ମଣ୍ଡଳ ଅଧିନସ୍ଥ ବିଦ୍ୟାଳୟ ର କୃତୀ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ୯ ଜଣ ଙ୍କୁ ଏବଂ ମାହାଙ୍ଗା ମଣ୍ଡଳ ଅଧିନସ୍ଥ ବିଦ୍ୟାଳୟର କୃତୀ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନିତ ୫ ଜଣଙ୍କୁ ଫାଉଣ୍ଡେସନ ପକ୍ଷରୁ ଉପଢୌକନ, ପ୍ରୋତ୍ସାହନ ବୃତ୍ତି ଅର୍ଥ ରାଶି ସହିତ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।

ଶେଷରେ ଶ୍ରୀ ରୁଦ୍ର ନାରାୟଣ ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ । ଫାଉଣ୍ଡେସନ କୃଷି ଉତ୍କର୍ଷ କେନ୍ଦ୍ରର ସମସ୍ତ ସ୍ୱେଚ୍ଛା ସେବୀ କର୍ମଚାରୀବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ସମାରୋହରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ବୁଦ୍ଧିଜୀବି, ଶିକ୍ଷାବିତ୍, ବରିଷ୍ଠ ନାଗରିକ,ମୂରବୀ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗ ଦେଇଥିଲେ ।

Nirvik Bureau

Nirvik Bureau

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.