• About
  • Contact
Monday, May 25, 2026
Monday, May 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମାହାଙ୍ଗା ରେ ଶରତ କୁମାର କରଙ୍କ ୮୬ ତମ ଜୟନ୍ତୀ ପାଳିତ

ମାହାଙ୍ଗା ରେ ଶରତ କୁମାର କରଙ୍କ ୮୬ ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ସେପ୍ଟେମ୍ବର ୨୦୨୪

ଜଣେ ସ୍ନେହୀ ତଥା ଉଦାରବାଦୀ ଜନ ନେତା ଥିଲେ ଶରତ କୁମାର କର । ସାଧାରଣ ଜନତା ଙ୍କ ହୃଦୟରେ ସେ ଏବେ ବି ବଞ୍ଚି ରହିଛନ୍ତି ବୋଲି ଗତକାଲି କୁଆଁପାଳ ଠାରେ ମାହାଙ୍ଗା ବ୍ଲକ୍ ସମ୍ମୁଖସ୍ଥ ସ୍ୱର୍ଗତ ଶରତ କରଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଆୟୋଜିତ ତାଙ୍କ ୮୬ ତମ ଜୟନ୍ତୀ ସମାରୋହ ରେ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ।

ମାହାଙ୍ଗା ମୈତ୍ରୀ ମଞ୍ଚ ଦ୍ବାରା ପ୍ରତିଷ୍ଠିତ ପ୍ରବୀଣ ରାଷ୍ଟ୍ରନୀତିଜ୍ଞ, ସୁସହିତ୍ୟିକ ତଥା ସଫଳ ଜନନେତା ଶରତ କୁମାର କରଙ୍କ ପ୍ରତିମୂର୍ତ୍ତୀରେ ଏହି ଜୟନ୍ତୀ ଅବସରରେ ଯୋଗଦେଇ ଶରତ କର ଓ ଅନିମା କର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀଯୁକ୍ତ ଶୋଭନ କର ମାଲ୍ୟାର୍ପଣ କରି ତାଙ୍କ ସୂର୍ଗୀୟ ପିତା ଙ୍କ ସ୍ମୃତି ରକ୍ଷା ଲାଗି ଉଦ୍ୟମ କରି ଆସୁଥିବା ମାହାଙ୍ଗା ମୈତ୍ରୀ ମଞ୍ଚ ଓ ସ୍ଥାନୀୟ ଅଭ୍ୟର୍ଥନା କମିଟି ସମେତ ବିଭିନ୍ନ ଅନୁଷ୍ଠାନ ତଥା ମାହାଙ୍ଗା ବାସୀ ଜନସାଧାରଣଙ୍କ ପ୍ରତି ବ୍ୟକ୍ତିଗତ ଭାବେ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ଉକ୍ତ ଜୟନ୍ତୀ ସଭା ସ୍ଥଳ “ଶରତ କର ଅମର ରହେ” ବୋଲି ସାର୍ବଜନୀନ ଧ୍ୱନି ରେ ପ୍ରକମ୍ପିତ ହୋଇଥିଲା ।

ଓଡ଼ିଶା ନବ ନିର୍ମାଣ କ୍ଷେତ୍ରରେ ସ୍ବର୍ଗତ କର ତାଙ୍କ ଜୀବଦ୍ଦଶାରେ ବିଜୁ ବାବୁଙ୍କ ଏକାନ୍ତ ଘନିଷ୍ଠ ସହଯୋଗୀ ଥିଲେ ବୋଲି ମାହାଙ୍ଗା ବ୍ଲକ୍ କାର୍ଯ୍ୟାଳୟ ସନ୍ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବୃନ୍ଦ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରୁଦ୍ର ନାରାୟଣ ସିଂହ, ରତ୍ନାକର ମହାନ୍ତି, ଜଗନ୍ନାଥ ପ୍ରଧାନ, ରାମ ଚନ୍ଦ୍ର ବେହେରା, ରାମ ଚନ୍ଦ୍ର ସ୍ବାଇଁ, ଶ୍ରୀକାନ୍ତ ରାଉତ, ଅମୁଲ୍ୟ କୁମାର ସ୍ୱାଇଁ, ଜ୍ଞାନେନ୍ଦ୍ର ତ୍ରିପାଠୀ, କବି ନବକିଶୋର ଗୋସ୍ବାମୀ, ସମ୍ଶେର ଅଲ୍ଲି ଖାଁ, ରାମ ଚନ୍ଦ୍ର ମହାପାତ୍ର, ଚିତରଞ୍ଜନ ରାଉତ, କାର୍ତ୍ତିକ ଚନ୍ଦ୍ର ବିହାରୀ, ଦୀପକ କୁମାର ଦାସ, ରାଜ୍ କୁମାର ବେହେରା, ଅଜିତ୍ କୁମାର ସାହୁ, ସନ୍ଦୀପ ସାମଲ, ମାଧବ ଚନ୍ଦ୍ର ପଲେଇ, ଦୋଳଗୋବିନ୍ଦ ସାହୁ, ବିଜୟ ନନ୍ଦ, ବିପିନ ଓଝା, ଚୈତନ୍ୟ ସିଂ, ସୁଭେନ୍ଦୁ ସାମଲ, ଶେଖ ଅବଦୁଲ କୁଦୁସ, ହୃଷୀକେଶ ବେହେରା, ବାଦଲ ମିଶ୍ର, ବାବୁଲି ପ୍ରଧାନ, ପାର୍ଥସାରଥୀ ନାୟକ, ଦିପ୍ତି ରଞ୍ଜନ ମହାପାତ୍ର, ପ୍ରମୁଖ ମାହାଙ୍ଗା ଏବଂ ନିଶ୍ଚିନ୍ତ କୋଇଲି ଅଞ୍ଚଳର ବହୁ ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ, ବୁଦ୍ଧିଜୀବି, ଶିକ୍ଷାବିତ୍, ଯୁବ ଛାତ୍ର ଯୋଗ ଦେଇ ଦିବଂଗତ ନେତା ସ୍ୱର୍ଗତ ଶରତ କରଙ୍କ ୮୬ ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ସ୍ମୃତି ପ୍ରତି ଶ୍ରିଦ୍ଧଞଳି ବାଢ଼ିଥିଲେ । ଶେଷରେ, ରାମ ଚନ୍ଦ୍ର ବେହେରା, ଧନ୍ୟବାଦ୍ ଅର୍ପଣ କରିଥିଲେ ।

Nirvik Bureau

Nirvik Bureau

Related Posts

Story Not So Untrue
More

Story Not So Untrue

by Sudipta Mishra
May 21, 2026

Sudipta Mishra, Puri, 21 May 2026 I was in college then. It happened almost two decades ago, sometime between 2006...

Read more
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

April 28, 2026
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.