• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନିର୍ଭୀକ ରାଜନେତା : ଶରତ କୁମାର କର

ନିର୍ଭୀକ ରାଜନେତା : ଶରତ କୁମାର କର
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୧୨ ଅକ୍ଟୋବର ୨୦୨୪

ଓଡ଼ିଶାର ରାଜନୀତି, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଜଣେ ନିର୍ଭୀକ ବ୍ୟକ୍ତିତ୍ଵ ଥିଲେ ସ୍ବର୍ଗତ ଶରତ କୁମାର କର। ମାହାଙ୍ଗା ଅଞ୍ଚଳର ବିଶିଷ୍ଟ ବ୍ରାହ୍ମଣ ପରିବାର ରେ ସ୍ୱର୍ଗତଃ କୁଳମଣି କରଙ୍କ ୩ୟ ପୁତ୍ର ଭାବେ ଜନ୍ମିତ ଶରତ କୁମାର କରଙ୍କ ଅନନ୍ୟ ପ୍ରତିଭା ଓଡ଼ିଶାର ସାହିତ୍ୟ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକ ଦୃଶ୍ୟପଟ୍ଟରେ ବେଶ୍ ଅନୁରଣିତ ହୋଇଛି।

ପ୍ରକାଶ୍ୟରେ କହିବାକୁ ଗଲେ, ସେ ଜଣେ ଓଜସ୍ଵୀ ବକ୍ତା, ଆଧ୍ୟାତ୍ମିକ ପ୍ରବଚକ ଥିଲେ। ଆହ୍ଲାବାଦ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ରେ କୃତିତ୍ୱ ସହକାରେ ଅଧିସ୍ନାତକ ଡିଗ୍ରୀ ହାସଲ କରି ଖୋର୍ଦ୍ଧା କଲେଜ (ଏବେକାର ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ) ରେ ୧୯୬୪ ମସିହାରେ ଅଧ୍ୟାପନା କଲାବେଳକୁ ତାଙ୍କ ବାଗ୍ମୀତା ଅସାଧାରଣ ଭାବେ ଫୁଟି ଉଠିଥିଲା। ତାଙ୍କ ସାରଗର୍ଭକ ବକ୍ତବ୍ୟ ଶୁଣିବାକୁ ସାରା ରାଜ୍ୟର ପୁରପଲ୍ଲୀରେ ନରନାରୀ ତଥା ଆବାଳବୃଦ୍ଧବନିତା ଘଣ୍ଟା ଘଣ୍ଟା ଧରି ପ୍ରତୀକ୍ଷା କରୁଥିଲେ। ରାଜନୈତିକ ଭାଷଣ ହେଉ କିମ୍ବା ବେତାର କେନ୍ଦ୍ର ଜରିଆରେ ରଥଯାତ୍ରା ଧାରା-ବିବରଣୀ ହେଉ ସବୁଥିରେ ତାଙ୍କର ନୂତନତ୍ବ ବାରି ହେଉଥିଲା।

ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଦ୍ଵାରା ଅନୁପ୍ରେରିତ ହୋଇ ରାଜନୀତି ରେ ମନୋନିବେଶ କରିଥିଲେ ଶରତ କର। ଏହା ତାଙ୍କ ଜୀବିତ ଅବସ୍ଥାରେ ସେ ଅନେକ ବାର କହିଛନ୍ତି। ନିଜ ଛାତ୍ର ଜୀବନରୁ ସାହିତ୍ୟ ପ୍ରତି ଗଭୀର ଅନୁରକ୍ତି ରଖି ଏକ ସାପ୍ତାହିକୀ ଖବର କାଗଜ ପ୍ରକାଶ କରୁଥିଲେ ଶରତ ବାବୁ। ତତ୍ କାଳୀନ ପାରିପାର୍ଶ୍ବିକ ଘଟଣା, ଦୁଘଟଣା ତଥା ଜନଜୀବନ ର ପରିସ୍ଥିତି ଉପରେ ସମ୍ବାଦ ଓ ସାହିତ୍ୟରେ ପ୍ରକାଶ କରୁଥିଲେ ସେ ନିର୍ଭୟରେ।

ଅନେକ ଲୋକଙ୍କର ସ୍ମରଣ ଥିବ, ସେ ବେଳରେ ଛବିରାଣୀ ହତ୍ୟାକାଣ୍ଡ ଭଳି ଚାଞ୍ଚଲ୍ୟକର ଘଟଣା ସମ୍ପର୍କ ରେ ତାଙ୍କ ସମ୍ପାଦିତ “ନିର୍ଭୀକ” ପତ୍ରିକାରେ ଉପସ୍ଥାପନ କରି ସାରା ରାଜ୍ୟରେ ଚହଳ ପକାଇ ଥିଲେ। ରାଜନୀତି ତଥା ଓଡ଼ିଶା ଶାସନ କ୍ଷେତ୍ରରେ ବିଜୁବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିଲେ ଏହି ନିର୍ଭୀକ ରାଜନେତା ଶରତ କର। ଶାସନ ବ୍ୟବସ୍ଥା, ସାମାଜିକ ସଂସ୍କାର ଦିଗରେ ନିଜସ୍ଵ ମତ ଓ ମନ୍ତବ୍ୟକୁ ନିର୍ଭୀକ ଭାବେ ପ୍ରକାଶ କରୁଥିଲେ। ସେଥିପାଇଁ ବୋଧ ହୁଏ, ଓଡ଼ିଶାର ଗାଁ ଗହଳିରେ ଲୋକେ କହନ୍ତି – ବିଜୁ ବାବୁଙ୍କୁ ଦେଖିବ, ଶରତ ବାବୁଙ୍କୁ ଶୁଣିବ।

ସତରେ, ତାଙ୍କର ନିର୍ଭୀକ ଓ ଶାଣିତ ସ୍ୱର ଉଭୟ ରାଜନୀତି ଓ ସାହିତ୍ୟ ରେ ପ୍ରତିଫଳିତ ହୋଇଛି, ଏଥିରେ ସନ୍ଦେହ ନାହିଁ। ବାଚସ୍ପତି ଥିବାବେଳେ ଅନେକ ଉପାଦେୟ ରୁଲିଂ ଦେଇ ସେ ଚର୍ଚ୍ଚିତ ହୋଇଛନ୍ତି।

ତାଙ୍କ ରଚିତ କବିତା ପଂକ୍ତି ଟିଏ ମାନେ ପଡୁଛି, ଯେଉଁଥିରେ ତାଙ୍କ ନିର୍ଭୀକ ବ୍ୟଞ୍ଜନାର ଅଭିବ୍ୟକ୍ତି ଉକୁଟି ଉଠିଛି ଏହିପରି:
“ଏ ମୋର ଲେଖନୀ ଦଧିଚିର ହାଡ
ଶକୁନିର ଦୀର୍ଘଶ୍ୱାସ;
କାଳି ଛାଡ଼ି ଆଜି ରକ୍ତରେ ଲେଖୁଛି
ଅନ୍ତଃଥରା ଇତିହାସ।”

ଆଜି ପୁଣ୍ୟ ତିଥିରେ ସେଇ ନିର୍ଭୀକ ରାଜନେତା ଶରତ କରଙ୍କ ଦିବଂଗତ ଆତ୍ମା ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.