• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଶରତ କୁମାର କରଙ୍କ ୪ର୍ଥ ବାର୍ଷିକ ପୁଣ୍ୟ ତିଥି ପାଳିତ
(ସ୍ମାରକୀ ବକ୍ତୃତା ଏବଂ ସ୍ମାରକୀ ସମ୍ମାନ ପ୍ରଦାନ ସମାରୋହ)

ଶରତ କୁମାର କରଙ୍କ ୪ର୍ଥ ବାର୍ଷିକ ପୁଣ୍ୟ ତିଥି ପାଳିତ  (ସ୍ମାରକୀ ବକ୍ତୃତା ଏବଂ ସ୍ମାରକୀ ସମ୍ମାନ ପ୍ରଦାନ ସମାରୋହ)
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୪

ପ୍ରବୀଣ ରାଜନୀତିଜ୍ଞ, ବିଶିଷ୍ଟ ବାଗ୍ମୀ, ସୁସାହିତ୍ୟିକ ତଥା ଆଧ୍ୟାତ୍ମିକ କଥା ବାଚକ ସ୍ୱର୍ଗତ ଶରତ କୁମାର କରଙ୍କ ୪ର୍ଥ ବାର୍ଷିକ ପୁଣ୍ୟ ତିଥି ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଗତକାଲି ସନ୍ଧ୍ୟାରେ ବହୁ ପ୍ରଥିତଯଶା ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଗହଣରେ ପାଳିତ ହୋଇ ଯାଇଛି।

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ସ୍ମୃତି ସମାରୋହକୁ ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଏବଂ ସମ୍ପ୍ରତି ଓଡ଼ିଶା ବିଧାନ ସଭା ବିରୋଧୀ ଦଳ ଉପନେତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖ ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ ଘାଟନ କରିଥିଲେ। ସ୍ବର୍ଗତ ଶରତ କୁମାର କରଙ୍କ ପ୍ରତିଛବି ରେ ମାଲ୍ୟାର୍ପଣ ସହକାରେ ବରେଣ୍ୟ ଅତିଥି ବର୍ଗ ଙ୍କ ସମେତ ଆୟୋଜକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସଭା ପ୍ରାରମ୍ଭରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଓଡ଼ିଶା ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରାପ୍ତ ବନ୍ଦେ ଉତ୍କଳ ଜନନୀ.. ଯନ୍ତ୍ର ସଙ୍ଗୀତରେ ପରିବେଷିତ ହୋଇଥିଲା।

ପୂର୍ବତନ ବାଚସ୍ପତି ତଥା ଜନପ୍ରିୟ ରାଜନେତା ସ୍ବର୍ଗତ କରଙ୍କ ସ୍ମୃତି ସଭାରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ସୁବକ୍ତା ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ “ସାମ୍ପ୍ରତିକ ଧ୍ରୁବିତ ରାଜନୀତି ରେ ବାଚସ୍ପତି ଙ୍କ ଭୂମିକା” ଶୀର୍ଷକ ବିଷୟବସ୍ତୁ ଉପରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।

ଉକ୍ତ ଉତ୍ସବରେ ସଭାପତିତ୍ବ କରିଥିଲେ ଶରତ କର ଓ ଅନିମା କର ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପ୍ରାକ୍ତନ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ଶୋଭନ କର। ଫାଉଣ୍ଡେସନ ସଂଯୋଜକ ତଥା “ନିର୍ଭୀକ” ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସରକାରଙ୍କ ବଚସ୍କର ନହୋଇ ସଂସଦ କିମ୍ବା ବିଧାନ ସଭା ଭଳି ପବିତ୍ର ଗୃହରେ ବାଚସ୍ପତି ମାନେ ଉଦାର, ନିରପେକ୍ଷ ଏବଂ ନୀତିନିଷ୍ଠ ହେବା ଜରୁରୀ। ଏହି ପରିପ୍ରେକ୍ଷୀରେ ସ୍ବର୍ଗତ ଶରତ କର ସମସ୍ତଙ୍କର ଅନୁକରଣୀୟ ବୋଲି ଅତିଥି ଓ ବକ୍ତା ମାନେ ମତ ପୋଷଣ କରିଥିଲେ।

ସ୍ୱର୍ଗତ କରଙ୍କ ସ୍ମୃତିରେ ଫାଉଣ୍ଡେସନ ତରଫରୁ ଓଡ଼ିଶାର ସ୍ୱନାମଧନ୍ୟ ରାଜନେତା ଶ୍ରୀଯୁକ୍ତ କଳିକେଶ ସିଂହଦେଓ ଙ୍କୁ ଶରତ କର ସ୍ମାରକୀ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍ ଭିନ୍ନ ସ୍ବର୍ଗତ କରଙ୍କ ଜ୍ୟେଷ୍ଠ ଭ୍ରାତା ପଦ୍ମଶ୍ରୀ ସ୍ବର୍ଗତ ରଜତ କୁମାର କର ଓ ଧର୍ମପତ୍ନୀ ସ୍ବର୍ଗତ ଅନିମା କର ଙ୍କ ସ୍ମୃତି ରେ ଯଥାକ୍ରମେ ବିଶିଷ୍ଟ ସାହିତ୍ୟିକ, ଗବେଷକ, ଅଧ୍ୟାପକ ଡ଼ଃ ଅନୁପ ମାର୍ଥା ଓ ଅନ୍ୟତମ ବେତାର କଣ୍ଠ ଶିଳ୍ପୀ ତଥା ପ୍ରଚ୍ଛଦପଟ୍ଟ ଗାୟିକା ଲିପିକା ବିଭାର ଙ୍କୁ ମଧ୍ୟ ସ୍ମାରକୀ ସମ୍ମାନ ରେ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ପ୍ରତ୍ୟେକ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ପ୍ରତିଷ୍ଠାନ ପକ୍ଷରୁ ଅଙ୍ଗବସ୍ତ୍ର, ମାନପାତ୍ର, ଉପଢ଼ୌକନ, ପୁଷ୍ପଗୁଚ୍ଛ ଏବଂ ₹.୨୦,୦୦୦ ଲେଖାଏଁ ଅର୍ଥରାଶିର ଚେକ୍ ପ୍ରଦାନ କରାଯାଇଥିଲା।

ତେବେ ଏହି ସ୍ମାରକୀ ସମ୍ମାନ ଗ୍ରହଣ କରିବାକୁ ସମାରୋହରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିନପାରିବାରୁ ଶ୍ରୀଯୁକ୍ତ କଳିକେଶ ସିଂହଦେଓ ଏକ ଭିଡିଓ ବାର୍ତ୍ତାରେ ତାଙ୍କ ପିଉସୀଙ୍କ ଦ୍ଵାରା ଗ୍ରହଣ କରୁଛନ୍ତି ବୋଲି ପ୍ରକାଶ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତର ଦେଇ ପ୍ରତିକ୍ରିୟାରେ ଅନ୍ୟ ଦୁଇ ପ୍ରତିଭା ଫାଉଣ୍ଡେସନ ର ଅଧ୍ୟକ୍ଷ ଏବଂ ଚୟନ କର୍ତ୍ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଭବ୍ୟ ସମାରୋହରେ ଫାଉଣ୍ଡେସନ ଦ୍ବାରା ସଦ୍ୟ ପ୍ରକାଶିତ ତିନିଗୋଟି ପୁସ୍ତକ ଯଥାକ୍ରମେ : ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର ଙ୍କ ରଚିତ ଇଂରାଜୀ ପୁସ୍ତକ “As I Go Ahead”, ଶ୍ରୀମତୀ ସସ୍ମିତା ପଣ୍ଡା ଙ୍କ କବିତା ସଙ୍କଳନ “ନିଃଶବ୍ଦ ଉଚ୍ଚାରଣ” ଏବଂ ଶ୍ରୀଯୁକ୍ତ ଅବନୀ ଚନ୍ଦ୍ର ଦାସଙ୍କ ଦ୍ଵାରା ଲିଖିତ କବିତା ପୁସ୍ତକ “କବିତା ପୁଷ୍ପ ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହେବା ସହିତ ଏହି ସୃଜନୀ ସ୍ରଷ୍ଟା ମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ଲେଖକୀୟ କୃତୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଶେଷରେ ଫାଉଣ୍ଡେସନ ସହ – ଅଧ୍ୟକ୍ଷ ଅଧ୍ୟାପକ ଶ୍ରୀଯୁକ୍ତ ସୁମନ କର ଧନ୍ୟବାଦ୍ ଅର୍ପଣ କରିଥିଲେ।

Nirvik Bureau

Nirvik Bureau

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.