• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଅନନ୍ୟା ବ୍ୟକ୍ତିତ୍ୱ ଅନିମା କର

ଅନନ୍ୟା ବ୍ୟକ୍ତିତ୍ୱ ଅନିମା କର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୭ ନଭେମ୍ବର ୨୦୨୪

ଅନିମା କର ଥିଲେ ଜଣେ ବହୁମୁଖୀ ପ୍ରତିଭା ସଂପନ୍ନ ମହିୟସୀ ମହିଳା। ଜଣେ ଦକ୍ଷ ଇଂରାଜୀ ପ୍ରଫେସର ଏବଂ ଉଚ୍ଚ କୋଟିର କଣ୍ଠଶିଳ୍ପୀ ହିସାବରେ ଅବଶ୍ୟ ରାଜ୍ୟରେ ତାଙ୍କର ଯଥେଷ୍ଟ ସୁଖ୍ୟାତି ରହିଛି। ମାତ୍ର ଅନ୍ୟାନ୍ୟ କ୍ଷେତ୍ରରେ ଥିବା ତାଙ୍କର ଅସାମାନ୍ୟ ଗୁଣାବଳୀ ସଂପର୍କରେ ଆବଶ୍ୟକ ଚର୍ଚ୍ଚାର ଅଭାବ ଯୋଗୁ ସେଥିନେଇ ଖୁବ୍ କମ୍ ଲୋକ ଅବଗତ ଅଛନ୍ତି। ସେ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା ହେଉଛି, ଏହି ଆଲେଖ୍ୟର ଉଦ୍ଦେଶ୍ୟ।

ଅତ୍ୟନ୍ତ ଭଦ୍ର, ନମ୍ର, ସ୍ନେହୀ, ମେଳାପୀ, ପରୋପକାରୀ ସ୍ୱଭାବର ଏହି ମହିଳା ଜଣକ ପଠନ ପ୍ରିୟ, ସାହିତ୍ୟାନୁରାଗୀ, ଅତିଥି ପରାୟଣା, ସୁସଂଗଠିକା, ବନ୍ଧୁବତ୍ସଳ, ଧର୍ମପରାୟଣା ତଥା ସୁଗୃହିଣୀ ଥିଲେ। ତାଙ୍କର ପଢ଼ିବାର ନିଶା ଏତେ ପ୍ରଖର ଥିଲାଯେ, ଦେହାନ୍ତ ପୂର୍ବରୁ ଶଯ୍ୟାଶାୟୀ ଥିବା ସମୟରେ ସେ ବିପୁଳ ସଂଖ୍ୟକ ପୁସ୍ତକ ଓ ପତ୍ରିକା ନିୟମିତ ପଢୁଥିଲେ। ଦିନର ଅଧିକାଂଶ ସମୟ ତାଙ୍କର ବହି ପଢ଼ାରେ ହିଁ ବିତି ଯାଉଥିଲା।

ସାଇ ବାବାଙ୍କ ଶରଣାଗତ ଅନିମା ଦେବୀଙ୍କର କେତେକ ଆଧ୍ୟାତ୍ମିକ କାର୍ଯ୍ୟକଳାପ ତାଙ୍କ ଜୀବନର ଅବିଛିନ୍ନ ଅଂଶ ପାଲଟି ଯାଇଥିଲା। ସେଥିମଧ୍ୟରେ ପ୍ରତ୍ୟହ ନିୟମିତ ବିଷ୍ଣୁ ସହସ୍ର ନାମ ପାଠ କରିବା ଅନ୍ୟତମ କାର୍ଯ୍ୟକ୍ରମ ଥିଲା।

ଭୁବନେଶ୍ୱରରେ ବସବାସ କରୁଥିବା ମାହାଙ୍ଗା ଅଞ୍ଚଳର ମୂଳ ବାସିନ୍ଦା ମାନଙ୍କୁ ନେଇ ନବେ ଦଶକରେ “ମାହାଙ୍ଗା ମୈତ୍ରୀ ମଞ୍ଚ” ନାମକ ଏକ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଗଢ଼ି ଉଠିଥିଲା। ସେହି ଅନୁଷ୍ଠାନ ଗଠନ ଦିଗରେ ଏହି ମହିୟସୀ ମହିଳା ହିଁ ପ୍ରେରଣାର ମୁଖ୍ୟ ଉତ୍ସ ଥିଲେ। ଏଥିରୁ ସାହିତ୍ୟ, ସଂସ୍କୃତି ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରାଗ ପ୍ରତିପାଦିତ ହୁଏ।

ରମାଦେବୀ ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ମୁଖ୍ୟ ଓ ଭାରପ୍ରାପ୍ତ ଅଧ୍ୟକ୍ଷ ପଦବୀର ଦାୟିତ୍ୱ ଅନିମା ଦେବୀ ଅତି ଦକ୍ଷତାର ସହିତ ସଂପାଦନ କରିଥିଲେ। ମହାବିଦ୍ୟାଳୟର ଉତ୍ସବମାନଙ୍କରେ ଛାତ୍ରୀମାନଙ୍କୁ ନେଇ ସେ ଯେଭଳି ଆକର୍ଷଣୀୟ ସଂକୃତି କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ, ତାହା ତାଙ୍କର ସାଂଗଠନିକ ଦକ୍ଷତାର ପ୍ରମାଣ ଦିଏ। ଏତଦଭିନ୍ନ ତାଙ୍କର ଶିକ୍ଷାଦାନ ଶୈଳୀ ଶିକ୍ଷାର୍ଥୀମହଲରେ ଏଭଳି ଗ୍ରହଣୀୟ ଥିଲାଯେ, ଛାତ୍ରୀମାନେ ତାଙ୍କ ସହିତ ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଯୋଗାଯୋଗ ରକ୍ଷା କରିଥିଲେ।

ରାଜ୍ୟର ଅନ୍ୟତମ ବିଶିଷ୍ଟ ରାଜନେତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କୁମାର କରଙ୍କର ସେ ସହଧର୍ମିଣୀ ଥିଲେ। ରାଜନୈତିକ ପରିବାରର ଗୃହିଣୀ ହୋଇଥିବାରୁ ନିୟମିତ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚା ଠାରୁ ଆରମ୍ଭ କରି ନିଜର ଅଧ୍ୟାପନା ବୃତ୍ତି ପାଇଁ ପ୍ରସ୍ତୁତି, କଣ୍ଠଶିଳ୍ପୀ ଭାବେ ସୁନାମ ଅକ୍ଷୁର୍ଣ୍ଣ ରଖିବା ଲାଗି ସଂଗୀତ ଗୁଡ଼ିକର ନିୟମିତ ରିୟାଜ, ପିଲାମାନଙ୍କ ଲାଳନ ପାଳନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ଦାୟିତ୍ୱ ତାଙ୍କୁ ଏକକାଳୀନ ସଂପନ୍ନ କରିବାକୁ ପଡୁଥିଲା। ଏହି ସବୁ ଘନଘଟା ଭିତରେ ମଧ୍ୟ ସେ ଧର୍ଯ୍ୟହରା ନହୋଇ ସମସ୍ତ କାର୍ଯ୍ୟ ନିଷ୍ଠାର ସହିତ ସଂପାଦନ କରୁଥିଲେ।

ଅନିମା ଦେବୀ ଜଣେ ସୁଗାୟିକା ଥିଲେ। ସଂଗୀତ ପ୍ରତି ତାଙ୍କର ପ୍ରଚଣ୍ଡ ମମତ୍ୱବୋଧ ଥିଲା। ଜଣେ ଉଚ୍ଚକୋଟୀର କଣ୍ଠଶିଳ୍ପୀ ଭାବେ ଷାଠିଏ ଦଶକରୁ ଆକାଶବାଣୀ କଟକ କେନ୍ଦ୍ରରୁ ସଂଗୀତ ପରିବେଷଣ କରି ସେ ରାଜ୍ୟର କୋଣ ଅନୁକୋଣରେ ପ୍ରିୟଭାଜନ ହୋଇପାରିଥିଲେ। ଦୁର୍ଗାଷ୍ଟମୀରେ ମହିଷା ମର୍ଦ୍ଧିନୀ ଗୀତିନାଟ୍ୟରେ ତାଙ୍କର ସୁଲଳିତ କଣ୍ଠ ସ୍ୱର ଶ୍ରୋତାମାନଙ୍କ ହୃଦୟକୁ ବିଗଳିତ କରୁଥିଲା। ଆକାଶବାଣୀରୁ ପ୍ରସାରିତ ଅନେକ ସୁଗମ ସଂଗୀତ, ଲଘୁ ସଂଗୀତ, ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟ ସମେତ ଅନେକ ଗୀତିନାଟ୍ୟର ସେ ପ୍ରଛଦପଟ୍ଟ କଣ୍ଠଶିଳ୍ପୀ ଥିଲେ। ତାଙ୍କର ସୁଲଳିତ କଣ୍ଠ ସ୍ୱର ଓ ଅନନ୍ୟ ଗାୟନ ଶୈଳୀ ତାଙ୍କୁ ଅସାମାନ୍ୟ ଗାୟିକାର ମର୍ଯ୍ୟାଦାରେ ବିଭୂଷିତ କରିଥିଲା।

ଏତଦଭିନ୍ନ ବିଶିଷ୍ଟ କଣ୍ଠଶିଳ୍ପୀ ଭିକାରି ବଳଙ୍କ ସହିତ ତାଙ୍କର ଦ୍ୱୈତ କଣ୍ଠ ସଂଗୀତ “ପ୍ରୀତି ସେ ତ ଛାଇ ଆଲୁଅର ଖେଳ”, ଚିତ୍ତ ଜେନାଙ୍କ ସହ “ସପନର ଫୁଲଝରି ଝରାଇଲି ହାଏ “, ଗୀତିକାର ବୃନ୍ଦାବନ ଜେନାଙ୍କ ରଚିତ “ପାଖୁଡ଼ାରୁ ଝରିଯାଏ ଯେଉଁ ଫୁଲ ଥରେ / ଆଉ ଥରେ ଫୁଟେ ନାହିଁ ଗଛର ଶାଖାରେ” ଭଳି ତାଙ୍କର ଅନେକ ଲୋକପ୍ରିୟ ସଂଗୀତ ଆଜି ମଧ୍ୟ ଶ୍ରୋତାମାନଙ୍କୁ ଆନମନା କରେ।

ବ୍ୟବସାୟିକ ଏବଂ ଚଳଚିତ୍ର ସଂଗୀତ ଠାରୁ ନିଜକୁ ଯଥା ସମ୍ଭବ ଦୂରରେ ରଖୁଥିବା ଅନିମା ଦେବୀ ନିରୋଳା ମନୋରଞ୍ଜନଧର୍ମୀ ସୁଗମ ସଂଗୀତରେ କଣ୍ଠ ଦାନ ପାଇଁ ଅଧିକ ରୁଚି ରଖୁଥିଲେ। ଏତେସବୁ ସୁଗୁଣର ଅଧିକାରିଣୀ ହୋଇ ସୁଦ୍ଧା ତାଙ୍କ ମନରେ ସାମାନ୍ୟ ଗର୍ବ କିମ୍ବା ଅହଂକାର ନଥିଲା। ତେଣୁ ସେ ସବୁରି ମହଲରେ ବେଶ୍ ପ୍ରିୟଭାଜନ ହୋଇପାରିଥିଲେ। ଅନିମା କରଙ୍କ ମରଶରୀର ୨୦୨୩ ନଭେମ୍ବର ୨୮ ତାରିଖରେ ପଞ୍ଚଭୂତରେ ଲୀନ ହୋଇ ଯାଇଛି ସତ, କିନ୍ତୁ ସେ କଣ୍ଠ ଦାନ କରିଥିବା ଲୋକପ୍ରିୟ ସଂଗୀତଗୁଡ଼ିକ ତାଙ୍କୁ ରାଜ୍ୟବାସୀଙ୍କ ନିକଟରେ ବନ୍ଦନୀୟ ଓ ସ୍ମରଣୀୟ କରି ରଖିଛି। ପ୍ରଥମ ତିରୋଧାନ ବାର୍ଷିକୀ ଅବସରରେ ସେହି ପ୍ରଣମ୍ୟ ମହିୟସୀ ମହିଳାଙ୍କ ଅମର ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.