• About
  • Contact
Sunday, June 14, 2026
Sunday, June 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୩)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨ ମାର୍ଚ୍ଚ ୨୦୨୫

କଥାଣି ବା ଲୋକକଥା ଟି ଜମରଡିହ ଗାଁ ର ବାରିକ ଭାଇ କହି ସାରିବା ପରେ ମହାପିଢର ମହାସର୍ଦାର ବିଲୁଆ ଭାଇ ପାଳଲହଡା ର ଉପରପାଉଡି ରେ ଥିବା ବରୁଣଡିହ ଗାଁ ର ବୈରାଗୀ ଭାଇଙ୍କୁ ତାଙ୍କ ପିଢ ରେ ଥିବା ବିଭିନ୍ନ ଗାଁ ର ସମସ୍ୟା ସଂପର୍କରେ ଆଲୋଚନା କରିବା ପାଇଁ କହିଲେ। ବୈରାଗୀ ଭାଇ ନିଜର ମତ ରଖି କହିଲେ, “ଆମ ଅଞ୍ଚଳରେ ଥିବା ସବୁ ଗାଁ ମାନଙ୍କରେ ସ୍ଥିତି ବହୁତ ଭଲ। ଆଗରେ ସବୁ ଗାଁ ମାନଙ୍କରେ ହାଣ୍ଡିଆ ସବୁ ଲୋକ ଏପରିକି ମହିଳାମାନେ ମଧ୍ୟ ପିଉଥିଲେ। ଦଶବର୍ଷ ହେବ ସେସବୁ ବନ୍ଦ ଅଛି। କେବଳ ପର୍ବପର୍ବାଣୀ ଦିନ ହିଁ ସ୍ବଳ୍ପ ମାତ୍ରା ରେ ଲୋକମାନେ ପିଅନ୍ତି। ଆମ ଅଞ୍ଚଳର ମା ମାନେ ହିଁ ଏହାକୁ ବନ୍ଦ କରାଇଛନ୍ତି। ଲୋକମାନେ କୋର୍ଟକଚେରୀ ଥାନା କୁ ଯାଆନ୍ତି ନାହିଁ। ଗାଁ କଜିଆ ଗାଁ ରେ ହିଁ ସମାଧାନ ହୁଏ। ଖୁବ୍ କମ୍ ବିଷୟ ଯାହାକି ଗାଁ ରେ ସମାଧାନ ହୋଇ ପାରେନାହିଁ ତାହା ପିଢରେ ସମାଧାନ ହୋଇଯାଏ।”

ଭୋଜନ ସମୟ ହୋଇ ଯାଇଥିଲା। ତେଣୁ ସମସ୍ତେ ଖାଇବା ପାଇଁ ଯିବାକୁ ସଭାକାର୍ଯ୍ୟ ପରିଚାଳନା କରୁଥିବା ଝରା ଭାଇ କହିବାରୁ ସମସ୍ତେ ଖାଇବା ପାଇଁ ଉଠିଗଲେ। ସନ୍ଧ୍ୟା ସମୟରେ ନାଚଗୀତ ର ଆସରରେ ସମସ୍ତେ ରହିବା ପାଇଁ କହିବା ସହିତ ନିଜନିଜର ଚାଙ୍ଗୁ ସହିତ ଦରବାର ଘରେ ପହଞ୍ଚିବା ପାଇଁ ମଧ୍ୟ କୁହାଗଲା।

ଖାଇ ସାରିବା ପରେ ସମସ୍ତେ ଗାଁ ବୁଲିବାକୁ ବାହାରି ଗଲେ। ବୈରାଗୀ ଭାଇ ଙ୍କ ସହିତ ମନ୍ମଥ ଗାଁ ବୁଲିବାକୁ ଗଲା। ରାସ୍ତାରେ ତାଙ୍କୁ ତାଙ୍କ ସେପଟ ଅଞ୍ଚଳ ର କିଛି ନୁଆ କଥା କହିବାକୁ କହିଲା ପରେ ବୈରାଗୀ ଭାଇ କଥା ଆରମ୍ଭ କରି କହିଲେ ଯେ, “ଆମ ଅଞ୍ଚଳରେ ରଡା ବୋଲି ଗୋଟିଏ ଗାଁ ଅଛି। ସେହି ଗାଁର କଥା କହୁଛି ଶୁଣ।”

“ବରଡିହ ଗାଁରୁ ଚାରି କିଲୋମିଟର ପାହାଡ଼ିଆ ପାଦଚଲା ରାସ୍ତାରେ ଚାଲିଚାଲି ଗଲେ ଗୋଟିଏ ଛୋଟିଆ ଗାଁ ଟିଏ ପଡ଼େ। ସେହି ଗ୍ରାମର ନାମ ରଡା। ଗାଁ ନିକଟରେ ଚୁଆ ଟିଏ ଅଛି। ତାହାର ନାଁ କଟାଚୁଆ।” ଏହାଶୁଣି ମନ୍ମଥ ତାଙ୍କୁ କଟାଚୁଆ କଣ ଓ ତାହାର ନାମ ଏପରି କାହିଁକି ରଖାଗଲାବୋଲି ପଚାରିବାରୁ ତାର ଉତ୍ତରରେ ବୈରାଗୀ ଭାଇ ଯାହା କହିଲେ ତାହା ଏହିପରି ଥିଲା।

“ଗାଁର ସୀମା ଓ ତାର ପାଖ ଗାଁରେ ତିନୋଟି ଚୁଆ ଅଛି। ସେଗୁଡ଼ିକର ନାମ କଟାଚୁଆ, ଦେବୀଚୁଆ ଓ କମଳା ଚୁଆ। ଭୂୟାଁମାନେ ଚୁଆରୁ ପାଣି ପିଇବା ସହ ଚାଷକାର୍ଯ୍ୟରେ ଲଗାନ୍ତି। ଏହି ତିନୋଟି ଚୁଆ ତିନି ଭଉଣୀ ଅଟନ୍ତି ବୋଲି ସେମାନେ କହନ୍ତି। ପ୍ରତ୍ୟେକ ବର୍ଷ ମକର ସମୟରେ ଏଠାରେ ମେଳା ଅନୁଷ୍ଟିତ ହୁଏ। ଏତଦବ୍ୟତିତ ଗାଁର ଦେହୁରୀ କଟାଚୁଆରେ ଦୈନିକ ପୂଜାର୍ଚ୍ଚନା ମଧ୍ୟ କରନ୍ତି। ରଡା ଗାଁ ସହ ସବୁ ପାଉଡ଼ି ଭୂୟାଁ ଗାଁମାନଙ୍କରେ ପାଉଡ଼ି ଭୂୟାଁମାନେ ଜମି ଓ ଜଙ୍ଗଲ ପୂଜା କରିବାର ଦେଖିଛି କିନ୍ତୁ ରଡା ଓ ଖଡକା ଗାଁ ରେ ଜଳ ଦେବତାଙ୍କର ପୂଜାର ପରମ୍ପରା ଅନ୍ୟ କୌଣସି ଅଞ୍ଚଳରେ ନାହିଁ। କଟାଚୁଆର ଏପରି ନାମକରଣ ସମ୍ପର୍କରେ ଗାଁ ଲୋକେ କହନ୍ତି ଯେ କିଛି ବର୍ଷ ପୁର୍ବେ ଚୁଆ ଚାରିପଟେ ପଟା ଘେର ଦିଆଯାଇ ଏକ ନିର୍ଦିଷ୍ଟ ବାଟରେ ଜଳକୁ ନିକଟରେ ଥିବା ପୋଖରୀକୁ କଟା ଯାଇଥିବାରୁ ଏହାର ନାମକରଣ ଏପରି ହୋଇଛି ବୋଲି। ଚୁଆକୁ କୌଣସି ବାଟଦେଇ ପାଣି ଆସୁନାହିଁ କିନ୍ତୁ ଚୁଆରୁ ବର୍ଷର ସବୁ ସମୟରେ ପାଣି ବାହାରି ପୋଖରୀରେ ପଶିବା ସହ ଚାଷଜମିରେ ମଧ୍ୟ ମାଡ଼େ।ଦୁଇବର୍ଷ ତଳେ ଗାଁର ସ୍ତ୍ରୀ ଲୋକମାନେ ସେହି ଚୁଆରେ ବାସନ ମାଜିବାରୁ ଚୁଆଟି ସେମାନଙ୍କର ବାସନ ମାଜିବା ସମୟ ସକାଳ ସାତରୁ ନଅଟା ପର୍ଯ୍ୟନ୍ତ ପ୍ରତିଦିନ ଶୁଖିଗଲା। ଏହାଦେଖି ଗାଁର ଦେହୁରୀ ଗାଁ ବୈଠକ ଡାକି ସେଠାରେ ବାସନ ନମାଜି ନିକଟରେ ଥିବା ପୋଖରୀରେ ମାଜିବାର ପ୍ରସ୍ତାବ ଦେଲେ। ଗାଁର ସବୁ ସ୍ତ୍ରୀ ଲୋକମାନେ ତାପର ଦିନଠାରୁ ଚୁଆ ପରିବର୍ତ୍ତେ ପୋଖରୀରେ ବାସନ ମାଜିବାରୁ ଚୁଆଟି ପୁଣି ସବୁସମୟ ଜଳପୁର୍ଣ ହେବା ସହ ପୋଖରୀକୁ ପୁଣି ପୁର୍ବଭଳି ପାଣି ଆସିବାକୁ ଲାଗିଲା। କଟାଚୁଆରେ ପୂଜାର୍ଚ୍ଚନା ସମୟରେ ଜଳରେ ଦେହୁରୀ ସୁଗନ୍ଧିତ ଦ୍ରବ୍ୟମାନ ପକାଇଲେ ତାର ମହକ ଦେବୀଚୁଆ ଓ କମଳାଚୁଆରେ ମଧ୍ୟ ହୁଏ ବୋଲି ଗାଁର ଲୋକମାନେ କହନ୍ତି।”

ମନ୍ମଥ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ବୈରାଗୀ ଭାଇ, ମୁଁ ମଧ୍ୟ ପ୍ରଥମେ ପାଣିକୁ ଜଳ ଦେବତା ଭାବେ ପୂଜା କରୁଥିବା କଥା ଶୁଣି ସେହି ଗାଁ କୁ ଯିବା ପାଇଁ ମନସ୍ଥ କରିଛି। ଆଛା ଆଉ ଅନ୍ୟ ଏକ ଗାଆଁ ର କଥା କୁହନ୍ତୁ।” ଏହାଶୁଣି ବୈରାଗୀ ଭାଇ କହିଲେ, “ନିଶ୍ଚୟ, ଆମ ବରୁଣଡିହ ଗାଁ ର ବରୁଣ ଗଛର କଥା କହିବି।”

ଏହି ସମୟରେ ସମସ୍ତଙ୍କୁ ନାଚଗୀତ ଆରମ୍ଭ କରିବା ପାଇଁ ଦରବାର ଘରେ ପହଞ୍ଚିବା ପାଇଁ ମାଇକ୍ ରେ ଘୋଷଣା କରାଯିବାରୁ ଉଭୟ ଦରବାର ଘର କୁ ବାହାରି ପଡ଼ିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

by ଭବେଶ ଚନ୍ଦ୍ର କର
June 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬ ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି।...

Read more
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.