• About
  • Contact
Sunday, July 26, 2026
Sunday, July 26, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬

ମାହାଙ୍ଗା ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ଅସ୍ମିତାର ଆଦ୍ୟ ଉଦ୍ ଗାତା ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜନ୍ମ ତିଥି ଗୁଣୁପୁର (ମାହାଙ୍ଗା)ସ୍ଥିତ କୃଷକ ତାଲିମ୍ କେନ୍ଦ୍ର ଠାରେ ପାଳିତ ହୋଇଯାଇଛି। ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ, ମୂରବୀ, ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କ ସମେତ ଜନ ସାଧାରଣ ଯୋଗଦେଇ ସ୍ବର୍ଗତ ନନ୍ଦ କିଶୋର ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଉତ୍ସର୍ଗୀକୃତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଯେଉଁ ମହାନ୍ ବ୍ୟକ୍ତିତ୍ଵ ମାନେ ସ୍ମରଣୀୟ ହୋଇ ଛନ୍ତି, ସେମାନଙ୍କ ପ୍ରଚ୍ଛନ୍ନ ପ୍ରେରଣାଦାତା ଭାବେ ରାୟ ବାହାଦୁର ନନ୍ଦକିଶୋର ଦାସଙ୍କ ଅବଦାନ ସର୍ବାଗ୍ରେ ରହିଥିବା ମତ ପ୍ରକାଶ ପାଇଥିଲା। ଶୁଭେନ୍ଦୁ କୁମାର ସାମଲଙ୍କ ସଂଯୋଜନାରେ ଉକ୍ତ ଜୟନ୍ତୀ ସଭାରେ ସର୍ବଶ୍ରୀ ରାମ ଚନ୍ଦ୍ର ମହାପାତ୍ର, ରୁଦ୍ର ନାରାୟଣ ସିଂହ, ରାମ ଚନ୍ଦ୍ର ବେହେରା, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲୀ, ଡମ୍ବରୁଧର ପରିଡା, ମୁନା ମହାନ୍ତି, ଶରତ ପ୍ରେମୀ ପରିବାରର ଅନ୍ୟ ସଦସ୍ୟ ବୃନ୍ଦ ତଥା ସ୍ଥାନୀୟ ଗ୍ରାମବାସୀ ଯୋଗ ଦେଇଥିଲେ।

ସେହିପରି ମାହାଙ୍ଗା ମୈତ୍ରୀ ମଞ୍ଚ ଆନୁକୂଲ୍ୟରେ ସମ୍ପାଦକ ଅବନୀ ଚନ୍ଦ୍ର ଦାସ, ଡ଼ଃ ଲିଙ୍ଗରାଜ ଶତପଥୀ, ଅଜିତ୍ କୁମାର ସାହୁ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଅନୁଗୁଳ ପୁରୁଣା ଗଡ଼ ସ୍ଥିତ ରାୟବାହାଦୁର ନନ୍ଦ କିଶୋର ଦାସଙ୍କ ସମାଧି ପୀଠରେ ମଧ୍ୟ ସେଠାକାର ସ୍ଥାନୀୟ ଅଧିବାସୀ ଜ୍ୟୋତି ପ୍ରକାଶ ପଟ୍ଟନାୟକ ଙ୍କ ସହଯୋଗ କ୍ରମେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଇଥିଲା।

Nirvik Bureau

Nirvik Bureau

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.