ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧ ଅପ୍ରେଲ ୨୦୨୫
ତୁମେ ପରା ଅଟ ନାଥ ଏଇ ଜଗତର,
କିଭଳି ତୁମର ଏହି ବିଚିତ୍ର ବିଚାର ।।୧।।
ଧନୀ ମୁହେଁ ରହେ ନାହିଁ ହସର ଲହର,
ନିଃସ୍ୱର ଖୁସି ଉକୁଟେ ଫଟାଇ ଅନ୍ତର ।।୨।।
କାହା ପାଶେ ଭରପୁର ଖାଦ୍ୟର ଭଣ୍ଡାର,
ଆରକ ସଂଘର୍ଷ କରେ ରହି ଅନାହାର ।।୩।।
ପଲଙ୍କରେ ବିତ୍ତଶାଳୀ ରାତି ଉଜାଗର,
ନିଧନ ଅୟସ କରେ ନିଦରେ ଗଭୀର ।।୪।।
କାହାର ଜୀବନ ଆନନ୍ଦରେ ଭରପୁର,
ବିଷାଦରେ କିଏ ପୁଣି ହୁଏ ଛାରଖାର ।।୫।।
ଅନାୟାସେ କାହା ଇଛା ହୁଅଇ ସାକାର,
ବ୍ୟର୍ଥ ହୁଏ ଆନ ଚେଷ୍ଟା କରି ବାରମ୍ବାର ।।୬।।
ଚୌକିରେ ବସିବା ପାଇଁ ଲୋକେ ହରବର,
ଅଯାତିତେ କିଏ ଲଭେ ରାଜ ଦରବାର ।।୭।।
ନିଃସ୍ୱକୁ ଦେଉଛ ଟେକି ରତ୍ନର ଭଣ୍ଡାର,
ରାଜାକୁ କରି ଦେଉଛ ଦାଣ୍ଡର ଫକିର ।।୮।।
ଦିଗହରା ନଉକାର ତୁମେ ବତୀଘର,
ଅମା ଅନ୍ଧକାରେ ସାଜ ଶିଖା ଆଲୋକର ।।୯।।
ତୁମକୁ ଦେଖିଲେ ସୃଷ୍ଟି ହୁଏ ଭାବାନ୍ତର,
ଅବୁଝା ତୁମ ରହସ୍ୟ ଜନ୍ମ ଜନ୍ମାନ୍ତର ।।୧୦।।
ଜଗତର ନାଥ ଆହେ କାଳିଆ ଠାକୁର,
ତୁମେ ମୋର ହୃଦୟର ଅଲିଭା ସ୍ୱାକ୍ଷର ।।୧୧।।