• About
  • Contact
Sunday, August 2, 2026
Sunday, August 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ମାର୍ଚ୍ଚ ୨୦୨୬

ଗତ ଜନ୍ମ ଥିଲ, ବ୍ରହ୍ମ ରାକ୍ଷାସଟି
ଏ ଜନମେ ହେଲ ନର
ମହତଟି ଯାଉ, ହୁଅ ହାଉଁ, ହାଉଁ,
ଟଙ୍କା ଖିଆ ନରାସୁର (୧)
ଭୁଲି ଭଲମନ୍ଦ, କ୍ଷମତାରେ ଅନ୍ଧ,
ଇନ୍ଦ୍ର, ଚନ୍ଦ୍ର ହେୟ ଜ୍ଞାନ
ଧରମ, ଅଧର୍ମ, ପୁଣ୍ୟ ଆଉ ପାପ
ପୋଚୁଛ, ଇଜ୍ଜତ ମାନ (୨)
ଗରିବ, ଅଭାବୀ, ନିରୀହ ନଭାବି
ଯାଅ ଭୁଲି ଦୁଃଖୀ, ରଙ୍କୀ
ନିଷ୍ଠୁର ହୃଦୟ, ଟଙ୍କା ପ୍ରତି ମୋହ
ଆଶକ୍ତେ ଦେଉଛ ଭକ୍ଷି (୩)
କେତେ ବା ଖାଇବ କେତେ ଲୁଚାଇବ
କେଉଁଠି ରଖିବ କୁହ ??
କଳା ଧନ ଅର୍ଥ, ଆୟ ବହିର୍ଭୁତ
ପ୍ରତି ବଢ଼ୁ ଅଛି ମୋହ (୪)
ଦରମା ଗଣ୍ଡାକ, ଖାତାଟିରେ ରଖ
ଜମା ଧନ ହୁଏ ମୋଟା,
ଉପରି ଧନରେ, ବିଳାସ, ବସନ
ଗାଡ଼ି, ବାଡ଼ି, ବିଲ, କୋଠା (୫)
ଆଳି, ଅଳଙ୍କାର, ଚାକ, ଚକ୍ୟ ଘର
ଘରଦ୍ୱାର ଜମି, କିଣା
ଲୁଚାଛପା ଧନ, ସେତ ଅପ୍ରମିତ
ଭରେ ଗଡ଼ରେଜ, ମୁଣା (୬)
କିଏ ଶେଜ ତଳେ, ରଖେ ବଳେ ବଳେ
ଟଙ୍କାର ଶେଜରେ ନିଦ,
ପାପରେ ସଞ୍ଚିତ, ବଢ଼ାଏ ସେ ମତ୍ତ
ଆଖି ଥାଉଁ, ଥାଉଁ ଅନ୍ଧ (୭)
ସବୁ କରି ପଛ, ଭୁଲି ଆଗପଛ,
ଧନ ଯୋଗାଡରେ ବ୍ୟସ୍ତ,
ଭାବୁଛ ଚତୁର, ବୁଦ୍ଧିଟି ପ୍ରଖର
ଦେଖୁନି କାହାର ନେତ୍ର (୮)
ହେବ ହଟହଟା, ଭଦ୍ର ମୁଖଗୋଟା
ଦିନେ ହୋଇଯିବ, ଧରା,
ଫୁଲ ଯେବେ ଫୁଟେ, ମହକଟି ଛୁଟେ
ବାସିବ ଜଗତ ସାରା (୯)
ତୁମେ ଧଳା ହାତୀ, ଚରି ଯାଅ ନିତି
କରି ଲୁଚା ଚୋରା କେତେ,
ଖାଉ ଥିଲେ ଯେତେ, ଭୋକ ବଢ଼େ ସେତେ
ଚୋରାଇ ଲୁଚାଇ ଯେତେ (୧୦)
ମାଣ ଗଲେ ପୁରି, ସେର ଗଲେ ଭରି
ଦଇବ ଛାଡିବ ତୋତେ,
କ୍ଷମତା ଅଧିକାର, କରିବ ବଇର
ଦେବୁ ଧରା, ଷଡଯନ୍ତ୍ରେ (୧୧)
ଆଖି ବୁଜି କ୍ଷୀର, ଲୁଚି ପିଉ ଅଛୁ
ଜଗତ ଅନ୍ଧାର ଭାବୁ,
ହାତେ କଡ଼ି ଧରି, ମାମୁଁ ଘେର ବରି
ହାଜତ ଘରରେ ଥିବୁ (୧୨)
ଗୁଇନ୍ଦାର ବାଘ, ରହିଛି ସଜାଗ
ଡାଳେ ଡାଳେ, ପତ୍ରେ ପତ୍ରେ
ପ୍ରମାଣ ଯୋଗାଡ଼ି, ଘେନିଯିବ ଭିଡି
ଆସି ଦଳ ବଳ ସାଥେ (୧୩)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

You, Me and Tea
Literature

You, Me and Tea

by Sudipta Mishra
August 1, 2026

Sudipta Mishra, Puri, 1 August 2026 Every time I hold a cup of tea, I remember: there was a time,...

Read more
ଛୋଟିଆ ରାତି ସପନ ଅତି

ଛୋଟିଆ ରାତି ସପନ ଅତି

July 23, 2026
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.