• About
  • Contact
Monday, July 27, 2026
Monday, July 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗୋବିନ୍ଦ ମଉସା: ନନାଙ୍କ ସାଙ୍ଗ(ଭାଗ ୨୭)

ଗୋବିନ୍ଦ ମଉସା: ନନାଙ୍କ ସାଙ୍ଗ(ଭାଗ ୨୭)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୯ ମଇ ୨୦୨୫

ମୋ ଭଳି ଲୋକମାନେ ସ୍ଵପ୍ନ ଦେଖନ୍ତି। ଦେଖି ଦେଖି ବଞ୍ଚନ୍ତି ଓ ମରିଯାଆନ୍ତି।

ମୁଁ ଯେବେଠୁ ରାଜନୀତି ବୋଲି କିଛି ଥାଏ ବୋଲି ଜାଣିଲି, ମୋ ସାମ୍ନାରେ ଭାସିଉଠିଲା ଗାନ୍ଧିଜୀଙ୍କ ଛବି। ପରେ ପରେ ସେଠି ସ୍ଥାନ ନେଲେ ଗୋବିନ୍ଦ ମଉସା, ନନାଙ୍କ ସାଙ୍ଗ ଗୋବିନ୍ଦ ତ୍ରିପାଠୀ।

ନନା ଓ ଗୋବିନ୍ଦ ମଉସା ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ପୁରୀ ଓ ପରେ ପରେ ବ୍ରହ୍ମପୁର ଜେଲ୍‌ରେ ଥିଲେ। ସ୍ଵାଧୀନତା ପରେ ପରେ ଗାନ୍ଧିଜୀ କଂଗ୍ରେସ୍‌କୁ ଏକ ରାଜନୈତିକ ଦଳ ଭାବେ ନରଖି ଏକ ସମାଜସେବୀ ଆନ୍ଦୋଳନ କରିବାକୁ କହିଲେ। କଂଗ୍ରେସର ନେତାମାନେ ମାନିଲେ ନାହିଁ।

୧୯୪୮ ଜାନୁୟାରୀ ୩୦ ତାରିଖରେ ଗାନ୍ଧିଜୀଙ୍କୁ ଗୁଳିକରି ମାରିଦେଲେ ନାଥୁରାମ୍‌ ଗଡ଼୍‌ସେ। କଂଗ୍ରେସ୍‌ କିନ୍ତୁ ବଂଚି ରହିଲା। ଲୋକେ କଂଗ୍ରେସର ନାଁ ନେଇ ରାଜନୀତି କଲେ। ଗୋବିନ୍ଦ ମଉସା ଓ ନନାଙ୍କ ପରି ସ୍ଵାଧୀନତା ସଂଗ୍ରାମୀମାନେ ହୋଇଗଲେ ଅବାଂଛିତ, ଅପାଂକ୍ତେୟ।

ନନା କଂଗ୍ରେସ୍‌ ଛାଡ଼ିଦେଲେ। ଗୋବିନ୍ଦ ମଉସା କିନ୍ତୁ ଛାଡ଼ିଲେ ନାହିଁ। ତାଙ୍କ କହିବାର କଥା ଥିଲା – ଆମେ ମାଆକୁ ଛାଡ଼ିବା ନାହିଁ। କଂଗ୍ରେସ୍‌ ଆମର ମାଆ। ଆମେ ମଲାଯାଏଁ କଂଗ୍ରେସ ସହ ରହିବା।

ଗୋବିନ୍ଦ ମଉସା କଂଗ୍ରେସରେ ରହିଲେ। ଜିଲ୍ଲା ସଭାପତି ବି ହେଲେ। କଂଗ୍ରେସ୍‌ ୧୯୭୭ରେ ତାଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କରିଥିଲା। ସେଥର ଇମର୍‌ଜେନ୍‌ସି ପରକଥା। କଂଗ୍ରେସ୍‌ ହାରିଲା। ଗୋବିନ୍ଦ ମଉସାଙ୍କ ନେତା ହେବା ସ୍ଵପ୍ନ ସେଇଠି ରହିଗଲା। ସେ କର୍ମୀ ହୋଇ ରହିଗଲେ।

ନନା ବି ସ୍ଵତନ୍ତ୍ର ପାର୍ଟିରେ ସମ୍ପାଦକ ଯାଏଁ ପହଁଚିଲେ, ନେତା ହୋଇପାରିଲେ ନାହିଁ। ରାଜଧାନୀରେ ଘରଟିଏ ୧୯୬୭ ସ୍ଵତନ୍ତ୍ର-ଜନ କଂଗ୍ରେସ୍‌ ସରକାର ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କୁ କର୍ମଜୀବୀ ସାମ୍ବାଦିକ ଭାବେ ଦେବାକୁ ଚାହିଁଲେ ଖାରବେଳ ନଗର ଲେବର କଲୋନୀରେ। ନନା ମନା କରିଦେଲେ। ପୁରୀରେ ଭଡ଼ାଘରେ ରହିଲେ, ଗୃହହୀନ, ଭୂମିହୀନ ହୋଇ। ମୁଖ୍ୟମନ୍ତ୍ରୀଙ୍କ କରୁଣା ନେଲେ ନାହିଁ।

ଗୋବିନ୍ଦ ମଉସା ବି ଜୀବନଯାକ ଭଡ଼ାଘରେ ରହିଲେ। ଘରଟିଏ ତିଆରି କରିପାରିଲେ ନାହିଁ। ସ୍ଵାଧୀନତା ପରେ କଂଗ୍ରେସ୍‌ ୫୦ ବର୍ଷ ମନ୍ତ୍ରୀମଣ୍ଡଳ ଗଢ଼ିଲା। ସେ ବିଧାନସଭା ତ ନୁହେଁ, ସଭାର ଆଖପାଖ ପହଂଚି ପାରିଲେ ନାହିଁ। ଗାଁରେ ଡାକ୍ତରଖାନା ପାଇଁ ବାରଘର ବୁଲି ଇଟା ମାଗିଲେ, ଶ୍ରମ ମାଗିଲେ, ଦାନ ନେଲେ ନାହିଁ।

ଗୋବିନ୍ଦ ମଉସାଙ୍କ ପୁଅ ବିଜୟ ମୋ ସହପାଠୀ ଥିଲା। ଆମେ ଷଷ୍ଠ, ସପ୍ତମରେ ବିଶ୍ଵମ୍ଭର ବିଦ୍ୟାପୀଠରେ ପଢ଼ୁଥିଲୁ। ଭଲ ଛାତ୍ର ଥିଲା। ଇଂଜିନିୟରିଂ ପଢ଼ିବା ପରେ ଓଡ଼ିଶାର ମୁଖ୍ୟ ଇଂଜିନିୟର ହୋଇ ଏବେ ଅବସର ନେଇଛି। ସେ ହିଁ ଘର ଖଣ୍ଡେ ଚାକିରି କଲା ପରେ ପୁରୀରେ କଲା। ଘର ମାଉସୀଙ୍କ ନାଁରେ ଅଛି।

“ତୋ ନାଁରେ ଘରର କାଗଜପତ୍ର ଅଛି?” ମୁଁ ଥରେ ପଚାରିଲି ବିଜୟକୁ।

“ବୋଉ ବଂଚିଛି, ନନା ତ ଚାଲିଗଲେ। ମୋ ନାଁରେ ଘର କାଳଜପତ୍ର କାହିଁକି କରିବି?” ସେ ଉତ୍ତର ଦେଲା।

ଘର କରିବା ସହଜ କଥା ନୁହେଁ। ଅନେକେ ଜୀବନ ସାରା ଗୃହହୀନ ହୋଇ ରହନ୍ତି, ଯେମିତି ଗୋବିନ୍ଦ ମଉସା ଓ ମୋ ନନା।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଛୋଟିଆ ରାତି ସପନ ଅତି
Literature

ଛୋଟିଆ ରାତି ସପନ ଅତି

by ଜୟ କୁମାର ମିଶ୍ର
July 23, 2026

ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬ ଛୋଟିଆ ରାତି ସପନ ଅତି ଆକାଶ ସେତ ଛୁଏଁ, ରାତି ନିଅଣ୍ଟ, ଭାବନା ଆଣ୍ଟ ଅବଶୋଷଟି କୁହେ...

Read more
ସର୍ବେ ହୁଅନ୍ତୁ ଖୁସି

ସର୍ବେ ହୁଅନ୍ତୁ ଖୁସି

July 18, 2026
ଘୋଷ ଯାତ୍ରା

ଘୋଷ ଯାତ୍ରା

July 16, 2026
ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

ନନ୍ଦିଘୋଷ ରଥ ବଡଦାଣ୍ଡେ ଉଭା

July 16, 2026
ନିର୍ବାଚନ ପୂର୍ବ, ରାତି

ନିର୍ବାଚନ ପୂର୍ବ, ରାତି

July 11, 2026
କେମିତିକା ଯୁଗ ଇଏରେ

କେମିତିକା ଯୁଗ ଇଏରେ

July 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.