• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

କୁମାର ଦାଦା ଓ ବିଶୁ ଭାଇନା (ଭାଗ ୨୯)

କୁମାର ଦାଦା ଓ ବିଶୁ ଭାଇନା (ଭାଗ ୨୯)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୩ ଜୁନ୍ ୨୦୨୫

ଆମେ ସବୁ ନାମହୀନ ଏକା ଏକା ଲୋକ।

୧୯୭୫ ମସିହା। ମୋ କବିତା ଛପିଲା ପ୍ରଜାତନ୍ତ୍ର, ମୀନାବଜାରରେ। ମତେ ଗୋଟେ କବି ଭାବେ ଲୋକେ ଜାଣିଲେ।

ସେତେବେଳେ ଜରୁରୀକାଳୀନ ପରିସ୍ଥିତି। ୧୯୭୫ରେ ଜରୁରୀ କାଳୀନ ପରିସ୍ଥିତି ଜୁନ୍ ୨୬ରେ ଘୋଷିତ ହେଲା। ୧୯୭୬ ଜୁନ୍ ୩୦ ତାରିଖ। ମୁଁ ସେତେବେଳେ ମାଟ୍ରିକ୍ ପରୀକ୍ଷା ପରେ ଛୁଟିରେ ଥାଏ। ପ୍ରତିଦିନ ମିଶନ ଲାଇବ୍ରେରୀ ଯିବା ଥିଲା ମୋର ଅଭ୍ୟାସ।

ଦିନେ ସଂଜବେଳେ ସେଠି ପହଂଚିଲେ ବିଶୁ ଭାଇନା। ତାଙ୍କ ସହ ଆଉ ଗୋଟେ ସାଇକେଲ୍‌ ଚଢ଼ିଥାନ୍ତି ଜଣେ ମଧ୍ୟ ବୟସ୍କ ଲୋକ।

ବିଶୁ ଭାଇନାଙ୍କ ଘର ତିଆଡ଼ି ସାହିରେ। ସେଇଠି ମୋ ମାଉସୀ ପୁଅ ସତ୍ୟ ଭାଇନା ରହୁଥାନ୍ତି। ବିଶୁ ଭାଇନା ପ୍ରକାଶ କରୁଥାନ୍ତି ‘ଅନୁରାଗ’ ନାମକ ସାହିତ୍ୟ ପତ୍ରିକା। ଥରେ ମୁଁ ‘ଅନୁରାଗ’କୁ ଖୋଜି ଖୋଜି ତାଙ୍କ ଘରେ ପହଂଚିଲି। ମୁଁ ସେତେବେଳେ ପୁରୀର ତରୁଣ କବି ଦଳରେ। କବିତା ତ ଛପିଲା ନାହିଁ। କାରଣ, ‘ଅନୁରାଗ’ର ସମ୍ପାଦକ ବ୍ରଜ କିଶୋର ତ୍ରିପାଠୀ ଜରୁରୀ ପରିସ୍ଥିତିରେ ଗିରଫ ହୋଇ ଜେଲ୍ ଗଲେ। ‘ଅନୁରାଗ’ ବନ୍ଦ ହୋଇଗଲା।

“ଜାଣିଛୁ, ବୁଟୁ (ବ୍ରଜ କିଶୋର ତ୍ରିପାଠୀ) ଜେଲ୍ ଯିବା ବର୍ଷେ ହୋଇଗଲା।” ସେ କହିଲେ। ତାପରେ ତାଙ୍କ ସହ ଚିହ୍ନେଇ ଦେଇ କହିଲେ, “ତୁ ଭାଇଙ୍କୁ ଜାଣିଛୁ?”

“ନାଁ”, ମୁଁ ମନାକଲି।

“ଇଏ କୁମାର ଭାଇ। କବି କୁମାର ମହାନ୍ତି। ଜରୁରୀ ପରିସ୍ଥିତିର ବିରୋଧ କରି ସସ୍ପେଣ୍ଡ ହୋଇଛନ୍ତି। ପୋଲିସ୍ ଡି.ଏସ୍.ପି. ଥିଲେ।”

“କବି କୁମାର ମହାନ୍ତି?” ମୁଁ ଆକାଶରୁ ଖସିପଡ଼ିଲି। ସେ ସମୟର ପ୍ରମୁଖ ସାହିତ୍ୟ ପତ୍ରିକା ‘ନବରବି’ ଓ ‘ଆସନ୍ତା କାଲି’ରେ ସେ ନିୟମିତ ଲେଖୁଥାନ୍ତି। ତାଙ୍କ ଦ୍ୱାରା ପରିଚାଳିତ ‘ଅନାମ’ ସାହିତ୍ୟ ଆନ୍ଦୋଳନ ସେତେବେଳକାର ଭାରତର ଅନ୍ୟତମ ସାହିତ୍ୟିକ ପ୍ରତିବାଦର ସ୍ୱର ଥାଏ।

କୁମାର ମହାନ୍ତିଙ୍କ ନେତୃତ୍ୱରେ ସେବର୍ଷ ଜୁନ୍ ୨୬ ସଂଜରେ ଏମାରମଠ ଚକଡ଼ାରେ କବି ସମ୍ମିଳନୀ ହେଲା। ଶୀର୍ଷକ ଥିଲା ‘ବନ୍ଧୁ ବିହୁନେ ବରଷେ ବିତିଲା।’ ସେହି ସଭାର ସଂଯୋଜକ ଥିଲେ ବିଶୁ ଭାଇନା – କବି ଓ ଗାଳ୍ପିକ ବିଶୁ ମିଶ୍ର। ଗୋଟେ ବର୍ଷର ପୁଂଜିଭୂତ କୋହ ଓ କ୍ରୋଧର ମିଶାମିଶି ଥିଲା ସେହି କବି ସମ୍ମିଳନୀ। ବିଶୁ ଭାଇନା ଚାନ୍ଦା କରି ହାଡ଼ୁ ମହାରଣାଠୁ ମାଇକ୍ ଆଣିଥିଲେ। ଆମକୁ ଚା ବି ପିଆଇଥିଲେ।

ସେଇଠି କୁମାର ମହାନ୍ତି ପଢ଼ିଥିଲେ ତାଙ୍କ କବିତା। “ନାମୀଙ୍କର ଦୁନିଆରେ ଆମେରେ ଅନାମ।” ସେ ସବୁବେଳେ କହୁଥିଲେ, “ଆମେ ସବୁ ନାମହୀନ ଲୋକ।”

ସେଇ ନାମହୀନ ଲୋକମାନଙ୍କ ଭିଡ଼ରେ ବିଶୁ ଭାଇନା ହଜିଗଲେ। କୁମାର ମହାନ୍ତି ବି। “ଜମିର ମୂଲ କୋଠାର ମୂଲ ମାଟିର ମୂଲ ଅଛି, ଏଠି ମଣିଷର ମୂଲ ନାହିଁ କିଛି।”

ମୁଁ ଏବେ ସେଇ ହଜିଥିବା, ଯାଇଥିବା, ଯାଉଥିବା ଲୋକମାନଙ୍କୁ ଖୋଜି ହେଉଛି।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.