• About
  • Contact
Friday, April 24, 2026
Friday, April 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସୁମନ୍ତର ନିରୀହ ସ୍ମୃତିରେ (ଭାଗ ୩୨)

ସୁମନ୍ତର ନିରୀହ ସ୍ମୃତିରେ (ଭାଗ ୩୨)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୩ ଜୁନ୍ ୨୦୨୫

ଭୁବନେଶ୍ୱର ଯିବା ଆସିବା କରିବାର ଅର୍ଦ୍ଧଶତାବ୍ଦୀ ହୋଇଗଲାଣି। ୧୯୭୨ରେ ମୁଁ ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଥିଲି। ସେତେବେଳେ ମୁଁ ସପ୍ତମ ଶ୍ରେଣୀ ସାରିଥାଏ। ସେତେବେଳର ଭୁବନେଶ୍ଵର ଥିଲା ଗୋଟିଏ ସବୁଜ ଅରଣ୍ୟ, ସେଠି ଥାଏ ଅନେକ ଛୋଟବଡ଼ ମନ୍ଦିର। କକେଇଙ୍କ ଦ୍ଵିତୀୟ ପୁଅ କୁନମୁନ ଜନ୍ମ ହୋଇଥାଏ। ଖୁଡ଼ୀ ଥାଆନ୍ତି ଅଜାଙ୍କ ଭୁବନେଶ୍ଵର କ୍ୱାର୍ଟସରେ। ମୋ ବଡ଼ଭଉଣୀ, ମାଆ, ବଡ଼କକେଇ ଓ ମୁଁ ପ୍ରଥମ ଥର ଲାଗି ଭୁବନେଶ୍ୱର ଆସିଥିଲୁ। ତା ଆଗରୁ ଭୁବନେଶ୍ୱର ଦେଇ କେତେଥର ରାଉରକେଲା ଯାଇଥିଲି, ତେବେ, ଭୁବନେଶ୍ୱର ଆସିବା ମୋ ଲାଗି ସେଇ ଥିଲା ପ୍ରଥମ।

ନବମ କି ଦଶମ ଶ୍ରେଣୀରେ ମୋର ସୁମନ୍ତ ମିଶ୍ର ସହ ବନ୍ଧୁତା ହେଲା। ସୁମନ୍ତ ପଢୁଥିଲା ବିଶ୍ୱମ୍ବର ବିଦ୍ୟାପୀଠରେ। ସେ ଥିଲା ପ୍ରଖ୍ୟାତ ପ୍ରକାଶକ ମହେନ୍ଦ୍ର ମିଶ୍ରଙ୍କ ପୁଅ। ଆମ ଦୁହିଙ୍କ ଜଣେ ଅନ୍ତରଙ୍ଗ ସାଙ୍ଗ ଥିଲା ପୂର୍ଶଚନ୍ଦ୍ର ପଣ୍ଡା। ସଂସ୍କୃତରେ ତାର ଦଖଲ ଥିଲା ଆମଠୁଁ ଅଧିକ। ଆମେ ଦୁହେଁ ତା ପାଖକୁ ସଂସ୍କୃତ ଅଧିକ ପଢ଼ିବାକୁ ଆସୁଥିଲୁ।

ସୁମନ୍ତ ପାଖକୁ ମୁଁ ଦଶମ ଶ୍ରେଣୀ ପରୀକ୍ଷା ପରେ ପ୍ରଥମେ ଭୁବନେଶ୍ଵର ଖରାଛୁଟିରେ ଗଲି। ଏକାଦଶ ପରୀକ୍ଷା ପରେ ସୁମନ୍ତ ଭୁବନେଶ୍ଵର ଫେରିଗଲା। ପୁରୀରେ ତାର ରହଣି ଥିଲା ଭଲ ପାଠ ପଡ଼ିବା ପାଇଁ। ବିଜେବି ହାଇସ୍କୁଲରେ ପଢିବାକୁ ସେ ଭୁବନେଶ୍ଵର ଫେରିଆସିଲା।

ଏକାଦଶ ପରୀକ୍ଷା ପର ଖରାଛୁଟିରେ ମୁଁ ସୁମନ୍ତ ପାଖକୁ ଭୁବନେଶ୍ଵର ଗଲି। ତାକୁ ମଉସା ଦେଇଥାନ୍ତି ଗୋଟେ ଲୁନା ମୋପେଡ଼। ସେଇ ଲୁନାରେ ଆମେ ପୂରା ଭୁବନେଶ୍ଵର ଘୂରି ବୁଲିଲୁ। ସ୍ଵରାଜ୍ୟ ଖବରକାଗଜର ଅଫିସ୍‌ ସେତେବେଳେ ଥାଏ କେଦାର ଗୌରୀ ପାଖରେ। ମୋ କବିତା, ଗପ, ପ୍ରବନ୍ଧ ସେତେବେଳେ ସ୍ଵରାଜ୍ୟରେ ଛପିଲାଣି।

୧୯୯୦ ରେ ମୁଁ ଏନ୍‌.ବି.ଟି.ରେ ଯୋଗଦେଲା ପରେ ଭୁବନେଶ୍ଵର ଆସି ସୁମନ୍ତ ଓ ମଉସାଙ୍କ ସହ ଦେଖା ହେଲି। ସୁମନ୍ତ ସେତେବେଳକୁ ଅର୍ଦ୍ଧପାଗଳ। ସେ ହିଁ ଦିନେ ମୋତେ ଦେଖାଇଥିଲା ଭୁବନେଶ୍ୱର ଓ ତାର ରାସ୍ତାଘାଟ। ଧୀରେ ଧୀରେ ସୁମନ୍ତର ପାଗଳାମୀ ବଢିଚାଲିଲା। ବାଙ୍ଗାଲୋର୍‌ର ଏକ ପାଗଳଖାନାକୁ ତାକୁ ନିଆହେଲା। ସେଠି ରହି ସିଏ ପ୍ରାୟ ଭଲ ହେଇଯାଇଥିଲା। ଭୁବନେଶ୍ୱର ଫେରିବା ପରେ ସେ ଦିଲ୍ଲୀରେ ମୋ ପାଖେ ରହିବ ବୋଲି ମଉସା ମୋ ସହ କଥା ହୋଇଥିଲେ, ମୁଁ ବି ରାଜି ହୋଇଥିଲି। ମଉସାଙ୍କ ସାନଭାଇ ସୁରେନ୍ଦ୍ର ମିଶ୍ର ସେତେବେଳେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଦିଲ୍ଲୀରେ। ଥରେ ସେ ସୁମନ୍ତକୁ ଦିଲ୍ଲୀ ନେଲଆସିଲେ। ତାଙ୍କ ସରକାରୀ କ୍ୱାର୍ଟଏରୁ ସୁମନ୍ତ ଦିନେ ବାହାରିଗଲା ଯେ ଆଉ ଫେରିଲାନି।

ଅନୁଭୂତିର ଆକାଶ ସାରା

ଅନନୁଭୂତ ସମାନ୍ତର ଛାଇ
ନିଃଶବ୍ଦ ଶବ୍ଦ ଆତ୍ମାର ସହର ସାରା
ଫାଙ୍କା ଡାକବାକ୍ସ ଓ ବିଷର୍ଣ୍ଣ ଗଛମାନଙ୍କରେ
ଫୁଲର ଦୁର୍ଭିକ୍ଷ
ଅଜସ୍ର ନୀଳ ନିର୍ଜନ ନିରବତାର ନଈରେ
ସ୍ରୋତଟିଏ, ସୁମନ୍ତ ନାଆଁର
ସୁମନ୍ତର ଦିନରାତି, ସୁମନ୍ତର ସ୍ମୃତିରେ ସକାଳ
ପବନର ସଂଗୀତରେ ସୁମନ୍ତ ସ୍ମୃତିର
ଲୁଚକାଳି ଖେଳ
ସୁମନ୍ତର ହସଟିଏ ଅପେକ୍ଷାରେ
ପ୍ରତ୍ୟୟ ମହାସମୁଦ୍ର ପ୍ରତି ମୁହୂର୍ତ୍ତରେ ଏବେ
ଲଂଘିଯାଏ କୂଳ
କ୍ୟାନ୍‌ସର ରୋଗାକ୍ରାନ୍ତ ସଂପ୍ରିତି
ଉଦାସ ଆଜିକାଲି ସୁମନ୍ତ ସ୍ମୃତିରେ
ଅଥଚ ସୁମନ୍ତ ଗୋଟେ ବାସ୍ନାମୟ ଫୁଲ
ଶୂନ୍ୟରୁ ଖସିଆସେ
ହୋଇଯାଏ ଅଦୃଶ୍ୟ ଶୂନ୍ୟରେ!!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

What You Call Right
Literature

What You Call Right

by Sudipta Mishra
April 18, 2026

Sudipta Mishra, Puri, 18 April 2026 You call it right, I may call it wrong. The same shade appears black...

Read more
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.