• About
  • Contact
Tuesday, October 13, 2026
Tuesday, October 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଜୟ ଶ୍ରୀରାମ

ଜୟ ଶ୍ରୀରାମ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୭ ମାର୍ଚ୍ଚ ୨୦୨୬

ଶୟନେ ସପନେ ଅବା ଜାଗରଣେ
ଦେଖୁଥାଏ ତୁମ ଛବି।
ଶାନ୍ତ ସରଳ ସ୍ମିତ ହାସ୍ୟ ମୁଖେ
ସଂସାର ଯାଇଛି ଦ୍ରବି।।

ତୁମେ ଘନନୀଳ ଗହଳ ମେଘର
ମଧୁଝରା ଚିତ୍ରପଟ।
ମରୁ ମରୀଚିକା ଭ୍ରମରେ ଭ୍ରମିତ
ମୁଁ ତୃଷ୍ଣା ନଈର ତଟ।।

ଏ ମନର ଆଶା ଆଦିମ ପିପାସା
ଅଦେଖା ଯେତେ ଦହନ।
ଲିଭାଇ ଦିଅ ହେ ପ୍ରୀତି ବାରି ଧୀରେ
ଦେଇ ହୃଦୟ ବନ୍ଧନ।।

ମୋ ଆଖି ଲୁହରେ ପାଇଛି ତୁମକୁ
ପାଇଛି ପୁଣି ହସରେ।
ହଜାରେ ରଙ୍ଗରେ ସପନ ଭରିଛ
ତନ୍ଦ୍ରାହୀନ ପଲକରେ।।

ଝରଣା ପରି ମୁଁ ଝରି ଝରି ଯାଏ
ତୁମେ ମୋ ନୀଳ ସାଗର।
ତୁମରି ଛୁଆଁରେ ସାର୍ଥକ ହେଉ ମୋ
ଶୀତଳ ପୁଲକ ଝର।।

କଳା ଦୁନିଆର କାଳିମାର ଜାଲ
ଛନ୍ଦି ପକାଉଛି ମୋତେ।
ମର୍ଯ୍ୟାଦା ପୁରୁଷ-ଉତ୍ତମ ଆପଣ
ମୋହର ମର୍ଯ୍ୟାଦା କେତେ।।

ଜନ୍ମ ତିଥି ତୁମ ଶ୍ରୀରାମ ନବମୀ
ପାଳନ୍ତି ସଂସାର ଜନ।
ତୁମେ ଏକା ତରୀ ମୁଁ ଜଣେ ପଥିକ
ତୃପ୍ତ କର ମୋ ମନ।।

ଜଗତ କଲ୍ୟାଣ କରନ୍ତି ଆପଣ
ଜଗତେ ପଡିଛି ହୁରି।
ଧୂପ,ଦୀପ,ଭୋଗ,ନୈବେଦ୍ୟରେ ସଜା
ହାତେ ଧରି ପୂଜା ଥାଳି।।

ବନ୍ଦନା କରନ୍ତି ଚରଣେ ତୁମରି
ଦୁଃଖ ହର୍ତ୍ତା ଦୁଃଖ ହାରି।
ରକ୍ଷା କର ପ୍ରଭୁ ସର୍ଜି ଥିବା ସ୍ରୁଷ୍ଟି
ଏତିକି ମୋର ଗୁହାରି।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ନିଆରା ମଣିଷ : ଶରତ ବାବୁ
Literature

ନିଆରା ମଣିଷ : ଶରତ ବାବୁ

by ବିଜୟ କୁମାର ପାଣି
October 12, 2026

ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧୨ ଅକ୍ଟୋବର ୨୦୨୬ ଧୋତିକୁ ପଞ୍ଜାବୀ ଭାରି ମାନୁଥିଲା ଓଡ଼ିଆର ବେଶ ଭୂଷା। ହସ ହସ ମୁଖେ ମିଠା ମିଠା...

Read more
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
ଚଷମା

ଚଷମା

September 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.