• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୬୦)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜୁନ ୨୦୨୫

ତା ପରଦିନ ସକାଳୁ ସକାଳୁ ମନ୍ମଥ ଆସି ଘରେ ପହଞ୍ଚିବା ପରେ ଆମ ଗାଁ ତଳବରଡାରେ ଏକ ବୈଠକ ଥିଲା।ଆମ ଭୂୟାଁ ମାନେ ଯେଉଁ ପୋଡ଼ୁ ଚାଷ କରନ୍ତି ସେଥିରେ କିଏ କେଉଁଠି ଚାଷ କରିବ। ତାହାକୁ ସ୍ଥିର କରାଯିବା ପାଇଁ ଏହି ବୈଠକ ଡକାଯାଇଥିଲା।ଭୂୟାଁମାନେ ଅନୁସରଣ କରୁଥିବା ଏହି ସର୍ବପ୍ରାଚୀନ ପୋଡୁଚାଷ ପଦ୍ଧତିକୁ ସେମାନେ କରୁଥିବା ଜଙ୍ଗଲଜମିରେ କ୍ରମାଗତଭାବେ ତିନିବର୍ଷ ଧରି କରନ୍ତି।ତାପରେ ଅନ୍ୟ ଏକ ଜଙ୍ଗଲରେ ପୁଣି ତିନିବର୍ଷ ପାଇଁ କରନ୍ତି। ଛାଡିଦେଇଥିବା ଜମିରେ ତାପରେ ପୁଣି ତୃତୀୟ ପାଳି ସେମାନେ କରନ୍ତି। ପ୍ରଥମ ବର୍ଷର ଚାଷକୁ ସେମାନେ ବିରିଘାଂ, ଦ୍ବିତୀୟ ବର୍ଷର ଚାଷକୁ କମାଣ ଓ ତୃତୀୟ ବର୍ଷର ଚାଷକୁ ଗୁଡାଚାଷ ବୋଲି ସେମାନେ କହନ୍ତି।

ବିଶ୍ରୀ ଓଷାସରିବା ପରେ ଗାଁରେ ଲୋକମାନଙ୍କଦ୍ବାରା ନିଯୁକ୍ତ ଡାକୁଆ (ଗାଁ ବୈଠକ, ଗାଁର କୌଣସି ସାମୁହିକ କାର୍ଯ୍ୟରେ ସମସ୍ତେ ଯୋଗଦେବାପାଇଁ ସୂଚନା ଇତ୍ୟାଦି ଖବରକୁ ସମସ୍ତେ ଶୁଣିଲାଭଳି ବଡ ପାଟିକରି ଜଣାଉଁଥିବା ବ୍ୟକ୍ତି) ପୋଡୁଚାଷପାଇଁ ଦରବାର ଘର ବା ମଣ୍ଡଘରଠାରେ ବସୁଥିବା ପ୍ରସ୍ତୁତି ବୈଠକରେ ଗ୍ରାମର ସମସ୍ତ ସାବାଳକ ବ୍ୟକ୍ତି ଯୋଗଦେବାପାଇଁ ଡାକିକରି ଜଣାଇଥାନ୍ତି। ଦରବାର ଘରଠାରେ ଗ୍ରାମର ସମସ୍ତ ଲୋକମାନଙ୍କ ଉପସ୍ଥିତିରେ ଦେହୁରୀ ଓ ପ୍ରଧାନଙ୍କ ମଧ୍ୟରେ ବିଚାରବିମର୍ଶ ପରେ ଗାଁର ସମସ୍ତ ଲୋକ ଚଳିତ ବର୍ଷ କେଉଁ ଜଙ୍ଗଲରେ ପୋଡୁଚାଷ ହେବ, କେତେ ଅଞ୍ଚଳରେ ପୋଡୁଚାଷ କରାଯିବ, କିଏ କେଉଁ ଅଞ୍ଚଳରେ ଚାଷ କରିବ ତାହା ଆଲୋଚନା କରାଯିବା ସହ ସିନ୍ଧାନ୍ତ ନିଆଯାଇଥାଏ। ଚାଷପାଇଁ ସ୍ଥାନ ନିରୁପଣ କରାଯିବାସମୟରେ ଗ୍ରାମର ବିଧବା ଲୋକ, ବିବାହ କରିନଥିବା ମହିଳାମାନଙ୍କୁ ସ୍ଥାନ ନିରୁପଣରେଏକ ବିଶେଷ ସୁବିଧା ଦିଆଯାଇଥାଏ ଅର୍ଥାତ ସେମାନଙ୍କ ଚାଷ ଜମିକୁ ମଝିରେ ରଖାଯାଇଥାଏ ଯାହାଦ୍ବାରାକି ସେମାନଙ୍କ ଚାଷ ଜମିର ଫସଲକୁ ନଷ୍ଟ କରୁଥିବା ଗୋରୁଗାଇ ଓ ହାତୀପଲ କୁ ଘଉଡାଇବାପାଇଁ ସେମାନଙ୍କୁ ପଡିନଥାଏ। କାରଣ ସେମୀନଙ୍କ ଜମି ମଝିରେଥିବାରୁ ଅନ୍ୟ ଚାଷୀମାନେ ଘଉଡାଇ ଦିଅନ୍ତି। ସେହି ବୈଠକରେ ମଧ୍ୟ ଜଙ୍ଗଲ କାଟିବାକୁ ଯିବାର ଦିନ ସ୍ଥିର କରାଯାଇଥାଏ। ନିର୍ଦ୍ଧାରିତ ଦିନ ଗାଁର ସମସ୍ତେ ବାଛିଥିବା ଜାଗାକୁ କାଟିକରି ସଫାକରିଥାନ୍ତି ଯାହାକୁକି ଆମ ଭୂୟାଁ ମାନେ”କାଠକଟା”ବୋଲି କହିଥାନ୍ତି। କାଠକଟାର କିଛିଦିନପରେ କାଟିଥିବା ଗଛମାନଙ୍କରେ ନିଆଁ ଲଗାଯାଇଥାଏ (ଡାହିପୋଡା)।ଡାହିପୋଡାପରେ ପୋଡିନଥିବା ବା ଦରପୋଡା କାଠକୁ ଏକାଠିକରି ପୁଞ୍ଜାପୋଡା କରାଯାଇଥାଏ।ଜୁଲାଇମାସ କିମ୍ବା ପ୍ରଥମ ବର୍ଷା ପରେପରେ ରାଶି ବୁଣାଯାଇଥାଏ।ରାଶିବୁଣା ପୂର୍ବରୁ ଜମିରେ ରହଯାଇଥିବା ଛୋଟଛୋଟ ଗୁଛା କଟାଯାଏ ବା ଆମ ଭୂୟାଁମାନଙ୍କ ଭାଷାରେ ପାଣି କଟା କୁହା ଯାଇଥାଏ। ରାଶିଗଛ ବଡ ହେବାପରେ ଡାଳକଟା (ଜମିରେ ଥିବା ଘାସ ଓ ଗୁଛା ସଫା) କରାଯାଇଥାଏ। ଯଦି ରାଶିଗଛ ଅଧିକ ବଢିଥାଏ ତେବେ ପାଖୁଡା ମେଲିବାପାଇଁ ତାର ଡାଳକୁ ମଧ୍ୟ ଅଗରୁ କଟାଯାଇଥାଏ। ରାଶି ଅମଳ ଜାନୁୟାରୀ ମାସରେ କରାଯାଇଥାଏ।

ପ୍ରଥମ ବର୍ଷ ଆମ ଭୂୟାଁ ମାନେ ଜମିକୁ ଭାଗକରି ସେଥିରେ ଧାନ, ବିରି, ରାଶି, କୋଳଥ ଓ ଅନ୍ୟାନ୍ୟ ଡାଲି ଜାତୀୟ ଶସ୍ୟ କରନ୍ତି। ଦ୍ବିତୀୟ ବର୍ଷ ସେହି ଜମିରେ ବିଭିନ୍ନ ପ୍ରକାରର ଧାନ, ଗଙ୍ଗେଇ, ମାଣ୍ଡିଆ, କାଙ୍ଗୁ ଓ ପନିପରିବା ଚାଷ କରନ୍ତି। ଚୃତୀୟ ବର୍ଷ ସେହି ଜମିରେ ଧାନ, ମାଣ୍ଡିଆ, ରାଶି ଓ ପନିପରିବା ଚାଷ କରନ୍ତି। ଯଦି ୩ୟ ବର୍ଷ ଭଲ ଫସଲ ଅମଳ ହୁଏ ତେବେ ୪ର୍ଥ ବର୍ଷ ସେହି ଜମିରେ ଚାଷ କରନ୍ତି ନଚେତ ଅନ୍ୟ ଜଙ୍ଗଲରେ ସ୍ଥାନ ବାଛି ସେଠାରେ ପୋଡୁଚାଷ ଆରମ୍ଭ କରନ୍ତି।

କହୁ କହୁ ମୁଁ ଆଜି ବୈଠକ ରେ ଯାହା ସବୁ ଆଲୋଚନା ହେବ ତାହା କହିଦେଲି। ହଁ ଏହି ସବୁ ବିଷୟରେ ସେଦିନ ବୈଠକ ରେ ଆଲୋଚନା କରି ଗାଁ ଲୋକମାନେ ସିଦ୍ଧାନ୍ତ ନେଲେ। ମନ୍ମଥ ଘରକୁ ଫେରିବା ବେଳକୁ ବହୁତ ଡେରି ହୋଇଯାଇଥିଲା। ମୋ ଆଗରେ ଏହି ସବୁକୁ କହିବା ପରେ ମୋ ବାପାଙ୍କ ଦେହ କ’ଣ ଖରାପ ଅଛି ଯାଇ ବୁଲି ଆସିବା ବୋଲି କହୁଥିଲା।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.