ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୨ ଅଗଷ୍ଟ ୨୦୨୫
ନିର୍ବାସିତ ଜୀବନ କେମିତି ଲାଗେ
ଚାରିପଟେ ସମୁଦ୍ରର ଘୋ ଘୋ ଶବ୍ଦ
ମଝିରେ ବିରାଟ ଟାପୁ
ସେହି ଟାପୁ କିମ୍ବା ଦ୍ଵିପ ଭିତରେ
ଏକୁଟିଆ ମଣିଷଟିଏ ମୁଁ।
ଏପରି ନିକାଞ୍ଚନ ଦ୍ଵିପକୁ
କିଏ କାହିଁକି ଆସିବ?
କୁଶଳ ମଙ୍ଗଳ ପଚାରିବା ପାଇଁ
ମୁଁ ନିଦକରେ ଶୋଇ ପାରିନି
କେତେ ଆଲୋକ ବର୍ଷ ହେବ।
ମୁଁ ମଣିଷମାନଙ୍କ କଥା କିଛି ଶୁଣିନି
କେତେ ମନ୍ଵନ୍ତର ହେବ।
ଦ୍ଵୀପରେ କେହି ଜଣେବି ନାହାଁନ୍ତି।
ଖାଲି ସମୁନ୍ଦ୍ରର ସ୍ୱର ଛଡ଼ା
କିଛି ନାହିଁ ଏଠି।






