ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୯ ଅଗଷ୍ଟ ୨୦୨୫
ଦିନର ଆଲୁଅ ଆଉ ରାତିର ଅନ୍ଧାର
ତା’ପାଇଁ ରଖେ କେତେ ତଫାତ
କଳନା କରି ହୁଏ ନାହିଁତ
ସିଏତ ଦୃଷ୍ଟିବାଧିତ।।୧।।
ରୂପର ସୌନ୍ଦର୍ଯ୍ୟ ଅବା ଫୁଲର ମାଧୁର୍ଯ୍ୟ
ତା’ପାଶେ କେତେ ରଖେ ମହତ
ଅଛିଣ୍ଡା ପରା ସେହି ଗଣିତ
ସିଏତ ଦୃଷ୍ଟିବାଧିତ ।।୨।।
ଜୀବନ୍ତ ମୂର୍ତ୍ତି କିବା ନୃତ୍ୟଭଙ୍ଗୀର ଦୃଶ୍ୟ
କିଭଳି କରେ ତାକୁ ପ୍ରମତ୍ତ
ଏବେ ବି ତାହା ରହସ୍ୟାବୃତ୍ତ
ସିଏତ ଦୃଷ୍ଟିବାଧିତ ।।୩।।
କଳାକାରର ଚିତ୍ର, ତହିଁରେ ରଙ୍ଗ ସ୍ପର୍ଶ
ଆଲୋଡିତ କାରେକି ତା’ଚିତ୍ତ
ଅବୁଝା ପରା ସେଇ ସଙ୍ଗୀତ
ସିଏତ ଦୃଷ୍ଟିବାଧିତ ।।୪।।