• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୬୪)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୩୦ ଅଗଷ୍ଟ ୨୦୨୫

ଖରାବେଳ ଖାଇବା ଖାଇସାରି ଆସି ସମସ୍ତେ ପିଢ ବୈଠକରେ ପହଞ୍ଚିବା ବେଳକୁ ତିନିଟା ବାଜି ଯାଇଥିଲା। ବିଲୁଆ ଭାଇ କଥା ଆରମ୍ଭ କରି କହିଲେ ଯେ ଆମ ସମାଜ ବୈଠକରେ ମା ମାନଙ୍କ କଥା ଆଲୋଚନା ହେବାର ଆବଶ୍ୟକତା ରହିଛି। ତେଣୁ ସେ ପାଳ୍ଲହଡା ର ବାରିକ ଭାଇ ଙ୍କୁ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ଅନୁରୋଧ କରିବାରୁ ସେ କଥା ଆରମ୍ଭ କରି କହିଲେ ଯେ ଭୂୟାଁ ପୀଢର କିଶୋରୀ, ଯୁବତୀ, ପ୍ରୌଢା, ଓ ବୃଦ୍ଧା ସମସ୍ତଙ୍କୁ ଗୋଟିଏ ସମ୍ବୋଧନ କରାଯାଏ। ତାହା ହେଉଛି “ମାଆ ଭଉଣୀ”। ମାଆ ଓ ଭଉଣୀ କେବଳ ଦୁଇଟି ଶବ୍ଦ ନୁହେଁ ଏହା ଏକ ପୁଲକ, ଏକ ଶିହରଣ। ଏହି ଶବ୍ଦ ର ଉଚ୍ଚାରଣ ମାତ୍ରେ ମମତା ର ଗଙ୍ଗୋତ୍ରୀ ଆପେ ଆପେ ହୃଦୟ ର ନିଭୃତ କନ୍ଦରରୁ ସ୍ବତଃ ନିର୍ଝରଣୀ ସମ ପ୍ରବାହିତ ହୋଇଥାଏ। ଏହାର ଉଚ୍ଚାରଣ ରେ ଏକ ଆବେଗପଣ ରେ ଆମେ ସମସ୍ତେ ବାନ୍ଧି ହୋଇଯାଉ। ଏହି ଜାତି କେଉଁ ସ୍ମରଣାତୀତ କାଳରୁ ସମାଜ ର ନାରୀମାନଙ୍କୁ ମାଆ ଭଉଣୀ ଭାବେ ସମ୍ବୋଧିତ କରି ଆସିଛି।

ଝିଅ ଟିଏ ଯେତେବେଳେ ତାର ମା ଘରର କାମ କିମ୍ବା କାମ ପାଇ କରିବାକୁ କାହା ଘରକୁ ଯାଇଥାଏ କିମ୍ବା ଜଙ୍ଗଲରୁ ଫଳମୂଳ ଓ କାଠକୁଟା ଆଣିବା ପାଇଁ ଯାଇଥାଏ, ସେ ସମୟରେ ସେ ତାର ଛୋଟ ଭାଇ ଭଉଣୀ ଙ୍କ ଜଗାରଖା କରିଥାଏ। ଦାଣ୍ଡରେ ଧାନ, ମାଣ୍ଡିଆ, ବିରି, କୋଳଥ ଶୁଖିଥିଲେ ତାକୁ ଜଗାରଖା କରିଥାଏ। ଏଥିପାଇଁ ତାର ଶିକ୍ଷା ବାଧାପ୍ରାପ୍ତ ହୋଇଥାଏ। ବଡହେବା ପରେ ସେ ଜଙ୍ଗଲ କୁ ଯାଇ ପିତା ଆଳୁ, ଲବଇଙ୍ଗା, ବେଙ୍ଗ ଶାଗ, କୁଲିଆରି ଶାଗ, ନୁଡୁରୁ ଶାଗ, ବିଚଭାନୁ ଛତୁ, ହାତପାଚେରି କୋଳି, ଗିଲିରି ଫୁଲ, ମହୁଆଳୁ, ବାଉଁଶ କନ୍ଦା, କାଇ, କୁରୁକୁଟି, କଲେଇ, ଇତ୍ୟାଦି ସଂଗ୍ରହ କରିଥାଏ। ଖଜୁରୀ ପାଲରେ ପଟିଆ ବୁଣିବା ସହିତ ଫୁଲ ଝାଡୁ ଓ ପାଲ ଝାଡୁ ତିଆରି କରିଥାଏ। ଘରର କାନ୍ଥ ଓ ପିଣ୍ଡା କୁ ଦୈନିକ ଲିପାପୋଛା କରିବା ସହିତ ରୋଷେଇ ମଧ୍ୟ କରିଥାଏ। ପ୍ରତ୍ୟେକ ଭୂୟାଁ ଘରେ ବର୍ଷ ର ଚାରିମାସ ଧାନର ଅଭାବ ରହିଥାଏ। ଏହି ସମୟରେ ବଣର ଫଳମୂଳ, ଶାଗ, ଛତୁ ଓ ବାଉଁଶ କରଡି ଖାଦ୍ୟ ଭାବରେ ଖିଆଯାଇଥାଏ। ଭୂୟାଁ ନାରୀ ବହୁ ଶ୍ରମ କରି ଏହି ସବୁ ଖାଦ୍ୟ ପ୍ରସ୍ତୁତ କରିଥାଏ। ପଣସ କଠା ସିଝା, ସଳପ କାଠ ଗୁଣ୍ଡ ପିଠା, ଆମ୍ବ ଟାକୁଆରୁ କୋଇଲି କାଢ଼ି ତାର ସିଝା, ମହୁଲ ଢୁଙ୍କ ସିଝା, ମହୁଲ ସିଝା, ତିଆରି କରି ଘରର ସମସ୍ତଙ୍କୁ ପରଷିବା ରେ ଭୂୟାଁ ନାରୀ ର ବହୁତ ବଡ଼ ଭୂମିକା ଥାଏ।

କେବଳ ଖାଦ୍ୟ ନୁହେଁ ତେଲ ପ୍ରସ୍ତୁତିରେ ମଧ୍ୟ ଭୂୟାଁ ନାରୀ ର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାଠ ଚପା ଘଣା ପ୍ରତି ଗାଁରେ ଥାଏ। ପ୍ରଥମେ ତୈଳବୀଜ କୁ ଢିଙ୍କିରେ କୁଟି ଗୁଣ୍ଡ କରାଯାଇ ତାକୁ ହାଣ୍ଡିରେ ପାଣି ଦେଇ ସିଝାଯାଏ। ସେହି ସିଝା ତୈଳବୀଜ ଗୁଣ୍ଡ କୁ ସିଆଡି ଲଇରେ ତିଆରି ହୋଇଥିବା ଟୋକେଇ ରେ ଭର୍ତ୍ତି କରି ଚପା ଘଣା ରେ ପୁରାଇ ଚାପ ଦେଲେ ତେଲ ବାହାରେ। ଟିସି, କୁସୁମ, ଟୋଲ, କରଞ୍ଜ, ଲିମ୍ବ ତେଲ ଏହିପରି କରାଯାଇଥାଏ। ଏ ସମସ୍ତ କାର୍ଯ୍ୟ ଭୂୟାଁ ନାରୀ ଟି ହିଁ କରିଥାଏ।

ଭୂୟାଁ ନାରୀମାନେ ପାଠ ନ ପଢ଼ିଲେ ମଧ୍ୟ ପଦକୁ ପଦ ମିଳାଇ ଗୋଟିଏ ପରେ ଗୋଟିଏ ଗୀତ ମନକୁ ଯୋଡ଼ି ବୋଲି ଚାଲନ୍ତି। ଦୁଇଦଳ ଝିଅଙ୍କ ମଧ୍ୟରେ ବାଜି ଲଗାଇ ଗୀତ ବୋଲାଯାଏ। ରାତି ପାହିଯାଏ କିନ୍ତୁ କୌଣସି ପକ୍ଷ ହଟନ୍ତି ନାହିଁ। ରଜ ପର୍ବ ରେ ଖାଇ ଦୋଳି, ଗଛ ଦୋଳି, ଡଙ୍ଗା ଦୋଳି, ଚକ୍ର ଦୋଳି, କଟକିଆ ଦୋଳି, ମାଞ୍ଚି ଦୋଳି, ଷୋଳ ଜଣିଆ ଦୋଳି, ଏଭଳି ବିଭିନ୍ନ ପ୍ରକାରର ଦୋଳି ଜମିଯାଏ। ପୁଷ ମାସରେ ପାଳନ କରାଯାଉଥିବା ବିଶ୍ରୀ ଓଷାରେ କଥାଣି ଶୁଣାଉଁ ଥିବା ଗାଉଣି ଙ୍କ ସହିତ ମହିଳାମାନେ ପାଳିଧରି ଗୀତ ବୋଲନ୍ତି। କୁମ୍ଭାର ଘରୁ ବିଶ୍ରୀ ମାଙ୍କ ମୂର୍ତ୍ତି ମା ମାନେ ଘଣ୍ଟ ଓ ବାଜା ବଜାଇ ଭୂୟାଁ ମହିଳା ମାନେ ଗାଁ କୁ ଆଣନ୍ତି। ଭୂୟାଁ ମହିଳା ଟିଏ ପୂଜା ପାର୍ବଣ ପାଇଁ ଆକତା ସଜାଡି ଦିଏ। ଆକତା ର ଅର୍ଥ ହେଉଛି ପୂଜା ପାଇଁ ଜାଗର ବା ବହୁମୁଖୀ ଦୀପ, ଝୁଣା, ଧୂପକାଠି, ଅରୁଆ ଚାଉଳ, ଗୁଆ, ହରିଡା, ସିନ୍ଦୂର, ଅଁଳା, ଗଙ୍ଗେଇ ମୂଆଁ, ଧାନମୂଆଁ, ଫୁଲ, ବେଲପତ୍ର, ଦୂବ ଓ ବରକୋଳି ଏ ସବୁକୁ ସଜାଡ଼ି ଦେବା। ପର୍ବପର୍ବାଣୀ ଦିନ ସକାଳୁ ପିତୃପୁରୁଷଙ୍କୁ ଜଳ ଘାଟରେ ଦିଆଯାଏ ହଳଦୀ, ଅଁଳା, ତେଲ, ଦାନ୍ତକାଠି ଏବଂ ପାଣି। ଏସବୁ ବ୍ୟବହାର କରି ପିତୃପୁରୁଷ ଦାନ୍ତ ଘଷିବା ପରେ ତେଲ ହଳଦୀ ଲଗାଇ ସ୍ନାନ କରି ଘରକୁ ଯାଇ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପୂଜା କୁ ଗ୍ରହଣ କରନ୍ତି। ଏହି ଜଳଘାଟର କାମ ସ୍ତ୍ରୀ ଲୋକମାନେ କରନ୍ତି।

ପୂର୍ବେ କେନ୍ଦୁଝର ରାଜପ୍ରସାଦ ର ରାଣୀ ଅନ୍ତଃପୁର ରେ ରହୁଥିବା ମହିଳା ମାନଙ୍କୁ ମା ଭଉଣୀ କୁହାଯାଉଥିଲା। ଭୂୟାଁ ନାରୀ ମାନଙ୍କ ଠାରୁ ଆଜିର ତଥାକଥିତ ସଭ୍ୟ ସମାଜ ର ନାରୀମାନେ ଅନେକ କିଛି ଶିଖିବାର ଅଛି।

ସନ୍ଧ୍ୟା ହୋଇ ଯାଇଥିଲା। ତେଣୁ ପୀଢ ବୈଠକ ସେ ଦିନ ପାଇଁ ସେଇଠି ଶେଷ ହେଲା। ସମସ୍ତେ ସନ୍ଧ୍ୟା ନିତ୍ୟକର୍ମ ସାରି ଚାଙ୍ଗୁ ବାଦ୍ୟ ବଜାଇ ନାଚ ଗୀତରେ ମସଗୁଲ ହେବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.