• About
  • Contact
Wednesday, March 18, 2026
Wednesday, March 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅରକ୍ଷିତ ପ୍ରଧାନ (ଭାଗ ୪୩)

ଅରକ୍ଷିତ ପ୍ରଧାନ (ଭାଗ ୪୩)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୯ ସେପ୍ଟେମ୍ବର ୨୦୨୫

ଏବେ ସବୁଠି ଗୋଟେ ଗୋଟେ ଦୋକାନ। ଜଣେ ଜଣେ ମାଲିକ ସେଠି ବସିଛନ୍ତି। ବିକଳ୍ପ ମାଲିକ କେହି ନାହିଁ। ନୂଆ କେହି ଆସିଲେ ପୁରୁଣା ଲୋକେ ତାକୁ ଆଗକୁ ବଢ଼ିବାକୁ ଦେଉନାହାନ୍ତି।

ସୁମନ୍ତର ସାନଭାଇ ଲୁଲୁ ବା ସୁଶାନ୍ତ ଜଣେ ଅତି ଭଲ ଚଳଚ୍ଚିତ୍ର ନିର୍ଦ୍ଦେଶକ। ହେଲେ, ତାଭଳି ଚିତ୍ର କରୁଥିବା ନିର୍ଦ୍ଦେଶକ ପାଇଁ ଓଡ଼ିଶାରେ ସୁଯୋଗ ନାହିଁ।

ମୋର ସାରା ଜୀବନ ପ୍ରକାଶନ ସମ୍ପାଦନାର ଉନ୍ନତି କାମରେ ଲାଗିଲା। ହେଲେ, ଗଲା ଚାରିବର୍ଷ ମୋର ଅବସର ପରବର୍ତ୍ତୀ ସମୟରେ ମତେ ସରକାର (ନା ରାଜ୍ୟରେ ନା କେନ୍ଦ୍ରରେ) ସେ କାମ ସହ ଜଡ଼ିତ କରିନାହାନ୍ତି।

ଉତ୍ତର-ପୂର୍ବାଞ୍ଚଳ ପରିଷଦର ସୂଚନା ଜନସମ୍ପର୍କ ସଂସ୍କୃତିର ନିର୍ଦ୍ଦେଶକ ଭାବେ ସେ ଦିଗରେ ଯେଉଁ ଅଭିଜ୍ଞତା ସଂଚୟ କରିଥିଲି ତାହାର ଉପଯୋଗ ପରବର୍ତ୍ତୀ କାଳରେ ହେଲା ନାହିଁ।

ମଂଚ କଥା ବି ସେହିଭଳି। କାହାକୁ ଶୁଣିବି ମୁଁ। ପୁରୀ ଗୋଟିଏ ଛୋଟିଆ ସହର। ସେଠି ଜଣେ ଦି’ଜଣଙ୍କୁ ଛାଡ଼ିଦେଲେ ଏଭଳି କେହି ନାହାନ୍ତି ଯାହାଙ୍କୁ ଶୁଣିଲେ ମୋର କିଛି ବୌଦ୍ଧିକ ଉନ୍ନତି ହେବ। ମୋତେ କେହି ମଂଚ ଦେବାକୁ ପ୍ରସ୍ତୁତ ନୁହଁ। ମୋ ପାଖରେ କାହାର କିଛି କାମ ନାହିଁ। ମୋଠୁ କାହାର କିଛି ଲାଭ ନାହିଁ। କେହି ମତେ ଚାହାନ୍ତି ନାହିଁ। ରାଜନୈତିକ ପ୍ରତିଷ୍ଠା ଭିତ୍ତିରେ ଆଜିକାଲି ଯାହା କିଛି ଭାଗ ମିଳେ।

ମୋର ସବୁଠୁ ବଡ଼ ଭୁଲ୍ ଥିଲା, ଏନ୍.ବି.ଟି.ର ଓଡ଼ିଆ ଭାଷା ସମ୍ପାଦକ କାମ ଛାଡ଼ି ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ସମ୍ପାଦକ ହେବା। ମୋ ଉତ୍ତରାଧିକାରୀ ସମ୍ପାଦକ ଯାଜପୁରିଆ। ସେ କେବଳ ନିଜ ସ୍ୱାର୍ଥ କଥା ବୁଝେ। ଚାକିରି କରିବାର ପାଂଚ ବର୍ଷରେ ନିଜ ସ୍ତ୍ରୀକୁ ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର, ନିଜ ପାଇଁ ଭାନୁଜୀ ରାଓ କବିତା ପୁରସ୍କାର। ଟଙ୍କା ଯେଉଁଠି, ସେ ସେଇଠି।

ଏସବୁ ଦେଖିବା ବେଳେ ମୋର ଅରକ୍ଷିତ ପ୍ରଧାନଙ୍କ କଥା ଭାରି ମନେପଡ଼େ। ନିଜ ପରିବାରକୁ ଗାଁରେ ରଖି ପୁରୀରେ ରହୁଥିଲେ ଧର୍ମଶାଳରେ। ପରେ ରହିଲେ ଆଶ୍ରମରେ। ସାହିତ୍ୟ ପାଗଳ ଲୋକ। ଥରେ ରାଜକିଶୋର ରାୟଙ୍କୁ ଆଳୁପାଟଣାରେ ସାହିତ୍ୟ ସଭା କରି ଡାକିଥିଲେ। କେହି ବଡ଼ ଅଫିସରଙ୍କୁ କହି ଗାଡ଼ିଟେ ଆୟୋଜନ କରିଥିଲେ। ବାଟରେ ଗାଡ଼ି ଖରାପ ହେଇଗଲା। ରାଜକିଶୋର ରାୟଙ୍କର ଥିଲା ଉତ୍ତମ ଖାଦ୍ୟରେ ରୁଚି। ଥରେ ହଜୁରୀ ରଘୁନାଥ ଖୁଣ୍ଟିଆଙ୍କ ଘରେ ଚନ୍ଦନ ହଜୁରୀ ଜୟନ୍ତୀ ହେଉଥାଏ, ଜିଦ୍ ରେ ସେ ଦେବଦତ୍ତ ସାମନ୍ତସିଂହାର ସହ ଖିରା ପିଇଲେ। ବାଇଶି ଓଳି ପରେ ଦେବଦତ୍ତ ଭାଇ ହାରିଲେ। ରାୟ ମହାଶୟ ଚାଲିଶି ଓଳି ଖିରା ପିଇ ରେକର୍ଡ କଲେ। ସେ ରେକର୍ଡ଼ ଏଯାଏଁ ଆମ ପରିଚୟରେ ଥିବା କେହି ଭାଙ୍ଗିପାରି ନାହାନ୍ତି।

ଗାଡ଼ି ଠିକ୍ ହେବାକୁ ସମୟ ଲାଗିଲା। ରାଜକିଶୋର ରାୟଙ୍କୁ ଭୋକ ହେଲା I ଅରକ୍ଷିତ ପ୍ରଧାନ ଥାଆନ୍ତି ସଭାସ୍ଥଳରେ। ମତେ ଦାୟିତ୍ୱ ଦେଇଥାନ୍ତି ରାଜକିଶୋର ରାୟଙ୍କୁ ସେଠିକୁ ନେଇଯିବାକୁ। ରାୟ ମହାଶୟ ପାଗଳ ପରି ଚିତ୍କାର କଲେ- କ୍ଷୁଧା, କ୍ଷୁଧା, କ୍ଷୁଧା!

ପାଖରେ କମ୍ ଉଚ୍ଚତାରେ ଥାଏ ଗୋଟିଏ ନଡ଼ିଆ ଗଛ। ରାୟ ମହାଶୟଙ୍କ ଅବସ୍ଥା ଦେଖି ମୁଁ ଅଗତ୍ୟା କଷ୍ଟେମଷ୍ଟେ ସେ ଗଛରେ ଚଢ଼ି ପଇଡ଼ କାଟିଲି। ଚାରୋଟି ପଇଡ଼ ଖାଇ, ପଇଡ଼ ପାଣି ପିଇ ରାଜକିଶୋର ରାୟ ଶାନ୍ତ ହେଲେ!

କୁଆଡ଼େ ଗଲେ ସେହି ସାହିତ୍ୟ ପାଗଳ ଲୋକମାନେ? ସାହିତ୍ୟ ଏବେ ଏକ ଲାଭଜନକ ବ୍ୟବସାୟ!

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.