• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବୁଢ଼ାଭାଇ ଗଙ୍ଗାଧର ମହାନ୍ତି (ଭାଗ ୪୫)

ବୁଢ଼ାଭାଇ ଗଙ୍ଗାଧର ମହାନ୍ତି (ଭାଗ ୪୫)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୭ ଅକ୍ଟୋବର ୨୦୨୫

ମଙ୍ଗଳାର ଜଣେ ବଡ଼ବାପା ବା ଦଦେଇ ପୁଅ ଥିଲେ। ଆମେ ତାଙ୍କୁ ବୁଢ଼ାଭାଇ ବୋଲି ଡାକୁଥିଲୁ। ତାଙ୍କ ନାଁ ଗଙ୍ଗାଧର ମହାନ୍ତି। ସେତେବେଳେ ମେଧାବୀ ପିଲାମାନଙ୍କୁ ଡାକ-ତାର ବିଭାଗ ନିଯୁକ୍ତି ଦେଉଥିଲେ। ଟେଲିଗ୍ରାଫ୍ ସେତେବେଳକୁ ଅଲଗା ବିଭାଗ ହୋଇ ନଥାଏ। ବୁଢ଼ାଭାଇ ଥିଲେ ପୋଷ୍ଟାଲ ସୁପରିଣ୍ଟେଡେଣ୍ଟ ଅଫିସରେ କିରାଣି। ତାଙ୍କ ଅଫିସ୍ ଥିଲା ପୋଡ଼ାକୋଠି ଛକରେ ଯାହା ଏବେ ନେତାଜୀ ସୁଭାଷ ଛକ ହୋଇଛି।

ବୁଢ଼ାଭାଇ ଥିଲେ ମଙ୍ଗଳାର ଭାଇ, ବନ୍ଧୁ, ଗାଇଡ଼ ଓ ଫିଲୋସଫର ବା ଆଦର୍ଶ। ଆମେ ନିୟମିତ ତାଙ୍କ ପାଖକୁ ଗଲୁ। ଆମ ଘରଠୁ ତାଙ୍କ ଅଫିସ୍ ଅଧକିଲୋମିଟର ଦୂର ବି ନଥିଲା। ତାଙ୍କର ବି ସାହିତ୍ୟ ଓ ସଂଗୀତରେ ରୁଚି ଥିଲା। ଧୀରେ ଧୀରେ ସେ ବି ଶନିବାର ସାହିତ୍ୟ ସନ୍ଧ୍ୟାର ସକ୍ରିୟ ସଭ୍ୟ ହୋଇଗଲେ।

ମଙ୍ଗଳା ବି.ଏ.ରେ ଆଡ଼ମିଶନ୍ ନେଲା ଭୂଗୋଳ ଅନର୍ସରେ। ସେତେବେଳେ ସାଇନ୍ସ ଓ ଆର୍ଟସ ପିଲାମାନେ ଉଭୟ ଭୂଗୋଳ ଅନର୍ସରେ ଥିଲେ। ସାହିତ୍ୟ ନିଶା ବଢ଼ି ଯାଇଥାଏ। ମୁଁ ବି.ଏ. ପାଶ୍ କଲାପରେ ପ୍ରଥମେ ରେଭେନ୍ସାରେ ମାସେ ପଢ଼ିଲି। କକେଇଙ୍କ ଘର କାମ ଚାଲୁଥାଏ। ସେ ଚାହୁଁଥିଲେ ପୁରୀ କଲେଜରେ ଇଂରାଜୀରେ ଏମ୍.ଏ. ପଢ଼େ ଓ ତାଙ୍କ ଘର ତିଆରି କଥା ବୁଝେ। ମୋର ଇଂରାଜୀ ଭଲ ହେଉଥିଲା। ନାରାୟଣ ସାରଙ୍କ ପ୍ରତି ଭକ୍ତି ମୋତେ ଓଡ଼ିଆ ଅନର୍ସକୁ ଆଣିଥିଲା। ମୁଁ ପୁରୀ ଫେରିଆସିଲି ଓ ଇଂରାଜୀ ଏମ୍.ଏ.ରେ ଆଡ଼ମିଶନ୍ ନେଲି। କମଳକାନ୍ତ ଲେଙ୍କା ସେତେବେଳେ ପୁରୀ କଲେଜରେ। ଇଂରାଜୀରେ ଶୁଭେନ୍ଦୁ ମୁଣ୍ଡ, ଜିତୁ ପଟ୍ଟନାୟକ ଓ ଦିଲ୍ଲୀପ ଦାସ, ଇତିହାସରେ ରତ୍ନାକର ପଣ୍ଡା ଓ ଓଡ଼ିଆରେ କୈଳାସ ଚନ୍ଦ୍ର ଟିକାୟତରାୟ ଅଧ୍ୟାପକ ଥାଆନ୍ତି। ସେମାନେ ବି ଶନିବାର ସାହିତ୍ୟ ସନ୍ଧ୍ୟାରେ ଯୋଗଦେଲେ। ଶୁଭେନ୍ଦୁ ମୁଣ୍ଡକ ବାପା ଥିଲେ ପ୍ରଖ୍ୟାତ ଲେଖକ ପରଶୁରାମ ମୁଣ୍ଡ। ତାଙ୍କୁ ଆମେ ଅନୁଷ୍ଠାନର ସଭାପତି କରିବାକୁ ଠିକ୍ କଲୁ। ପୁରୀରେ ସେତେବେଳେ ଜଣେ ଓକିଲ ଥାଆନ୍ତି ଶରତ ଚନ୍ଦ୍ର ରାଉତରାୟ। ସେ ଥିଲେ ମୁଖ୍ୟତଃ ମୋଟର ଭେଇକିଲ୍ ଓକିଲ ଓ ସେ ବିଭିନ୍ନ ଅନୁଷ୍ଠାନରେ ସେ ସଭାପତି ଥାଆନ୍ତି। ଆମର କିଛି ସଭ୍ୟ ତାଙ୍କୁ ସଭାପତି କରିବାକୁ ଚାହୁଁଥିଲେ, କାରଣ ଯେଉଁଠି ସଭାପତି ହେଉଥିଲେ ସେ ଅନୁଷ୍ଠାନକୁ ମୁକ୍ତ ହସ୍ତରେ ଦାନ କରୁଥିଲେ।

ମଙ୍ଗଳାକୁ ପୁରୀରେ ଭଲ ଲାଗୁନଥାଏ। ସେତେବେଳେ ପୁରୀର ବହୁ ମେଧାବୀ ପିଲା ଜେ.ଏନ୍.ୟୁ.ରେ ଏମ୍.ଏ. ପଢୁଥାଆନ୍ତି। ମାତ୍ର ସେଯାଏଁ ଅପେକ୍ଷା କରିବାର ଧୈର୍ଯ୍ୟ ମଙ୍ଗଳାର ନଥିଲା। ଜେ.ଏନ୍.ୟୁ.ରେ ଋଷୀୟ ଭାଷା ସାହିତ୍ୟରେ ବି.ଏ. ଓ ଏମ୍.ଏ. ପଢ଼ିବାର ବ୍ୟବସ୍ଥା ଥାଏ। ସ୍କଲାରସିପ୍ ବି କିଛି ଥାଏ। ମଙ୍ଗଳା ସେଠି ବି.ଏ. ପଢ଼ିବାକୁ ପରୀକ୍ଷା ଦେଲା ଓ ପାସ୍ କରି ତାହା ପଢ଼ିବାକୁ ଦିଲ୍ଲୀ ଜେ.ଏନ୍.ୟୁ. କୁ ଚାଲିଗଲା। ମଙ୍ଗଳା ଯିବା ସହ ଶନିବାର ସାହିତ୍ୟ ସନ୍ଧ୍ୟା ବି କିଛି ସ୍ୱାର୍ଥପର ଲୋକଙ୍କର ହାତକୁ ଚାଲିଗଲା।

ମଙ୍ଗଳା ଥିଲା ଦୁଃସାହସୀ ଓ ବେପରୁଆ। ତା ଉଦ୍ୟମରେ ୧୯୮୧ରେ ଅନୁପୂର୍ଣ୍ଣା ରଙ୍ଗମଞ୍ଚରେ ହୋଇଥିଲା ଦୁଇଦିନିଆ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ମେଳେନ। ମୁଁ ନିଜ ଖର୍ଚ୍ଚରେ ସେଥିପାଇଁ ସ୍ମରଣିକାଟିଏ ଛାପିଥିଲି। ନେତୃତ୍ୱ କିନ୍ତୁ ଥିଲା ଆଉ କାହା ହାତରେ। ଅନୁଷ୍ଠାନ ମୁଁ ଆରମ୍ଭ କରିଥିଲି ସତ, ହେଲେ ତାହାର ନେତୃତ୍ୱ ସବୁବେଳେ ନିଜ ହାତରେ ରଖିବାର ଉଦ୍ଦେଶ୍ୟ ମୋର କେବେ ନଥିଲା।

ମଙ୍ଗଳା ଭଳି ଆଉ ଯେଉଁ କେତେଜଣ ଯୁବକଙ୍କୁ ମୁଁ ଶନିବାର ସାହିତ୍ୟ ସଂଧ୍ୟାକୁ ଆଣିଥିଲି, ସେମାନେ ଥିଲେ ନିରାକାର, ନବ, ଜାନକୀ, ଦେବେନ୍ଦ୍ର, ବିରଜା, ବିପିନ ଓ ଉମାକାନ୍ତ। ପ୍ରତିଷ୍ଠାତା ସଭ୍ୟମାନଙ୍କ ଭିତରୁ ସ୍ୱପ୍ନକୁମାର ମହାନ୍ତି, ଯୋଗେଶ ଚନ୍ଦ୍ର ରଥ ଓ ପୃଥିରାଜ ପରିଡ଼ା ପୁରୀ ବାହାରକୁ ଚାଲିଗଲେଣି। ରହିଯାଇଛୁ କେବଳ ଶୈଳବାଳା ଓ ମୁଁ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

The Season of Board Exams: A Mother’s Tale
Literature

The Season of Board Exams: A Mother’s Tale

by Sudipta Mishra
March 2, 2026

Sudipta Mishra, Puri, 2 March 2026 Exams come every year With their fierce arrival A child's heart fills with fear...

Read more
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
ମା’ର ଭାଷା ମୋର ପ୍ରିୟ

ମା’ର ଭାଷା ମୋର ପ୍ରିୟ

February 21, 2026
ଅସାମାନ୍ଯ ଯୁଧୂଷ୍ଠିର

ଅସାମାନ୍ଯ ଯୁଧୂଷ୍ଠିର

February 18, 2026
ଓଦା

ଓଦା

February 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.