ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୬
ଯାହାର ହାତରେ ଥିବ ଛତା
ଖରା ବର୍ଷାକୁ ନଥିବ ଚିନ୍ତା
ଖରା ନଇଁଗଲେ ବର୍ଷା ଛାଡ଼ିଗଲେ
ବଢ଼ିଯାଏ ଛତାର ଦୂରତା ।।୧।।
ଧଳା ରଙ୍ଗ ବିମଣ୍ଡିତ ଛତା
ସାଜେ ଗ୍ରୀଷ୍ମ ପାଇଁ ଗଛଲତା
ଖରାର ଗରମ କରେ ଉପଶମ
ସାଜି ତାହା ପରା ତ୍ରାଣକର୍ତ୍ତା ।।୨।।
କଳା ରଙ୍ଗ ମାଖିଥିଲେ ଛତା
ଝଡ଼ି, ବର୍ଷା ପାଇଁ ନିରାପତ୍ତା
ବରଷାର କୋପ ହେବରେ ଅଳପ
ଛତାଧାରୀରେ ଜଗତଜିତା ।।୩।।
ରଙ୍ଗ ବେରଙ୍ଗ ଛାପର ଛତା
ନାରୀଙ୍କ ଲାଗି ତାହା ନିରୁତା
ତାକୁ ଦେଲେ ଦେଖି ମନଯାଏ ଲାଖି
ପଡ଼େ ନାହିଁ ଆଦୌ ଆଖିପତା ।।୪।।
ଅମୂଲ୍ୟ ମୂଲର ଯେତେ ଛତା
ନେତାଙ୍କ ପାଇଁ ତାହା ସାଇତା
ସଭା ସମିତିରେ ଲୋକଙ୍କ ମେଳରେ
ତାହା ସାଜିଥାଏ ରକ୍ଷାକର୍ତ୍ତା ।।୫।।
ଚାଷୀ ପାଇଁ ଛତା ବାଡ଼ ବତା
ବୁଣାକାର ଲାଗି ତାହା ସୂତା
ଖାଦ୍ୟ ମଧ୍ୟେ ପିତା ବାର୍ଦ୍ଧକ୍ୟରେ ଭତ୍ତା
ଭଳି ତାହା ଜନତାର ଗୀତା ।।୬।।






