• About
  • Contact
Sunday, September 20, 2026
Sunday, September 20, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫

ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ କୁମାର ମହାନ୍ତି ଓ ପ୍ରଭଞ୍ଜନ ମହାପାତ୍ର। ତହିଁରୁ ନିମାଇଁ ପଟ୍ଟନାୟକ ଆମ ଘର ପାଖେ ରହୁଥିଲେ ଓ ଶନିବାର ସାହିତ୍ୟ ସଂଧ୍ୟାକୁ ନିୟମିତ ଆସୁଥିଲେ। ସେ ଭଲ ଗପ ଲେଖୁଥିଲେ। ମୁଁ ବି ସେତେବେଳେ ପ୍ରଚୁର ଗପ ଲେଖୁଥିଲି। ଗଳ୍ପଝର ପତ୍ରିକା ଓ ଧରିତ୍ରୀ ସାପ୍ତାହିକୀ, ପ୍ରଜାତନ୍ତ୍ର ସାହିତ୍ୟ ବିଭାଗ ଆଦିରେ ମୋର ଅନେକ ଗପ ପ୍ରକାଶିତ ହୋଇଥିଲା। ସେଇଠୁ ମୋର ହୋଇଥଲା ମୃଣାଳ ଚାଟର୍ଜୀ ଓ ବିଜୟ ନାୟକଙ୍କ ସହ ବଂଧୁତା।

ଗପ ଆଉ କବିତା – ଛାତ୍ର ରାଜନୀତି ଓ କ୍ରିକେଟ୍ ଖେଳ, ଏଥିରେ ମୁଁ କିଛିକାଳ ରହିଲି। ଶେଷରେ ଧରିନେଲି କବିତା ଓ ଗଣମାଧ୍ୟମରେ ବଂଚିବି। କିଛିଦିନ ଜେ. ମହାପାତ୍ର ଆଣ୍ଡ କୋ. ରୁ ଛପୁଥିବା ଡାଇଜେଷ୍ଟ, ‘ଆଲୋକ’ର ସଂପାଦନା ସହ ସେଠାରୁ ଛପୁଥିବା ଦୈନିକ ଖବରକାଗଜ ‘ନିୟୁଜ୍ ଅଫ ଦି ଓ୍ବାର୍ଲଡ’ର ଡେସ୍କରେ କାମ କଲି। ପୁଣି ପୁରୀ ଆସି ପ୍ରେସ୍ ମ୍ୟାନେଜର ହେଲି ଓ “କୁରୁକ୍ଷେତ୍ର” ଖବର କାଗଜରେ ପରିଚାଳନା ସଂପାଦକ ବି ହେଲି। ୧୯୮୪ ରୁ ୧୯୮୭ ରାଜ୍ୟ ସରକାରୀ ଓ ୧୯୮୭ ରୁ ୨୦୨୦ କେନ୍ଦ୍ର ସରକାରୀ ଅନୁଷ୍ଠାନରେ ଚାକିରି କଲି। ମଝିରେ ତିନିବର୍ଷ ଉତ୍ତର-ପୂର୍ବାଞ୍ଚଳର ସୂଚନା, ଜନସଂପର୍କ ଓ ସଂସ୍କୃତିର ନିର୍ଦ୍ଦେଶକ ବି ରହିଲି। ଇଂରାଜୀରେ ଅନେକ ସଂସ୍କରଣ ଓ ଭ୍ରମଣ କଥା ଲେଖିଲି। ହେଲେ, ନିରୁତା ଗପ-ଲେଖା ମୋ ହାତରେ ହେଲାନାହିଁ। ଓଡ଼ିଆରେ ଗପ ଲେଖିବାକୁ କେହି ବି ମତେ କହିଲେ ନାହିଁ।

ଶୁଭେନ୍ଦ୍ର ନାଥ ମହାପାତ୍ର ମୋଠୁ ତିନି ଚାରି ବର୍ଷ ବଡ଼ ଥିଲେ। ଆମେ ଦୁହେଁ ସ୍ଵରାଜ୍ୟ କିଶୋର ମହଲରେ ଏକଦା ଲେଖୁଥିଲୁ। ପୁରୀରୁ “ନବ ଚେତନା” ନାମରେ ପତ୍ରିକାଟିଏ କରିବୁ ବୋଲି କିଛି ଚାନ୍ଦା ଆଦାୟ କରିଥିଲୁ। ସବୁ ଚାନ୍ଦା ଟଙ୍କା ନେଇ ଦିନେ ସେ ପୁରୀରୁ ଫେରାର ହୋଇଗଲେ ଓ ଆଉ ଫେରିଲେ ନାହିଁ।

ଶୁଭେନ୍ଦ୍ର ନାଥ ମହାପାତ୍ରଙ୍କ ସାନଭାଇ ସମରେନ୍ଦ୍ରନାଥ ମହାପାତ୍ର ମୋଠୁଁ ତିନିବର୍ଷ ତଳେ ପଢୁଥିଲା। ସେ ଥିଲା ମଂଗଳାର ସହପାଠୀ। ବିଭିନ୍ନ ଜାଗାରେ କାମ କଲାପରେ ଗଲା ୨୫ ବର୍ଷ ଧରି ସେ ଗୋଟିଏ ପ୍ରକାଶନ ସଂସ୍କା ବାଲେଶ୍ଵରରେ କରିଛି। ତା ସ୍ତ୍ରୀ କନକଲତା ହାତୀ ବି ଗପ ଲେଖେ।

ମୋର ଗୋଟିଏ ଗପ ବହି ୧୯୯୪ ମସିହାରେ ଲାର୍କ ବୁକ୍ସ ପ୍ରକାଶ କରିଥିଲେ। ସେତେବେଳେ ମୁଁ ଦୁଇଟି ଗପବହିର କଳ୍ପନା କରିଥିଲି। ଗୋଟିଏ ମୁଁ ମୁଖ୍ୟ ଚରିତ୍ର ଥାଇ, ଅନ୍ୟଟି ଅନ୍ୟ କେହି ମୁଖ୍ୟ ଚରିତ୍ର ଥାଇ। ଅନ୍ୟ କେହି ଭିତରେ ପ୍ରକାରାନ୍ତରେ ମୋ ଜୀବନ କାହାଣୀ ବା ମୋ ଚାରିପଟେ ଘଟିଥିବା ଘଟଣାର ବିବରଣୀ ବି କେଉଁଠି କେଉଁଠି ଥିଲା। ପ୍ରଥମ ବହିର ନାଁ “ପ୍ରାୟତଃ ମୋ ନିଜ କଥା” ଓ ଦ୍ଵିତୀୟ ବହିର ନାଁ “ଇଉନିଟ ତିନିର ପ୍ରେମିକା” ଦେବି ଭାବିଥିଲି। ଦ୍ଵିତୀୟ ନାଁର ବହି ବାହାରିଲା। ପ୍ରଥମଟି ବାହାରିପାରିଲା ନାହିଁ।

ଦ୍ଵିତୀୟ ବହିର ପାଣ୍ଡୁଲିପି ସମରେନ୍ଦ୍ରକୁ ପ୍ରାୟ ଚାରିବର୍ଷ ତଳେ ଦେଇଥିଲି। ପାଞ୍ଚହଜାର ଟଙ୍କା ବି ସହଯୋଗ ଭାବରେ। ପ୍ରୁଫ୍ ଦେଖି ଦେବାର ତିନି ବର୍ଷ ହେଲାଣି। ବହି ପ୍ରକାଶିତ ହୋଇନାହିଁ। ପ୍ରକାଶିତ ହେଲେ ଆଉ ପାଞ୍ଚହଜାର ଟଙ୍କାର ବହି ମୁଁ ତାଠୁଁ କିଣିନେବି ଓ ବଂଧୁମାନଙ୍କୁ ବାଣ୍ଟିବି।

ଆଜିକାଲି ଦି ପ୍ରକାର ଲୋକ ସାହିତ୍ୟ କରୁଛନ୍ତି। କିଛି ଲୋକ ମୋ ଭଳି ସାହିତ୍ୟକୁ ଦେଇଚାଲିଥାନ୍ତି। ଆଉ କିଛି ସୀତାକାନ୍ତ ମହାପାତ୍ର, ହରପ୍ରସାଦ ଦାସ, ପ୍ରତିଭା ରାୟ, ଗୌରହରି ଦାସ, ପାରାମିତା ଶତପଥୀ ବା ସରୋଜ ବଳ ପରି ସାହିତ୍ୟଠୁ ନେଇଚାଲିଥାନ୍ତି। ଏମାନଙ୍କ ନିକଟରେ ଚିର ଧର୍ଷିତା କବିତା। ଏ ଅବସ୍ଥା କେବେ ବଦଳିବ କେଜାଣି? ଏବେ କାଳୀଚରଣ ଦାସଙ୍କ ପରି ସାହିତ୍ୟ ପାଇଁ ସମର୍ପିତ ଲୋକଟିଏ ମିଳିବା କଷ୍ଟ।

୧୯୭୯ ମସିହାରେ “ଆସନ୍ତା କାଲି” ଥାଏ ଓଡ଼ିଶାର ପ୍ରମୁଖ ମାସିକ ସାହିତ୍ୟ ପତ୍ରିକା। କାଳିଚରଣ ଦାସ ଥାଆନ୍ତି ତା’ର ପରିଚାଳନା ସଂପାଦକ। ମୁଁ କବିତାଟିଏ ପଠେଇଥାଏ। ଛପିବ, ଏ ଆଶା ନଥାଏ।

ହଠାତ୍ ଦିନେ ବଂଧୁ ସୂର୍ଯ୍ୟ ମିଶ୍ର ଖବର ଦେଲେ ଯେ ମୋ କବିତା ଆସନ୍ତା କାଲିରେ ପ୍ରକାଶିତ। ପ୍ରଥମେ ବିଶ୍ଵାସ କରିପାରିଲି ନାହିଁ। ଷ୍ଟେସନ ହ୍ଵିଲରରେ ଯାଇ ଦେଖିଲି। ସତକୁ ସତ ମୋ କବିତା ‘ପୋଷ୍ଟକାର୍ଡ’ ସେଥିରେ ଛପିଥିଲା। ପତ୍ରିକାଟିର ଦାମ୍ ଥିଲା ପନ୍ଦର ଟଙ୍କା। କିଣିବା ପାଇଁ ମୋ ପାଖେ ପଇସା ନଥିଲା। ପରେ କୁମାର ମହାନ୍ତି ମତେ ପତ୍ରିକାରୁ ମୋ କବିତାଟି କାଟିକରି ଦେଲେ। ସେତେବେଳେ ସେ ବି ନିୟମିତ ଆସନ୍ତା କାଲି ଓ ନବରବିରେ ଲେଖୁଥିଲେ।

ଆସନ୍ତାକାଲି ୧୯୯୦ ପୂଜାସଂଖ୍ୟା ପରେ ବନ୍ଦ ହୋଇଗଲା। ୧୯୯୦ ଅକ୍ଟୋବରରେ ମୁଁ ଏନ୍.ବି.ଟି.ରେ ଓଡ଼ିଆ ଭାଷା ସଂପାଦକ ଭାବେ ଯୋଗଦେଲି। ୧୯୯୧ରୁ ବହୁ ଓଡ଼ିଆ ପତ୍ରପତ୍ରିକାକୁ ବିଜ୍ଞାପନ ଦେଲି। ଆସନ୍ତାକାଲିକୁ ପାଇଲି ନାହିଁ।

ଗାନ୍ଧିଜୀଙ୍କ ଜନ୍ମର ୧୨୫ ବର୍ଷ ୧୯୯୪ରେ ପାଳିତ ହେଲା। ନବଜୀବନ ଟ୍ରଷ୍ଟ ଗୋଟିଏ ବହି ଗାନ୍ଧିଜୀଙ୍କ ରଚନାର ଅଂଶ ସବୁକୁ ନେଇ ଛାପିଥିଲେ – ନାଁ ଥିଲା “ମାଉଣ୍ଡ୍ ଅଫ ମହାତ୍ମା”। ସଂପାଦନା କରିଥଲେ ୟୁ.ଆର୍. ରାଓ ଓ ଆର୍,କେ. ପ୍ରଭୁ। ଏ ବହିର ଓଡ଼ିଆ ଅନୁବାଦ କରିଥିଲେ ପ୍ରଫେସର ଚିତ୍ତରଂଜନ ଦାସ। ଡିଟିପି ସେତେବେଳେ ନୂଆ। ବହିଟିର ଟାଇପ୍ ସେଟିଂ କଲିକତାରେ କଲୁ। ସେଇଠି ଦେଖାହେଲେ ସୋଭିଏତ୍ ଲ୍ୟାଣ୍ଡ୍ ବନ୍ଦ ହୋଇଗଲା ପରେ ଚୁପଚାପ ଘରେ ବସିଥିବା ପୀତାମ୍ବର ବାରିକ। ତାଙ୍କର ଉଦ୍ୟମରେ ସାହିତ୍ୟ ସଭାଟିଏ ନିଜାମ୍ ପ୍ୟାଲେସ୍ ପାଖେ କାହା ଘରେ ହେଲା। ସେଇଠି ଦେଖା ହୋଇଗଲେ କାଳୀଚରଣ ଦାସ। ସେ କେଉଁ ଏକ ମାରୁଆଡ଼ି ମାଲିକର କଂପାନୀରେ ଛୋଟ ଚାକିରୀଟିଏ କରୁଥିଲେ ଓ କଲିକତା ନିକଟରେ ଗୋଟେ ଗାଁରେ ରହୁଥିଲେ।

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ପକ୍ଷୀଘର।
Literature

ପକ୍ଷୀଘର।

by ସଚ୍ଚିଦାନନ୍ଦ ବେହେରା
September 19, 2026

ସଚ୍ଚିଦାନନ୍ଦ ବେହେରା, ମାହାଙ୍ଗା , ୧୯ ସେପ୍ଟେମ୍ବର ୨୦୨୬ ନୀଡ଼ହରା ଏକ କ୍ଲାନ୍ତ ପକ୍ଷୀ ମୁଁ ମୋ ଠିକଣା ଯାଇଛି ହଜି ନୀଳ ଆକାଶରେ ଉଡ଼ି ବୁଲୁଛି...

Read more
ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

ଶ୍ରୀରାଧା ତତ୍ତ୍ୱ ଓ ରାଧା-କୃଷ୍ଣ ପ୍ରେମ

September 19, 2026
ନୂଆ ଖାଇ- କୃଷି ଓ କୃଷକର ପର୍ବ

ନୂଆ ଖାଇ- କୃଷି ଓ କୃଷକର ପର୍ବ

September 15, 2026
ସିଏପା ବୁଦ୍ଧିଦାତା

ସିଏପା ବୁଦ୍ଧିଦାତା

September 14, 2026
ବର୍ଷା ଭିଜା ରାତି(୨)

ବର୍ଷା ଭିଜା ରାତି(୨)

September 12, 2026
ସନ୍ଧ୍ୟା ତୁମେ ଆଜି

ସନ୍ଧ୍ୟା ତୁମେ ଆଜି

September 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.