• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୬୭)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ନଭେମ୍ବର ୨୦୨୫

ତାପରଦିନ ସକାଳୁ ସକାଳୁ ସମସ୍ତେ ଉଠି ନିତ୍ୟକର୍ମ ସାରି ଘରକୁ ବାହାରି ଗଲେ। ମନ୍ମଥ ଆସି ଘରେ ପହଞ୍ଚିବା ବେଳକୁ ଦିନ ଦୁଇଟା ପାଖାପାଖି ହୋଇଯାଇଥିଲା। ଖାଇସାରି ବିଶ୍ରାମ ନେଇ ସେ ଉଠି ବାଡ଼ି ପଟେ ଲଗାଯାଇଥିବା ବାଇଗଣ ଓ ଲଙ୍କାରେ ପାଣି ଦେଇ ସନ୍ଧ୍ୟା ରେ ଦାଣ୍ଡ ପିଣ୍ଡାରେ ବସି ଗାଁ ର କିଛି ଲୋକଙ୍କ ସହିତ କଥା ହେଉଥିଲା ସେ। ଏହି ସମୟରେ କେହି ଜଣେ ଆଗନ୍ତୁକ ଆସି ପହଞ୍ଚିଲେ। ସେ ମନ୍ମଥ କୁ ଆଜି ଗୋଟିଏ ଦିନ ଗାଁ ରେ କେଉଁଠି ଗୋଟାଏ ଜାଗାରେ ରଖାଇ ଦେବା ପାଇଁ ଅନୁରୋଧ କଲେ। ମନ୍ମଥ ତାଙ୍କ ପରିଚୟ ବୁଝି ଜାଣିଲା ସେ କେନ୍ଦୁଝରଗଡ ରୁ ଆସିଛନ୍ତି ଓ ସେ ପାଉଡୀ ଭୂୟାଁ ମାନଙ୍କ ଉତ୍ପତ୍ତି, ଜୀବନଶୈଳୀ ଓ ସ୍ବୟଂ ଶାସନ ବ୍ୟବସ୍ଥା ସମ୍ପର୍କରେ ଗବେଷଣା କରୁଛନ୍ତି ବୋଲି। ବହୁତ ଖୁସି ହୋଇଗଲା ଏବଂ ଦରବାର ଘର ପାଖରେ ଥିବା ଘରେ ତାଙ୍କ ରହିବା ବନ୍ଦୋବସ୍ତ କରିବାପାଇଁ ସେ ମୋର ଜଣେ ଦିଅରଙ୍କୁ କହିଲା। ଆମ ଘରେ ତାଙ୍କର ଖାଇବା ବ୍ୟବସ୍ଥା କରିବା ପାଇଁ ମୋତେ କହିଲା। ମୁଁ ରୋଷେଇ କାମରେ ଲାଗି ପଡ଼ିଲି। ଯେତେ ହେଲେ ସେ ଜଣେ ସହରୀ ବାବୁ। ଆମ ଗାଁ କୁ ଆସିଛନ୍ତି। ଆମ ଉପରେ କେତେ କଣ ସବୁ ଲେଖୁଛନ୍ତି। ମୁଁ ସିନା ରୋଷେଇ କରୁଥାଏ କିନ୍ତୁ କାନ ଥାଏ ସହରୀ ବାବୁ ଓ ମନ୍ମଥ ଙ୍କ କଥାବାର୍ତ୍ତା ରେ। ଉଭୟ ପିଣ୍ଡାରେ ବସି କେତେ କଣ ସବୁ କଥା ହେଉଥାନ୍ତି। ମନ୍ମଥ ତାଙ୍କ କଥା କୁ ମନଦେଇ ଶୁଣୁଥାଏ। କଥା ପ୍ରସଙ୍ଗରେ ବାବୁ ଜଣଙ୍କ କହିଲେ, “ମୁଁ ପାଉଡୀ ଭୂୟାଁ ଅଧ୍ୟୁଷିତ ଗାଁ ମାନଙ୍କରେ ସେମାନଙ୍କ ର ପରମ୍ପରା, ସଂସ୍କୃତି ଓ ସ୍ବୟଂ ଶାସନ ବ୍ୟବସ୍ଥା ର ପୁନଃରୁଦ୍ଧାର ପାଇଁ କାମ କରୁଛି”। ମନ୍ମଥ ପଚାରିଲା, “ଆଜ୍ଞା ଆପଣ ତ ଆମ ଜାତିର ଲୋକମାନେ ଥିବା ଗାଁ କୁ ଯାଉଛନ୍ତି।ଆମ ଜାତିର ଉତ୍ପତ୍ତି ବିଷୟରେ କିଛି କୁହନ୍ତୁ”। ବାବୁ ଜଣଙ୍କ କହିଲେ, “ତୁମେ ମୋ ଠାରୁ ଅଧିକ ଜାଣିଛ। ମୁଁ ବିଭିନ୍ନ ଗ୍ରାମରେ ବୟସ୍କ ଲୋକମାନଙ୍କ ସହ କଥା ହେବା ସମୟରେ ଯାହା ଶୁଣିଛି ସେ ବିଷୟରେ ତୁମକୁ କହି ପାରିବି। ତେବେ ଶୁଣ”। ଏହା କହି ସେ ତାଙ୍କର କଥା ଆରମ୍ଭ କଲେ। ତାହା ଥିଲା ଏହିପରି।

“ସାତ ଭାଇ ଥିଲେ। ସେମାନଙ୍କ ମଧ୍ୟରୁ କିଏ ରାଜଗାଦିରେ ବସିବ ଏହା ନେଇ ବିବାଦ ଆରମ୍ଭ ହେଲା। ଏହାର ଆପୋଷ ସମାଧାନ କିପରି ହୋଇ ପାରିବ ଏହି ବିଷୟ ନେଇ ଥରେ ବିଚାର ବିମର୍ଷ କରୁଥିବା ସମୟରେ ଦେଖିଲେ ଗୋଟିଏ କଦମ୍ବ ଗଛର ଡାଳରେ ପେଚାଟିଏ ବସିଛି। ସମସ୍ତେ ସ୍ଥିର କଲେ ଯିଏ ଯିଏ ଥରେ ମାତ୍ର ତୀର ମାରି ପେଚା ଟିକୁ ମାରିଦେଇ ପାରିବ ସେ ରାଜସିଂହାସନରେ ବସିବ। ପ୍ରଥମ ଛଅ ଭାଇ ଗୋଟିଏ ତୀରରେ ପେଚା କୁ ମାରି ପାରିଲେ ନାହିଁ। କିନ୍ତୁ ସବା ସାନ ଭାଇ ଥରେ ମାତ୍ର ତୀର ଚାଳନା କରି ପେଚା ଟିକୁ ମାରି ଦେବାରୁ ସର୍ତ୍ତ ଅନୁସାରେ ସେ ରାଜ ସିଂହାସନରେ ବସିଲା। ସେ ମୁଲକର ରାଜା ହେଲା। ସେ ନିଜକୁ କଦମ୍ବ କେଶରୀ ବୋଲାଇଲା। ଅନ୍ୟ ଛଅ ଭାଇ ଭୂୟାଁ ପ୍ରଜା ହୋଇ ତା ରାଇଜର ବଣଜଙ୍ଗଲ ଘେରା ପାର୍ବତ୍ୟ ଅଞ୍ଚଳରେ ବସବାସ କରି ନିଜକୁ ପାଉଡୀ ଭୂୟାଁ ବୋଲାଇଲେ”।

ଏହା ମଧ୍ୟରେ ରୋଷେଇ ସରି ଯାଇଥିଲା। ତେଣୁ ଉଭୟଙ୍କୁ ମୁଁ ଖାଇବା ପାଇଁ ଡାକିଲି। ଉଭୟ ରାତ୍ରି ଭୋଜନ କରିବାକୁ ଘର ଭିତରକୁ ଉଠି ଆସିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି
More

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

by ପ୍ରଭୁକଲ୍ୟାଣ ମହାପାତ୍ର
March 11, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୧ ମାର୍ଚ୍ଚ ୨୦୨୬ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତି ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କୁ ଦଳମତ ନିର୍ବଶେଷରେ ସମସ୍ତେ ଶ୍ରଦ୍ଧା ଓ...

Read more
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.