• About
  • Contact
Monday, September 21, 2026
Monday, September 21, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ

ସମ୍ବିଧାନକୁ ସମ୍ମାନ ଦେବା – ନାଗରିକଙ୍କ କର୍ତ୍ତବ୍ୟ
Share on FacebookShare on Xshare on Whatsappshare on Linkedin
ଶ୍ରୀମତୀ ପୁଷ୍ପଲତା ଦାସ, ଭୁବନେଶ୍ବର, ୨୬ ନଭେମ୍ବର ୨୦୨୫

ଭାରତୀୟ ସମ୍ବିଧାନ ଆମ ଦେଶର ସର୍ବୋଚ୍ଚ ନିୟମ, ଗଣତନ୍ତ୍ରର ପ୍ରତୀକ ଏବଂ ଦେଶର ସୁଶାସନ ପାଇଁ ଏକ ମାର୍ଗଦର୍ଶିକା । ପ୍ରଣୀତ ହେବାପରେ ଏହା ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଗୃହୀତ ହୋଇ ୧୯୫୦ ଜାନୁଆରୀ ୨୬ ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଥିଲା । ଏହା ଭାରତ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲା। ଆମ ଦେଶର ସମ୍ବିଧାନ ପୃଥିବୀର ସବୁଠାରୁ ବୃହତ୍ ଲିଖିତ ସମ୍ବିଧାନ ହୋଇଥିବାରୁ ଭାରତୀୟ ଜନତାଙ୍କ ଆଶା, ମୂଲ୍ୟ, ନୀତି ଓ ଆଦର୍ଶର ପ୍ରତୀକ ଭାବେ ମର୍ଯ୍ୟାଦା ଲାଭ କରିଛି ।

ସମ୍ବିଧାନ କୁ ସମ୍ମାନ ଦେବା କାହିଁକି ?

୧) ଗଣତନ୍ତ୍ରର ଭିତ୍ତିଭୂମି: ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପ୍ରତିଷ୍ଠା କରିଛି, ଯାହାଦ୍ୱାରା ଦେଶର ଜନତାଙ୍କ ହାତରେ ରହିଛି କ୍ଷମତା ।
୨) ମୌଳିକ ଅଧିକାର: ସମ୍ବିଧାନ ନାଗରିକ ମାନଙ୍କୁ ସମାନତା, ବାକ୍ ସ୍ୱାଧୀନତା ଏବଂ ଭେଦଭାବରୁ ସୁରକ୍ଷା ପ୍ରଦାନ କରିଛି, ଯାହାଦ୍ୱାରା ସମସ୍ତଙ୍କ ପାଇଁ ଗର୍ବରେ ବଞ୍ଚିବା ଏବଂ ନ୍ୟାୟ ପାଇବା ସ୍ଥିର ନିଶ୍ଚିତ ହୋଇଛି।

୩) ନିର୍ଦ୍ଦେଶାତ୍ମକ ନୀତି: ସମ୍ବିଧାନ ରାଜ୍ୟକୁ ସାମାଜିକ ଏବଂ ଆର୍ଥିକ ସୁବିଧା ପାଇଁ ନିର୍ଦ୍ଦେଶାତ୍ମକ ନୀତି ପ୍ରଦାନ କରିଛି, ଯାହାଦ୍ୱାରା ଏକ ନ୍ୟାୟପୂର୍ଣ୍ଣ ଏବଂ ସମାନତା ଭିତ୍ତିକ ସମାଜ ଗଠନ ସମ୍ଭବ ହେବ।

୪) ଏକତା ଏବଂ ଐକ୍ୟ: ସମ୍ବିଧାନ ଭାରତର ବିବିଧତା ମଧ୍ୟରେ ସବୁ ନାଗରିକଙ୍କ ମଧ୍ୟରେ ଏକତା, ସଂହତି ଏବଂ ଭ୍ରାତୃତ୍ୱଭାବ କୁ ପ୍ରୋତ୍ସାହିତ କରିଛି।

୫) ଉତ୍ତରଦାୟିତ୍ୱ ସମ୍ପନ୍ନ ଶାସନ: ଭାରତୀୟ ସମ୍ବିଧାନ ଶାସନରେ ନିୟନ୍ତ୍ରଣ ଏବଂ ସମନ୍ଵୟ ରକ୍ଷାର ବ୍ୟବସ୍ଥା କରିଛି, ଯାହାଦ୍ୱାରା ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ବଜାୟ ରଖିବା ସୁନିଶ୍ଚିତ ହୋଇଛି।

ଭାରତୀୟ ସମ୍ବିଧାନର ମୁଖ୍ୟ ବୈଶିଷ୍ଟ୍ୟ:

ପ୍ରସ୍ତାବନା: ପ୍ରସ୍ତାବନା ସମ୍ବିଧାନର ଲକ୍ଷ୍ୟ ନିର୍ଦ୍ଧାରଣ କରେ: ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱ ଆଦି ତାହାର ମୂଳ ଉତ୍ସ ।

ଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟ ବ୍ୟବସ୍ଥା ଏହା କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ କ୍ଷମତା ବିଭାଜନ କରି ଏକ ଯୁକ୍ତରାଷ୍ଟ୍ରୀୟ କାର୍ଯ୍ୟଧାରା ବ୍ୟବସ୍ଥାପିତ କରେ।

ସଂସଦୀୟ ପ୍ରଣାଳୀ: ଆମ ସମ୍ବିଧାନରେ ସନ୍ନିବେଶିତ ହୋଇଥିବା ସଂସଦୀୟ ପ୍ରଣାଳୀ ଅନୁଯାୟୀ ଦେଶର ଜନତାଙ୍କ ପ୍ରତି ଉତ୍ତରଦାୟିତ୍ୱ ବ୍ୟବସ୍ଥିତ ହୁଏ ।

ସ୍ୱାଧୀନ ନ୍ୟାୟପାଳିକା:
ଏହା ନାଗରିକଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ନ୍ୟାୟ ଶାସନକୁ ସୁଦୃଢ କରିବା ପାଇଁ ସ୍ୱାଧୀନ ନ୍ୟାୟପାଳିକା ବ୍ୟବସ୍ଥା କରେ।

ନାଗରିକ ଭାବେ ଆମର କର୍ତ୍ତବ୍ୟ :

୧)ସମ୍ବିଧାନକୁ ସମ୍ମାନ ଦେବା: ସମ୍ବିଧାନର ଶ୍ରେଷ୍ଠତାକୁ ସ୍ୱୀକାର କରି ଏହାକୁ ସମ୍ମାନ ଏବଂ ଅନୁପାଳନ କରିବା।

୨)ମୌଳିକ ଅଧିକାରକୁ ସୁରକ୍ଷିତ କରିବା: ସମାନତା, ନ୍ୟାୟ ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହିତ କରି ମୌଳିକ ଅଧିକାରକୁ ସୁରକ୍ଷିତ କରିବା।

୩)ଗଣତନ୍ତ୍ରରେ ଭାଗ ନେବା: ମତଦାନ ଏବଂ ଶାସନରେ ଅଂଶ ଗ୍ରହଣ ସହିତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗ ନେବା।

୪)ଏକତା ଏବଂ ସଂହତିକୁ ପ୍ରୋତ୍ସାହିତ କରିବା: ବିବିଧତାକୁ ସମ୍ମାନ କରି ଏକତା ଏବଂ ସଂହତିକୁ ପ୍ରୋତ୍ସାହିତ କରିବା।

୫)ସଚେତନ ନାଗରିକ ହେବା: ସମ୍ବିଧାନ, ନିୟମ ଏବଂ ଶାସନ ବିଷୟରେ ସଚେତନ ରହି ଏକ ଉତ୍ତର ଦାୟିତ୍ୱ ସମ୍ପନ୍ନ ନାଗରିକ ହେବା।

ଭାରତୀୟ ସମ୍ବିଧାନ ଏକ ପବିତ୍ର ଦସ୍ତାବିଜ୍, ଯାହା ଗଣତାନ୍ତ୍ରିକ, ନ୍ୟାୟିକ ଏବଂ ସମାନତାର ପ୍ରତୀକ ଭାବେ ଆମ ଦେଶର ଶ୍ରେଷ୍ଠ ଅବଦାନ । ଦେଶର ନାଗରିକ ଭାବେ ସମ୍ବିଧାନକୁ ସମ୍ମାନ ଦେବା, ଅନୁପାଳନ କରିବା ଏବଂ ଦେଶ ପାଇଁ ଅବଦାନ ଦେବା ଆମର ପ୍ରାଥମିକ କର୍ତ୍ତବ୍ୟ। ଆସନ୍ତୁ ସର୍ବେ, ସମ୍ବିଧାନ ଦିବସର ଏହି ପବିତ୍ର ଅବସରରେ ଦାୟିତ୍ଵ ସମ୍ପନ୍ନ ନଗରିକ ଭାବେ ଆମେ ଭାରତବର୍ଷର ଐକ୍ୟ, ନ୍ୟାୟ ଓ ସଂହତିକୁ ବଜାୟ ରଖି ଦେଶର ଦୃତ ପ୍ରଗତିରେ ସାମିଲ୍ ହେବା ।

ପୁଷ୍ପଲତା ଦାସ

ପୁଷ୍ପଲତା ଦାସ

ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ
ତଥା ବିଶିଷ୍ଟ କବିୟତ୍ରୀ
ଫୋନ୍ : ୬୩୭୨୨୮୬୫୭୫

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.