• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦିଲ୍ଲୀ ବହୁଦୂର (ଭାଗ ୫୩)

ଦିଲ୍ଲୀ ବହୁଦୂର (ଭାଗ ୫୩)
Share on FacebookShare on Xshare on Whatsappshare on Linkedin
ମାନସ ରଞ୍ଜନ ମହାପାତ୍ର, ପୁରୀ, ୮ ଡିସେମ୍ବର ୨୦୨୫

ଦିଲ୍ଲୀ ବହୁଦୂର। ମୁଁ ତାକୁ ଛୁଇଁ ବି ଛୁଇଁ ପାରିନାହିଁ।

ମୁଁ ପ୍ରଥମେ ଦିଲ୍ଲୀ ଯାଇଥିଲି ୧୯୮୧ ମସିହାରେ, ୟୁ.ପି.ଏସ୍.ସି.ରେ ଥିଲା ଫିଲ୍ଡ ପବ୍ଲିସିଟି ଅଫିସର (ବର୍ଡ଼ର) ର ସାକ୍ଷାତକାର। ମୁଁ ତାହା ପାଇ ବି ପାଇପାରିଲି ନାହିଁ। କୋର୍ଟ କେସ୍ ଓ ମୋ ବୋଉର ଅସୁସ୍ଥତା ପ୍ରମୁଖ କାରଣ।

୧୯୮୫ରେ ମୁଁ ପୁଣି ଥରେ ଦିଲ୍ଲୀ ଗଲି ଏନ୍.ସି.ଇ.ଆର୍.ଟି.ରେ ଦେବା ପାଇଁ ସାକ୍ଷାତକାର। ସେ ବର୍ଷଠୁ ବର୍ଷକ ଭିତରେ ଛଅଥର ଦିଲ୍ଲୀ ଗଲି। ୧୯୮୭ରେ ଏନ୍.ସି.ଇ.ଆର୍.ଟି.ରେ ନିୟମିତ ପଦରେ ଯୋଗଦେବା ପରେ ପୋଷ୍ଟିଙ୍ଗ ହେଲା ଲକ୍ଷ୍ନୌରେ। ଡିସେମ୍ବରରେ ଦିଲ୍ଲୀ ଗଲି। ସେଇଠୁ ୧୯୯୦ ପର୍ଯ୍ୟନ୍ତ ଛଅଥର ଦିଲ୍ଲୀ ଗଲା ପରେ ୧୯୯୦ରେ ବଦଳି ହେଲା ଦିଲ୍ଲୀକୁ। ସେବର୍ଷ ନ୍ୟାସ୍ନାଲ୍ ବୁକ୍ଟ୍ରଷ୍ଟର ଓଡ଼ିଆ ଭାଷା ସଂପାଦକ ପଦରେ ମୋର ହେଇଗଲା। ୧୯୯୦ରୁ ୨୦୨୦ ଯାଏଁ ସେଇଠି ରହିଲି। ମଝିରେ ତିନିବର୍ଷ ଉତ୍ତର-ପୂର୍ବାଞ୍ଚଳର ସୂଚନା, ଜନସଂପର୍କ ଓ ସଂସ୍କୃତି ନିର୍ଦ୍ଦେଶକ ପାଇଁ ୟୁ.ପି.ଏସ୍.ସି. ମୋତେ ବାଛିଲା, ୨୦୧୬ରୁ ୨୦୧୯ ଫେବୃୟାରୀ ଯାଏଁ ମୁଁ ଶିଲଂରେ ରହିଲି।

ପିଲାମାନେ ୨୦୦୦ ମସିହାରେ ଦିଲ୍ଲୀ ଗଲେ। ସେମାନେ ଦିଲ୍ଲୀରେ ଏବେ। ଶୈଳବାଳା ବୁଲିବାକୁ ବହୁବାର ଦିଲ୍ଲୀ ଯାଇଛନ୍ତି, ଏବେ ଆମେ ଦୁହେଁ ପୁରୀରେ।

ଦିଲ୍ଲୀ ଅନେକ ଲୋକ ଆସନ୍ତି, କିଛି ଲୋକ ରୁହନ୍ତି, କିଛି ଫେରିଯାଆନ୍ତି। କିଛି ରହି ବି ମାନସିକ ସ୍ତରରେ ଦିଲ୍ଲୀରେ ରହିପାରନ୍ତି ନାହିଁ। ମୁଁ ତହିଁରୁ ଗୋଟିଏ ଅପଦାର୍ଥ। ବୋଧେ ଦିଲ୍ଲୀରେ ରହିବା ପାଇଁ ଯେମିତି ଚାଲାକ ଚତୁର ହେବା ଦରକାର, ମୁଁ ତାହା ହୋଇପାରିଲି ନାହିଁ।

ଏବେ ଦିଲ୍ଲୀର ବଂଧୁମାନେ ପୁରୀ ଆସିଲେ ମୋ ସହ ଦେଖାହୁଅନ୍ତି। କିଛି ମୋ ପାଖେ ରୁହନ୍ତି ବି। ଓଡ଼ିଶାରେ କେହି ମୋତେ ଚିହ୍ନନ୍ତି ନାହିଁ।

ମୋର କେହି ଗଡ଼ଫାଦର କେବେ ନଥିଲେ କି ଏବେ ବି ନାହାନ୍ତି। ହେଲେ ମୋତେ ଏନ୍.ସି.ଇ.ଆର୍.ଟି.ରେ ଜଗଦୀଶ ସିଂହ ନାମକ ବ୍ୟକ୍ତି ଆଣିଲେ, ସାକ୍ଷାତକାର ସମୟରେ ମୋର ଉତ୍ତରରେ ମୁଗ୍ଧ ହୋଇ ପୁଣି, ନ୍ୟାସ୍ନାଲ୍ ବୁକ୍ ଟ୍ରଷ୍ଟ ଆଣିଲେ ମୋ ପ୍ରତିଭାରେ ମୁଗ୍ଧ ହୋଇ ଚୌଧୁରୀ ହେମକାନ୍ତ ମିଶ୍ର, ଜୀବନାନନ୍ଦ ପାଣି। ନର୍ଥ ଇଷ୍ଟର୍ଣ୍ଣ କାଉନ୍ସିଲର ସାକ୍ଷାତକାରରେ ୟୁ.ପି.ଏସ୍.ସି.ର ତତ୍କାଳୀନ ସଦସ୍ୟ ପ୍ରଫେସର ଅଗ୍ରୱାଲ୍ ମୋ ଉତ୍ତରରେ ଖୁସି ହେଲେ। ନିଜ ଭାଗ୍ୟ ଓ ପ୍ରତିଭା ମୋତେ ଆଗକୁ ଆଗକୁ ନେଲା। ଏବେ ରାଜନୈତିକ ପ୍ରଭାବ ନଥିଲେ କିଛି ହେଉନାହିଁ।

ମୋର ଏବେ ବି କ୍ଷୋଭ ଅଛି, ଏନ୍.ବି.ଟି.ର ନିର୍ଦ୍ଦେଶକ ମୁଁ ସବୁଠାରୁ ବରିଷ୍ଠ ହୋଇ ବି ହୋଇପାରିଲି ନାହିଁ। ଯଦି ଭାଗ୍ୟ ଓ ଈଶ୍ୱର ଚାହିଁବେ, ତେବେ ମୁଁ ହୁଏତ ଏନ୍.ବି.ଟି.ର ଅଧକ୍ଷ ହୋଇପାରନ୍ତି। ଜୀବନର ମୁଁ ଅଧେ ସମୟ ପ୍ରକାଶନ କ୍ଷେତ୍ରରେ ବିତେଇଛି। ମୋଠୁ ଅଧିକ ଅଭିଜ୍ଞତା ସଂପନ୍ନ ଲୋକ ହୁଏତ ଏ କ୍ଷେତ୍ରରେ କେହି ନଥିବେ।

ଦିଲ୍ଲୀ ଯାଇ ମୁଁ ପାଇଛି ଅନେକ। ହରେଇଛି ବି ଅନେକ। ପଦ ଖ୍ୟାତି ସବୁ ପାଇଛି। ରାଜ୍ୟରେ ଥିଲେ ସରକାରୀ ପ୍ରୋତ୍ସାହନ ବିନା ଏସବୁ ମିଳିନଥାନ୍ତା। ହେଲେ, ଶିଡ଼ିରେ ଥରେ ଉପରକୁ ଉଠିଗଲେ ତଳକୁ ଖସିଯିବାରେ ଭାରିକଷ୍ଟ ହୁଏ।

ସବୁଠୁ ବଡ଼କଥା ହେଲା ୨୦୦୦ ମସିହାରେ ଯେଉଁ ସ୍ଵପ୍ନ ନେଇ ମୁଁ ପୁଅଝିଅଂକୁ ନେଇ ଦିଲ୍ଲୀ ଯାଇଥିଲି ତାହା ସଫଳ ହେଲାନାହିଁ। ମାଆ ପାଖରେ ନରହିବା ଫଳରେ ପିଲାମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନନେଇ ଆଗକୁ ବଢ଼ିଲେ ନାହିଁ। ଦୁଇଟି ବାଟ ଥିଲା, ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ମୋ ପରି ଆଗକୁ ଯିବ ବା ଭଲ ପାଠ ପଢ଼ି ପ୍ରଫେସନାଲ ହେବ। ତାଙ୍କ ପାଖରେ ଅଧ୍ୟାପକ ହେବାର ପ୍ରତିଭା ଊଣା ନଥିଲା। ସିଭିଲ୍ ସର୍ଭିସ ବା ବ୍ୟାଙ୍କିଙ୍ଗ୍ ବି ପାଇପାରିଥାନ୍ତେ।

ଏବେ ଭାବୁଛି, ସେମାନଙ୍କୁ ନିଜ ଇଚ୍ଛାରେ ଆଗକୁ ଯିବାକୁ ଦେଇ ମୁଁ କ’ଣ ଭୁଲ କଲି?

Manas Ranjan Mahapatra

Manas Ranjan Mahapatra

Former Editor, National Book Trust and Head of National Children's Literature

Related Posts

ଏପାଖ ସେପାଖ
Literature

ଏପାଖ ସେପାଖ

by ଆଲୋକ କୁମାର ପ୍ରଧାନ
March 16, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬ ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ ଥିଲାର ସନ୍ତିଲା ନଥିଲା ଭୋକକୁ...

Read more
“ଟଙ୍କା ଖିଆ, ନରାସୁର”

“ଟଙ୍କା ଖିଆ, ନରାସୁର”

March 14, 2026
ଶାସ୍ତ୍ରୀୟ ମୋ ଭାଷା

ଶାସ୍ତ୍ରୀୟ ମୋ ଭାଷା

March 11, 2026
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.