• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୬୯)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୬ ଡିସେମ୍ବର ୨୦୨୫

ମୁଁ ଚିନମାଳି। ଉପନ୍ୟାସ ଆମେ ପାଉଡୀ ଭୂୟାଁ ର ନାୟିକା ତଥା ନାୟକ ମନ୍ମଥ ର ସହଧର୍ମିଣୀ। ଆଜି ମନଟା କାହିଁକି ଜମା ଭଲ ଲାଗୁନାହିଁ। ଅନେକ କିଛି କଥା ପାଠକ ପାଠିକାମାନଙ୍କୁ କହିବାର ଅଛି କିନ୍ତୁ ମନଟା ଏ ଜାତିର ଭବିଷ୍ୟତ କୁ ନେଇ ବ୍ୟସ୍ତ ଓ ବିବ୍ରତ। ମନ୍ମଥ ଆଜି ଘରେ ନାହିଁ। ସେ ଥିଲେ ମୋତେ ଆଶ୍ୱାସନା ଦେଇଥାନ୍ତା। କୁଆଡେ ଗୋଟିଏ ଯାଇଛି। କଣ ବତିଶି ବାର୍ ଭୂୟାଁ ପୀଢର ଗୋଟେ ମିଟିଂ ଅଛି। ଫେରୁ ଫେରୁ ପହରଦିନ ହୋଇଯିବ। ଶାଶୂଙ୍କ ଦେହ ଭଲ ନାହିଁ। ଶଶୁର କୁଣିଆଁ ଘର ଯାଇଛନ୍ତି। ଘରେ ବସି ବସି ବିରକ୍ତ ଲାଗିଲାଣି। ପଡିଶା ଘର ଝିଅ ଜୟନ୍ତୀ, ଯେକି ନଣନ୍ଦ ହିସାବ ଆମ ଘରକୁ ଆସି କହିଲା, “ଆଗୋ ଭାଉଜ ଘରେ ବସି ବସି ବିରକ୍ତ ଲାଗିବଣି ଚାଲୁନ ଟିକେ ଜଙ୍ଗଲ ଆଡ଼େ ବୁଲି ଆସିବା।” ମୁଁ କହିଲି, “ହଁ ଏବେ ଜଙ୍ଗଲରେ ବିଚଭାନୁ ଛତୁ ଫୁଟିଥିବ।ଚାଲ ଜଙ୍ଗଲରୁ ଛତୁ ଆଉ ବଇଙ୍ଗା ଆଣି ଝରଣା ନିକଟରେ କିଛି ସମୟ ବସି କଥାବାର୍ତ୍ତା ହୋଇ ଘରକୁ ଆସିବା।” ସାଙ୍ଗ ହୋଇ ଦିଜଣଙ୍କ ଜଙ୍ଗଲ ବାହାରି ଗଲୁ।

ଜଙ୍ଗଲରୁ ଛତୁ, ବଇଙ୍ଗା ଓ ପିତା ଆଳୁ ସଂଗ୍ରହ କରି ଝରଣା ନିକଟରେ ବସି ନଣନ୍ଦ ଭାଉଜ ଗପସପରେ ମାତିଗଲୁ। କଥା ପ୍ରସଙ୍ଗରେ ଜୟନ୍ତୀ ପଚାରିଲା, “ଭାଉଜ ତୁମେ କେମିତି ଶୁଖିଲା ଶୁଖିଲା ଦିଶୁଛ। କଣ ଦେହ ନା ମନ ଭଲ ନାହିଁ?” ହସିଦେଇ ମୁଁ କହିଲି, “ନାହିଁତ, ସେମିତି କିଛି ନାହିଁ।” ସେ ଚଟାପଟ୍ କହିଲା, “ଆଗୋ ଭାଉଜ, କାହାକୁ ମିଛ କହୁଛ।। ଜଣେ ନାରୀ ଆଉ ଜଣେ ନାରୀ ର ମନର କଥା କୁ ଜାଣି ଦେଇ ପାରେ। କଣ ଭାଇ ନାହିଁ ବୋଲି ମନ ଦୁଃଖ କି?” ମୁଁ ତା ଗାଲକୁ ଚିପି ଦେଇ କହିଲି, “ଯା ତୋର ଯେଉଁ କଥା ନା। ସବୁ କଥା କୁ ଟାଣିଟୁଣି ନେଇ ତାଙ୍କ ପାଖରେ ପହଞ୍ଚାଇବା ତୋର ଗୋଟାଏ ଖରାପ୍ ଗୁଣ। ହଉ ରହ ତୁ ହାତକୁ ଦିହାତ ହେବା ପରେ ଦେଖିବାନି। ତୋର କହ୍ନାଇ ତୋତେ ନେଇ କେଉଁଠି ବଇଁଶୀ ବଜାଉଛି।” ମିଛିମିଛିକା ରାଗିଯାଇ ମୋତେ ଠେଲି ଦେଇ ସେ ଉଠି ପଡ଼ି କହିଲା, “ତୁ ଭାଉଜ ବହୁତ ଖରାପ। ଯାଃ, ତୋ ସହିତ ମୋର କଟି। ମୁଁ ଘରକୁ ବାହାରିଲି।” ତା ହାତକୁ ଧରି ଜୋର କରି ବସାଇ ଦେଇ କହିଲି, “ଆରେ ମଜାରେ କହିଲି ମ ରାଗେନା। ହଁ ତୋତେ ପରା ଗୋଟେ କଥା କହିବାର ଅଛି।” ସେ ହସିଦେଇ କହିଲା, “କହୁନ ଭାଉଜ କିରା କହିବ।” କଥା ଆରମ୍ଭ କରି ମୁଁ କହିଲି, “ଜୟନ୍ତୀ, କିଛି ଦିନ ହେବ ମୋ ଦେହମନ କାହିଁ ଭଲ ରହୁନି। ଖାଲି ଇଆଡୁ ସିୟାଡୁ କଥା ସବୁ ମନକୁ ଆସୁଛି। କିଟା କରିବି କହତ ତ?” ସେ ହସିଦେଇ କହିଲା, “ଆଗୋ ଭାଉଜ, ମୋତେ ଲାଗୁଛି ଆମ ଘରକୁ ନୁଆ କୁଣିଆଁ ଆସୁଛି।” ମୁଁ ତା କଥାରୁ କିଛି ବୁଝି ନପାରି ତା ମୁହଁକୁ ବୋକା ଭଳି ଚାହିଁ ରହିଲି। ସେ ମୋତେ ଚିମୁଟି ଦେଇ କହିଲା, “କଣ ବୁଝି ପାରୁନୁ ଯେ।ତୁ ମା ହେବାକୁ ଯାଉଛୁ। ଭାଇ ଆସିଲେ ତାକୁ କହିବୁ ତୋତେ ଡ଼ାକ୍ତରଖାନା ନେଇଯିବ।” ଲାଜେଇ ଯାଇ ତାକୁ ଠେଲି ଦେଇ କହିଲି, “ଚାଲ ଘରକୁ ଯିବା।”

ସାଙ୍ଗ ହୋଇ ଘରକୁ ଫେରିବା ପରେ ମୁଁ ରୋଷେଇ ବାସ ରେ ଲାଗିଗଲି। ରୋଷେଇ ସରି ସମସ୍ତଙ୍କୁ ଖାଇବାକୁ ଦେଲି। ଶାଶୁ ମୋତେ ଖାଇବାକୁ ଡାକୁଥିଲେ, ମୁଁ କିନ୍ତୁ “ତୁମେ ଖାଇ ନିଅ, ମୁଁ ପରେ ଖାଇବି” କହି ପତ୍ର ସିଲେଇ କରିବା ପାଇଁ ବସି ପଡ଼ିଲି। କିଛି ସମୟ ପରେ ଶାଶୂ ଓ ନଣନ୍ଦ ମୋ ସହିତ ପତ୍ର ସିଇଂ ବାକୁ ବସିଲେ। ଏହି ସମୟରେ ବାହାରେ କିଏ ଡାକୁଥିବାର ଶୁଣି ଶାଶୂ କହିଲେ, “ଆରେ ଆମ ବାବୁ (ମନ୍ମଥ କୁ ବାବୁ ବୋଲି ସେ ଡାକନ୍ତି) ନା କଣ?” ଏହା କହି ସେ କବାଟ ଖୋଲିବା ପାଇଁ ଉଠିଗଲେ। ସତକୁ ସତ ମନ୍ମଥ ହିଁ ଡାକୁଥିଲା। ଘରକୁ ଆସି ମାଞ୍ଚିଆରେ ଗଡି ପଡିଲା ସେ। ବୋଉ ତା ମୁଣ୍ଡ ଆଉଁସି ଦେଉ ଦେଉ ପଚାରିଲେ, “ଆରେ ତୋତେ ତ ଏତେ ଜ୍ୱର। କଣ ଔଷଧ ଖାଇଛୁ ନା ନାହିଁ?” ସେ ମୁଣ୍ଡ ହଲେଇ ମନା କଲା। ମୁଁ ଉଠି ଯାଇ ତା ଦେହରେ ହାତ ମାରି ଦେଖିଲି ବହୁତ ଜ୍ୱର ଥିଲା। ପାଖ ଗାଁ ରେ ଡ଼ାକ୍ତରଖାନା ଦିଦି ରହନ୍ତି। ତାଙ୍କ ପାଖକୁ ବାପା ଙ୍କୁ ପଠାଇବା ପାଇଁ ଉଠିଗଲି।

କିଛି ସମୟ ପରେ ବାପା ଦିଦିକି ଧରି ଆସି ପହଞ୍ଚିଲେ। ଦିଦି ମ୍ୟାଲେରିଆ ଟେଷ୍ଟ କରି ଦେଖିଲେ ଓ ୧୦୮ ଗାଡ଼ିକୁ ଫୋନ୍ କରିବା ପାଇଁ ବାହାରକୁ ଗଲେ। ମୋତେ ଗୋଟିଏ ବଟିକା ଦେଇ କହିଲେ, “ତାକୁ କଣ ଖାଇବା ପାଇଁ ଦେଇ ଏହି ବଟିକା ଖୋଇଦିଅ।” କିଛି ସମୟ ପରେ ୧୦୮ ଗାଡ଼ି ଆସି ପହଞ୍ଚିଲା। ଆମେ ଦିଦିଙ୍କ ସହିତ ତାକୁ ନେଇ ବାଂଶପାଳ ମେଡିକାଲ ବାହାରିଗଲୁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.