ଆଲୋକ କୁମାର ପ୍ରଧାନ, ପୁରୀ, ୨୦ ଜାନୁୟାରୀ ୨୦୨୬
ଚକେ ଗଲେ ବାର ହାତ ଛକିଶୂନ ଖେଳ ଏ ଜୀବନ
ଦୋ ଦୋ ଚିହ୍ନା ସମ୍ପର୍କର ହାଟେ ମିଳେ ରଙ୍ଗୀନ ସପନ
ଲେଖିଲେ ଯେତିକି ମିଳେ ଲିଭେଇଲେ ମିଳେ ଦୁଇ ଗୁଣା
ଭାଙ୍ଗିବା ଭଙ୍ଗେଇବାରେ ଗଢାଠାରୁ ଅଧିକ ପାଉଣା
ଆରମ୍ଭ ପରେ ଆରମ୍ଭ ଶେଷ କାହିଁ ସବୁ ଆରମ୍ଭର
ଦୀପ ପରି ଦେହ ଜଳେ ଅନ୍ଧାରରୁ ହଟେଇ ନଜର
ସାଇତା ଅନ୍ଧାର ଦେହେ ଛାଇସବୁ ମୂହୁର୍ତ୍ତେ ପ୍ରଣୟ
ଝାଉଁଳା ସକାଳ କୋଳେ ଚାଇଁ ଖରା ଆତ୍ମମୁଗ୍ଧମୟ
ମଝାମଝି କାଚକାନ୍ଥ ଦୁଇପାଖେ ଦୁଃଖ ଆଉ ସୁଖ
ପାଖାପାଖି ଦେବାନେବା ଗଣ୍ଠିଛଡା ସବୁ ଆରପାଖ
ଦେଖାଦେଖି କଥାମାନ ଅଦେଖାର ନଳିଗୋଡ ଘାଆ
ଶିଖାଶିଖି ଭାଷା ଦେହେ ଭଷାମନ ଖୁବ୍ ଅମାନିଆ
ଏମିତି ହୁଅନ୍ତା ସତେ ସତ ପାଇଁ ସତ ଖୋଜିବାକୁ
ଫେରନ୍ତା ବାଟରେ ଜମା ପଡନ୍ତାନି ମୁଖା ଟେ ହେବାକୁ।।






