• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୨)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଫେବୃଆରୀ ୨୦୨୬

ସେଦିନ ସକାଳୁ ସକାଳୁ ଉଠି ଘର କାମ ସାରି ବାହାର ପିଣ୍ଡାରେ ବସି ନଣନ୍ଦ ଜୟନ୍ତୀଙ୍କ ସହିତ କଥା ହେଉଥିଲି। ଏହି ସମୟରେ ମନ୍ମଥ ଜଙ୍ଗଲକୁ ଟାଙ୍ଗିଆ ଖଣ୍ଡେ ଧରି ବାହାରିଗଲା। ଗଲାବେଳେ କହିଦେଇ ଗଲା, “ମାଳି ମତେ ଅପେକ୍ଷା କରିବୁ ନାହିଁ, ଭୋକ ଲାଗିଲେ ତୁ ଖାଇନେବୁ। ଏ ସମୟରେ ତୁ ଉପାସ ରହିବା କଥା ନୁହେଁ। ତୁ ଖାଇଲେ ତୋ ପେଟରେ ଥିବା ମୋ ଛୁଆ ମଧ୍ୟ ଖାଇବ।” ନଣନ୍ଦ ଜୟନ୍ତୀ ମୋତେ ଚିମୁଟି ଦେଇ କହିଲା, “ଆଉ କଣ ମୋ ଭାଇର କେତେ ବୁଦ୍ଧି ହୋଇ ଗଲାଣି। ମୋ ଭାଉଜ ପାଇଁ ଯଦି ତୋର ଏତେ ଚିନ୍ତା ତେବେ ସଅଳ ଫେରି ଆସିଲେ ହୁଅନ୍ତା ନାହିଁ?” ହସିଦେଇ ମନ୍ମଥ କହିଲା, “ହଉ ହଉ, ଶିଘ୍ର ଜଙ୍ଗଲ ରୁ ଫେରି ଆସିବି।” ଏହା କହି ସେ ଜଙ୍ଗଲକୁ ବାହାରି ଗଲା। ଆମେ ଦୁଇଜଣ ନଣନ୍ଦ ଭାଉଜ ପୁଣି କଥାବାର୍ତ୍ତା ରେ ମଜ୍ଜି ଗଲୁ। ଏହି ସମୟରେ ପଡ଼ୋଶୀ ଗାଁ ର ଲୋଚନ ଦାଦା (ମୋର ଗାଁ ସମ୍ପର୍କରେ କକା ଶଶୁର ହେବେ) ସେହି ବାଟ ଦେଇ ଯାଉଥିଲେ। ସେ ମହୁଲି ରାନ୍ଧନ୍ତି। ଆଗକୁ ପୂଜା ଥିବାରୁ ମହୁଲି ରସ ଦରକାର ଥିଲା। ତେଣୁ ଜୟନ୍ତୀ ତାଙ୍କୁ ଡାକିବାରୁ ସେ ଆସି ପିଣ୍ଡାରେ ବସିଲେ। ଜୟନ୍ତୀ ଠାରୁ ମହୁଲି ପୂଜା ପାଇଁ ଦରକାର ଥିବା ଶୁଣି ଦାଦା କହିଲେ, “ଏ ମହୁଲି ରସ ଅଇଁଠା ହୋଇ ଯାଇଛି। ମୁଁ କାଲି କିମ୍ବା ପହରଦିନ ଆସିଲେ ପୂଜା ପାଇଁ ଅଲଗା ମହୁଲି ରସ ଆଣିଥିବି ଦେଇଯିବି।” ତା ପରେ ମୁଁ ପଚାରିଲି, “ଦାଦା, ଏ ମହୁଲି କୁ କିପରି ରାନ୍ଧି ରସ ବାହାର କରନ୍ତି?” ଦାଦା ଏହା ଶୁଣି କହିଲେ, “ବୋହୂ ମା, ଭାରି କଠିନ କାମ ସିଏ। ଶୁଣ ମୁଁ ମହୁଲି କିପରି ରାନ୍ଧେ।” ଏହା କହି ସେ କଥା ଆରମ୍ଭ କରି କହିଲେ,-

“ମହୁଲ ଫୁଲ ସଂଗ୍ରହ କରିବା ପରେ ସେସବୁକୁ ଖରାରେ ଭଲ କରି ଶୁଖାଇ ଦୁଇତିନି ମାସ ଅଖାରେ ରଖାଯାଏ। ଏହାପରେ ଆବଶ୍ୟକ ଅନୁଯାୟୀ ଶୁଖିଲା ମହୁଲି ଫୁଲ ବାହାର କରି ମାଟି ହାଣ୍ଡିରେ (ବର୍ତ୍ତମାନ ସିଲଭର ଡେକଚୀ ବ୍ୟବହାର କରାଯାଉଛି) ରେ ଭିଜାନ୍ତି। ମହୁଲ ମଦକୁ ଅଧିକ କଡା ବା ପାଷା କରିବା ପାଇଁ ସେଥିରେ ସାହାଜ ଗଛର ଛାଲିକୁ ପୋଛ କରିଥାନ୍ତି। ସେଥିରୁ ଫେଣ ବାହାରିବା ପରେ ଦୁଇଟି ହାଣ୍ଡି ଓ ଜବାନଳା ନେଇ ସେହି ମହୁଲି କୁ ସିଝାନ୍ତି। ଚୁଲି ଉପରେ ଉପର ତଳ ହୋଇ ଦୁଇଟି ହାଣ୍ଡି ଚୁଲିରେ ବସାଯାଏ। ତଳ ହାଣ୍ଡି ରେ ମହୁଲ ପୋଛାକୁ ରଖାଯାଏ। ତାହା ଉପରେ ଦ୍ବିତୀୟ ହାଣ୍ଡି କୁ ଘୋଡଣୀ ଭଳି ଘୋଡାଇ ଫାଙ୍କା ଥିବା ସ୍ଥାନରେ କାଦୁଅ ଲେପିଦେଇ ଆବଦ୍ଧ କରିଦିଆଯାଏ।ଘୋଡା ଯାଇଥିବା ଉପର ହାଣ୍ଡି ରେ ବାଉଁଶ ନଳ ପଶିବା ପରି କଣା କରି ଗୋଟିଏ ବାଉଁଶ ନଳକୁ ସେଥିରେ ଭର୍ତ୍ତି କରାଯାଏ ଓ ମାଟି ଲେସି ଦିଆଯାଏ। ଏହାପରେ ଚୁଲି ଲଗା ଯାଇ ମହୁଲ କୁ ରନ୍ଧା ଯାଇଥାଏ। କିଛି ସମୟ ସିଝିବା ପରେ ଜବାନଳା ବାଟେ ତରଳ ମହୁଲି ରସ ନିର୍ଗତ ହୁଏ। ଏହି ଜବାନଳା କୁ ଶିଆଳି ଲତାରେ ତିଆରି ଏକ ପଟି ଦ୍ବାରା ଘୋଡ଼ାଇ ଦିଆଯାଏ। ତାହାକୁ ଏକ ମାଟି ହାଣ୍ଡି ରେ ସଂଗ୍ରହ କରି ରଖାଯାଏ। ସେହି ମାଟିହାଣ୍ଡିର ମୁହଁ କୁ ଓଦା କପଡ଼ା ଦ୍ଵାରା ବନ୍ଦ କରି ଦିଆଯାଏ ଓ ମଝିରେ ମଝିରେ ପାଣି ଛିଞ୍ଚା ଯାଏ। କେତେକ କ୍ଷେତ୍ରରେ ଓଦା କପଡ଼ା ଦ୍ଵାରା ଆବଦ୍ଧ ହାଣ୍ଡି ଟିକୁ ପାଣିରେ ମଧ୍ୟରେ ରଖା ଯାଇଥାଏ। ଯାହାଦ୍ବାରା କି ଜବାନଳାରେ ଆସୁଥିବା ଉତ୍ତପ୍ତ ବାମ୍ଫ ଘନିଭୂତ ହୋଇ ତରଳ ମହୁଲି ମଦରେ ପରିଣତ ହୁଏ। ଏହି ମହୁଲି ରସ କୁ ପୁଲି ମଦ କୁହାଯାଏ। ଏହି ମହୁଲି ର ଔଷଧୀୟ ଗୁଣ ଥାଏ। ତେଣୁ ଏହାକୁ ଔଷଧ ଓ ଦେବାଦେବୀ ଙ୍କ ପୂଜାର୍ଚ୍ଚନା ପାଇଁ ରଖାଯାଏ। ଦ୍ବିତୀୟ ଥର ବାହାରି ଥିବା ମହୁଲି ରସକୁ ପାନୀୟ ଭାବେ ବ୍ୟବହାର କରନ୍ତି। ଏହାପରେ ସେହି ସିଝା ମହୁଲି କୁ ବାହାର କରି ଫାଙ୍କା ଜାଗା ରେ ଫୋପାଡି ଦିଆଯାଏ।”

ଏହା ପରେ ତାଙ୍କୁ କଣ ଟିକେ ଖାଇବା ପାଇଁ ଦେବା ପାଇଁ ମୁଁ ଘର ଭିତରକୁ ଉଠି ଯାଇ ସାଙ୍ଗରେ ମୁଢ଼ି ଆଉ ତା ଆଣି ତାଙ୍କୁ ଦେଲି। ସେ ଖାଉ ଖାଉ କହିଲେ, “ମା ଲୋ ଭଗବାନ ତୋର ମଙ୍ଗଳ କରନ୍ତୁ।” ନଣନ୍ଦ ଜୟନ୍ତୀ ଥଟ୍ଟା ରେ କହିଲେ, “ଦାଦା, ମୋ ଭାଉଜଙ୍କୁ ହେସେଁ ଛୁଆ ହେବାର ଆଶିର୍ବାଦ ଦିଅ।” ତା ଗାଲକୁ ଚିମୁଟି ଦେଇ ଲାଜରେ ମୁଁ ଘର ଭିତରକୁ ଯାଉଯାଉ କହିଲି, “ତୁମେ ନା ବହୁତ ଦୁଷ୍ଟ ହୋଇଗଲଣି!”

ବିଦ୍ର : ପାଠକ ବନ୍ଧୁଗଣ,
ଚାହୁଁ ଚାହୁଁ “ଆମେ ପାଉଡୀ ଭୂୟାଁ” ଧାରାବାହିକ ଏ ସଂଖ୍ୟା କୁ ମିଶାଇ ତିନି ବର୍ଷ ପୁରି ଚାରି ବର୍ଷ ଚାଲିବ। କନ୍ଧମାଳ ଜିଲ୍ଲା ରେ ବସବାସ କରୁଥିବା କନ୍ଧ ଜନଜାତିର ଲୋକମାନଙ୍କ ଉତ୍ପତ୍ତି, ଆବାସସ୍ଥଳୀ, ଜୀବନ ଜୀବିକା, ଦେବାଦେବୀଙ୍କ ସମ୍ପର୍କରେ ଏକ ପୁସ୍ତକ ଲେଖା କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ ଗତ ସଂଖ୍ୟା ଟି ଠିକ୍ ସମୟରେ ପ୍ରକାଶିତ ହୋଇ ପାରିଲା ନାହିଁ। ଏଥିପାଇଁ ମୁଁ ଦୁଃଖିତ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.