• About
  • Contact
Friday, May 8, 2026
Friday, May 8, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Tribute

ପଦ୍ମଶ୍ରୀ ରଜତ କୁମାର କର – ଏକ ଅମଳିନ ପ୍ରତିଭା (ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷରେ)

ପଦ୍ମଶ୍ରୀ ରଜତ କୁମାର କର – ଏକ ଅମଳିନ ପ୍ରତିଭା  (ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷରେ)
Share on FacebookShare on Xshare on Whatsappshare on Linkedin
ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୮ ମଇ ୨୦୨୬

ପଦ୍ମଶ୍ରୀ ରଜତ କୁମାର କରଙ୍କ ସ୍ମୃତି ମୋର ମାନସ ପଟଳକୁ ଓଡ଼ିଶା ଦିବସ ଉପଲକ୍ଷେ ଲିଖିତ ଏକ ପୋଷ୍ଟ ମାଧ୍ୟମରେ ଆସିଗଲା। ତା’ ସହିତ ମୁଁ ଏବଂ ମୋ ପରିବାରବର୍ଗଙ୍କ ସହ ତାଙ୍କର ଫଟୋଗ୍ରାଫ ମନେ ପଡ଼ିଗଲା । ଫଟୋ ଟିକୁ ଦେଖିବା ମାତ୍ରେ ତାଙ୍କର ସ୍ମୃତି ମୋର ଅବଚେତନ ମନକୁ କବଳିତ କରିବାକୁ ଲାଗିଲା। ଗୋଟିଏ ଗୋଟିଏ କରି ତାଙ୍କ ସହ ଯୋଡ଼ି ହୋଇଥିବା ଅନୁଭୂତିଗୁଡ଼ିକ ମୋର ଲେଖା ମାଧ୍ୟମରେ ବାହାରକୁ ଆସିବାକୁ ତତ୍ପର ହେବାକୁ ଲାଗିଲେ। ପେଷାରେ ରଜତ କର ଗଣ – ଶିକ୍ଷା ବିଭାଗରେ ଏକ ଉତ୍ତମ ପ୍ରଶାସକ ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତିକୁ ଆଗକୁ ବଢ଼େଇ ନେବା ପାଇଁ ତାଙ୍କର ଧାରାବାହିକ ପ୍ରଚେଷ୍ଟାକୁ ପ୍ରାୟତଃ ସମସ୍ତେ ପ୍ରଶଂସା କରନ୍ତି। ବିଛନ୍ଦ ଚରଣ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଭାରତୀ ର ସଭାପତି ଭାବରେ ସେ ବିଚ୍ଛନ୍ଦଙ୍କ ମୃତ୍ୟୁ ଠାରୁ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏକନିଷ୍ଠ ଭାବେ କାର୍ଯ୍ୟ କରିଛନ୍ତି ତଥା ମଧ୍ୟ ଯୁଗର ଓଡ଼ିଆ ଭାଷା- ସାହିତ୍ୟକୁ ଆଧୁନିକ ସାହିତ୍ୟ-ପିପାସୁମାନଙ୍କ ହୃଦୟରେ କଣ୍ଠହାର ପରି ସଜେଇ ଦେଇଛନ୍ତି। ତାଙ୍କ କଣ୍ଠରେ ଭଞ୍ଜ ସାହିତ୍ୟର ଆଲୋଚନା ଯିଏ ଶୁଣିଛି ସିଏ ସେ ପ୍ରସଙ୍ଗକୁ କେବେ ଭୁଲି ପାରିବ ନାହିଁ। ଏତେ ଟିକି-ନିକି ଭାବରେ ଶବ୍ଦଗୁଡ଼ିକର ବିନ୍ୟାସ କରି ଭିନ୍ନ ଭିନ୍ନ ଅର୍ଥରେ ବଡ଼ ମନୋହାରି ଢ଼ଙ୍ଗରେ ଶ୍ରୋତାମାନଙ୍କୁ ବୁଝେଇ ଭଞ୍ଜ ସାହିତ୍ୟ ପ୍ରତି ଆକର୍ଷିତ କରେଇବାର କରିସ୍ମା କେବଳ ରଜତ କରଙ୍କ ଦ୍ୱାରା ହିଁ ସମ୍ଭବପର ଅଟେ। ୧୯୯୨ ମସିହାରେ ଖଲ୍ଲିକୋଟ କଲେଜ ଷ୍ଟାଡ଼ିଅମରେ ଭଞ୍ଜ ଜୟନ୍ତୀ ସମାରୋହରେ ରଜତ କର ମୁଖ୍ୟ ବକ୍ତା ଥିଲେ। ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରୁ ଓଡ଼ିଆ ଭାଷାର ପ୍ରଫେସରମାନେ ସେ ସଭାର ବିଭିନ୍ନ ପଦ-ପଦବୀ ମଣ୍ଡନ କରୁଥିଲେ। ଯେତେବେଳେ ରଜତ କରଙ୍କ ଭାଷଣ ଆରମ୍ଭ ହେଲା କରତାଳିରେ ସଭାସ୍ଥଳୀ କମ୍ପିଉଠିଲା। ତାଙ୍କର ଭାଷଣ ସରିବା ପର୍ଯ୍ୟନ୍ତ ସମୟ-ସମୟକୁ ଶ୍ରୋତାଙ୍କ କରତାଳି ଲାଗି ରହିଥାଏ। କହିବା ବାହୁଲ୍ୟ ଯେ ଭଞ୍ଜ ସାହିତ୍ୟ ଉପରେ ରଜତ କରଙ୍କର ଭାଷଣ ସମସ୍ତଙ୍କ ଠାରୁ ଶ୍ରେଷ୍ଠ ଭାଷଣ ଥିଲା। ମୁଁ ସେତେବେଳେ ଖଲ୍ଲିକୋଟ କଲେଜରେ ଅଧ୍ୟାପକ ଥାଏ। ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ କଲେଜର ବିଭିନ୍ନ ବିଭାଗରେ ରଜତ କରଙ୍କ ଭାଷଣ ପ୍ରସଙ୍ଗରେ ଚର୍ଚ୍ଚା ଲାଗି ଚାଲିଲା।

ଶ୍ରୀଜଗନ୍ନାଥ ସଂସ୍କୃତି ତଥା ଚେତନାର ପ୍ରଚାର ଏବଂ ପ୍ରସାର ପାଇଁ ତାଙ୍କର ଉଦ୍ୟମକୁ ଜଗନ୍ନାଥପ୍ରେମୀ କେବେ ଭୁଲି ପାରିବେ ନାହିଁ। ରଥ ଯାତ୍ରା ସମୟରେ ତାଙ୍କର ପାଣ୍ଡିତ୍ୟପୂର୍ଣ, ଅନର୍ଗଳ ତଥା ଓଜସ୍ୱିନୀ ଧାରାବିବରଣୀ କୁ ଯିଏ ଶୁଣିଛି ତାକୁ କେବେ ଭୁଲି ପାରିବ ନାହିଁ। ଆଧ୍ୟାତ୍ମିକ ତଥା ରହସ୍ୟବାଦର ଗୂଢ଼ାତିଗୂଢ଼ ତତ୍ତ୍ୱକୁ ବଡ଼ ସରଳ ଭାଷାରେ ସେ ଶ୍ରୋତାମାନଙ୍କୁ ବୁଝେଇ ଦେଇପାରନ୍ତି। ଏପରି ପାଣ୍ଡିତ୍ୟ ତାଙ୍କୁ ନିରନ୍ତର ଉଦ୍ୟମ ତଥା ସ୍ୱାଧ୍ୟାୟରୁ ମିଳିଥିଲା।

ପିଲା ଦିନ କଥା। ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟରେ M.A ପରୀକ୍ଷା ଦେଉଥାଏ । ରଜତ କର ସେତେବେଳେ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଥାଆନ୍ତି। ମାଷ୍ଚରକାଣ୍ଟିନ୍ ପାଖରେ ସେ ସରକାରୀ କ୍ୱାର୍ଟରରେ ରହୁ ଥାଆନ୍ତି। ମୁଁ ତାଙ୍କରି ପାଖରେ ରହି ପରୀକ୍ଷା ଦଉଥାଏ। ସଖାଳୁ ରାତିର ଶୋଇବା ପର୍ଯ୍ୟନ୍ତ ତାଙ୍କର ଜୀବନଚର୍ଯ୍ୟାକୁ ନିରୀକ୍ଷଣ କରୁଥାଏ । ମୋତେ ଲାଗୁଥାଏ ତାଙ୍କର ଜୀବନ ଜଣେ ଯୋଗୀ ଅଥବା ଋଷିଙ୍କ ଜୀବନ ଠାରୁ କୌଣସି ଗୁଣରେ କମ୍ ନ ଥିଲା। ଘରେ ରହୁଥିଲା ବେଳେ ପୂଜା, ଧ୍ୟାନ, ଧାରଣା ସ୍ୱାଧ୍ୟାୟ ରେ ତାଙ୍କର ସମୟ ବିତି ଯାଉଥିଲା। ଯେତେବେଳେ ଏ କାମ କରୁଥିଲେ, ଲାଗୁଥିଲା ପାର୍ଥୀବ ଦୁନିଆଁ ସହିତ ତାଙ୍କର କିଛି ସମ୍ପର୍କ ନାହିଁ। ସେ ସମୟରେ ସେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ବହି ବେଶି ପଢ଼ାପଢ଼ି କରୁଥିଲେ। ତାଙ୍କ ପୂଜା-ଘରେ ଅନୁକୂଳ ଚନ୍ଦ୍ରଙ୍କର ବହିର ସିରିଜ୍ ଥାକ-ଥାକ ହୋଇ ରହିଥିଲା।

ରଜତ କର ଙ୍କର ସାହିତ୍ୟ ତଥା କଳା ସାଧନା ପାଇଁ ଏ ସମାଜ ତାଙ୍କୁ ବିଭିନ୍ନ ପୁରସ୍କାର ଦେଇ ସମ୍ମାନିତ କରିଛି। ସେଗୁଡ଼ିକ ହେଲା –
୧. ଶ୍ରେଷ୍ଠ ନାଟ୍ୟକାର ପୁସ୍କାର – ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ।
୨. ଶ୍ରୀଜଗନ୍ନାଥ ପୁରସ୍କାର।
୩. ଆର୍ତ୍ତବଲ୍ଲଭ ସମ୍ମାନ।
୪. ଋଚି ସମ୍ମାନ।
୫. ଭଞ୍ଜଶ୍ରୀ ଉପାଧୀ।- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
୬. ବରେଣ୍ୟ ସାହିତ୍ୟିକ ସମ୍ମାନ – ଓଡ଼ିଶା ସାହିତ୍ୟ ଏକାଡ଼େମୀ।
୭. ଡ଼ି.ଲିଟ୍ ଉପାଧ୍ – ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ।
୮. ପଦ୍ମଶ୍ରୀ ସମ୍ମାନ – ଭାରତ ସରକାର।

ଏହି ପରି ଆହୁରି ଅନେକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି
ଓଡ଼ିଶାର ଲୋକକଳା ପାଲାର ବିକାଶ ପାଇଁ ସେ ସେ ନିରନ୍ତର ଚେଷ୍ଟିତ ଥିଲେ। ଦୂରଦର୍ଶନରେ ପ୍ରତିଷ୍ଟିତ ପାଲା ଗାୟକମାନଙ୍କ ଭିତରେ ପାଲା-ପ୍ରତିଯୋଗୀତା ହେଉଥିଲା। ରଜତ କର ସେ ପାଲା ପ୍ରତିଯୋଗୀତାର ବିଚାରକ ଭାବରେ ଆସନ ଅଳଂକୃତ କରୁଥିଲେ। ଭଲ-ମନ୍ଦର ତର୍ଜମା କରି ନିଜର ମରାମତ ରଖୁଥିଲେ। ୨୦୨୨ ମସିହା ମେ ୦୮ ତାରିଖ ଦିନ ପଦ୍ମଶ୍ରୀ ରଜତ କରଙ୍କ ତିରୋଧାନ ହେଲା। ଜଗନ୍ନାଥ ସଂସ୍କୃତି ଖୋଜୁଛି ତା’ର ପ୍ରିୟ ଉଦଘୋଷକଙ୍କୁ, ଆକାଶବାଣୀ ଖୋଜୁଛି ତାର ପ୍ରିୟ ନାଟ୍ୟକାରଙ୍କୁ, ଭଞ୍ଜ -ସାହିତ୍ୟ ରସିକମାନେ ଖୋଜୁଛନ୍ତି ତାଙ୍କର ପ୍ରିୟ ବକ୍ତାଙ୍କୁ ଏବଂ ତାଙ୍କ ପୂଜା ଘର ଖୋଜୁଛି ତା’ର ସାଧକଙ୍କୁ- – – – କେବଳ ନୀରବତା – – ନୀରବତା….
ଏଭଳି ବ୍ୟକ୍ତିତ୍ୱଙ୍କ ଦେହାବସାନ, ଓଡ଼ିଶାର ସାହିତ୍ୟ, ସଂସ୍କୃତି, ତଥା ଧର୍ମ ପାଇଁ ଯେ ଅପୂରଣୀୟ କ୍ଷତି ଅଟେ, ଏଥିରେ ସନ୍ଦେହ ର ଅବକାଶ ନାହିଁ।

ଡ଼ଃ. ଗିରିଜା ଶଙ୍କର ମିଶ୍ର

ଡ଼ଃ. ଗିରିଜା ଶଙ୍କର ମିଶ୍ର

ସେବାନିବୃତ୍ତ ଅଧ୍ୟାପକ

Related Posts

ପ୍ରଫେସର ଧୁନ୍ ଖୁଣ୍ଟିଆଙ୍କ ପରଲୋକ
Tribute

ପ୍ରଫେସର ଧୁନ୍ ଖୁଣ୍ଟିଆଙ୍କ ପରଲୋକ

by ପ୍ରଭୁକଲ୍ୟାଣ ମହାପାତ୍ର
March 7, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୭ ମାର୍ଚ୍ଚ ୨୦୨୬ ପ୍ରଫେସର ଧୁନ୍ ଖୁଣ୍ଟିଆଙ୍କର ଆଜି ସକାଳେ ରାଜଧାନୀ ଆଇ.ଆର୍.ସି. ଭିଲେଜ, ଏନ୍-୩ ଅଞ୍ଚଳରେ ଅବସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ...

Read more
Honoring a Life of Unwavering Integrity, Selfless Public Service, and Unconditional Love

Honoring a Life of Unwavering Integrity, Selfless Public Service, and Unconditional Love

August 5, 2025
କଳିଙ୍ଗର ମୁକୁଟ ବିହୀନ ସମ୍ରାଟ

କଳିଙ୍ଗର ମୁକୁଟ ବିହୀନ ସମ୍ରାଟ

April 17, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.