• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୭୯)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬

ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ ପାଟି ଶୁଭିଲା। ମନ୍ମଥ ମୋତେ କହିଲା, “ଦାଦା ଆସିଲେଣି, ତୁ ତାଙ୍କ ପାଇଁ ନାଲି ଚାହା ଆଉ କଳା କୋଳଥ ଭଜା ନେଇକରି ଆସେ।” ମୁଁ ଘର ଭିତରକୁ ଚାଲିଗଲି ଦାଦାଙ୍କ ପାଇଁ ଚା ଜଳଖିଆ ଆଣିବା ପାଇଁ। ମୁଁ ଆସିବା ବେଳକୁ ଦେହୁରୀ ଦାଦା ଆଉ ମନ୍ମଥ ବସି କଥା ହେଉଛନ୍ତି। ସାଙ୍ଗରେ ତାଙ୍କର ଜଣେ ବୟସ୍କ ଲୋକ ମଧ୍ୟ ଆସିଥାନ୍ତି। ସେ ଦୁଇ ଜଣ ଙ୍କୁ ଚା ଜଳଖିଆ ଦେଇ ମନ୍ମଥ ପାଇଁ ଭିତରକୁ ଯାଇ ଚା ଆଣିବା ପାଇଁ ଯାଉଛି ଏହି ସମୟରେ ମନ୍ମଥ ମୋତେ ଅଟକାଇ ଦେଇ ପରେ ଆଣିବାକୁ କହିବାରୁ ମୁଁ ନଯାଇ ସେହି ପିଣ୍ଡାରେ ବସି ସେମାନଙ୍କ କଥା ଶୁଣିଲି। ଦାଦା ମୋତେ ଦେଖାଇ କହିଲେ, “ବୋହୂ, ଏ ବାବୁଙ୍କ ଘର ପାଳ୍ଲହଡାର କାଦମ୍ବିନୀପୁର ଗାଁ ରେ।” ମୋର ଆଗ୍ରହ ବଢ଼ିଗଲା। କାରଣ କାଲି ଆମେ କାଦମ୍ବିନୀପୁର ଗାଁ ବିଷୟରେ କଥା ହେଉଥିଲୁ। ମୁଁ ତାଙ୍କୁ ତାଙ୍କ ଗାଁ ବିଷୟରେ କିଛି କହିବାକୁ ଅନୁରୋଧ କରିବାରୁ ସେ କଥା ଆରମ୍ଭ କରି କହିଲେ, “ଆମ ଗାଁ ର ନାମ ପାଳ୍ଲହଡା ରାଜାଙ୍କ ଝିଅ କାଦମ୍ବିନୀଙ୍କ ନାମ ଅନୁସାରେ କାଦମ୍ବିନୀପୁର ରହିଛି। ଗାଁ ର ପୁରୁଖା ଲୋକମାନେ କହନ୍ତି ଯେ ପାଳ୍ଲହଡା ରାଜା ଆଉ କେନ୍ଦୁଝର ରାଜାଙ୍କ ମଧ୍ୟରେ ଘମାଘୋଟ ଲଢେଇ ପଡୋଶୀ ଗାଁ କାଦଡିହା ଠାରେ ହୋଇଥିଲା।” ମନ୍ମଥ ତାଙ୍କୁ ପଚାରିଲା, “ଆମ ସିଂପୁର ପଞ୍ଚାୟତର କାଦଡିହା ଗାଁ ତ?” ସେ ହସିକରି ହଁ କହିଲେ ଏବଂ ପୁଣି କଥା ଆରମ୍ଭ କରି କହିଲେ, “ଯୁଦ୍ଧ ବହୁଦିନ ପର୍ଯ୍ୟନ୍ତ ଚାଲିଲା କିନ୍ତୁ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିଲା ନାହିଁ। ତେଣୁ ପାଳ୍ଲହଡା ରାଜାଙ୍କ ଚତୁର ମନ୍ତ୍ରୀ କେନ୍ଦୁଝର ରାଜାଙ୍କ ସହିତ ରାଜଜେମା କାଦମ୍ବିନୀଙ୍କ ବିବାହ ପ୍ରସ୍ତାବ ଦୂତ ହାତରେ ପଠାଇଲେ। କେନ୍ଦୁଝର ରାଜା ପ୍ରସ୍ତାବକୁ ସ୍ବୀକାର କରି ରାଜଜେମାଙ୍କ ପାଣିଗ୍ରହଣ କଲେ। ପାଳ୍ଲହଡା ରାଜା ବିବାହରେ ଅନେକ ଯାନିଯୌତୁକ ଦେବା ସହିତ ବନ୍ଧାଭୂମି ଗାଁ ନିକଟସ୍ଥ ପାହାଡ଼ରୁ ବାହାରିଥିବା ଏକ ନଦୀ(ରାଣୀମା ନଦୀ) ଯାହା ବାଂଶପାଳ ବ୍ଳକ୍ ର ବିଭିନ୍ନ ଗାଁ ମଧ୍ୟରେ ପ୍ରବାହିତ ହୋଇ ବୈତରଣୀ ର ଏକ ଶାଖା ନଦୀରେ ମିଶିଛି, ସେହି ନଦୀକୁ ଯୌତୁକ ଆକାରରେ ଦେଇଥିଲେ। ଦୁଇ ରାଜ୍ୟ ମଧ୍ୟରେ ଯୁଦ୍ଧର କାରଣ ନଦୀ ଜଳ ଆବଣ୍ଟନକୁ ନେଇ ହୋଇଥାଇ ପାରେ ବୋଲି ଅନୁମାନ କରାଯାଏ। କାଦଡିହା ଗାଁ ସୀମାରେ ଉଭୟ ରାଜାଙ୍କ ଦ୍ଵାରା ଚୁକ୍ତିନାମାର ଏକ ବିରାଟ ପ୍ରସ୍ତର ଖଣ୍ଡ ଏବେ ମଧ୍ୟ ଦେଖିବାକୁ ମିଳେ।”

ମନ୍ମଥ ଏହା ଶୁଣି କହିଲା, “ଦାଦା, ମୁଁ ଥରେ ମହାପିଢ ବୈଠକର ନୋଟିସ ନେଇ କାଦଡିହ ଗାଁ ଯାଇଥିଲି । ମୋ ସଙ୍ଗେ ସିଂପୁର ଗାଁ ର ବିଷ୍ଣୁ ଭାଇ ମଧ୍ୟ ଥିଲେ। ସନ୍ଧ୍ୟା ସମୟରେ ଗାଁ ବୈଠକରେ ଆମେ ଚିଠି ପଢ଼ି ସମସ୍ତଙ୍କୁ ଶୁଣାଇଲୁ। ମହାପିଢ ବୈଠକ କେବେ ହେବ, କେଉଁଠାରେ ହେବ ଓ କେଉଁ କେଉଁ ବିଷୟରେ ସେହି ବୈଠକରେ ଆଲୋଚନା ହେବ। ତାହା ଲୋକମାନଙ୍କୁ ଅବଗତ କରାଇବା ପରେ ମୁଁ ଜଙ୍ଗଲ ସୁରକ୍ଷା ଓ ନୂତନ ବୃକ୍ଷରୋପଣ ସମ୍ପର୍କରେ ଲୋକଙ୍କ ସହିତ ଆଲୋଚନା କରିବା ସମୟରେ ଗାଁ ର ଜଣେ ବୟସ୍କ ବ୍ୟକ୍ତି ମୋ କଥା ଅଟକାଇ କହିଲେ ବୁଝିଲ ବାପା ଜଙ୍ଗଲରେ ବୃକ୍ଷରୋପଣ ଉପରେ ଭାଲୁ ଯେତିକି ସଚେତନ ଏ ଭେଣ୍ଡିଆମାନେ ସେତିକି ସଚେତନ ନୁହନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲି କିପରି। ସେ ଏଥର କଥା ଆରମ୍ଭ କରି କହିଲେ ଶୁଣନ୍ତୁ, ଆମ ଗାଁ ରେ ପଣସ ସମୟରେ ପଣସ ପାଚିବା ଆରମ୍ଭ କଲେ ଗାଁ କୁ ରାତିରେ ଭାଲୁ ଆସିବା ଆରମ୍ଭ ହୁଏ। ଭାଲୁମାନେ ପାଚିଲା ପଣସ ଛିଣ୍ଡାଇ ଜଙ୍ଗଲକୁ ନେଇଯାନ୍ତି। ସେଠାରେ ଖାଆନ୍ତି। ବଳକା ପଣସ ସେଠି ପଡି ପଚେ। ସେଥିରେ ଥିବା ମଞ୍ଜି ଗଛ ହୁଏ। ଭାଲୁ ଖାଇଥିବା ପଣସରେ ଥିବା ମଞ୍ଜି ସେ ଝାଡାରେ ବାହାରକୁ ବାହାର କରି ଦିଏ। ସେହି ମଞ୍ଜିରୁ ବି ଗଛ ହୁଏ। ତେବେ ଆପଣମାନେ କୁହନ୍ତୁ ଭାଲୁ ଜଙ୍ଗଲରେ ଗଛ ଲଗାଏନି କି? ଆଉ ଆମ ଗାଁ ର ଭେଣ୍ଡିଆ ମାନେ ଭାଲୁ ଠାରୁ ହୀନ ନୁହଁନ୍ତି କି? ସଭାରେ ଏକ ହାସ୍ୟରୋଳ ଖେଳିଗଲା।”

ବୟସ୍କ ବ୍ୟକ୍ତିଜଣକ କହିଲେ, “ଏହା ହସିବା କଥା ନୁହେଁ ବରଂ ଏହାକୁ ଗଭୀର ଚିନ୍ତା କରିବା ଉଚିତ୍। କୁହତ ତୁମମାନଙ୍କର ବାଡ଼ି ରେ ଯେଉଁ ପଣସ ଗଛ ଅଛି ତାକୁ କିଏ ଲଗାଇ ଥିଲା? ତୁମ ଜେଜେ କିମ୍ବା ତାଙ୍କ ବାପା। ତୁମ ଅମଳରେ ତୁମେ ଗୋଟିଏ ଗଛ, ଜଙ୍ଗଲ କଥା ଛାଡ ତୁମ ବାଡ଼ିରେ ଲଗାଇଲଣି କି? ବରଂ ଆମ୍ବ ଆଉ ପଣସ ଗଛକୁ କାଟି ବେପାରୀକୁ ବିକି ଦେଉଛ। ବେପାରୀମାନେ ତୁମମାନଙ୍କୁ ବୁଝାଇ ଦେଉଛନ୍ତି ଯେ ଗଛ ସବୁ କାଟିଦେଲେ ଭାଲୁ ଆଉ ଗାଁ କୁ ଆସିବେ ନାହିଁ ବୋଲି।ତୁମେମାନେ ସେମାନଙ୍କ କଥାରେ ପଡ଼ି ଶାଗମୁଗ ଦରରେ ଗଛ ସବୁ ସେମାନଙ୍କୁ ବିକି ଦେଉଛ।”

ସଭାରେ ବସିଥିବା ଜଣେ ଯୁବକ କହିଲା, “ଆଛା ଦାଦା, ତୁମେ ତ ଏତେ ଭାଷଣ ମାରୁଛ। ତୁମ ବାଡ଼ିରେ କେତେଟା ପଣସ ଗଛ ଲଗାଇଛ?” ଏହା ଶୁଣି ବୟସ୍କ ଲୋକ ଜଣକ କହିଲେ, “ବାବୁ, ତୁମେ ଆମ ଗାଁ ପିଲା ନୁହେଁ ବୋଧହୁଏ। ତୁମର ଏଇ ଗାଁ ବନ୍ଧୁ ଗାଁ ନିଶ୍ଚୟ।” ଯୁବକ ଜଣଙ୍କ ସମ୍ମତି ଜଣାଇବା ପରେ ସେ କହିଲେ, “ଖାଲି ପଣସ ଗଛ ନୁହେଁ, ବିଭିନ୍ନ ପ୍ରକାରର ଆମ୍ବ, ସପୁରୀ, ତାଳ, ଖଜୁରୀ, ଓ ଜାମୁ ଗଛ ମୋ ବାଡ଼ିରେ ଲଗାଇଛି। ସେଥିରୁ ଅନେକ ଗଛରେ ଫଳ ମଧ୍ୟ ଆସିଲାଣି। ତୁମେ କାଲି ଆମ ଘରକୁ ଆସି ବୁଲି ଦେଖିଯିବ।”

ମନ୍ମଥ କଥା ଶୁଣୁଥିବା ଦେହୁରୀ ଦାଦା କହିଲେ, “ହଁ ମୁଁ ତାଙ୍କୁ ଜାଣିଛି। ସେ ଆମ ଭୂୟାଁ ଜନଜାତିର ଲୋକ। ତାଙ୍କୁ ଆଖପାଖ ଗାଁ ର ଲୋକମାନେ ଗଛବାବା ବୋଲି ଡାକନ୍ତି।” ଏହି ସମୟରେ ବୋଉ ଆମ ସମସ୍ତଙ୍କୁ ଖାଇବାକୁ ଡାକିବାରୁ ଆମେ ସମସ୍ତେ ଖାଇବାକୁ ଉଠିଗଲୁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI
More

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

by Dhanada K. Mishra
September 9, 2026

Dhanada K Mishra, Hong Kong, 9 September 2026 Last week, I asked my computer to find every project report I...

Read more
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.