• About
  • Contact
Monday, August 31, 2026
Monday, August 31, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୭)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ଜୁଲାଇ ୨୦୨୬

ଦାଣ୍ଡ ରେ ବସି ବାହାରୁ ଆସିଥିବା କେଉଁ ଏକ ଏନଜିଓ ସଂସ୍ଥା ର ସେ ବାବୁ ମନ୍ମଥ ସହିତ ଆମ ପାଉଡୀ ଭୂୟାଁ ମାନଙ୍କର ପିଢ ଓ ଆମର ଗାଁ ର ପାରମ୍ପରିକ ଶାସନବ୍ୟବସ୍ଥା ସମ୍ପର୍କରେ କଥା ହେଉଥିଲେ। କଥା ମଝିରୁ ମନ୍ମଥ ତାଙ୍କ ପାଇଁ ଖାଇବା ବନ୍ଦୋବସ୍ତ କରିବା ପାଇଁ ଉଠି ଆସି ନଣନ୍ଦ ଜୟନ୍ତୀଙ୍କୁ ବାବୁଙ୍କ ପାଇଁ ଭାତ ଆଉ କୁକୁଡ଼ା ତରକାରି କରିବା ପାଇଁ କହିଦେଇ ପୁଣି ବାବୁଙ୍କ ସହିତ କଥାବାର୍ତ୍ତାରେ ମଜିଗଲା। ସେମାନଙ୍କ କଥାବାର୍ତ୍ତାରେ ଗାଁ ର ଅନେକ ଲୋକ ମଧ୍ୟ ଭାଗ ନେଲେ। ଶେଷରେ କଥା ହେଲା ଖାଇସାରିବା ପରେ ଦରବାର ଘରେ ଗାଁ ଲୋକମାନଙ୍କ ସହିତ ବସି ଆଲୋଚନା କରିବା ପାଇଁ। ଏହାପରେ ମନ୍ମଥ ଆଉ ସେ ବାବୁ ଖାଇବା ପାଇଁ ଘର ଭିତରକୁ ଆସିଲେ। ଜୟନ୍ତୀ ସେମାନଙ୍କ ପାଇଁ ଖାଇବା ବାଢିଦେଲା। ଖାଇସାରିବା ପରେ କିଛି ସମୟ ବିଶ୍ରାମ ନେଇ ଉଭୟ ଦରବାର ଘର ଆଡ଼କୁ ଚାଲିଲେ।

ସେଠି ପହଞ୍ଚିଲା ବେଳକୁ ଗାଁ ର ଡାକୁଆ ଲୋକମାନଙ୍କୁ ଖବର ଦେଇ ସାରିଥିଲେ ଏବଂ ଗାଁ ଲୋକେ ସମସ୍ତେ ଦରବାର ଘରେ ଏ ଦୁଇଜଣଙ୍କ ଅପେକ୍ଷା ରେ ଥିଲେ। ଏମାନେ ପହଞ୍ଚିବା ପରେ ଆଲୋଚନା ଆରମ୍ଭ ହେଲା। ବାବୁ ଜଣଙ୍କ କଥା ଆରମ୍ଭ କରି ସରକାର କିଭଳି ଜଙ୍ଗଲ ଅଧିକାର ଆଇନ 2006, ଆଇନ୍ 2007 ଆଉ ସଂଶୋଧିତ ନିୟମାବଳୀ 2012ରେ ଅନୁସୂଚିତ ଜନଜାତିମାନଙ୍କର ସ୍ବୟଂଶାସନ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଆଇନରେ ବ୍ୟବସ୍ଥା କରିଛନ୍ତି ସେ କଥା କହିଲେ। ଆମ ଗାଁ ଯେଉଁ ସରାସ ପିଢରେ ଯାଉଛି ସେ କଥା ଆଲୋଚନା କରିବା ସହିତ ପିଢର ଅନ୍ୟ ନେତାମାନଙ୍କ ସହ ଯୋଗାଯୋଗ କରିବାକୁ ମନ୍ମଥ ଆଉ କିଛି ଯୁବକଙ୍କୁ ଦାୟିତ୍ଵ ଦେଲେ। ଏହା ପରେ ଜଙ୍ଗଲକୁ ନେଇ ଆମ ପାଉଡୀ ଭୂୟାଁମାନଙ୍କ ବିଭିନ୍ନ ପର୍ବପର୍ବାଣି ବିଷୟରେ ଆଲୋଚନା ହେଲା। ଜଙ୍ଗଲ ରେ ପୂଜା ପାଉଥିବା କନ୍ତଦେବୀ ଙ୍କ ବିଷୟରେ କହିବାକୁ ଯାଇ ଗାଁ ର ପୁରୁଖା ଲୋକମାନେ କିଛି ଲୋକକଥା କହିବା ପରେ ବାବୁ ଜଣଙ୍କ ନିକଟବର୍ତ୍ତୀ କୁଶକଳା ଗାଁ ରେ ଶୁଣିଥିବା ଏକ ଲୋକକଥାକୁ କହିଲେ। ତାହା ଥିଲା ଏହିପରି।

ରାଜାରାଜୁଡ଼ା ଅମଳର କଥା। କେନ୍ଦୁଝର ରାଜ୍ୟ ରେ ରାଜା କରିବା ପାଇଁ ଭୂୟାଁମାନେ ମୟୁରଭଞ୍ଜ ରାଜାଙ୍କ ସାନପୁଅକୁ ଚୋରି କରି ଆଣିଲେ। ସେତେବେଳେ ରାଜପୁତ୍ର ସାନ ଥିଲେ। ତାଙ୍କୁ ନେଇ କୁଶକଳାର ପ୍ରଧାନଙ୍କ ଘରେ ଛାଡ଼ିଦେଇ ଆସିଲେ। ରାଜପୁତ୍ର ସେହି ଠାରେ ଗୋପନରେ ବଢ଼ିବାକୁ ଲାଗିଲେ।କ୍ରମେ ଯୌବନ ଅବସ୍ଥା ଉପନୀତ ହେଲା। ରାଜପୁତ୍ର ଭଲ ପାଇବସିଲେ ପ୍ରଧାନଙ୍କ ବାଲ୍ୟ ବିଧବା ଝିଅ ରାଣୀ କୁ। ରାଣୀ ବାଲ୍ୟ ବିଧବା ହେବା ପରେ ବାପଘରେ ଆସି ରହୁଥାଏ। ସେମାନଙ୍କ ପ୍ରେମ ଧିରେଧିରେ ଶାରୀରିକ ପ୍ରେମରେ ରୁପାନ୍ତରିତ ହୁଏ। ଫଳ ସ୍ଵରୁପ ରାଣୀ ଗର୍ଭବତୀ ହୁଏ। ସେସମୟର ରକ୍ଷଣଶୀଳ ସମାଜ ଏହାକୁ ଅତି ଗମ୍ଭୀରତାର ସହ ବିଚାର କରି ସଙ୍ଗେସଙ୍ଗେ ପିଢ ବୈଠକ ଡକାଯାଏ ଏବଂ ଏହି ବିଷୟରେ ଆଲୋଚନା ପାଇଁ କୁଶକଳାର ପ୍ରଧାନଙ୍କୁ ଡକାଯାଏ। ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ପିଢ ବୈଠକରେ ସମସ୍ତ ବିଷୟ କହିବା ପାଇଁ ପିଢର ବୟସ୍କ ନେତୃମଣ୍ଡଳୀ କହନ୍ତି। ସମସ୍ତ ବିଷୟକୁ ସରଳ ସଂକ୍ଷିପ୍ତ ଓ ସମ୍ଭ୍ରାନ୍ତ ଭାବେ ଉପସ୍ଥାପନ କରିବା ପାଇଁ ଯାଇ ପ୍ରଧାନ କହନ୍ତି “ଆମ ଘରେ ଗୋଟିଏ କୁକୁର ପଶିଛି।” ଏହାର ସମାଧାନ କରିବା ପାଇଁ ଯାଇ ପିଢ ନେତାମାନେ କହନ୍ତି “କୁକୁରକୁ ଠେଙ୍ଗେ।” ପିଢର ନିର୍ଦ୍ଦେଶକୁ ମାନି ଭୂୟାଁମାନେ ରାଜପୁତ୍ରକୁ ପିଟିପିଟି ମାରି ଦିଅନ୍ତି। ପ୍ରେମିକ ରାଜପୁତ୍ରର ମୃତ୍ୟୁରେ ଶୋକବିଭୋର ପ୍ରଧାନ ଙ୍କ ଝିଅ ରାଣୀ ନିକଟରେ ବୋହି ଯାଉଥିବା ନଦୀରେ ଆତ୍ମବିସର୍ଜନ କରିବା ପାଇଁ ଏକ ବର୍ଷଣମୂଖର ରାତ୍ରୀରେ ବାହାରିଯାଏ। ଜଙ୍ଗଲ ମଧ୍ୟରେ ରାଣୀ ନଦୀ ନିକଟକୁ ଦୌଡ଼ି ଦୌଡ଼ି ଯାଉଥିବା ସମୟରେ ତାର ଅନୁଧାବନ କରୁଥିବା ତାର ମା ତାକୁ ରହି ଯିବା ପାଇଁ ଡାକୁଥାଏ, “ରାଣୀ…..ରାଣୀ….. ରାଣୀ।” ତାର ପ୍ରତି ଉତ୍ତର ରେ ରାଣୀ ର ସ୍ୱର ସେହି ଘନ ଅନ୍ଧକାର ରାତ୍ରିର ବୁକୁ ଚିରି ତାର ମା ନିକଟରେ ପହଞ୍ଚୁଥାଏ, “ମା…..ମା…..ମା…..ମା…..।” ଏହାର କିଛି ସମୟ ପରେ ନଦୀ ମଧ୍ୟରେ ଝପାସ୍ କରି ଏକ ଶବ୍ଦ ହୁଏ ବୋଧହୁଏ ରାଣୀ ନଦୀରେ ଆତ୍ମ ବିସର୍ଜନ କରେ ଏବଂ ଏକ ମା ର ମମତା ମଧ୍ୟ ସେସମୟର ସାମାଜର ବଡ଼ପଣ୍ଡା ମାନଙ୍କ ପାଦତଳେ ଭୁଲୁଣ୍ଠିତ ହୁଏ। କୁହାଯାଏ ସେହିଦିନଠାରୁ ନଦୀର ନାମ ରାଣୀମା ନଦୀ ହୋଇଗଲା ବୋଲି। ମଧ୍ୟରାତ୍ରୀ ରେ ଏକ ନାରୀର ବିକଳ କ୍ରନ୍ଦନ ଏବେ ମଧ୍ୟ ଶୁଭେ ବୋଲି ସ୍ଥାନୀୟ ଲୋକମାନେ କହନ୍ତି। ତେବେ ଏହି ଲୋକକଥା ରୁ ସେ ସମୟରେ ଲୋକମାନେ ଉଚ୍ଚାରଣ ଓ ଆଚରଣ ରେ କିଭଳି ସମ୍ଭ୍ରାନ୍ତଶୀଳ ଥିଲେ ତାହା ଜଣାପଡ଼େ। ଭୂୟାଁ ମାନେ ସେ ସମୟରେ ସାମାନ୍ୟତମ ସାମାଜିକ ବିଶୃଙ୍ଖଳା କୁ କିଭଳି ବରଦାସ୍ତ କରୁନଥିଲେ ତାହା ଏଥିରୁ ସୁସ୍ପଷ୍ଟ। ଏହାପରେ ବାବୁ ଜଣଙ୍କ ଆଉ ଏକ ଦିନ ପୁଣି ବସି ଆଲୋଚନା କରିବା ପାଇଁ ପ୍ରସ୍ତାବ ରଖିଲେ ଓ ବୈଠକ ସରିଲା।

ସମସ୍ତେ ନିଜ ନିଜ ଘରକୁ ଫେରିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.