• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ସମାଚାର

ସମାଚାର
Share on FacebookShare on Xshare on Whatsappshare on Linkedin
ରଶ୍ମି ସାମଲ, ଭୁବନେଶ୍ୱର, ୧ ନଭେମ୍ବର ୨୦୨୨

ସବୁ ଝିଅ ଙ୍କ ଆଖିରେ ଥାଏ ଆଖିଏ ସ୍ବପ୍ନ ଓ ଅସରନ୍ତି ଆଶା ନିଜ ଭବିଷ୍ୟତ କୁ ନେଇ। ମନ ଲାଖି ଘର ଆଉ ମନ ଲାଖି ବରଟିଏ କିପରି ପାଇବେ। ନିଜ ଘରକୁ ପର କରି ଜନ୍ମ କଲା ବାପା, ମାଆଙ୍କୁ ଛାଡ଼ି ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆପଣାର କରି ତା ଦୁନିଆ ଗଢ଼ିବାକୁ ଶତ ଚେଷ୍ଟା କରିଥାଏ। ମା’ ର କାନିରେ କନକ ଆଞ୍ଜୁଳି ଦେଇ ଅଣ୍ଟି ରେ ଅଣ୍ଟିଏ ସ୍ୱପ୍ନ ନେଇ ଆସିଥାଏ ଶାଶୂ ଘରକୁ । ସେମିତି ବହୁତ କିଛି ସ୍ବପ୍ନ ନେଇ ଆସିଥିଲା ଅଲିଅଳି ସିତୁ। ଧାରେ ହସ କୁ ନେଇ ତା ମନର ମଣିଷ ସଞ୍ଜୟ ହାତରୁ ସିନ୍ଦୁର ପିନ୍ଧିଥିଲା । ଭବିଷ୍ୟତ ର ଚିନ୍ତା ବହୁତ କିଛି ଭାବିସାରିଥାଏ ତାର ବୈବାହିକ ଜୀବନକୁ ନେଇ।

ସେ ଦିନ ଅମାବାସ୍ୟା ଯୋଗୁଁ ବିନା ଚନ୍ଦ୍ରରେ ଆକାଶଟା ଅନ୍ଧାର ଦିଶୁଥାଏ। ନିସ୍ତବ୍ଧ କାଳରାତ୍ରିଟା ଫଣା ଟେକୁଥିଲା । ସାହି ପଡିଶା ପ୍ରାୟ ସବୁ ଶୋଇ ସାରିଲେଣି। ବୁଲା କୁକୁର ଗୁଡ଼ା ବାହାରେ ଉପରକୁ ଅନାଇ ଭୁକୁ ଥାନ୍ତି। ଏହା ଶୁଣି ମନରେ ଟିକେ ଭୟ ସଂଚାର ହେଉଥାଏ ସିତୁର। ରୁମ ର କବାଟକୁ ଭିତରୁ ବନ୍ଦ କରିଦେଲା । ଧୀରେ ଧୀରେ ପାଦ ଆଗକୁ ବଢ଼ାଇ ଟିଭି ଟିକେ ଲଗାଇ ଦେଖିବ ବୋଲି ଭାବିଲା। ସମାଚାର ଦେଉଥିବା ଚ୍ୟାନେଲ ରେ ଦେଖିବାକୁ ପାଇଲା ନୂତନ ବିବାହିତ ପୁରୁଷର ଆକ୍ସିଡେଣ୍ଟ ରେ ଗୋଡ଼ ଦୁଇଟା କଟିଯାଇଛି। ଏହା ଶୁଣୁ ଶୁଣୁ ଏହି ଅଲକ୍ଷଣା ସମାଚାର ଗୁଡ଼ା କହି ଲଥ କରି ଖଟ ଉପରେ ପଡି ଉପରକୁ ଚାହିଁଥାଏ । ଅଜଣା ଭୟ ମନକୁ ପାପ ଛୁଇଁଲା । ଏତେ ରାତି ଯାଏ ସଞ୍ଜୟ ଘରକୁ ଫେରି ନଥାନ୍ତି । ହଠାତ କଲିଂ ବେଲ ର ଶବ୍ଦ ରେ ଭୟରେ ଛାତିଟା ଥରି ଯାଉଥାଏ। ମନର ଅଲରା ବଲରା କଥାକୁ ନେଇ କେତେ ଆଶଙ୍କା କରୁଥାଏ। ପୁଣି ଭାବିଲା ଆରେ ସଞ୍ଜୟ ବୋଧେ ଆସିଗଲେ। ଧୀରେ ଧୀରେ ବାହାରକୁ ଆସି କବାଟ ଖୋଲିଲା। ସେ ପରିବେଶକୁ ଆଖି ଉଠାଇ ଦେଖି ସ୍ତବ୍ଧ ହୋଇଗଲା ସିତୁ। ଚମକି ପଡି ଭାବୁଥାଏ କିଏ ତୁମେ। କାହାର ଏ ସ୍ୱର । କିଛି ଅଜଣା ଲୋକ ସହିତ ଦେଖି ପାରୁଥିଲା ସେ ସଞ୍ଜୟଙ୍କୁ। କିଛି ଆତଙ୍କିତ ଆକୁଳ ଭୟରେ ପ୍ରତିକ୍ରିୟା ବ୍ୟକ୍ତ କରିବା ପୂର୍ବରୁ ସ୍ଥାଣୁ ପାଲଟିଯାଇଥିଲା। ହୃଦୟ ଯେପରି ଫାଟି ପଡ଼ୁଥାଏ। କାନ୍ଦି ମଧ୍ୟ ପାରୁ ନଥାଏ। ସଞ୍ଜୟ ତାଙ୍କର ଦୁଇ ଗୋଡ଼ ସବୁ ଦିନ ପାଇଁ ହରେଇଛନ୍ତି ନିଜ ଆଖି ସାମ୍ନାରେ ଦେଖୁଥାଏ। ଭଗବାନ ଙ୍କୁ ଆକୁଳ ପ୍ରାର୍ଥନା। କେଉଁଠି ଅଛ ହେ ପ୍ରଭୁ। ସିତୁର ଦେହ ସାରା ଅସହାୟତା ଲେସି ହୋଇ ଯାଉଥାଏ। ମୁଣ୍ଡ ଉପରର ଆକାଶଟା ଯେପରି ଛିଡ଼ି ପଡ଼ୁଛି। ଜୀବନ ମରଣର ଅଚଳ ମହା ମେରୁ ଆଖି ସାମ୍ନାରେ ଠିଆହୋଇଛି ଯେପରି। ବାହାଘର ମାତ୍ର କେଇମାସ। ସ୍ପଷ୍ଟ ଦେଖି ପାରୁଛି ବିସ୍ମୟ ଚେହେରା ସଞ୍ଜୟଙ୍କର। ଚର୍ତୁଦିଗ ନୈରାଶ୍ୟ ଓ ଶୂନ୍ୟତା। ସୁଖର କବାଟ ଖୋଲୁ ଖୋଲୁ ଏ ଅକାଳ ଝଡ଼ ସବୁ ଉଜାଡ଼ି ଦେଲା। ଭଗବାନ ବୋଧେ ତାର ଦୃଢ଼ତା ଓ ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି। ସବୁ ଗଣିତ ଯେପରି ଓଲଟ ପାଲଟ ହୋଇଗଲା। ଲୁହ ଶୁଖିନି କୋହ ବି କମିନି। କିନ୍ତୁ ଭାଙ୍ଗି ନ ପଡ଼ି ସିତୁ ଦୃଢ଼ ମନୋବଳ ସଂଚୟ କଲା। ଜଳୁଥିବା ନିଆଁ ର ତାପକୁ କମାଇବାକୁ ଚେଷ୍ଟା କଲା। ପୁଣି ଥରେ ଏହି ଜଟିଳ ଗଣିତକୁ ସରଳ କରିବାକୁ ପ୍ରୟାସ କରିବ ନିଷ୍ପତ୍ତି ନେଲା। ଘରେ ରୋଗିଣା ଶ୍ୱଶୁର ଏପଟେ ପଙ୍ଗୁ ହୋଇଯାଇଥିବା ସ୍ୱାମୀ । ତାକୁ କିଛି ବିକଳ୍ପ ଚିନ୍ତା କରିବାକୁ ପଡ଼ିବ। ନଚେତ ବଂଚିବା ଦୁର୍ବିସହ ହୋଇ ପଡ଼ିବ। ଭବିଷ୍ୟତ ଯେପରି ଲୁହ ଧାରରେ ଧୋଇ ନ ଯାଉ, ସେଥି ପ୍ରତି ଯଥା ସାଧ୍ୟ ଚେଷ୍ଟାକଲା ସିତୁ । ହେଲେ ମନ ସମୁଦ୍ରରେ କିଛି ପ୍ରଶ୍ନ ଗୁଡ଼ିକର ଲହଡ଼ି ପ୍ରତି ମୁହୂର୍ତ୍ତରେ ଖେଳି ଯାଏ, ସେ କିପରି ତାକୁ ରୋକିବ ଭାବି ପାରୁ ନଥାଏ । ପିଲା ଦିନୁ ସଞ୍ଜୟ ପ୍ରେମରେ ଅନ୍ଧ ହୋଇ ତାଙ୍କୁ ଜୀବନସାଥୀ ରୂପେ ବାଛି ନେଲା, ହେଲେ ଜାଣି ନଥିଲା ଭାଗ୍ୟ ତା ସାଥେ ଏମତି ଦାଉ ସାଧିବ ବୋଲି । ସଂସାର କରିବାର ସ୍ବପ୍ନ ଦେଖୁ ଦେଖୁ ସେ ସବୁ ଭାଙ୍ଗି ଚୁର୍ ମାର ହୋଇ ଯାଇଥିଲା । ଦିନ ଥିଲା କେତେ କେତେ ପୁଅ ସିତୁ ର ପ୍ରେମରେ ପାଗଳ ହେଉଥିଲେ କିନ୍ତୁ ସମସ୍ତଙ୍କ ପାଇଁ ନାରାଜ ଥିଲା । ତା ମନ ରେ ତା ହୃଦୟରେ ସେହି ସଞ୍ଜୟ ର ନାଁ ହିଁ ଲେଖା ଥିଲା । ବାହା ହୋଇ ସଂସାର କ’ଣ ଜାଣିବା ପୂର୍ବରୁ କାଳର କରାଳ ଚକ୍ରରେ ପେଷି ହୋଇ ପଡ଼ିଲା। ସ୍ୱାମୀ ଙ୍କର ଏ ଅବସ୍ଥା । ସେ ପଟେ ଘରେ ରୋଗିଣା ଶ୍ୱଶୁର।ହେଲେ ହାରି ନ ଯାଇ ସିତୁ ଚେଷ୍ଟା କଲା ଓ ବିଶ୍ୱାସ ରଖିଲା ନିକଟ ଭବିଷ୍ୟତରେ କିଛି କରିବା। ତାର ପରିଶ୍ରମ କେବେ ବେକାର ଯିବନି। ମନରେ ଥିବା ଦୁଃଖ ପ୍ରକାଶ କରୁ ନ ଥାଏ । ଶ୍ୱଶୁରଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ସଞ୍ଜୟ ଙ୍କର ମମତା ବୋଳା କଥାରେ ନିଜକୁ ହଜାଇ ଦିଏ ସବୁବେଳେ। ସିତୁ ପ୍ରତିଦିନ ମନ୍ଦିର ଯାଏ ଘରର ଶୁଭ ମନାସି। କିପରି ସିଧା ରାସ୍ତାରେ ଆଉ ବୁଲାଣି ନ ଆସୁ। ଦିନେ ଔଷଧ ଦେବା ସମୟରେ ସଞ୍ଜୟ କହିଲେ ସିତୁ ତମେ ଯଦି ତମ ପାଇଁ କିଛି ଭବିଷ୍ୟତ ବ୍ୟବସ୍ଥା କରି ପାରନ୍ତ କେମିତି ହୁଅନ୍ତା। ମାନେ ମୁଁ କ’ଣ କହୁଥିଲି କି ତୁମେ ତୁମ ବାପାଙ୍କ ଘରକୁ ଯାଇ ଯଦି ଖୁସିରେ ରହି ପାରନ୍ତ। ଆମ ପାଇଁ ବହୁତ କଷ୍ଟ ସହିବାକୁ ପଡ଼ନ୍ତାନି। ଆଁ ଟିଏ କରି ସଂଜୟଙ୍କୁ ଦୁଇ ନୟନ ରେ ଚାହିଁ ରହିଲା ବଲ ବଲ ହୋଇ। କୋହର ସାଗରରେ ବୁଡ଼ି ସଂଜୟଙ୍କୁ ଜାକି ଧରି ସିତୁ ଆଖିରୁ ଧାର ଧାର ଲୁହ ବହି ଆସିଲା। ଏଭଳି କଥା ମୁଁ ଆଶା କରି ନଥିଲି ତୁମ ଠାରୁ। ମୁଁ କଷ୍ଟ ଓ ଦୁଃଖ ପାଉଛି କିଏ କହିଲା ତମକୁ । ତୁମେ ମୋ ସ୍ୱାମୀ ,ସେବା କରିବା ସ୍ତ୍ରୀ ର ଧର୍ମ । ଆଉ ବୋହୁ ହିସାବରେ ମୋ ଶ୍ୱଶୁରଙ୍କ ସେବା ମୋର ଏକ ନିଶ୍ଚିତ କର୍ତ୍ତବ୍ୟ। ନା ସିତୁ ଆମର ସେବା କରି ଜୀବନଟା କୁ ତମର ଟୁକୁରା ଟୁକୁରା କରି ସାରିଲଣି । ସିତୁ କହିଲା ତୁମେ କ’ଣ ପାଗଳ ହୋଇ ଯାଇଛ ନା କ’ଣ। ନା ମୁଁ ଠିକ କହୁଛି। ବାପା ମୋର ରୋଗୀ ଆଉ ମୁଁ ପଙ୍ଗୁ, ଅତି ଗେହ୍ଲାରେ ବଢ଼ିଥିବା ଝିଅର ଏପରି କଷ୍ଟ ମୁଁ ଦେଖି ପାରିବିନି। ସିତୁ ଏହାର ଉତ୍ତରରେ ଏପରି ପ୍ରଶ୍ନ ପଚାରି ଥିଲା ସଂଜୟଙ୍କୁ ଯାହାର ପ୍ରତ୍ୟୁତ୍ତର ନଥିଲା ତାଙ୍କ ପାଖରେ । ଖାଲି ଚାହିଁ ରହିଥଲା ସିତୁର ମୁହଁକୁ । କୁହ, ଅଟକି ଗଲ କାହିଁକି ? ସିତୁ ବାରମ୍ବାର ପଚାରି ଚାଲିଥାଏ। କିଛି ସମୟର ଚୁପ ପରେ ସଞ୍ଜୟ କହିଲା ଘରର ଏକମାତ୍ର ରୋଜଗାରିଆ ହିଁ ଥିଲି , ଏବେ ଏ ଦୁର୍ଘଟଣା ସବୁ ଓଲଟ ପାଲଟ କରିଦେଲା ଆମ ଭବିଷ୍ୟତ କୁ। କେମିତି ସମ୍ଭାଳିବି ଏ ଭଙ୍ଗା ସଂସାରକୁ। ଏବେ ମୋର ଆଉ ବାପାଙ୍କର ମେଡିସିନ ଖର୍ଚ୍ଚ ପାଇଁ ଅର୍ଥ ଆସିବ କେଉଁଠୁ ? ସିତୁ ଧୀର ଆଉ ନମ୍ର ସ୍ୱରରେ କହିଲା ସବୁ ବ୍ୟବସ୍ଥା କରି ପାରିବି ସଞ୍ଜୟ। କିପରି ଭଲରେ ଚଳିବା ସେ ଚିନ୍ତା କରିବି।ଆମେ ତ ଅଧା ମରା ମଣିଷ ଦୁଇ ଜଣ ସତେ ଯେପରି ତୁମ ଉପରେ ବୋଝ ହୋଇ ଯାଇଛୁ। ସଞ୍ଜୟ ର ପାଟିରେ ହାତ ଦେଇ ଚୁପ କରେଇଲା ସିତୁ, କହିଲା ସୁଖ ଦୁଃଖ ଦୁଇଟି ଶବ୍ଦ । ଦୁଃଖକୁ ନେଇ ବଂଚିଲେ ଅସୁବିଧା କଣ ? କିଏ କ’ଣ ଜାଣି ଥାଏ ଭାଗ୍ୟ ଆଉ ଭବିଷ୍ୟତ । ତମେ ବ୍ୟସ୍ତ ହୁଅନି,ମୁଁ ଯେ ପର୍ଯ୍ୟନ୍ତ ବଞ୍ଚିଛି, ତୁମର ଆଉ ବାପାଙ୍କର କିଛି ଅସୁବିଧା ହେବନି । ଘର ଆଉ ପରିବାର ବୋଝ ମୁଣ୍ଡାଇ ଆଗକୁ ଚାଲିବାର ଶପଥ ନେଇଛି ମୁଁ। ମୋର ଚାରି ଗୋଡ,ହାତ ଅଛି କାହିଁକି କରି ପାରିବିନି। ଭଲ ମେଧାବୀ ଛାତ୍ରୀ ଥିଲା ସିତୁ। ସ୍କୁଲ ଠାରୁ କଲେଜ ଯାଏ ସବୁଠି ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିଲା ।ଘରେ ପ୍ରଥମେ କିଛି ପିଲାଙ୍କୁ ଟ୍ୟୁସନ କରି ଘରର ଗୁଜୁରାଣ ମେଣ୍ଟାଇଲା ।

ଏହା ସହ କଂପିଟେଟିଭି ପରୀକ୍ଷା ପାଇଁ ପ୍ରସ୍ତୁତି ହେଲା । ଏକା ଏକା ଲଢ଼ିବାକୁ କଷ୍ଟ ହୁଏ ସୀତୁକୁ, ତଥାପି କଷ୍ଟକୁ ଖାତିରି ନକରି ଆଗକୁ ଚାଲିଲା । ସଂସାର ଜଞ୍ଜାଳ ବହୁତ କିଛି ଘାତ ପ୍ରତିଘାତ ସହି ପରୀକ୍ଷା ପରେ ପରୀକ୍ଷା ଦେଇ ଚାଲିଲା । ଭଗବାନ ନିଷ୍ଠୁର ନୁହନ୍ତି । ଦିନେ ଟିଭି ଓ ନ୍ୟୁଜ ପେପରରେ ଦେଖିଲା ସେ ଓଏଏସ ଟପ୍ପର ହୋଇଛି । ସତେ ଯେପରି ଉତ୍ତପ୍ତ ମରୁଭୂମି ମଧ୍ୟରେ ମିଳିଛି ଏକ ଝରଣାର ସନ୍ଧାନ। ମନ ପୁଲକିତ ଆତ୍ମବିଭୋର ହୋଇ ଖୁସି ରେ ଦୌଡ଼ି ଯାଇ ସଞ୍ଜୟ ଙ୍କୁ ଜାବୁଡ଼ି ଧରି ବହୁତ କାନ୍ଦିଲା. ସବୁ ଶ୍ରେୟ ତୁମର ସଞ୍ଜୟ। ମୋ ପାଠ ପଢ଼ାର ପ୍ରେରଣା ତୁମେ। ମନ ଭରି ସାରା ଜୀବନ ଏମତି ଭଲ ପାଉଥିବି।କେବେ ଆମ ମଧ୍ୟରେ ପୁର୍ଣ୍ଣଛେଦ ନପଡୁ। ଏମତି ଗଦ ଗଦ ହୋଇ ବହୁତ କିଛି କହି ଚାଲିଲା। ଖୁସିର କଥା ସିତୁ ତୁମେ ତୁମ ଲକ୍ଷ୍ୟ ର ଶିଖର କୁ ଛୁଇଁ ପାରିଛ । ନିଜ ପାଇଁ ଗୋଟେ ପରିଚୟ ସୃଷ୍ଟି କରି ପାରିଲ। ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱରେ ନିଜକୁ ମିଶାଇ ଆଗେଇ ଚାଲିଛ ଜୀବନର ନଦୀ ମଧ୍ୟରେ। ସିତୁର ଅଜାଣତରେ ନିଗିଡ଼ି ପଡ଼ୁଥିଲା ଆଖିର ଲୁହ ଗୁଡ଼ାକ । ପୁଣି କହି ଚାଲୁଥାଏ ଅମାବାସ୍ୟା ପରେ ପୂର୍ଣ୍ଣିମା ନିଶ୍ଚିତ ଆସିବ। ଏହା ଥିଲା ମୋର ଦୃଢ଼ ବିଶ୍ବାସ ମୁଁ ଏତିକି ପ୍ରାର୍ଥନା କରୁଛି ମୋତେ ଭଗବାନ ଯେତେ ଜନ୍ମ ଦିଅନ୍ତୁ ତୁମ ପରି ଜୀବନ ସାଥି ଟିଏ ସାଙ୍ଗରେ ଦିଅନ୍ତୁ। ଆଉ ଆମ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏମତି ଜନ୍ମ ଜନ୍ମାନ୍ତ ରହିଥାଉ । କଥା ପାଟିରୁ ନ ସରିବା ପୂର୍ବରୁ ସିତୁର ସାକ୍ଷାତକାର ପାଇଁ ବାହାରେ ସମସ୍ତ ଟିଭି ଓ ପତ୍ର ପତ୍ରିକାର ସାମ୍ବାଦିକ ମାନଙ୍କ ଭିଡ଼ ଜମି ସାରିଥିଲା।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

What You Call Right
Literature

What You Call Right

by Sudipta Mishra
April 18, 2026

Sudipta Mishra, Puri, 18 April 2026 You call it right, I may call it wrong. The same shade appears black...

Read more
ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

April 14, 2026
ଗାଆଁର ବିକାଶ, କରୁଛି ହତାଶ

ଗାଆଁର ବିକାଶ, କରୁଛି ହତାଶ

April 11, 2026
A Dying Ember

A Dying Ember

April 4, 2026
ମୋ ରାଇଜ ଓଡ଼ିଶା

ମୋ ରାଇଜ ଓଡ଼ିଶା

April 1, 2026
ଜୟ ଶ୍ରୀରାମ

ଜୟ ଶ୍ରୀରାମ

March 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.